Skip to main content

ମହାକାଶରେ ଭାରତର ତୀକ୍ଷ୍ଣ ଦୃଷ୍ଟି

ଗତକାଲି ଭାରତ ସତିଶ ଧବନ ମହାକାଶ କେନ୍ଦ୍ରରୁ ତୀକ୍ଷ୍ଣ ଦୃଷ୍ଟି ସଂପନ୍ନ ଉପଗ୍ରହକୁ ମହାକାଶକୁ ପ୍ରେରଣ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ, ଇସ୍ରୋର 49ତମ ପିଏସଏଲଭି-ସି47 ମହାକାଶ ଯାନରେ ଅତ୍ୟାଧୁନିକ ତୃତୀୟ ପିଢିର ଚିତ୍ର ଓ ମାନଚ୍ଚିତ୍ର ଉତ୍ତୋଳନକାରୀ କୋରଟୋଷ୍ଟାର୍ଟ-3 ଉପଗ୍ରହକୁ ସଫଳତାର ସହ କକ୍ଷପଥରେ ଉତ୍ତକ୍ଷେପଣର 17 ମିନିଟ ପରେ ସ୍ଥାପନ କରାଯାଇଛି। ଏହି ଉପଗ୍ରହରେ 6ଟି ତୀକ୍ଷ୍ଣ କ୍ୟାମେରା ରହିଛି। କାରର୍ଟୋଷ୍ଟାର୍ଟ-3 ଉପଗ୍ରହ ସହ ଆମେରିକାର 13ଟି ନାନୋ ଉପଗ୍ରହକୁ ମଧ୍ୟ ମହାକାଶକୁ ପଠାଯାଇଛି। ଭାରତୀୟ ମହାକାଶ ବିଭାଗର ନ୍ୟୁ ସ୍ପେସ ଇଣ୍ତିଆ ଲିମିଟେଡ( ଏନଏସଆଇଏଲ) ବ୍ୟବସ୍ଥା ଅଧିନରେ ଆମେରିକାର ଏହି ଉପଗ୍ରହଗୁଡିକୁ ପଠାଯାଇଛି। 509 କିଲୋମିଟର ଉଚ୍ଚରେ କୋର୍ଟୋଷ୍ଟୋର୍ଟ-3କୁ ସ୍ଥାପିତ କରାଯିବା ପରେପରେ ଏହି ନାନୋ ଉପଗ୍ରହଗୁଡିକୁ ଗୋଟିଏ ପରେ ଗୋଟିଏ ମହାକାଶକୁ ଛଡା ଯାଇଥିଲା। 

