Skip to main content

ମହାକାଶରେ ଭାରତର ତୀକ୍ଷ୍ଣ ଦୃଷ୍ଟି

ଗତକାଲି ଭାରତ ସତିଶ ଧବନ ମହାକାଶ କେନ୍ଦ୍ରରୁ ତୀକ୍ଷ୍ଣ ଦୃଷ୍ଟି ସଂପନ୍ନ ଉପଗ୍ରହକୁ ମହାକାଶକୁ ପ୍ରେରଣ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ, ଇସ୍ରୋର 49ତମ ପିଏସଏଲଭି-ସି47 ମହାକାଶ ଯାନରେ ଅତ୍ୟାଧୁନିକ ତୃତୀୟ ପିଢିର ଚିତ୍ର ଓ ମାନଚ୍ଚିତ୍ର ଉତ୍ତୋଳନକାରୀ କୋରଟୋଷ୍ଟାର୍ଟ-3 ଉପଗ୍ରହକୁ ସଫଳତାର ସହ କକ୍ଷପଥରେ ଉତ୍ତକ୍ଷେପଣର 17 ମିନିଟ ପରେ ସ୍ଥାପନ କରାଯାଇଛି। ଏହି ଉପଗ୍ରହରେ 6ଟି ତୀକ୍ଷ୍ଣ କ୍ୟାମେରା ରହିଛି। କାରର୍ଟୋଷ୍ଟାର୍ଟ-3 ଉପଗ୍ରହ ସହ ଆମେରିକାର 13ଟି ନାନୋ ଉପଗ୍ରହକୁ ମଧ୍ୟ ମହାକାଶକୁ ପଠାଯାଇଛି। ଭାରତୀୟ ମହାକାଶ ବିଭାଗର ନ୍ୟୁ ସ୍ପେସ ଇଣ୍ତିଆ ଲିମିଟେଡ( ଏନଏସଆଇଏଲ) ବ୍ୟବସ୍ଥା ଅଧିନରେ ଆମେରିକାର ଏହି ଉପଗ୍ରହଗୁଡିକୁ ପଠାଯାଇଛି। 509 କିଲୋମିଟର ଉଚ୍ଚରେ କୋର୍ଟୋଷ୍ଟୋର୍ଟ-3କୁ ସ୍ଥାପିତ କରାଯିବା ପରେପରେ ଏହି ନାନୋ ଉପଗ୍ରହଗୁଡିକୁ ଗୋଟିଏ ପରେ ଗୋଟିଏ ମହାକାଶକୁ ଛଡା ଯାଇଥିଲା। 

