Skip to main content

ରାଜ୍ୟ ସଭାର 250ତମ ଅଧିବେଶନ

ଭାରତୀୟ ପାର୍ଲାମେଣ୍ଟର ଉଚ୍ଚ ସଦନ, ରାଜ୍ୟ ସଭା ଇତିମଧ୍ୟରେ 250 ତମ ଅଧିବେଶନରେ ପହଞ୍ଚିଛି। ଯାହାକି ଭାରତର ରାଜନୈତିକ ଗଣତନ୍ତ୍ରର ଏକ ମାଇଲ ଖୁଣ୍ଟ। 1952 ମସିହାରେ ଏହାର ସ୍ଥାପନା ପରେ ରାଜ୍ୟ ସଭା ଦେଶର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଆସିଛି। 1952ରେ ହିନ୍ଦୁ ବିବାହ ଏବଂ ବିଚ୍ଛେଦ ବିଲ ଠାରୁ ନେଇ 2019ରେ ମୁସଲମାନ ମହିଳା ବିବାହ ସୁରକ୍ଷା ଅଧିକାର ବିଲ ଓ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ ପର୍ଯ୍ୟନ୍ତ ରାଜ୍ୟ ସଭା ଭାରତର ରାଜନୈତିକ ଇତିହାସରେ ବର୍ଣ୍ଣଳ ପ୍ରଭାବ ପକାଇଛି।

ଉପରାଷ୍ଟ୍ରପତି ଏବଂ ରାଜ୍ୟ ସବାର ଉପାଧ୍ୟକ୍ଷ ଏମ. ଭେଙ୍କିୟା ନାଇଡୁ ଯଥାର୍ଥରେ କହିଛନ୍ତି ଯେ ରାଜ୍ୟ ସଭା ଦେଶର ଆବଶ୍ୟକତା ଏବଂ ସମସ୍ୟାର ଯଥାଯଥ ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ତଥାପି ଆହୁରି କିଛି ବାଟ ଯିବାକୁ ଅଛି।

1952 ମଇ 13 ତାରିଖରେ ଏହାର ପ୍ରଥମ ଅଧିବେଶନରୁ 2019 ଅଗଷ୍ଟ 7 ତାରିଖର 249 ଅଧିବେଶନ ପର୍ଯ୍ୟନ୍ତ ରାଜ୍ୟ ସଭା ମୋଟ 5,466ଟି କାର୍ଯ୍ୟ ଦିବସ ସଂପନ୍ନ କରିଛି। ଏହି ସମୟରେ ମୋଟ 3,817ଟି ବିଲ ପାସ ହୋଇଛି ଯେଉଁଥିରେ 108ଟି ସାମ୍ୱିଧାନିକ ସଂଶୋଧନ ବିଲ ଅନ୍ତର୍ଭୁକ୍ତ। ବିଗତ 67 ବର୍ଷରେ 2,282 ଜଣ ସଦସ୍ୟ ଏହି ଗାରିମାମୟ ସଦନରେ ସାଂସଦ ହେବାର ସୁଯୋଗ ପାଇଛନ୍ତି ଯେଉଁଥିରୁ 208 ଜଣ ହେଉଛନ୍ତି ମହିଳା ଏବଂ 137 ମନୋନିତ ସାଂସଦ ଅଛନ୍ତି। ଭାରତୀୟ ଗଣତାନ୍ତ୍ରୀକ ବ୍ୟବସ୍ଥାରେ ଲୋକସଭା ପ୍ରତି ପାଞ୍ଚ ବର୍ଷରେ ଥରେ ଭଙ୍ଗ ହେଉଥିବା ବେଳେ ରାଜ୍ୟସଭା ସେହିପରି କାର୍ଯ୍ୟକ୍ଷମ ରହିଥାଏ।

ରାଜ୍ୟ ସଭାର ଚଳିତ 250ତମ ଅଧିବେଶନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥାର୍ଥରେ କହିଛନ୍ତି ଯେ ରାଜ୍ୟ ସଭା ଦେଶର ବିବିଧତାକୁ ପ୍ରତିନିଧିତ୍ୱ କରୁଛି ଏବଂ ଦେଶର ସଂଘୀୟ ଢାଞ୍ଚାର ପ୍ରତିଫଳିତ କରୁଛି। ବିଗତ ଛଅ ଦଶନ୍ଧି ଧରି ଏହା ଦେଶର ସାମାଜିକ- ଆର୍ଥିକ ପରିବର୍ତ୍ତନର ଅଂଶବିଶେଷ ଥିବାବେଳେ ଦେଶ ଗଠନରେ ଅତୁଳନୀୟ ଅବଦାନ ଗ୍ରହଣ କରିଛି। ତେଣିକି ତାହା ନିରକ୍ଷରତା, ରୋଗ, ବେକାରି, ସନ୍ତ୍ରାସବାଦ, ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବିଷମତା ବିରୁଦ୍ଧରେ ସଂଗ୍ରମ ହେଉ ଅବା ଜଳବାୟୁ ପରିବର୍ତ୍ତନ ପାଇଁ ସମାଧାନ ହେଉ ସବୁଥିରେ ରାଜ୍ୟ ସଭାର ଅବଦାନକୁ କମ କରାଯାଇ ପାରିବ ନାହିଁ।

ବିଗତ ଦିନରେ ଜିଏସଟି, ତିନି ତଲାକ, ଧାରା 370 ରାଜ୍ୟ ସଭା ପାସ କରିଛି। ସମ୍ୱିଧାନ ପ୍ରଣେତା ବାବା ସାହେବ ଭିମରାଓ ଆମ୍ୱେଦକର ରାଜ୍ୟ ସଭାରେ ଦୁଇ ଥର ସଦସ୍ୟ ହୋଇଛନ୍ତି। 2003ରେ ରାଜ୍ୟ ସଭାର 200ତମ ଅଧିବେଶନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀ କହିଥିଲେ ଯେ କେହି ବି ଆମର ଦ୍ୱିତୀୟ ସଦନକୁ ହେୟ ଭାବିବା ଉଚିତ ନୁହେଁ। କାରଣ ଏଠାରେ ଉଚ୍ଚ ବିଦ୍ୱାନ ବ୍ୟକ୍ତିମାନେ ଆସିଥାନ୍ତି। ରାଜ୍ୟ ସଭାର ପରମ୍ପରା ଆମ ପାଇଁ ଗର୍ବର ବିଷୟ। 



ଆଲେଖ୍ୟ: ଶଙ୍କର କୁମାର

ଭାଷାନ୍ତର: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...