ୟୁରୋପୀୟ ସଂଘ ସମେତ 19 ଟି ସଦସ୍ୟ ରାଷ୍ଟ୍ରକୁ ନେଇ ବିଶ୍ୱର 20ଟି ଉନ୍ନତ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ନେଇ ଜି-20 ରାଷ୍ଟ୍ରସମୁହ ଗଠନ କରାଯାଇଛି। ଗତ ଜୁନ ମାସରେ ଓସାକା ଠାରେ ଅନୁଷ୍ଠିତ ଚତୁର୍ଦଶ ଶୀଖର ବୈଠକ ପରେପରେ ଜାପାନ ନାଗୋୟା ନଗରୀରେ ବୈଦେଶିକ ମନ୍ତ୍ରୀମାନଙ୍କର ଏକ ବୈଠକ ଆୟୋଜନା କରିଥିଲା। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସେହି ବୈଠକରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ବୈଦେଶିକ ମନ୍ତ୍ରୀମାନଙ୍କର ସେହି ବୈଠକର ଅଧିବେଶନଗୁଡିକରେ ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ଓ ବିଶ୍ୱ ଆର୍ଥିକ ସ୍ଥିତିରେ ମନ୍ଥରତା ବିଷୟରେ ଆଲୋଚନା କରିଥିଲେ।
ଜି-20 ବୈଦେଶିକ ମନ୍ତ୍ରୀମାନଙ୍କ ଅଧ୍ୟକ୍ଷ ଜାପାନର ବୈଦେଶିକ ମନ୍ତ୍ରୀ ତୋସେମିଶୁ ମୋଟେଗି କହିଥିଲେ ବିଶ୍ୱ ବାଣିଜ୍ୟ ସଂଗଠନରେ ତୁରନ୍ତ ସଂସ୍କାର ଆବଶ୍ୟକତା ପ୍ରତି ଜି-20 ବୈଦେଶିକ ମନ୍ତ୍ରୀମାନେ ରାଜି ହୋଇଥିବାରୁ ଏହା ଅନେକ ସାମ୍ପ୍ରତିକ ସମସ୍ୟାଗୁଡିକୁ ଦୂର କରିପାରିବ। ବିବାଦ ସମାଧାନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବିଶ୍ୱ ବାଣିଜ୍ୟ ସଂଗଠନ ପ୍ରୟାସ କରୁ ବୋଲି ଓସାକାରେ ଅନୁଷ୍ଠିତ ରାଷ୍ଟ୍ରମୁଖ୍ୟ ଶିଖର ବୈଠକରେ ସଦସ୍ୟ ରାଷ୍ଟ୍ରମାନେ ଇଛା ବ୍ୟକ୍ତ କରିଥିଲେ । ଶ୍ରୀ ମୋଟେଗି କହିଥିଲେ ପ୍ରସ୍ଥାବିତ ଏସିଆ ପ୍ରଶାନ୍ତ ମହାସାଗରୀୟ ମୁକ୍ତ ବାଣିଜ୍ୟ ରାଜିନାମା (APFTA)କୁ ଚୂଡାନ୍ତ କରିବା ପାଇଁ କଥାବାର୍ତ୍ତାକୁ ଆଗେଇ ନେବାକୁ ନିଷ୍ପତ୍ତି ନେବା ସଙ୍ଗେସଙ୍ଗେ ଭାରତ ସମେତ 16ଟି ଯାକ ମୂଳ ସଦସ୍ୟ ରାଷ୍ଟ୍ର ଦ୍ୱାରା ଏହାର ଅନୁମୋଦନ କରାଯାଉ ବୋଲି ଇଛା ବ୍ୟକ୍ତ କରିଥିଲେ। ସେହି ବୈଠକ ଅବସରରେ ଏହି ପ୍ରସଙ୍ଗ ଏବଂ ଏହାର ବାସ୍ତବତା କ୍ଷେତ୍ରରେ ନିଜ ନିଜର ସରକାରୀ ସ୍ଥିତି ସଂକ୍ରାନ୍ତରେ ବୈଦେଶିକ ମନ୍ତ୍ରୀମାନେ ଦର୍ଶାଇଥିଲେ ଏବଂ କୌଶଣି ପ୍ରକାର ସମ୍ୱେଦନ ଶୀଳ ପ୍ରସଙ୍ଗ ଉପରେ ସହମତ ହେବା ପାଇଁ ଅନୁଚ୍ଛା ପ୍ରକାଶ କରିଥିଲେ।