2005 ମଇ ମାସରୁ ଆଜି ପର୍ଯ୍ୟନ୍ତ କାର୍ଟୋଷ୍ଟାର୍ଟ -1 ଓ ସାତଟି କାର୍ଟୋଷ୍ଟାର୍ଟ ସମେତ ଇସ୍ରୋ ପକ୍ଷରୁ ଆଠଟି କାର୍ଟୋଷ୍ଟର୍ଟ ଉପଗ୍ରକୁ ମହାକାଶରେ ସ୍ଥାପନ କରାଯାଇ ସାରିଲାଣି। ଏହିସବୁ ଉପଗ୍ରହଗୁଡିକରୁ ବିଶେଷକରି କାର୍ଟୋଷ୍ଟାର୍ଟ-2 ସିରିଜର ଶେଷ ଟାରୋଟି ଉପଗ୍ରହ କ୍ରମାଗତ ତିନି ବର୍ଷ ଭିତରେ 1625 କିଲୋଗ୍ରାମ ଓଜନ ବିଶିଷ୍ଟ ଅଳ୍ପ ବ୍ୟବଧାନରେ ମହାକାଶରେ ସ୍ଥାପନ କରାଯାଇଥିବା ଶେଷ ଟାରୋଟି ଉପଗ୍ରହରୁ ଯେଉଁ ତଥ୍ୟସବୁ ସଂଗ୍ରହ କରାଯାଇଛି ତାହା ତୁଳନାରେ କାରୋଟଷ୍ଟ୍ର୍ଟ-3 ଅଧିକ କ୍ଷମତାଶାଳି ଓ ପୂର୍ବର 8ଟି ଯାକ ଉପଗ୍ରହ ଠାରୁ ଅଧିକ ଓଜନ ବିଶିଷ୍ଟ। ଏହା ଦେଶର ସଶସ୍ତ୍ର ବାହିନୀ ପାଇଁ ସଫଳତାର ସହ କାର୍ଯ୍ୟ କରୁଛି। ଅତ୍ୟାଧୁନିକ ଓ ନୂଆ କାରିଗରୀ ଜ୍ଞାନକୌଶଳରେ ନିର୍ମିତ ଏହି ଉପଗ୍ରହରେ ଅତ୍ୟନ୍ତ ଶକ୍ତିଶାଳି କ୍ୟାମେରା ଖଞ୍ଜାଯିବା ସଙ୍ଗେସଙ୍ଗେ ଉଚ୍ଚ ବେଗ ତଥ୍ୟ ପ୍ରଦାନ ବ୍ୟବସ୍ଥା, ଉଚ୍ଚ କଂପ୍ୟୁଟର ପ୍ରଣାଳି ତଥା ନୂଆ ଇଲେକଟ୍ରୋନିକ୍ସ କ୍ଷମତାସଂପନ୍ନ ବ୍ୟବସ୍ଥାମାନ ଖଞ୍ଜା ଯାଇଛି। 

ପୃଥ୍ୱୀ ପର୍ଯ୍ୟବେକ୍ଷଣ ଉପଗ୍ରହ କାର୍ଟୋଷ୍ଟାର୍ଟ ଶ୍ରେଣୀରେ କାର୍ଟୋଷ୍ଟର୍ଟ-3 ହେଉଛି ନବମ ଉପଗ୍ରହ, ଯେଉଁଥିରେ ପୃଥିବୀରୁ ଚିତ୍ର ଉତ୍ତୋଳନ ପାଇଁ ତୃତୀୟ ଶ୍ରେଣୀର ଅତି ତୀର୍ଯ୍ୟକ ଅପଟିକାଲ ଇମାଜିନ ଉପଗ୍ରହ ଥିବାରୁ ତାହା ଅତି ବିଚକ୍ଷଣ ଭାବରେ ମାନଚିତ୍ର ଉତ୍ତୋଳନ କରିପାରିବ। ଆମ ସୀମାରେ ମଧ୍ୟ ଏହାକୁ ସର୍ବେକ୍ଷଣ ପାଇଁ ବ୍ୟବହାର କରାଯାଇ ପାରିବ। ବର୍ତ୍ତମାନ ମହାକାଶରେ ଥିବା ଆମର ସବୁ ପୃଥ୍ୱୀ ପର୍ଯ୍ୟବେକ୍ଷଣ ଉପଗ୍ରହ ତୁଳନାରେ କାର୍ଟୋଷ୍ଟାର୍ଟ ଅତି ଶ୍ପଷ୍ଟ ଚିତ୍ର ଉତ୍ତୋଳନ କରିବାର କ୍ଷମତା ରଖିଛି । ଆମେରିକାର ମାକ୍ସାର କଂପାନୀର ୱାର୍ଲଡ ଭିଉ ତିନି ତୁଳନାରେ କାର୍ଟୋଷ୍ଟାର୍ଟ ଯଥେଷ୍ଟ ଶକ୍ତିଶାଳି। ଏହାର ଅର୍ଥ ହେଉଛି 500 କିମି ଉଚ୍ଚତାରୁ 25 ସେମି ଆକାରର ଚିତ୍ର ଉଠାଇ ପାରିବ। କାର୍ଟୋଷ୍ଟାର୍ଟ-2 ସିରିଜର ଶେଷ ଚାରୋଟି ଉପଗ୍ରହ ଯଥା 2ସି, 2ଡି,2ଇ ଓ 2ଏଫ ଉପଗ୍ରହ ଗୁଡିକ 65ସେମି ଆକାରର ଚିତ୍ର ଉତ୍ତୋଳନ କରିପାରୁଛନ୍ତି। ଯେଉଁ 13ଟି ନାନୋ ଉପଗ୍ରହକୁ ମହାକାଶକୁ ଛଡାଯାଇଛି ସେଥିମଧ୍ୟରୁ ମେସବେଡ ନାମକ ଉପଗ୍ରହ ଯୋଗାଯୋଗ, ଲକ୍ଷ୍ୟସାଧନ କରିବ ଓ ଅନ୍ୟ 12ଟି ଫ୍ଲକ-4ପି ନାନୋ ଉପଗ୍ରହ ପୃଥିବୀ ପର୍ଯ୍ୟବେକ୍ଷଣ ପାଇଁ ବ୍ୟବହାର କରାଯିବ।

