Skip to main content

ଭବିଷ୍ୟତ ଅଭିବୃଦ୍ଧି ପାଇଁ ଭାରତ- ଭୁଟାନ ସଂପର୍କ ପ୍ରଗତି ପଥରେ

ଭୁଟାନ ବୈଦେଶିକ ମନ୍ତ୍ରୀ ଡକ୍ଟର ଲୋନପୋ ଟାଣ୍ତି ଦୋର୍ଜିଙ୍କ ସପ୍ତାହ ବ୍ୟାପି ଭାରତ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଦ୍ବିପକ୍ଷୀୟ ସଂପର୍କ ଏକ ନୂଆ ସୋପାନରେ ପହଞ୍ଚିଛି। ଡକ୍ଟର ଦୋର୍ଜିଙ୍କ ଭାରତ ଗସ୍ତ କାଳରେ ସେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସହ ଦ୍ବିପକ୍ଷୀୟ ବୈଠକ ଗୁଡିକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଭାରତ ଓ ଭୁଟାନ ମଧ୍ୟରେ ମୋଟାମୋଟି ସଂପର୍କ ବିଷୟକୁ ସମୀକ୍ଷା କରିଥିଲେ। ଅର୍ଥନୀତିକ ସହଯୋଗ, ଉନ୍ନୟନ ଭାଗିଦାରୀ ଏବଂ ଜଳ ବିଦ୍ୟୁତ କ୍ଷେତ୍ରରେ ସହଯୋଗ ସମେତ ଦ୍ବିପକ୍ଷୀୟ ସଂପର୍କର ବିଭିନ୍ନ ଦିଗ ଗୁଡିକ ସଂପର୍କରେ ଉଭୟ ପକ୍ଷ ଆଲୋଚନା କରିଥିଲେ। ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ସାକ୍ଷାତ କରିବା ପୂର୍ବରୁ ଡକ୍ଟର ଦୋର୍ଜି ବୈଦେଶିକ ସଚିବ ବିଜୟ ଗୋଖଲେଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ନୂଆଦିଲ୍ଲୀ ଗସ୍ତ ସାରି ଡକ୍ଟର ଦୋର୍ଜି ବିହାରର ବୋଧଗୟା ଓ ରାଜଗିରି ପରିଦର୍ଶନରେ ଯିବେ। ସେଠାରୁ ସେ କୋଲକାତା ଯିବେ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ସାକ୍ଷାତ କରିବେ।

ଦୁଇ ଦେଶ ମଧ୍ୟରେ ଉଚ୍ଚ ସ୍ତରୀୟ ମତାମତ ଓ ଭାବ ବିନିମୟ ପାଇଁ ନିୟମିତ ଗସ୍ତ ପରମ୍ପରା ଅନୁଯାୟୀ ଡକ୍ଟର ଦୋର୍ଜି ଭାରତ ଗସ୍ତରେ ଆସିଛନ୍ତି। 2019 ନଭେମ୍ବର 7 ତାରିଖରେ ସେ ଦେଶର ପ୍ରଧାନମନ୍ତ୍ରୀ ଲୋତୟେ ଶେରିଙ୍ଗଙ୍କ ଶାସନ କାଳ ବର୍ଷେ ପୂରଣ ଅବସରରେ ସେ ଦେଶର ଏହି ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛି। ଭୁଟାନରେ ଉନ୍ନୟନ ମୂଳକ ପ୍ରକଳ୍ପ ବିଶେଷକରି ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରକଳ୍ପଗୁଡିକର ରୂପାୟନ ପାଇଁ ପାଣ୍ଠିର ଅଭାବ ଯୋଗୁଁ ଶେରିଙ୍ଗ ସରକାର ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଦ୍ୱାଦଶ ଯୋଜନା କାଳରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭୁଟାନର 3.5 ବିଲିୟନ ମୁଦ୍ରା ଦିଆଯାଇଥିବାବେଳେ ଆହୁରି 13 ବିଲିୟନ ମୁଦ୍ରାର ଆବଶ୍ୟକତା ରହିଛି। ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଭୁଟାନ ସରକାରଙ୍କ ବିଦେଶି ଋଣ ପରିମାଣ ବୃଦ୍ଧି, ବାଣିଜ୍ୟ ନିଅଣ୍ଟ, ଏଫଡିଆଇରେ ମନ୍ଥରତା ଏବଂ ଦେଶକୁ ବିଦେଶୀ ପୁଞ୍ଜି ନିବେଶ ହ୍ରାସ ପାଇବା ଯୋଗୁଁ ସେଠାକାର ସରକାର ଭିନ୍ନ ଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭୁଟାନ ସରକାରଙ୍କ ପକ୍ଷରୁ ଆର୍ଥିକ ସଂସ୍କାର ପ୍ରର୍କିୟା ଗ୍ରହଣ କରାଯାଇଥିବା ସତ୍ତ୍ୱେ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେଠାକାର ସରକାର ଉଦ୍ୟମ ଚଳାଇଛନ୍ତି।