2005 ମଇ ମାସରୁ ଆଜି ପର୍ଯ୍ୟନ୍ତ କାର୍ଟୋଷ୍ଟାର୍ଟ -1 ଓ ସାତଟି କାର୍ଟୋଷ୍ଟାର୍ଟ ସମେତ ଇସ୍ରୋ ପକ୍ଷରୁ ଆଠଟି କାର୍ଟୋଷ୍ଟର୍ଟ ଉପଗ୍ରକୁ ମହାକାଶରେ ସ୍ଥାପନ କରାଯାଇ ସାରିଲାଣି। ଏହିସବୁ ଉପଗ୍ରହଗୁଡିକରୁ ବିଶେଷକରି କାର୍ଟୋଷ୍ଟାର୍ଟ-2 ସିରିଜର ଶେଷ ଟାରୋଟି ଉପଗ୍ରହ କ୍ରମାଗତ ତିନି ବର୍ଷ ଭିତରେ 1625 କିଲୋଗ୍ରାମ ଓଜନ ବିଶିଷ୍ଟ ଅଳ୍ପ ବ୍ୟବଧାନରେ ମହାକାଶରେ ସ୍ଥାପନ କରାଯାଇଥିବା ଶେଷ ଟାରୋଟି ଉପଗ୍ରହରୁ ଯେଉଁ ତଥ୍ୟସବୁ ସଂଗ୍ରହ କରାଯାଇଛି ତାହା ତୁଳନାରେ କାରୋଟଷ୍ଟ୍ର୍ଟ-3 ଅଧିକ କ୍ଷମତାଶାଳି ଓ ପୂର୍ବର 8ଟି ଯାକ ଉପଗ୍ରହ ଠାରୁ ଅଧିକ ଓଜନ ବିଶିଷ୍ଟ। ଏହା ଦେଶର ସଶସ୍ତ୍ର ବାହିନୀ ପାଇଁ ସଫଳତାର ସହ କାର୍ଯ୍ୟ କରୁଛି। ଅତ୍ୟାଧୁନିକ ଓ ନୂଆ କାରିଗରୀ ଜ୍ଞାନକୌଶଳରେ ନିର୍ମିତ ଏହି ଉପଗ୍ରହରେ ଅତ୍ୟନ୍ତ ଶକ୍ତିଶାଳି କ୍ୟାମେରା ଖଞ୍ଜାଯିବା ସଙ୍ଗେସଙ୍ଗେ ଉଚ୍ଚ ବେଗ ତଥ୍ୟ ପ୍ରଦାନ ବ୍ୟବସ୍ଥା, ଉଚ୍ଚ କଂପ୍ୟୁଟର ପ୍ରଣାଳି ତଥା ନୂଆ ଇଲେକଟ୍ରୋନିକ୍ସ କ୍ଷମତାସଂପନ୍ନ ବ୍ୟବସ୍ଥାମାନ ଖଞ୍ଜା ଯାଇଛି। 

ପୃଥ୍ୱୀ ପର୍ଯ୍ୟବେକ୍ଷଣ ଉପଗ୍ରହ କାର୍ଟୋଷ୍ଟାର୍ଟ ଶ୍ରେଣୀରେ କାର୍ଟୋଷ୍ଟର୍ଟ-3 ହେଉଛି ନବମ ଉପଗ୍ରହ, ଯେଉଁଥିରେ ପୃଥିବୀରୁ ଚିତ୍ର ଉତ୍ତୋଳନ ପାଇଁ ତୃତୀୟ ଶ୍ରେଣୀର ଅତି ତୀର୍ଯ୍ୟକ ଅପଟିକାଲ ଇମାଜିନ ଉପଗ୍ରହ ଥିବାରୁ ତାହା ଅତି ବିଚକ୍ଷଣ ଭାବରେ ମାନଚିତ୍ର ଉତ୍ତୋଳନ କରିପାରିବ। ଆମ ସୀମାରେ ମଧ୍ୟ ଏହାକୁ ସର୍ବେକ୍ଷଣ ପାଇଁ ବ୍ୟବହାର କରାଯାଇ ପାରିବ। ବର୍ତ୍ତମାନ ମହାକାଶରେ ଥିବା ଆମର ସବୁ ପୃଥ୍ୱୀ ପର୍ଯ୍ୟବେକ୍ଷଣ ଉପଗ୍ରହ ତୁଳନାରେ କାର୍ଟୋଷ୍ଟାର୍ଟ ଅତି ଶ୍ପଷ୍ଟ ଚିତ୍ର ଉତ୍ତୋଳନ କରିବାର କ୍ଷମତା ରଖିଛି । ଆମେରିକାର ମାକ୍ସାର କଂପାନୀର ୱାର୍ଲଡ ଭିଉ ତିନି ତୁଳନାରେ କାର୍ଟୋଷ୍ଟାର୍ଟ ଯଥେଷ୍ଟ ଶକ୍ତିଶାଳି। ଏହାର ଅର୍ଥ ହେଉଛି 500 କିମି ଉଚ୍ଚତାରୁ 25 ସେମି ଆକାରର ଚିତ୍ର ଉଠାଇ ପାରିବ। କାର୍ଟୋଷ୍ଟାର୍ଟ-2 ସିରିଜର ଶେଷ ଚାରୋଟି ଉପଗ୍ରହ ଯଥା 2ସି, 2ଡି,2ଇ ଓ 2ଏଫ ଉପଗ୍ରହ ଗୁଡିକ 65ସେମି ଆକାରର ଚିତ୍ର ଉତ୍ତୋଳନ କରିପାରୁଛନ୍ତି। ଯେଉଁ 13ଟି ନାନୋ ଉପଗ୍ରହକୁ ମହାକାଶକୁ ଛଡାଯାଇଛି ସେଥିମଧ୍ୟରୁ ମେସବେଡ ନାମକ ଉପଗ୍ରହ ଯୋଗାଯୋଗ, ଲକ୍ଷ୍ୟସାଧନ କରିବ ଓ ଅନ୍ୟ 12ଟି ଫ୍ଲକ-4ପି ନାନୋ ଉପଗ୍ରହ ପୃଥିବୀ ପର୍ଯ୍ୟବେକ୍ଷଣ ପାଇଁ ବ୍ୟବହାର କରାଯିବ।

