Skip to main content

ଭବିଷ୍ୟତ ଅଭିବୃଦ୍ଧି ପାଇଁ ଭାରତ- ଭୁଟାନ ସଂପର୍କ ପ୍ରଗତି ପଥରେ

ଭୁଟାନ ବୈଦେଶିକ ମନ୍ତ୍ରୀ ଡକ୍ଟର ଲୋନପୋ ଟାଣ୍ତି ଦୋର୍ଜିଙ୍କ ସପ୍ତାହ ବ୍ୟାପି ଭାରତ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଦ୍ବିପକ୍ଷୀୟ ସଂପର୍କ ଏକ ନୂଆ ସୋପାନରେ ପହଞ୍ଚିଛି। ଡକ୍ଟର ଦୋର୍ଜିଙ୍କ ଭାରତ ଗସ୍ତ କାଳରେ ସେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସହ ଦ୍ବିପକ୍ଷୀୟ ବୈଠକ ଗୁଡିକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଭାରତ ଓ ଭୁଟାନ ମଧ୍ୟରେ ମୋଟାମୋଟି ସଂପର୍କ ବିଷୟକୁ ସମୀକ୍ଷା କରିଥିଲେ। ଅର୍ଥନୀତିକ ସହଯୋଗ, ଉନ୍ନୟନ ଭାଗିଦାରୀ ଏବଂ ଜଳ ବିଦ୍ୟୁତ କ୍ଷେତ୍ରରେ ସହଯୋଗ ସମେତ ଦ୍ବିପକ୍ଷୀୟ ସଂପର୍କର ବିଭିନ୍ନ ଦିଗ ଗୁଡିକ ସଂପର୍କରେ ଉଭୟ ପକ୍ଷ ଆଲୋଚନା କରିଥିଲେ। ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ସାକ୍ଷାତ କରିବା ପୂର୍ବରୁ ଡକ୍ଟର ଦୋର୍ଜି ବୈଦେଶିକ ସଚିବ ବିଜୟ ଗୋଖଲେଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ନୂଆଦିଲ୍ଲୀ ଗସ୍ତ ସାରି ଡକ୍ଟର ଦୋର୍ଜି ବିହାରର ବୋଧଗୟା ଓ ରାଜଗିରି ପରିଦର୍ଶନରେ ଯିବେ। ସେଠାରୁ ସେ କୋଲକାତା ଯିବେ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ସାକ୍ଷାତ କରିବେ।

ଦୁଇ ଦେଶ ମଧ୍ୟରେ ଉଚ୍ଚ ସ୍ତରୀୟ ମତାମତ ଓ ଭାବ ବିନିମୟ ପାଇଁ ନିୟମିତ ଗସ୍ତ ପରମ୍ପରା ଅନୁଯାୟୀ ଡକ୍ଟର ଦୋର୍ଜି ଭାରତ ଗସ୍ତରେ ଆସିଛନ୍ତି। 2019 ନଭେମ୍ବର 7 ତାରିଖରେ ସେ ଦେଶର ପ୍ରଧାନମନ୍ତ୍ରୀ ଲୋତୟେ ଶେରିଙ୍ଗଙ୍କ ଶାସନ କାଳ ବର୍ଷେ ପୂରଣ ଅବସରରେ ସେ ଦେଶର ଏହି ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛି। ଭୁଟାନରେ ଉନ୍ନୟନ ମୂଳକ ପ୍ରକଳ୍ପ ବିଶେଷକରି ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରକଳ୍ପଗୁଡିକର ରୂପାୟନ ପାଇଁ ପାଣ୍ଠିର ଅଭାବ ଯୋଗୁଁ ଶେରିଙ୍ଗ ସରକାର ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଦ୍ୱାଦଶ ଯୋଜନା କାଳରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭୁଟାନର 3.5 ବିଲିୟନ ମୁଦ୍ରା ଦିଆଯାଇଥିବାବେଳେ ଆହୁରି 13 ବିଲିୟନ ମୁଦ୍ରାର ଆବଶ୍ୟକତା ରହିଛି। ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଭୁଟାନ ସରକାରଙ୍କ ବିଦେଶି ଋଣ ପରିମାଣ ବୃଦ୍ଧି, ବାଣିଜ୍ୟ ନିଅଣ୍ଟ, ଏଫଡିଆଇରେ ମନ୍ଥରତା ଏବଂ ଦେଶକୁ ବିଦେଶୀ ପୁଞ୍ଜି ନିବେଶ ହ୍ରାସ ପାଇବା ଯୋଗୁଁ ସେଠାକାର ସରକାର ଭିନ୍ନ ଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭୁଟାନ ସରକାରଙ୍କ ପକ୍ଷରୁ ଆର୍ଥିକ ସଂସ୍କାର ପ୍ରର୍କିୟା ଗ୍ରହଣ କରାଯାଇଥିବା ସତ୍ତ୍ୱେ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେଠାକାର ସରକାର ଉଦ୍ୟମ ଚଳାଇଛନ୍ତି।