ଭାରତ ଓ ଭୁଟାନ ମଧ୍ୟରେ ଉଚ୍ଚ ସ୍ତରୀୟ ଭାବ ବିନିମୟକୁ ନୂଆ କରି ତ୍ୱରାନ୍ୱିତ କରିବା ସକାଶେ ଡକ୍ଟର ଦୋର୍ଜିଙ୍କ ଏହି ଗସ୍ତ ପ୍ରତିଫଳନ କରୁଛି। ଉଭୟ ଦେଶ ମଧ୍ୟରେ ଆପୋଷ ବିଶ୍ୱାସ, ସଦିଚ୍ଛା ଓ ବିଝାମଣା ଭିତ୍ତିକ ବହୁ ପୁରୁଣା ଓ ପରିକ୍ଷିତ ଦ୍ୱିପକ୍ଷୀୟ ସଂପର୍କ ରହିଆସିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିମ୍ପୁ ଗସ୍ତର ଚାରି ମାସ ପରେ ସେ ଦେଶ ପକ୍ଷରୁ ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି। ପୂର୍ବରୁ କାର୍ଯ୍ୟଭାର ସମ୍ଭାଳିବା ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପଡୋଶୀ ଦେଶ ପ୍ରଥମେ ନୀତି ଅଧିନରେ ଥିମ୍ପୁ ଗସ୍ତରେ ଯାଇଥିଲେ ଏବଂ ତାହା ଡକ୍ଟର ଜୟଶଙ୍କରଙ୍କର ପ୍ରଥମ ବିଦେଶ ଗସ୍ତ ଥିଲା। ତାପୂର୍ବରୁ ଭୁଟାନ ପ୍ରଧାନମନ୍ତ୍ରୀ ଲୋତୟ ଶେରିଙ୍ଗ୍ ଡିସେମ୍ୱର 2018ରେ ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିଥିଲେ।

