Skip to main content

ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନରେ ଉଠିବାକୁ ଥିବା ପ୍ରସଙ୍ଗ

ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନ ନଭେମ୍ବର 18ରୁ ଆରମ୍ଭ ହୋଇ ଡିସେମ୍ବର 13 ତାରିଖରେ ଶେଷ ହେବ | ଏହି ଅଧିବେଶନରେ ଅନେକ ବିଲ ଉପସ୍ଥାପନ ହେବ | ଦୁଇଟି ଗୁରୁତ୍ଵପୂର୍ଣ୍ଣ ଅଧ୍ୟାଦେଶ ଏହି ଅଧିବେଶନ କାଳରେ ଆଇନରେ ପରିଣତ ହେବାର ସମ୍ଭାବନା ରହିଛି | ଜାତୀୟ ସ୍ଵାର୍ଥ ପରିପ୍ରେକ୍ଷୀରେ ଏହି ଅଧିବେଶନ ତିନୋଟି ପ୍ରମୁକ ପ୍ରସଙ୍ଗ ନୀତି, ଫଳାଫଳ ଏବଂ ରାଜନୈତିକ ସହମତି ଦୃଷ୍ଟିରୁ ଗୁରୁତ୍ଵ ବହନ କରିବ | ବିରୋଧି ଦଳମାନେ ସରକାରଙ୍କୁ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ପ୍ରସଙ୍ଗକୁ ନେଇ ଘେରିବାର ସମ୍ଭାବନା ରହିଛି | ବିଗତ ଦୁଇ ବର୍ଷ ହେଲା ଶୀତକାଳିନ ଅଧିବେଶନ ନଭେମ୍ବର 21ରେ ଆରମ୍ଭ ହୋଇ ଜାନୁୟାରୀ ପ୍ରଥମ ସପ୍ତାହରେ ଶେଷ ହୋଇଥାଏ |

ଚଳିତ ବର୍ଷ ବର୍ଷାକାଳିନ ଅଧିବେଶନରେ ଟ୍ରିପଲ ତଲାକ, ମୋଟର ଯାନ ଆଇନ, ଜାତୀୟ ତଦନ୍ତ ସଂସ୍ଥା ସଂଶୋଧନ ଆଇନ ଏବଂ ଗୁରୁତ୍ଵପୂର୍ଣ୍ଣ 370 ଧାରା ଜମ୍ମୁ କଶ୍ମୀରରୁ ଉଚ୍ଛେଦ ପରି ଗୁରୁତ୍ଵପୂର୍ଣ୍ଣ ବିଲ ପାସ ହୋଇଥିଲା | ବିଜେପି ଏହାର ପ୍ରଥମ ପାଳି ସରକାର ସମୟରେ ନାଗରିକ ସଂଶୋଧନ ଆଇନ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିବା ବେଳେ ଏଥର ପୁଣି ତାକୁ ଉପସ୍ଥାପନ କରିବ | ସେହିପରି ଆର୍ଥିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ କ୍ୟାବିନେଟ ଅନୁମୋଦନ କରିଥିବା ଦୁଇଟି ଅଧ୍ୟାଦେଶକୁ ଏହି ଅଧିବେଶନରେ ପାସ କରିବାକୁ ସରକାର ଚେଷ୍ଟା କରିବେ |

ବିରୋଧି ଦଳ ପକ୍ଷରୁ ଦେଶର ଆର୍ଥିକ ପରିସ୍ଥିତି ଏବଂ ଜମ୍ମୁ ଓ କଶ୍ମୀର ପରିସ୍ଥିତି ପ୍ରସଙ୍ଗ ଅଧିବେଶନରେ ଉଠିପାରେ | ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଗତ ସପ୍ତାହରେ ମୁମ୍ବାଇରେ କହିଥିଲେ ଯେ ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ପ୍ରସଙ୍ଗ ମଧ୍ୟ ଅଧିବେଶନରେ ଉଠାଯିବ |

ରାଜ୍ୟ ସଭା ଅଧ୍ୟକ୍ଷ ଏମ ଭେଙ୍କିୟା ନାଇଡୁ ଗତ ରବିବାର ଦିନ ଅଧିବେଶନକୁ ସୁଚାରୁ ରୂପେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡକାଇଥିଲେ | ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପ୍ରସଙ୍ଗ ଏହି ଅଧିବେଶନରେ ଉଠିବ | ବିଜେପି ଏଥର ଏକକ ସଂଖ୍ୟା ଗିଷ୍ଠତା ହାସଲ କରିଛି ଏବଂ ବିଜୁ ଜନତା ଦଳ, ତେଲଙ୍ଗାନା ରାଷ୍ଟ୍ରୀୟ ସମିତି ଓ YSR କଂଗ୍ରେସ ପାର୍ଟି ମଧ୍ୟ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଯୋଗାଇ ଦେଉଛି |

ଚଳିତ ଅଧିବେଶନରେ ସରକାର ଅନେକ ବିଲ ଉପସ୍ଥାପନ କରି ଏହାକୁ ପାସ କରାଇବାକୁ ଯୋଜନା ରଖିଛନ୍ତି | ସୀମାପାର ସନ୍ତ୍ରାସବାଦ ରୋକିବା, କଂପାନୀମାନଙ୍କ ଠାରୁ ଅନାଦେୟ ଋଣ ଆଦାୟ ନିମନ୍ତେ ସରକାର କେତେକ ବିଲ ଆଣିବେ | ଅଣ ବ୍ୟାଙ୍କିଙ୍କ ସେବା ପ୍ରଦାତାଙ୍କ ପାଇଁ ସରକାର 227 ଧାରା ବିଜ୍ଞପିତ କରିବାର ଯୋଜନା ରଖିଛନ୍ତି |




ଆଲେଖ: ଯୋଗେଶ ସୁଦ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...