Skip to main content

ଶ୍ରୀଲଙ୍କା ସହ ସମ୍ପର୍କ ବୃଦ୍ଧି ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ କଲମ୍ବୋ ଗସ୍ତ

ଶ୍ରୀଲଙ୍କାର ନବନିଯୁକ୍ତ ସପ୍ତମ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କୁ ସାକ୍ଷାତ କରିବା ପାଇଁ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର କଲମ୍ବୋ ଗସ୍ତ କରିଥିଲେ | ଆସନ୍ତା 29 ତାରିଖ ଦିନ ଭାରତ ଆସିବା ପାଇଁ ଶ୍ରୀ ଗୋତବାୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣକୁ ସାଦରେ ଗ୍ରହଣ କରିଛନ୍ତି | ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଗୋତବାୟାଙ୍କ ଏହା ପ୍ରଥମ ବିଦେଶ ଗସ୍ତ ହେବ| ଶ୍ରୀ ରାଜପକ୍ଷେଙ୍କୁ ସାକ୍ଷାତ କରିବା ପାଇଁ ବୈଦେଶିକ ମନ୍ତ୍ରୀଙ୍କୁ କଲମ୍ବୋ ପଠେଇବା ଦ୍ଵାରା ସେହି ଦେଶର ନୂଆଁ ସରକାରଙ୍କ ସହ କାମ କରିବାକୁ ଏବଂ ଆପୋଷ ସ୍ଵାର୍ଥ ବିଜଡିତ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ନିବିଡ କରିବା ପାଇଁ ଭାରତ ପ୍ରସ୍ତୁତ ଥିବା ବିଷୟ ସୂଚନା ଦିଆଯାଇଛି |ଭାରତ ଛଡା ଆମେରିକା, ପାକିସ୍ତାନ, ଇରାନ ଓ ଚୀନ ମଧ୍ୟ ଶ୍ରୀ ଗୋତବାୟାଙ୍କୁ ଅଭିନନ୍ଦନ ଜଣେଇଛନ୍ତି | ତେଣେ ୟୁରୋପୀୟ ସଂଘ ଶ୍ରୀଳଙ୍କାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ସତର୍କତା ଅବଲମ୍ବନ କରିଛି ଏବଂ ଦ୍ଵିପ ରାଷ୍ଟ୍ର ଶ୍ରୀଲଙ୍କାରେ ମାନବିକ ଅଧିକାର ପ୍ରତିଶୃତିକୁ ପାଳନ କରିବା ପାଇଁ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅନୁରୋଧ ଜଣେଇଛି |

ଶ୍ରୀ ଗୋତବାୟା ରାଜପକ୍ଷେଙ୍କ ନିର୍ଣ୍ଣାୟକ ବିଜୟ ଶ୍ରୀଲଙ୍କାର ପୋଦୁଜନ ପେରୁମୁନା ପାର୍ଟିକୁ ସେହି ଦେଶର ସଂସଦରେ ଭବିଷ୍ୟତରେ କ୍ଷମତାସୀନ କରିବ ବୋଲି ଦୃଢ ଆଶା ପୋଷଣ କରାଯାଇଛି |ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଏବଂ ଗୋତବାୟାଙ୍କ ଭାଇ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି | ଯଦି ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ହୁଅନ୍ତି ତାହେଲେ ଯୁଦ୍ଧ ପରବର୍ତ୍ତୀ କାଳରେ ଦେଶୀୟ ଜାତିଆଣ ମିଳାମିଶା ଏବଂ ଭାରତ ମହାସାଗର ଅଞ୍ଚଳରେ ନୂଆଦିଲ୍ଲୀର ଉଦବେଗ ପ୍ରତି ସମ୍ବେଦନଶୀଳ ନଥିବା ସେହି ଦେଶର ସରକାରଙ୍କ ସହ ଭାରତକୁ ସତର୍କତାର ସହ ପଦକ୍ଷେପ ନେବାକୁ ପଡିବ | ଏଭଳି ସ୍ଥିତିରେ ମନେ ରଖିବାକୁ ପଡିବ ଯେ ଚତୁର୍ଥ ଏଲାମ ଯୁଦ୍ଧ ସମୟରେ ଗୋତବାୟା ରାଜପକ୍ଷେ ପ୍ରତିରକ୍ଷା ସଚିବ ଥିଲେ ଏବଂ ଭାରତୀୟ ଅଧିକାରୀ ମାନଙ୍କ ସହ ଘନିଷ୍ଠ ଭାବେ କାମ କରିଥିଲେ | ସେତେବେଳେ ଏଲଟିଟିଇକୁ ପରାହତ କରିବା ପାଇଁ ଶ୍ରୀଲଙ୍କା ସକାଶେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଥିଲା | ଏହି ବ୍ୟବସ୍ଥା ସଫଳ ହୋଇଥିବା କଥା ଶ୍ରୀଲଙ୍କା ବିବେଚନା କରୁଥିବାରୁ ଭାରତ ମହାସାଗର ଅଞ୍ଚଳରେ ନୂଆଁ ଅଣପାରମ୍ପରିକ ବିପଦ ଦେଖାଦେଇଥିବା ଯୋଗୁଁ ଏହିଭଳି ବ୍ୟବସ୍ଥା ମାଧ୍ୟମରେ ସେହି ଦେଶର ଜାତୀୟ ଏକତାକୁ ମଜବୁତ କରିବା ପାଇଁ ଭାରତ ସହ ଆଗକୁ ମିଳିମିଶି କାମ କରିବ ବୋଲି ଆଶା କରାଯାଉଛି |