ଭାରତ ଓ ଭୁଟାନ ମଧ୍ୟରେ ଉଚ୍ଚ ସ୍ତରୀୟ ଭାବ ବିନିମୟକୁ ନୂଆ କରି ତ୍ୱରାନ୍ୱିତ କରିବା ସକାଶେ ଡକ୍ଟର ଦୋର୍ଜିଙ୍କ ଏହି ଗସ୍ତ ପ୍ରତିଫଳନ କରୁଛି। ଉଭୟ ଦେଶ ମଧ୍ୟରେ ଆପୋଷ ବିଶ୍ୱାସ, ସଦିଚ୍ଛା ଓ ବିଝାମଣା ଭିତ୍ତିକ ବହୁ ପୁରୁଣା ଓ ପରିକ୍ଷିତ ଦ୍ୱିପକ୍ଷୀୟ ସଂପର୍କ ରହିଆସିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିମ୍ପୁ ଗସ୍ତର ଚାରି ମାସ ପରେ ସେ ଦେଶ ପକ୍ଷରୁ ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି। ପୂର୍ବରୁ କାର୍ଯ୍ୟଭାର ସମ୍ଭାଳିବା ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପଡୋଶୀ ଦେଶ ପ୍ରଥମେ ନୀତି ଅଧିନରେ ଥିମ୍ପୁ ଗସ୍ତରେ ଯାଇଥିଲେ ଏବଂ ତାହା ଡକ୍ଟର ଜୟଶଙ୍କରଙ୍କର ପ୍ରଥମ ବିଦେଶ ଗସ୍ତ ଥିଲା। ତାପୂର୍ବରୁ ଭୁଟାନ ପ୍ରଧାନମନ୍ତ୍ରୀ ଲୋତୟ ଶେରିଙ୍ଗ୍ ଡିସେମ୍ୱର 2018ରେ ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିଥିଲେ।