ଇସ୍ରୋ ପକ୍ଷରୁ କୁହାଯାଇଛି କାର୍ଟୋଷ୍ଟାର୍ଟ ସିରିଜ ଉପଗ୍ରହଗୁଡିକରୁ ମିଳୁଥିବା ଚିତ୍ରକୁ ମାନଚିତ୍ର ଓ ନକ୍ସା ପ୍ରସ୍ତୁତି ପାଇଁ ବ୍ୟବହାର କରାଯିବା ସଙ୍ଗେସଙ୍ଗେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ବ୍ୟବହାର କରାଯାଇ ପାରିବ ତଥା ମୌଳିକ ଢାଞ୍ଚା ଯୋଜନା, ଉପଗ୍ରହରେ ଜମି ବ୍ୟବହାର ଓ ନିୟନ୍ତ୍ରଣ ଏବଂ ସଡ଼କ ପଥ ନେଟୱର୍କ ତଦାରଖ, ଜଳଗ୍ରୀଡ ତଥା ବଣ୍ଟନ, ଜମି ବ୍ୟବହାର ଯୋଗ୍ୟ ମାନଚ୍ଚିତ୍ର ସୃଷ୍ଟି ଆଦି ବିଭିନ୍ନ କାମରେ ବ୍ୟବହାର କରାଯାଇପାରିବ। 

କାରୋଟଷ୍ଟାର୍ଟ -3 ମିଶନର ସବୁଠାରୁ ଗୁରୁତ୍ୱପୂର୍ଣ ଚରିତ୍ର ହେଉଛି ଯେ ବେସରକାରୀ ଶିଳ୍ପ କ୍ଷେତ୍ରଗୁଡିକର ଅଂଶଗ୍ରହଣ ଜରିଆରେ ଉପଗ୍ରହଗୁଡିକୁ ପରୀକ୍ଷା କରିବା ଏବଂ ଏକତ୍ର ଓ ସମନ୍ୱିତ କରିବା ଲକ୍ଷ୍ୟ ରହିଛି। ଏହି ମିଶନ ସଫଳ ହୋଇଥିବାରୁ ବେସରକାରୀ ଶିଳ୍ପ କ୍ଷେତ୍ର ଦ୍ୱାରା ଏହିପରି ଉପଗ୍ରହଗୁଡିକର ବିକାଶ ପାଇଁ ରାସ୍ତା ପରିସ୍କାର ହେବ ବୋଲି ଇସ୍ରୋ ଆସା ବ୍ୟକ୍ତ କରିଛି। ବର୍ତ୍ତମାନ ଇସ୍ରୋ ପକ୍ଷରୁ ବର୍ଷକୁ 12ରୁ 18ଟି ଉପଗ୍ରହ ବିକାଶ କରିବାର ଲକ୍ଷ୍ୟ ରଖାଯାଇଛି ଓ ଆଗାମି 3 ବର୍ଷ ପାଇଁ ଇସ୍ରୋ ପକ୍ଷରୁ ଯେଉଁ 36ଟି ଉପଗ୍ରହ ବିକାଶର ଲକ୍ଷ୍ୟ ରଖାଯାଇଛି ସେଥିମଧ୍ୟରୁ 27ଟି ଉପଗ୍ରହକୁ ନିଲାମି ମାଧ୍ୟମରେ ସାମୁହିକ ଭାବେ ବିକାଶ କରାଯିବ ବୋଲି ଶୁଣିବାକୁ ମିଳୁଛି।

