Skip to main content

ଜାପାନରେ ଜି-20 ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ

ୟୁରୋପୀୟ ସଂଘ ସମେତ 19 ଟି ସଦସ୍ୟ ରାଷ୍ଟ୍ରକୁ ନେଇ ବିଶ୍ୱର 20ଟି ଉନ୍ନତ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ନେଇ ଜି-20 ରାଷ୍ଟ୍ରସମୁହ ଗଠନ କରାଯାଇଛି। ଗତ ଜୁନ ମାସରେ ଓସାକା ଠାରେ ଅନୁଷ୍ଠିତ ଚତୁର୍ଦଶ ଶୀଖର ବୈଠକ ପରେପରେ ଜାପାନ ନାଗୋୟା ନଗରୀରେ ବୈଦେଶିକ ମନ୍ତ୍ରୀମାନଙ୍କର ଏକ ବୈଠକ ଆୟୋଜନା କରିଥିଲା। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସେହି ବୈଠକରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ବୈଦେଶିକ ମନ୍ତ୍ରୀମାନଙ୍କର ସେହି ବୈଠକର ଅଧିବେଶନଗୁଡିକରେ ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ଓ ବିଶ୍ୱ ଆର୍ଥିକ ସ୍ଥିତିରେ ମନ୍ଥରତା ବିଷୟରେ ଆଲୋଚନା କରିଥିଲେ। 

ଜି-20 ବୈଦେଶିକ ମନ୍ତ୍ରୀମାନଙ୍କ ଅଧ୍ୟକ୍ଷ ଜାପାନର ବୈଦେଶିକ ମନ୍ତ୍ରୀ ତୋସେମିଶୁ ମୋଟେଗି କହିଥିଲେ ବିଶ୍ୱ ବାଣିଜ୍ୟ ସଂଗଠନରେ ତୁରନ୍ତ ସଂସ୍କାର ଆବଶ୍ୟକତା ପ୍ରତି ଜି-20 ବୈଦେଶିକ ମନ୍ତ୍ରୀମାନେ ରାଜି ହୋଇଥିବାରୁ ଏହା ଅନେକ ସାମ୍ପ୍ରତିକ ସମସ୍ୟାଗୁଡିକୁ ଦୂର କରିପାରିବ। ବିବାଦ ସମାଧାନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବିଶ୍ୱ ବାଣିଜ୍ୟ ସଂଗଠନ ପ୍ରୟାସ କରୁ ବୋଲି ଓସାକାରେ ଅନୁଷ୍ଠିତ ରାଷ୍ଟ୍ରମୁଖ୍ୟ ଶିଖର ବୈଠକରେ ସଦସ୍ୟ ରାଷ୍ଟ୍ରମାନେ ଇଛା ବ୍ୟକ୍ତ କରିଥିଲେ । ଶ୍ରୀ ମୋଟେଗି କହିଥିଲେ ପ୍ରସ୍ଥାବିତ ଏସିଆ ପ୍ରଶାନ୍ତ ମହାସାଗରୀୟ ମୁକ୍ତ ବାଣିଜ୍ୟ ରାଜିନାମା (APFTA)କୁ ଚୂଡାନ୍ତ କରିବା ପାଇଁ କଥାବାର୍ତ୍ତାକୁ ଆଗେଇ ନେବାକୁ ନିଷ୍ପତ୍ତି ନେବା ସଙ୍ଗେସଙ୍ଗେ ଭାରତ ସମେତ 16ଟି ଯାକ ମୂଳ ସଦସ୍ୟ ରାଷ୍ଟ୍ର ଦ୍ୱାରା ଏହାର ଅନୁମୋଦନ କରାଯାଉ ବୋଲି ଇଛା ବ୍ୟକ୍ତ କରିଥିଲେ। ସେହି ବୈଠକ ଅବସରରେ ଏହି ପ୍ରସଙ୍ଗ ଏବଂ ଏହାର ବାସ୍ତବତା କ୍ଷେତ୍ରରେ ନିଜ ନିଜର ସରକାରୀ ସ୍ଥିତି ସଂକ୍ରାନ୍ତରେ ବୈଦେଶିକ ମନ୍ତ୍ରୀମାନେ ଦର୍ଶାଇଥିଲେ ଏବଂ କୌଶଣି ପ୍ରକାର ସମ୍ୱେଦନ ଶୀଳ ପ୍ରସଙ୍ଗ ଉପରେ ସହମତ ହେବା ପାଇଁ ଅନୁଚ୍ଛା ପ୍ରକାଶ କରିଥିଲେ।