1968 ମସିହାରେ ଭାରତ ଓ ଭୁଟାନ ମଧ୍ୟରେ କୂଟନୀତିକ ସଂପର୍କ ସ୍ଥାପନ ହେବା ଦିନରୁ ଦୁଇ ଦେଶ ମଧ୍ୟରେ ଏହି ସଂପର୍କ ଦକ୍ଷିଣ ଏସିଆରେ ଏକ ଆଖିଦୃଶିଆ ପଡୋଶୀ ସଂପର୍କର ମର୍ଯ୍ୟଦା ହାସଲ କରିଛି। ଦୁଇ ଦେଶ ମଧ୍ୟରେ ଆପୋଷ ବିଶ୍ୱାସ, ବୁଝାମଣା ଓ ପରିପକ୍ୱତା ଏହି ସଂପର୍କକୁ ଶୀର୍ଷରେ ପହଞ୍ଚାଇଛି। 1949 ମସିହାରେ ସ୍ୱାକ୍ଷରିତ ଭାରତ- ଭୁଟାନ ବଂଧୁତ୍ୱ ଓ ସହଯୋଗ ଚୁକ୍ତି ଏହି ସଂପର୍କ କ୍ଷେତ୍ରରେ ଏକ ମାଇଲଖୁଣ୍ଟି ବୋଲି ବିବେଚନା କରାଯାଉଛି। ଏଠାରେ ସ୍ମରଣଯୋଗ୍ୟ 1949 ମସିହାରେ ସେହି ଚୁକ୍ତି 2007 ଫେବୃୟାରୀ ମାସରେ ସଂଶୋଧିତ ହୋଇଥିଲା ଏବଂ ନୂଆ ରୂପରେଖ ଦିଆଯାଇଥିଲା। ଏହି ଚୁକ୍ତି ଅଧିନରେ ଦୁଇ ଦେଶ ମଧ୍ୟରେ ସୀମାକୁ ଖୋଲା ରଖିବା, ଏବଂ ନିରାପତ୍ତା ସହଯୋଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାକୁ ସୁଗମ କରାଯାଇ ପାରିଛି ଏବଂ ଦୁଇ ଦେଶ ମଧ୍ୟରେ ଜନ ସଂପର୍କ ଆହୁରି ଘନିଷ୍ଠ ହୋଇ ପାରିଛି। ଦୁଇ ଦେଶ ମଧ୍ୟରେ ଅନେକ ବିଷମତା ସତ୍ତ୍ୱେ ଉଭୟ ଦେଶ ପରସ୍ପର ଉପରେ ନିର୍ଭରଶୀଳ ବୋଲି ଅନୁଭବ କରୁଛନ୍ତି ଏବଂ ଅର୍ଥନୈତିକ ଅଭିବୃଦ୍ଧି, ଗଣତନ୍ତ୍ର ଏକତ୍ରୀକରଣ ଓ ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠା ଦିଗରେ ଉଦ୍ୟମ ପାଇଁ ଉଭୟ ଦେଶ ଭାଗିଦାରି ବୋଲି ବିଶ୍ୱାସ କରନ୍ତି। ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଜଳସଂପଦ, ବାଣିଜ୍ୟ, ଗମନାଗମନ, ଅର୍ଥନୈତିକ ସହଯୋଗ, ନିରାପତ୍ତା ଏବଂ ସୀମା ପରିଚାଳନା ଆଦି କ୍ଷେତ୍ରରେ ଅନେକ ଦ୍ୱିପକ୍ଷୀୟ ଅନୁଷ୍ଠାନଗତ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି।

ଇତିମଧ୍ୟମରେ ଭାରତୀୟ ପର୍ଯ୍ୟଟକମାନଙ୍କ ଠାରୁ ଶୁଳ୍କ ଆଦାୟ କରିବାକୁ ଭୁଟାନ ନିଷ୍ପତ୍ତି ନେଇଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ବାରତୀୟ ପର୍ଯ୍ୟଟକମାନଙ୍କ ଠାରୁ ଭୁଟାନ କୌଣସି ଶୁଳ୍କ ନେଉନାହିଁ। ବର୍ତ୍ତମାନ ହିମାଳୟ ପାର୍ବତ୍ୟ ଘେରା ସେହି ରାଷ୍ଟ୍ରକୁ ଭାରତର ବହୁ ସଂଖ୍ୟକ ପର୍ଯ୍ୟଟକ ଯାଉଛନ୍ତି ଏବଂ କେବଳ 2018 ମସିହାରେ ପୁରା ଦକ୍ଷିଣ ଏସିଆରୁ ଯେତିକି ପର୍ଯ୍ୟଟକ ଭୁଟାନ ଯାଇଛନ୍ତି ସେଥିମଧ୍ୟରୁ ଅଧାରୁ ଅଧିକ ଭାରତୀୟ ରହିଛନ୍ତି। ଭୁଟାନର ପର୍ଯ୍ୟଟନ କର୍ତ୍ତୃପକ୍ଷ ନିରନ୍ତର ଉନ୍ନୟନ ଫି ନେବାକୁ ଭାବିଛନ୍ତି କିନ୍ତୁ ଏ ବିଷୟରେ କିଛି ସ୍ଥିର କରାଯାଇ ନାହିଁ। ଏଥି ସହିତ ଅନୁମତି ଫି ମଧ୍ୟ ଲାଗୁ କରାଯିବ। ଭୁଟାନରେ ପରିବେଶ ଅତ୍ୟନ୍ତ ସମ୍ୱେଦନଶୀଳ ହୋଇଥିବା ଦୃଷ୍ଟିରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଥିରେ ସମତୁଳତା ରକ୍ଷା କରିବା ପାଇଁ ଏହି ଫି ଲାଗୁ କରିବାକୁ ସେଠାକାର ସରକାର ଚିନ୍ତା କରୁଛନ୍ତି।