ଇସ୍ରୋ ପକ୍ଷରୁ କୁହାଯାଇଛି କାର୍ଟୋଷ୍ଟାର୍ଟ ସିରିଜ ଉପଗ୍ରହଗୁଡିକରୁ ମିଳୁଥିବା ଚିତ୍ରକୁ ମାନଚିତ୍ର ଓ ନକ୍ସା ପ୍ରସ୍ତୁତି ପାଇଁ ବ୍ୟବହାର କରାଯିବା ସଙ୍ଗେସଙ୍ଗେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ବ୍ୟବହାର କରାଯାଇ ପାରିବ ତଥା ମୌଳିକ ଢାଞ୍ଚା ଯୋଜନା, ଉପଗ୍ରହରେ ଜମି ବ୍ୟବହାର ଓ ନିୟନ୍ତ୍ରଣ ଏବଂ ସଡ଼କ ପଥ ନେଟୱର୍କ ତଦାରଖ, ଜଳଗ୍ରୀଡ ତଥା ବଣ୍ଟନ, ଜମି ବ୍ୟବହାର ଯୋଗ୍ୟ ମାନଚ୍ଚିତ୍ର ସୃଷ୍ଟି ଆଦି ବିଭିନ୍ନ କାମରେ ବ୍ୟବହାର କରାଯାଇପାରିବ। 

କାରୋଟଷ୍ଟାର୍ଟ -3 ମିଶନର ସବୁଠାରୁ ଗୁରୁତ୍ୱପୂର୍ଣ ଚରିତ୍ର ହେଉଛି ଯେ ବେସରକାରୀ ଶିଳ୍ପ କ୍ଷେତ୍ରଗୁଡିକର ଅଂଶଗ୍ରହଣ ଜରିଆରେ ଉପଗ୍ରହଗୁଡିକୁ ପରୀକ୍ଷା କରିବା ଏବଂ ଏକତ୍ର ଓ ସମନ୍ୱିତ କରିବା ଲକ୍ଷ୍ୟ ରହିଛି। ଏହି ମିଶନ ସଫଳ ହୋଇଥିବାରୁ ବେସରକାରୀ ଶିଳ୍ପ କ୍ଷେତ୍ର ଦ୍ୱାରା ଏହିପରି ଉପଗ୍ରହଗୁଡିକର ବିକାଶ ପାଇଁ ରାସ୍ତା ପରିସ୍କାର ହେବ ବୋଲି ଇସ୍ରୋ ଆସା ବ୍ୟକ୍ତ କରିଛି। ବର୍ତ୍ତମାନ ଇସ୍ରୋ ପକ୍ଷରୁ ବର୍ଷକୁ 12ରୁ 18ଟି ଉପଗ୍ରହ ବିକାଶ କରିବାର ଲକ୍ଷ୍ୟ ରଖାଯାଇଛି ଓ ଆଗାମି 3 ବର୍ଷ ପାଇଁ ଇସ୍ରୋ ପକ୍ଷରୁ ଯେଉଁ 36ଟି ଉପଗ୍ରହ ବିକାଶର ଲକ୍ଷ୍ୟ ରଖାଯାଇଛି ସେଥିମଧ୍ୟରୁ 27ଟି ଉପଗ୍ରହକୁ ନିଲାମି ମାଧ୍ୟମରେ ସାମୁହିକ ଭାବେ ବିକାଶ କରାଯିବ ବୋଲି ଶୁଣିବାକୁ ମିଳୁଛି।