ବର୍ତମାନ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଉ ତିନି ବ୍ରଷ ପରେ ଅର୍ଥାତ 2022 ମସିହାରେ ଭାରତ ଜି-20 ଶିର୍ଷ ବୈଠକର ଆୟୋଜନ କରିବାକୁ ଯାଉଥିବାରୁ ଜି-20 କାର୍ଯ୍ୟସୂଚିର ରୂପରେଖ ପ୍ରସ୍ତୁତ କରିବା ଏବଂ ବିଶ୍ୱ ଅର୍ଥନୀକୁ ଅଭିବୃଦ୍ଧି ପଥରେ ଆଗେଇନେବାକୁ ଭାରତର ଭୂମିକାକୁ ବିଶ୍ୱ ସ୍ତରୀୟ ବଡବଡ ଆର୍ଥିକ ପ୍ରତିଷ୍ଠାନ ଗୁଡିକ ନିଶ୍ଚିତ ଭାବେ ନିଘା ରଖିବେ।

1999 ମସିହାରେ ଗଠିତ ଜି-20 ରାଷ୍ଟ୍ରସମୁହ କେବଳ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ଫୋରମରେ ସୀମିତ ଥିଲା କିନ୍ତୁ 2008 ମସିହାରେ ରାଷ୍ଟ୍ର ମୁଖିଆମାନଙ୍କୁ ସାମିଲ କରାଯାଇ ଏହି ରାଷ୍ଟ୍ର ସମୁହକୁ ଆହୁରି ମଜବୁତ କରାଯିବା ଦ୍ୱାରା ବିଶ୍ୱ ସ୍ତରୀୟ ଆର୍ଥିକ ସଂକଟକୁ ଫଳପ୍ରଦ ମୁକାବିଲା କରାଯାଇ ପାରୁଛି। ସେହି ଦିନରୁ ଜି-20 ରାଷ୍ଟ୍ର ସମୁହ ଅନ୍ତର୍ଜାତୀୟ ଅର୍ତନୈତିକ ସହଯୋଗ କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଫୋରମ ଭାବେ ଉଭା ହୋଇଚି। ଜି-20 ସଦସ୍ୟ ରାଷ୍ଟ୍ରମାନେ ଶତକଡା 85 ଭାଗ ବିଶ୍ୱ ସ୍ତରୀୟ ମୋଟ ଦେଶୀୟ ଉତ୍ପାଦନ ଜିଡିପିର ଭାଗିଦାରୀ ଅଛନ୍ତି ଏବଂ ଶତକଡା 75 ଭାଗ ବିଶ୍ୱ ସ୍ତରୀୟ କାରବାରରେ ସଂଶ୍ଳିଷ୍ଟ ରହିଥିବା ସଙ୍ଗେସଙ୍ଗେ ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶ ଜନସଂଖ୍ୟା ଜି-20ରେ ରହିଛନ୍ତି। ଏପର୍ଯ୍ୟନ୍ତ ଅନୁଷ୍ଠିତ ସବୁ ଜି-20 ବୈଠକରେ ଭାରତ ଯୋଗଦେଇ ଆସିଛି ଏବଂ ସପ୍ତଦଶ ଜି-20 ଶୀଖର ବୈଠକର ଆୟୋଜନ ପାଇଁ ଆଗ୍ରହର ସହ ଅପେକ୍ଷା କରିଛି। 

