Skip to main content

ସିପିଇସିକୁ ନେଇ ଆମେରିକାର ପାକିସ୍ତାନକୁ ଚେତାବନୀ  

2013 ମସିହାରୁ ଆରମ୍ଭ ହୋଇଥିବା ଚୀନର ବିଆରଆଇ ବା ବେଲ୍ଟ ଓ ସଡକ ଉଦ୍ୟମ ପ୍ରକଳ୍ପ ବା ଚୀନ-ପାକିସ୍ତାନ ଅର୍ଥନୈତିକ କୋରିଡର (ସିପିଇସି) ଯୋଗୁଁ ଭାରତର ଉଦବେଗ ବୃଦ୍ଧି ପାଇଛି | ଏହାଯୋଗୁଁ ଭାରତର ସାର୍ବଭୌମତ୍ଵ ତଥା ଏହି ଅଞ୍ଚଳରେ ନିୟମ ଭିତ୍ତିକ ଧାରା ଲଙ୍ଘନ ହେବ ବୋଲି ଭାରତ ଆଶଙ୍କା ପ୍ରକାଶ କରିଛି | ଆଇନଗତ ଭାବେ ଏକ ଦୃଢ ଆଭିମୁଖ୍ଯ ଗ୍ରହଣ କରି ଭାରତ ସିପିଇସିକୁ ବିରୋଧ କରିଛି | ପ୍ରକୃତରେ ଦେଖିବାକୁ ଗଲେ ଭାରତ ହେଉଛି ପ୍ରଥମ ଦେଶ ଯିଏକି ବିଆରଆଇକୁ ବିରୋଧ କରିଛି ଏବଂ ପୂର୍ବରୁ ଚୀନରେ ଅନୁଷ୍ଠିତ ବେଲ୍ଟ ଓ ସଡକ ପଥ ଫୋରମରେ ଯୋଗ ଦେବାପାଇଁ ନୂଆଦିଲ୍ଲୀ କୌଣସି ପ୍ରତିନିଧିଙ୍କୁ ପଠାଇନାହିଁ | ବିଆରଆଇ ସଙ୍କ୍ରାନ୍ତରେ ଭାରତର ଆଭିମୁଖ୍ୟ ଅପରିବର୍ତ୍ତିତ ରହିଛି | ପାକିସ୍ତାନ ଅଧିକୃତ କାଶ୍ମୀର ଇଲାକା ଦେଇ ବିଆରଆଇର ଏହି ପ୍ରମୁଖ କୋରିଡର ସିପିଇସିକୁ ଭାରତ ବିରୋଧ କରିଆସୁଛି କାରଣ ଭାରତର କହିବା କଥା ହେଲା ସାର୍ବଭୌମତ୍ଵ ଓ ଅଖଣ୍ଡତା ପ୍ରତି ନୂଆଦିଲ୍ଲୀର ଉଦବେଗକୁ ତଥାକଥିତ ଏହି ପ୍ରକଳ୍ପରେ ଧ୍ୟାନ ଦିଆଯାଇନାହିଁ |

ଏହି ପ୍ରକଳ୍ପକୁ ନେଇ କେବଳ ଭାରତ ନୁହେଁ ଆହୁରି ଅନେକ ଦେଶ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି | ଦକ୍ଷିଣ ଓ ମଧ୍ୟ ଏସିଆ ବ୍ୟାପାର ପାଇଁ ଆମେରିକାର ଅସ୍ଥାୟୀ ସହକାରୀ ବୈଦେଶିକ ମନ୍ତ୍ରୀ ଏଲିସ ୱେଲ୍ସ ୱାସିଙ୍ଗଟନ ଡ଼ିସି ସ୍ଥିତ ବିଦ୍ଵାନ ମାନଙ୍କ ପାଇଁ ଉଡ୍ରୋ ୱିଲସନ ଆନ୍ତର୍ଜାତୀୟ କେନ୍ଦ୍ରରେ ମନ୍ତବ୍ୟ ଦେବା ବେଳେ କହିଛନ୍ତି ବିଆରଆଇ କୋରିଡର ର ଭୂରାଜନୈତିକ ସ୍ୱରୂପ ସଙ୍କ୍ରାନ୍ତରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ରହିଛି | ଏହି ପ୍ରକଳ୍ପର କୌଣସି ଅର୍ଥନୈତିକ ଭିତ୍ତିଭୂମି ନାହିଁ ଏବଂ ଏହା ଭାରତର ସାର୍ବଭୌମତ୍ଵକୁ ଅତିକ୍ରମଣ କରୁଥିବା ଉଦବେଗ ପ୍ରତି ଆମେରିକା ସହମତ ରହିଛି |