ଗତକାଲିର ଏହି ସଫଳ ଉତକ୍ଷେପଣ ଦ୍ୱାରା ପିଏସଏଲଭି ମହାକାଶ ଯାନ ଉପରେ ବିଶ୍ୱସନୀୟତା ପୁଣି ଥରେ ପ୍ରତିପାଦିତ ହୋଇଛି ଏବଂ ଏହା ଇସ୍ରୋର ସବୁଠାରୁ ଛାମୁଆ ମହାକାଶ ଯାନ ଭାବେ ବିବେଚିତ ହୋଇଛି। ଆଜି ପର୍ଯ୍ୟନ୍ତ ମହାକାଶକୁ ଛଡାଯାଇଥିବା 49ଟି ଉପଗ୍ରହ ମଧ୍ୟରୁ 2ଟି ଉପଗ୍ରହ ଅସଫଳ ହୋଇଛି। 1993 ମସିହାରେ ପ୍ରଥମ ଉପଗ୍ରହର ଅସଫଳ ପରେ ସେପ୍ଟୋମ୍ବର 2017 ଠାରୁ ପିଏସଏଲଭି ମହାକାଶ ଯାନ ଅତି ନିଖୁଣ ଭାବରେ ନିଜର କାର୍ଯ୍ୟ ସଂପାଦନ କରିଆସୁଛି କିନ୍ତୁ IRNSS-1H ଉପଗ୍ରହକୁ ପିଏସଏଲଭି-ସି39 ଉପଗ୍ରହରୁ କକ୍ଷପଥରୁ ଛଡାଯାଇ ପାରିନଥିଲା। କକ୍ଷପଥରେ ପହଞ୍ଚିବା ପୂର୍ବରୁ ଏହି ମହାକାଶ ଯାନର ଉତ୍ତପ୍ତ ଘୋଢଣି ଖୋଲିନଥିବାରୁ ଦ୍ୱିତୀୟ ଥର ପାଇଁ ଏହି ଅଭିଯାନ ଅସଫଳ ହୋଇଥିଲା। ପିଏସଏଲଭି ମହାକାଶ ଯାନକୁ ଭାରତର ପ୍ରଥମ ଚନ୍ଦ୍ର ମିଶନ ଦନ୍ଦ୍ର ଯାନ-1 ଓ ମଙ୍ଗଳ ଗ୍ରହକୁ ମାସ ଅରବିଟର ମିଶନ ଉତକ୍ଷେପଣ ପାଇଁ ମଧ୍ୟ ବ୍ୟବହାର କରାଯାଇଛି। ବର୍ତ୍ତମାନ ଇସ୍ରୋ ଜଣେ ପ୍ରଥମ ଭାରତୀୟଙ୍କୁ ମହାକାଶକୁ ପଠାଇବାର ଯୋଜନା ଚଳାଇଛି। 2022ରେ ଦେଶର 75ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଏକ ସ୍ୱଳ୍ପ ଉଚ୍ଚତାରେ ସ୍ଥାପନ କରାଯାଇ ପାରୁଥିବା ମହାକାଶ ଯାନରେ ମହି ପ୍ରଥମ ଭାରତୀୟଙ୍କୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଇସ୍ରୋ ଏହି ଅଭିଯାନରେ ସଫଳ ହେବ ସେଥିରେ ତିଳେମାତ୍ର ସନ୍ଦେହ ନାହିଁ। 

ଆଲେଖ୍ୟ: ବିମାନ ବସୁ

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...