ଆମେରିକା ଓ ଚିନ ମଧ୍ୟରେ ଶୁଳ୍କ ଯୁଦ୍ଧ ପରିପୃଷ୍ଠରେ ନାଗୋୟା ଠାରେ ଅନୁଷ୍ଠିତ ବୈଦେଶିକ ମାନଙ୍କ ବୈଠକରେ ଆଲୋଚନା ହେବା ପରେପରେ ଜୁନ ମାସରେ ଅନୁଷ୍ଠିତ ଓସାକା ଶିଖର ବୈଠକ ପରିପ୍ରେକ୍ଷୀରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ପଦକ୍ଷେପଗୁଡିକ ସଂକ୍ତ୍ରାନ୍ତରେ ଆଲୋଚନା କରାଯାଇଥିଲା। ଶକ୍ତି ନିରାପତ୍ତା, ଆର୍ଥିକ ସ୍ଥିରତା, ଦୁର୍ବିପାକ ମୁକାବିଲା ମୌଳିକ ଢାଞ୍ଚା, ବହୁପକ୍ଷୀୟ ସଂସ୍ଥାଗୁଡିକରେ ସଂସ୍କାର ,ଖାଦ୍ୟ ନିରାପତ୍ତା, ଅର୍ଥନୈତିକ ପଳାତକ, ଜ୍ଞାନକୌଶଳର ଗଣତାନ୍ତ୍ରୀକତା ଏବଂ ସାମାଜିକ ନିରାପତ୍ତା ଯୋଜନା ଆଦି ଭାରତ ପାଇଁ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମେରିକାର ବୈଦେଶିକମନ୍ତ୍ରୀଙ୍କ ଅନୁପସ୍ଥିତିରେ କେତେକ ସଦସ୍ୟ ରାଷ୍ଟ୍ର ସୁରକ୍ଷାବାଦ ଓ ଏକତରଫା କଟକଣା ପ୍ରସଙ୍ଗ ଉତ୍ଥାପନ କରିଥିଲେ।

ସେହି ବୈଠକରେ ଭୂରାଜନୀତି ଏବଂ ବାଣିଜ୍ୟ ଉତ୍ତେଜନା ଓ ନିରନ୍ତର ବିକାଶ ଦିଗରେ ପ୍ରଗତି ସଙ୍ଗେସଙ୍ଗେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବିଶ୍ୱ ବାଣିଜ୍ୟ ସଂଗଠନ ଦ୍ୱାରା ଉପସ୍ଥାପିତ ବିବାଦୀୟ ସଂସ୍କାର ପ୍ରସ୍ଥାବ ଗୁଡିକ ଉପରେ ଆଲୋଚନା କରିବା ପାଇଁ ଏହି ବୈଠକ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡିକୁ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଥିଲା।

ଜି-20 ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଚିନ, ଜାପାନ, କୋରିଆ ସାଧାରଣତନ୍ତ୍ର, ନେଦରଲ୍ୟାଣ୍ତ, ସ୍ପେନ, ସିଙ୍ଗାପୁର, ଅଷ୍ଟ୍ରେଲିଆ, ଚିଲି ଓ ଫ୍ରାନ୍ସର ବୈଦେଶିକ ମନ୍ତ୍ରୀମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ।

ଶ୍ରୀ ଜୟଶଙ୍କର ଫ୍ରାନ୍ସ ବୈଦେଶିକ ମନ୍ତ୍ରୀଙ୍କ ସହ ଭାରତ ପ୍ରଶାନ୍ତ ମହାସାଗରୀୟ ସାମରିକ ଦୃଶ୍ୟପଟ୍ଟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସ୍ପେନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ୟୁରୋପୀୟ ସଂଘ ସହ ଭାରତର ଭବିଷ୍ୟତ ସଂପର୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଚିଲିର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ ବେଳେ ସହଯୋଗ ପରିବ୍ୟାପ୍ତ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ସଂକ୍ତାନ୍ତରେ ଆଲୋଚନା କରିଥିଲେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଷ୍କଟ ମୋରିସନଙ୍କ ଆଗାମୀ ଭାରତ ଗସ୍ତ ସଂକ୍ରାନ୍ତରେ ମଧ୍ୟ ଶ୍ରୀ ଜୟଶଙ୍କର ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ସର୍ବପରି ଦେଖିବାକୁ ଗଲେ ଜି-20 ବୈଠକ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରୀୟ ପ୍ରସଙ୍ଗଗୁଡିକ ଉପରେ ଭାରତର ମତାମତ ପରିପ୍ରକାଶ ପାଇଁ ସର୍ବୋତ୍ତମ ସୁବିଧା ପ୍ରଦାନ କରିଛି।

ଆଲେଖ୍ୟ: ରଂଜୀତ କୁମାର

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...