ଚୀନ ଓ ପାକିସ୍ତାନ ମଧ୍ୟରେ ଗୁପ୍ତ ସମ୍ପର୍କ ଏବଂ ବିଶେଷକରି ସିପିଇସି ପ୍ରକଳ୍ପ ଦ୍ଵାରା ଭାରତର ସାର୍ବଭୌମ୍ୟ ଅଧିକାର ଲଙ୍ଘନ ହେଉଛି ବୋଲି ନୂଆଦିଲ୍ଲୀର ଆଭିମୁଖ୍ୟକୁ ଶ୍ରୀମତୀ ୱେଲ୍ସଙ୍କ ଏହି ବିବୃତ୍ତି ପ୍ରତିଫଳନ କରୁଛି ଏବଂ ସେହି ଅଞ୍ଚଳରେ ଚୀନର ଜବରଦଖଲ ଏବଂ ବିଆରଆଇ ପ୍ରକଳ୍ପ ଉପରେ ଭାରତ ଓ ଆମେରିକା ପକ୍ଷରୁ ସମାନ ପ୍ରକାରର ଉଦବେଗ ପ୍ରକାଶ କରାଯାଉଛି | ଏହା ଦ୍ଵାରା ଦୁଇ ଦେଶର ସ୍ଵାର୍ଥ ଓ ସାଧାରଣ ଉଦବେଗ ସମାନ ପ୍ରକାର ବୋଲି ଏଥିରୁ ପ୍ରତିଫଳିତ ହୋଇଛି | ବିଆରଆଇ ପ୍ରକଳ୍ପ ପ୍ରତି ଅନ୍ୟ ଦେଶ ମାନଙ୍କ ଦ୍ଵାରା ବିଶ୍ୱାସଯୋଗ୍ୟ, ଦୀର୍ଘସ୍ଥାୟୀ ଏବଂ ବିକଳ୍ପ ପନ୍ଥା ଅବଲମ୍ବନ ପାଇଁ ଦିଆଯାଇଥିବା ଆହ୍ଵାନକୁ ଭାରତ ସହ ଜାପାନ ମଧ୍ୟ ସମର୍ଥନ ଜଣାଇଛି | ଏସିଆ-ଆଫ୍ରିକା ବିକାଶ କୋରିଡର (ଏଏଜିସି) ଏବଂ ଜାପାନ ସହ ସହଭାଗିତାରେ କଲମ୍ବୋ ବନ୍ଦର ଠାରେ ଏକ ଗଭୀର ସମୁଦ୍ର କଣ୍ଟେନର ଟର୍ମିନାଲ ସ୍ଥାପନ ପାଇଁ ସମ୍ପ୍ରତ୍ତି ଶ୍ରୀଲଙ୍କା ସହ ସ୍ବାକ୍ଷରିତ ରାଜିନାମାକୁ ଏହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି | ଏହି ଦୁଇଟି ପ୍ରକଳ୍ପରେ ଭାଗୀଦାରୀ ହେବା ପାଇଁ ଆମେରିକାର ମଧ୍ୟ ଇଚ୍ଛା ରହିଛି |

ଭାରତ ଆମେରିକା ମଧ୍ୟରେ ଭାଗୀଦାରୀ ସମ୍ପର୍କ ଦ୍ରୁତ ବିକାଶ ଦୃଷ୍ଟିକୋଣରୁ ବିଶ୍ଳେଷଣ କରାଯାଇଛି | ଗତ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଆମେରିକାରେ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ଗୁଡିକ ସହ ଆଲୋଚନା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଆଗେଇ ନେବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି | ଏହା ଦ୍ଵାରା ଦୁଈ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ ଭବିଷ୍ୟତ ଲକ୍ଷ ହାସଲ ପାଇଁ ପଥ ସୁଗମ କରିବା ସଙ୍ଗେ ସଙ୍ଗେ ଉଭୟ ଦେଶର ସ୍ଵାର୍ଥ ଓ ଆଶା ଆକାଂକ୍ଷା ମଧ୍ୟ ସୁରକ୍ଷିତ ହେବାକୁ ଲାଗିଛି | ଭାରତ ଓ ଆମେରିକା ମଧ୍ୟରେ ସାମରିକ ଭାଗୀଦାରୀ ସମ୍ପର୍କ ବୃଦ୍ଧି ପାଉଥିବା ବେଳେ ଚୀନ ଓ ପାକିସ୍ତାନ ମଧ୍ୟରେ ଏହି ସମ୍ପର୍କ ଭାରତ ପାଇଁ ମସ୍ତବଡ ଆହ୍ଵାନ ସୃଷ୍ଟି କରିଛି ବୋଲି ସେହି ଦେଶର ନୀତିନିର୍ଦ୍ଧାରକ ମାନେ ହୃଦୟଙ୍ଗମ କରିପାରିଛନ୍ତି |