1968 ମସିହାରେ ଭାରତ ଓ ଭୁଟାନ ମଧ୍ୟରେ କୂଟନୀତିକ ସଂପର୍କ ସ୍ଥାପନ ହେବା ଦିନରୁ ଦୁଇ ଦେଶ ମଧ୍ୟରେ ଏହି ସଂପର୍କ ଦକ୍ଷିଣ ଏସିଆରେ ଏକ ଆଖିଦୃଶିଆ ପଡୋଶୀ ସଂପର୍କର ମର୍ଯ୍ୟଦା ହାସଲ କରିଛି। ଦୁଇ ଦେଶ ମଧ୍ୟରେ ଆପୋଷ ବିଶ୍ୱାସ, ବୁଝାମଣା ଓ ପରିପକ୍ୱତା ଏହି ସଂପର୍କକୁ ଶୀର୍ଷରେ ପହଞ୍ଚାଇଛି। 1949 ମସିହାରେ ସ୍ୱାକ୍ଷରିତ ଭାରତ- ଭୁଟାନ ବଂଧୁତ୍ୱ ଓ ସହଯୋଗ ଚୁକ୍ତି ଏହି ସଂପର୍କ କ୍ଷେତ୍ରରେ ଏକ ମାଇଲଖୁଣ୍ଟି ବୋଲି ବିବେଚନା କରାଯାଉଛି। ଏଠାରେ ସ୍ମରଣଯୋଗ୍ୟ 1949 ମସିହାରେ ସେହି ଚୁକ୍ତି 2007 ଫେବୃୟାରୀ ମାସରେ ସଂଶୋଧିତ ହୋଇଥିଲା ଏବଂ ନୂଆ ରୂପରେଖ ଦିଆଯାଇଥିଲା। ଏହି ଚୁକ୍ତି ଅଧିନରେ ଦୁଇ ଦେଶ ମଧ୍ୟରେ ସୀମାକୁ ଖୋଲା ରଖିବା, ଏବଂ ନିରାପତ୍ତା ସହଯୋଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାକୁ ସୁଗମ କରାଯାଇ ପାରିଛି ଏବଂ ଦୁଇ ଦେଶ ମଧ୍ୟରେ ଜନ ସଂପର୍କ ଆହୁରି ଘନିଷ୍ଠ ହୋଇ ପାରିଛି। ଦୁଇ ଦେଶ ମଧ୍ୟରେ ଅନେକ ବିଷମତା ସତ୍ତ୍ୱେ ଉଭୟ ଦେଶ ପରସ୍ପର ଉପରେ ନିର୍ଭରଶୀଳ ବୋଲି ଅନୁଭବ କରୁଛନ୍ତି ଏବଂ ଅର୍ଥନୈତିକ ଅଭିବୃଦ୍ଧି, ଗଣତନ୍ତ୍ର ଏକତ୍ରୀକରଣ ଓ ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠା ଦିଗରେ ଉଦ୍ୟମ ପାଇଁ ଉଭୟ ଦେଶ ଭାଗିଦାରି ବୋଲି ବିଶ୍ୱାସ କରନ୍ତି। ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଜଳସଂପଦ, ବାଣିଜ୍ୟ, ଗମନାଗମନ, ଅର୍ଥନୈତିକ ସହଯୋଗ, ନିରାପତ୍ତା ଏବଂ ସୀମା ପରିଚାଳନା ଆଦି କ୍ଷେତ୍ରରେ ଅନେକ ଦ୍ୱିପକ୍ଷୀୟ ଅନୁଷ୍ଠାନଗତ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି।

ଇତିମଧ୍ୟମରେ ଭାରତୀୟ ପର୍ଯ୍ୟଟକମାନଙ୍କ ଠାରୁ ଶୁଳ୍କ ଆଦାୟ କରିବାକୁ ଭୁଟାନ ନିଷ୍ପତ୍ତି ନେଇଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ବାରତୀୟ ପର୍ଯ୍ୟଟକମାନଙ୍କ ଠାରୁ ଭୁଟାନ କୌଣସି ଶୁଳ୍କ ନେଉନାହିଁ। ବର୍ତ୍ତମାନ ହିମାଳୟ ପାର୍ବତ୍ୟ ଘେରା ସେହି ରାଷ୍ଟ୍ରକୁ ଭାରତର ବହୁ ସଂଖ୍ୟକ ପର୍ଯ୍ୟଟକ ଯାଉଛନ୍ତି ଏବଂ କେବଳ 2018 ମସିହାରେ ପୁରା ଦକ୍ଷିଣ ଏସିଆରୁ ଯେତିକି ପର୍ଯ୍ୟଟକ ଭୁଟାନ ଯାଇଛନ୍ତି ସେଥିମଧ୍ୟରୁ ଅଧାରୁ ଅଧିକ ଭାରତୀୟ ରହିଛନ୍ତି। ଭୁଟାନର ପର୍ଯ୍ୟଟନ କର୍ତ୍ତୃପକ୍ଷ ନିରନ୍ତର ଉନ୍ନୟନ ଫି ନେବାକୁ ଭାବିଛନ୍ତି କିନ୍ତୁ ଏ ବିଷୟରେ କିଛି ସ୍ଥିର କରାଯାଇ ନାହିଁ। ଏଥି ସହିତ ଅନୁମତି ଫି ମଧ୍ୟ ଲାଗୁ କରାଯିବ। ଭୁଟାନରେ ପରିବେଶ ଅତ୍ୟନ୍ତ ସମ୍ୱେଦନଶୀଳ ହୋଇଥିବା ଦୃଷ୍ଟିରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଥିରେ ସମତୁଳତା ରକ୍ଷା କରିବା ପାଇଁ ଏହି ଫି ଲାଗୁ କରିବାକୁ ସେଠାକାର ସରକାର ଚିନ୍ତା କରୁଛନ୍ତି।