ଡକ୍ଟର ଦୋର୍ଜିଙ୍କ ଏହି ଗସ୍ତ ରାଜନୈତିକ ଓ ଧାର୍ମିକ ଦୃଷ୍ଟିରୁ ମିଶ୍ରିତ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ତାଙ୍କର ଏହି ଗସ୍ତ ସୀମାରେ ଅର୍ଥନୈତିକ ସହଯୋଗ ବୃଦ୍ଧି ପାଇଁ ଲକ୍ଷ୍ୟ ମଧ୍ୟ ରହିଛି। ଦୁଇ ଦେଶ ମଧ୍ୟରେ ଉପସ୍ଥିତ ସଂପର୍କକୁ ଆହୁରି ମଜବୁତ କରିବା ଏବଂ କୂଟନୈତିକ ସଂପର୍କକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ତାଙ୍କର ଏହି ଗ୍ସତର ମଧ୍ୟ ଲକ୍ଷ୍ୟ ରହିଛି। ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ଦ୍ୱୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏବଂ ଦ୍ୱିପକ୍ଷୀୟ ସଂପର୍କକୁ ଶିର୍ଷରେ ପହଞ୍ଚାଇବା ପାଇଁ ନୂଆ ନୂଆ ବ୍ୟବସ୍ଥା ଖୋଜି ବାହାର କରିଛନ୍ତି.। ଉଭୟ ନେତା ଜଳବାୟୁ ପରିବର୍ତ୍ତନ, ମୌଳିକ ଢାଞ୍ଚା, ନିରାପତ୍ତା, ସାମରିକ ପ୍ରସଙ୍ଗ ଏବଂ ଦ୍ୱାଦଶ ପଞ୍ଚ ବାର୍ଷିକ ଯୋଜନା କାଳରେ ଭୁଟାନକୁ ଭାରତର ବୈଷୟୀକ ଅର୍ଥନୈତିକ ସହାୟତା ପ୍ରସଙ୍ଗ ଉପରେ ମଧ୍ୟ ତର୍ଜମା କରିଛନ୍ତି। ପରିବର୍ତ୍ତନଶୀଳ ଆଞ୍ଚଳିକ ଏବଂ ବିଶ୍ୱ ପରିସ୍ଥିତି ସହ ଖାପ ଖୁଆଇଲା ଭଳି ଦ୍ୱିପକ୍ଷୀୟ ସଂପର୍କକୁ ଉନ୍ନତ କରିବା ପାଇଁ ମଧ୍ୟ ଉଭୟ ନେତା ଏକମତ ହୋଇଛନ୍ତି।

ଆଲେଖ୍ୟ: ଡକ୍ଟର ନିହାର ରଞ୍ଜନ ନାୟକ

ଭାବାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...