ବର୍ତମାନ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଉ ତିନି ବ୍ରଷ ପରେ ଅର୍ଥାତ 2022 ମସିହାରେ ଭାରତ ଜି-20 ଶିର୍ଷ ବୈଠକର ଆୟୋଜନ କରିବାକୁ ଯାଉଥିବାରୁ ଜି-20 କାର୍ଯ୍ୟସୂଚିର ରୂପରେଖ ପ୍ରସ୍ତୁତ କରିବା ଏବଂ ବିଶ୍ୱ ଅର୍ଥନୀକୁ ଅଭିବୃଦ୍ଧି ପଥରେ ଆଗେଇନେବାକୁ ଭାରତର ଭୂମିକାକୁ ବିଶ୍ୱ ସ୍ତରୀୟ ବଡବଡ ଆର୍ଥିକ ପ୍ରତିଷ୍ଠାନ ଗୁଡିକ ନିଶ୍ଚିତ ଭାବେ ନିଘା ରଖିବେ।
1999 ମସିହାରେ ଗଠିତ ଜି-20 ରାଷ୍ଟ୍ରସମୁହ କେବଳ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ଫୋରମରେ ସୀମିତ ଥିଲା କିନ୍ତୁ 2008 ମସିହାରେ ରାଷ୍ଟ୍ର ମୁଖିଆମାନଙ୍କୁ ସାମିଲ କରାଯାଇ ଏହି ରାଷ୍ଟ୍ର ସମୁହକୁ ଆହୁରି ମଜବୁତ କରାଯିବା ଦ୍ୱାରା ବିଶ୍ୱ ସ୍ତରୀୟ ଆର୍ଥିକ ସଂକଟକୁ ଫଳପ୍ରଦ ମୁକାବିଲା କରାଯାଇ ପାରୁଛି। ସେହି ଦିନରୁ ଜି-20 ରାଷ୍ଟ୍ର ସମୁହ ଅନ୍ତର୍ଜାତୀୟ ଅର୍ତନୈତିକ ସହଯୋଗ କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଫୋରମ ଭାବେ ଉଭା ହୋଇଚି। ଜି-20 ସଦସ୍ୟ ରାଷ୍ଟ୍ରମାନେ ଶତକଡା 85 ଭାଗ ବିଶ୍ୱ ସ୍ତରୀୟ ମୋଟ ଦେଶୀୟ ଉତ୍ପାଦନ ଜିଡିପିର ଭାଗିଦାରୀ ଅଛନ୍ତି ଏବଂ ଶତକଡା 75 ଭାଗ ବିଶ୍ୱ ସ୍ତରୀୟ କାରବାରରେ ସଂଶ୍ଳିଷ୍ଟ ରହିଥିବା ସଙ୍ଗେସଙ୍ଗେ ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶ ଜନସଂଖ୍ୟା ଜି-20ରେ ରହିଛନ୍ତି। ଏପର୍ଯ୍ୟନ୍ତ ଅନୁଷ୍ଠିତ ସବୁ ଜି-20 ବୈଠକରେ ଭାରତ ଯୋଗଦେଇ ଆସିଛି ଏବଂ ସପ୍ତଦଶ ଜି-20 ଶୀଖର ବୈଠକର ଆୟୋଜନ ପାଇଁ ଆଗ୍ରହର ସହ ଅପେକ୍ଷା କରିଛି।
ଆମେରିକା ଓ ଚିନ ମଧ୍ୟରେ ଶୁଳ୍କ ଯୁଦ୍ଧ ପରିପୃଷ୍ଠରେ ନାଗୋୟା ଠାରେ ଅନୁଷ୍ଠିତ ବୈଦେଶିକ ମାନଙ୍କ ବୈଠକରେ ଆଲୋଚନା ହେବା ପରେପରେ ଜୁନ ମାସରେ ଅନୁଷ୍ଠିତ ଓସାକା ଶିଖର ବୈଠକ ପରିପ୍ରେକ୍ଷୀରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ପଦକ୍ଷେପଗୁଡିକ ସଂକ୍ତ୍ରାନ୍ତରେ ଆଲୋଚନା କରାଯାଇଥିଲା। ଶକ୍ତି ନିରାପତ୍ତା, ଆର୍ଥିକ ସ୍ଥିରତା, ଦୁର୍ବିପାକ ମୁକାବିଲା ମୌଳିକ ଢାଞ୍ଚା, ବହୁପକ୍ଷୀୟ ସଂସ୍ଥାଗୁଡିକରେ ସଂସ୍କାର ,ଖାଦ୍ୟ ନିରାପତ୍ତା, ଅର୍ଥନୈତିକ ପଳାତକ, ଜ୍ଞାନକୌଶଳର ଗଣତାନ୍ତ୍ରୀକତା ଏବଂ ସାମାଜିକ ନିରାପତ୍ତା ଯୋଜନା ଆଦି ଭାରତ ପାଇଁ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମେରିକାର ବୈଦେଶିକମନ୍ତ୍ରୀଙ୍କ ଅନୁପସ୍ଥିତିରେ କେତେକ ସଦସ୍ୟ ରାଷ୍ଟ୍ର ସୁରକ୍ଷାବାଦ ଓ ଏକତରଫା କଟକଣା ପ୍ରସଙ୍ଗ ଉତ୍ଥାପନ କରିଥିଲେ।