ଡକ୍ଟର ଦୋର୍ଜିଙ୍କ ଏହି ଗସ୍ତ ରାଜନୈତିକ ଓ ଧାର୍ମିକ ଦୃଷ୍ଟିରୁ ମିଶ୍ରିତ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ତାଙ୍କର ଏହି ଗସ୍ତ ସୀମାରେ ଅର୍ଥନୈତିକ ସହଯୋଗ ବୃଦ୍ଧି ପାଇଁ ଲକ୍ଷ୍ୟ ମଧ୍ୟ ରହିଛି। ଦୁଇ ଦେଶ ମଧ୍ୟରେ ଉପସ୍ଥିତ ସଂପର୍କକୁ ଆହୁରି ମଜବୁତ କରିବା ଏବଂ କୂଟନୈତିକ ସଂପର୍କକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ତାଙ୍କର ଏହି ଗ୍ସତର ମଧ୍ୟ ଲକ୍ଷ୍ୟ ରହିଛି। ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ଦ୍ୱୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏବଂ ଦ୍ୱିପକ୍ଷୀୟ ସଂପର୍କକୁ ଶିର୍ଷରେ ପହଞ୍ଚାଇବା ପାଇଁ ନୂଆ ନୂଆ ବ୍ୟବସ୍ଥା ଖୋଜି ବାହାର କରିଛନ୍ତି.। ଉଭୟ ନେତା ଜଳବାୟୁ ପରିବର୍ତ୍ତନ, ମୌଳିକ ଢାଞ୍ଚା, ନିରାପତ୍ତା, ସାମରିକ ପ୍ରସଙ୍ଗ ଏବଂ ଦ୍ୱାଦଶ ପଞ୍ଚ ବାର୍ଷିକ ଯୋଜନା କାଳରେ ଭୁଟାନକୁ ଭାରତର ବୈଷୟୀକ ଅର୍ଥନୈତିକ ସହାୟତା ପ୍ରସଙ୍ଗ ଉପରେ ମଧ୍ୟ ତର୍ଜମା କରିଛନ୍ତି। ପରିବର୍ତ୍ତନଶୀଳ ଆଞ୍ଚଳିକ ଏବଂ ବିଶ୍ୱ ପରିସ୍ଥିତି ସହ ଖାପ ଖୁଆଇଲା ଭଳି ଦ୍ୱିପକ୍ଷୀୟ ସଂପର୍କକୁ ଉନ୍ନତ କରିବା ପାଇଁ ମଧ୍ୟ ଉଭୟ ନେତା ଏକମତ ହୋଇଛନ୍ତି।

ଆଲେଖ୍ୟ: ଡକ୍ଟର ନିହାର ରଞ୍ଜନ ନାୟକ

ଭାବାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...