ଗତକାଲିର ଏହି ସଫଳ ଉତକ୍ଷେପଣ ଦ୍ୱାରା ପିଏସଏଲଭି ମହାକାଶ ଯାନ ଉପରେ ବିଶ୍ୱସନୀୟତା ପୁଣି ଥରେ ପ୍ରତିପାଦିତ ହୋଇଛି ଏବଂ ଏହା ଇସ୍ରୋର ସବୁଠାରୁ ଛାମୁଆ ମହାକାଶ ଯାନ ଭାବେ ବିବେଚିତ ହୋଇଛି। ଆଜି ପର୍ଯ୍ୟନ୍ତ ମହାକାଶକୁ ଛଡାଯାଇଥିବା 49ଟି ଉପଗ୍ରହ ମଧ୍ୟରୁ 2ଟି ଉପଗ୍ରହ ଅସଫଳ ହୋଇଛି। 1993 ମସିହାରେ ପ୍ରଥମ ଉପଗ୍ରହର ଅସଫଳ ପରେ ସେପ୍ଟୋମ୍ବର 2017 ଠାରୁ ପିଏସଏଲଭି ମହାକାଶ ଯାନ ଅତି ନିଖୁଣ ଭାବରେ ନିଜର କାର୍ଯ୍ୟ ସଂପାଦନ କରିଆସୁଛି କିନ୍ତୁ IRNSS-1H ଉପଗ୍ରହକୁ ପିଏସଏଲଭି-ସି39 ଉପଗ୍ରହରୁ କକ୍ଷପଥରୁ ଛଡାଯାଇ ପାରିନଥିଲା। କକ୍ଷପଥରେ ପହଞ୍ଚିବା ପୂର୍ବରୁ ଏହି ମହାକାଶ ଯାନର ଉତ୍ତପ୍ତ ଘୋଢଣି ଖୋଲିନଥିବାରୁ ଦ୍ୱିତୀୟ ଥର ପାଇଁ ଏହି ଅଭିଯାନ ଅସଫଳ ହୋଇଥିଲା। ପିଏସଏଲଭି ମହାକାଶ ଯାନକୁ ଭାରତର ପ୍ରଥମ ଚନ୍ଦ୍ର ମିଶନ ଦନ୍ଦ୍ର ଯାନ-1 ଓ ମଙ୍ଗଳ ଗ୍ରହକୁ ମାସ ଅରବିଟର ମିଶନ ଉତକ୍ଷେପଣ ପାଇଁ ମଧ୍ୟ ବ୍ୟବହାର କରାଯାଇଛି। ବର୍ତ୍ତମାନ ଇସ୍ରୋ ଜଣେ ପ୍ରଥମ ଭାରତୀୟଙ୍କୁ ମହାକାଶକୁ ପଠାଇବାର ଯୋଜନା ଚଳାଇଛି। 2022ରେ ଦେଶର 75ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଏକ ସ୍ୱଳ୍ପ ଉଚ୍ଚତାରେ ସ୍ଥାପନ କରାଯାଇ ପାରୁଥିବା ମହାକାଶ ଯାନରେ ମହି ପ୍ରଥମ ଭାରତୀୟଙ୍କୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଇସ୍ରୋ ଏହି ଅଭିଯାନରେ ସଫଳ ହେବ ସେଥିରେ ତିଳେମାତ୍ର ସନ୍ଦେହ ନାହିଁ। 

ଆଲେଖ୍ୟ: ବିମାନ ବସୁ

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...