ସିପିଇସି ଦ୍ଵାରା ପାକିସ୍ତାନର ଅର୍ଥନୀତି ପ୍ରତି ଘୋର ବିପଦ ରହିଛି ଏବଂ ପାକିସ୍ତାନ ପାଇଁ ଏହି କୋରିଡର ଦୀର୍ଘମିଆଦୀ ଭାବେ କୌଣସି ଫଳପ୍ରଦ ହେବ ନାହିଁ ବୋଲି ଅନ୍ୟ ଦେଶ ଗୁଡିକର ବୟାନ ସହ ଆମେରିକାର ଅସ୍ଥାୟୀ ସହକାରୀ ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତିର ମଧ୍ୟ ସାମଞ୍ଜସ୍ୟ ରହିଛି | ଶ୍ରୀମତୀ ୱେଲ୍ସ କହିଛନ୍ତି ଚୀନ ପ୍ରକୃତ ଅର୍ଥନୀତି ଅବଲମ୍ବନ କରୁନଥିବାରୁ ପାକିସ୍ତାନ ନିଶ୍ଚିତ ଭାବରେ ଋଣ ଭାରରେ ବୁଡିଯିବ | ସେ ଏକଥା ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହି ପ୍ରକଳ୍ପ ଦ୍ଵାରା କେବଳ ଚୀନ ଉପକୃତ ହେବ ପାକିସ୍ତାନ ର କିଛି ଫାଇଦା ହେବ ନାହିଁ | ବର୍ତ୍ତମାନ ପାକିସ୍ତାନର ଅର୍ଥନୀତି ଶତକଡା 3.3 ଭାଗ ରହିଛି ଏବଂ 2020 ମସିହାରେ ଏହା ଶତକଡା 2.8 ଭାଗକୁ ଖସିଯିବ | ସିପିଇସି ଏକ ବହୁକୋଟି ସମ୍ବଳିତ ପ୍ରକଳ୍ପ ହୋଇଥିବାରୁ ପାକିସ୍ତାନର ଆଭ୍ଯନ୍ତରୀଣ ଋଣ ବର୍ତ୍ତମାନ ବହୁ ମାତ୍ରାରେ ବୃଦ୍ଧି ପାଇଛି |

2018 ମସିହାରେ ପାକିସ୍ତାନ ର ବାହ୍ୟ ଋଣ 105 ବିଲିୟନ ଆମେରିକୀୟ ଡଲାର ଥିବା ବେଳେ ଏହାର ଜିଡ଼ିପି ହାର 312 ବିଲିୟନ ଆମେରିକୀୟ ଡଲାର ରହିଥିଲା | ଦେଶର ଅର୍ଥନୀତିକୁ ସ୍ଥିର କରିବା ପାଇଁ ଗତ ମେ ମାସରେ ପାକିସ୍ତାନ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସହ 6 ବିଲିୟନ ଆମେରିକୀୟ ଡଲାର ସମ୍ବଳିତ ଏକ ସହାୟତା ରାଜିନାମାରେ ସ୍ଵାକ୍ଷର କରିଥିଲା ଏଥି ସହିତ ସିପିଇସି ଓ ବିଆରଆଇ ପ୍ରକଳ୍ପ ପାଇଁ ପାକିସ୍ତାନ ସାଉଦିଆରବରୁ ମଧ୍ୟ ଅଧିକ ଋଣ ନେଇଛି | ଶ୍ରୀମତୀ ୱେଲ୍ସଙ୍କ ବୟାନକୁ ପାକିସ୍ତାନ ଓ ଚୀନର ଅଧିକାରୀ ମାନେ ନିନ୍ଦା କରିଛନ୍ତି ଏବଂ ଏହି ପ୍ରକଳ୍ପ ଏକ ବଡ ଧରଣର ପରିବର୍ତ୍ତନ ଆଣିବ ବୋଲି କହିବୁଲୁଥିବା ବେଳେ ବାସ୍ତବିକ କ୍ଷେତ୍ରରେ ଦେଖିବାକୁ ଗଲେ ଜୀର୍ଣ୍ଣ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଏହି ପ୍ରକଳ୍ପ ବିଶେଷ କିଛି ଲାଭଦାୟକ ହୋଇପାରିବ ନାହିଁ |

ମୂଳ ଲେଖା : ସାନା ହାଶମୀ

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...