ସେହି ବୈଠକରେ ଭୂରାଜନୀତି ଏବଂ ବାଣିଜ୍ୟ ଉତ୍ତେଜନା ଓ ନିରନ୍ତର ବିକାଶ ଦିଗରେ ପ୍ରଗତି ସଙ୍ଗେସଙ୍ଗେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବିଶ୍ୱ ବାଣିଜ୍ୟ ସଂଗଠନ ଦ୍ୱାରା ଉପସ୍ଥାପିତ ବିବାଦୀୟ ସଂସ୍କାର ପ୍ରସ୍ଥାବ ଗୁଡିକ ଉପରେ ଆଲୋଚନା କରିବା ପାଇଁ ଏହି ବୈଠକ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡିକୁ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଥିଲା।
ଜି-20 ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଚିନ, ଜାପାନ, କୋରିଆ ସାଧାରଣତନ୍ତ୍ର, ନେଦରଲ୍ୟାଣ୍ତ, ସ୍ପେନ, ସିଙ୍ଗାପୁର, ଅଷ୍ଟ୍ରେଲିଆ, ଚିଲି ଓ ଫ୍ରାନ୍ସର ବୈଦେଶିକ ମନ୍ତ୍ରୀମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ।
ଶ୍ରୀ ଜୟଶଙ୍କର ଫ୍ରାନ୍ସ ବୈଦେଶିକ ମନ୍ତ୍ରୀଙ୍କ ସହ ଭାରତ ପ୍ରଶାନ୍ତ ମହାସାଗରୀୟ ସାମରିକ ଦୃଶ୍ୟପଟ୍ଟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସ୍ପେନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ୟୁରୋପୀୟ ସଂଘ ସହ ଭାରତର ଭବିଷ୍ୟତ ସଂପର୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଚିଲିର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ ବେଳେ ସହଯୋଗ ପରିବ୍ୟାପ୍ତ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ସଂକ୍ତାନ୍ତରେ ଆଲୋଚନା କରିଥିଲେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଷ୍କଟ ମୋରିସନଙ୍କ ଆଗାମୀ ଭାରତ ଗସ୍ତ ସଂକ୍ରାନ୍ତରେ ମଧ୍ୟ ଶ୍ରୀ ଜୟଶଙ୍କର ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।
ସର୍ବପରି ଦେଖିବାକୁ ଗଲେ ଜି-20 ବୈଠକ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରୀୟ ପ୍ରସଙ୍ଗଗୁଡିକ ଉପରେ ଭାରତର ମତାମତ ପରିପ୍ରକାଶ ପାଇଁ ସର୍ବୋତ୍ତମ ସୁବିଧା ପ୍ରଦାନ କରିଛି।
ଆଲେଖ୍ୟ: ରଂଜୀତ କୁମାର
ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ
Comments
Post a Comment