ଶ୍ରୀଲଙ୍କାର ପୋଦୁଜନ ପେରୁମୁନା ପାର୍ଟି(ଏସଏଲପିପି) ନିର୍ବାଚନ ପ୍ରତିଶୃତିରେ ଏହି ଆଭିମୁଖ୍ଯକୁ ଉଲ୍ଲେଖ କରାଯାଇଥିଲା ଏବଂ ଆଞ୍ଚଳିକ ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ସାର୍କ ଓ ବିମଷ୍ଟେକ ରାଷ୍ଟ୍ର ଗୁଡିକ ସମେତ ଭାରତ ସହ ମିଳିମିଶି କାମ କରିବାକୁ ମଧ୍ୟ ପ୍ରତିଶୃତି ଦିଆଯାଇଥିଲା | ମିଳାମିଶା ଓ ଉତ୍ତରଦାୟିତା ପ୍ରସଙ୍ଗରେ ଜାତିସଂଘର ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ ବୋଲି ନିର୍ବାଚନ ପୂର୍ବରୁ ଏସଏଲପିପି ସ୍ପଷ୍ଟ କରିଥିଲା | ଜାତିସଂଘରେ ଶ୍ରୀଲଙ୍କା ସରକାରକୁ ଭାରତ ଗତ ପାଞ୍ଚବର୍ଷ ହେଲା ସମର୍ଥନ ଜଣାଇ ଆସୁଛି ତେଣୁ ଉଭୟ ଦେଶ ଏଭଳି ଜଟିଳ ପ୍ରସଙ୍ଗରେ ଏକ ସୂତ୍ର ଆଧାରରେ କାମ କରିବାର ଆବଶ୍ୟକତା ରହିଛି | 

ତେଣୁ ଭାରତୀୟ ମାହାସାଗର ଅଞ୍ଚଳରେ ନୂଆଦିଲ୍ଲୀର ନିରାପତ୍ତା ଉଦବେଗ ବନ୍ଦର ମୌଳିକଢାଞ୍ଚାର ବିକାଶ ଏବଂ ବନ୍ଦର ପାଇଁ ଆବଶ୍ୟକ ପଦକ୍ଷେପ ଗୁଡିକ ପ୍ରତି ଶ୍ରୀଲଙ୍କା ସରକାର ସମ୍ବେଦନଶୀଳ ହେବେ ବୋଲି ଭାରତ ଆଶା କରୁଛି | ଚୀନ ବେଲ୍ଟ ଓ ସଡକ ପଥ ଉଦ୍ୟମ (ବିଆରଆଇ)ର କାର୍ଯ୍ୟକାରିତା କ୍ଷେତ୍ରରେ ଶ୍ରୀଲଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ରାଷ୍ଟ୍ର ରହିଛି | ସିରିସେନା ସରକାରଙ୍କ ଦ୍ଵାରା 2017 ମସିହାରେ ଚୀନକୁ 99 ବର୍ଷ ପାଇଁ ହମ୍ବନଟୋଟା ବନ୍ଦର ଲିଜରେ ଦିଆଯିବା ବିଷୟକୁ ଏସଏଲପିପି ପକ୍ଷରୁ ବିରୋଧ କରାଯାଇଥିଲା ଏବଂ କ୍ଷମତାକୁ ଆସିଲେ ଏହି ଦଳ ରାଜିନାମାର ପୁନର୍ବିଚାର କରିବାକୁ ପ୍ରତିଶୃତି ଦେଇଥିଲା |

ଏକ ଜାତୀୟ ଅର୍ଥନୈତିକ ପୁନରୁଦ୍ଧାର ପାଇଁ ଏସଏଲପିପି ଯେଉଁ ପ୍ରତିଶୃତି ଦେଇଥିଲା ସେଥିରେ ଗାଲା , କାଙ୍କେସନ୍ଥୁରାଇ ଏବଂ ତ୍ରିଙ୍କୋମାଳି ବନ୍ଦର ତଥା ମଟାଲା ଓ କଟୁନାୟକେ ବିମାନ ବନ୍ଦର ବିକାଶ ବିଷୟ ଅନ୍ତର୍ଭୁକ୍ତ ଥିଲା | ଏହି ଦୂରଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ ଶ୍ରୀଲଙ୍କା ଏସିଆର ପଡୋଶୀ ରାଷ୍ଟ୍ର ସହ ସହଯୋଗ ଆଶା କରିବା ନିଶ୍ଚିତ କଥା ଏବଂ ଏହାଦ୍ଵାରା ନୂଆଁ ସରକାରଙ୍କ ସହ କାମ କରିବା ପାଇଁ ଭରତକୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି |

ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତି ଗୋତବାୟାଙ୍କୁ ଅଭିନନ୍ଦନ ଜଣାଇ ଚୀନ କହିଛି ଯେ ଦ୍ଵିପକ୍ଷୀୟ ପ୍ରସଙ୍ଗ ଗୁଡିକ କ୍ଷେତ୍ରରେ ପ୍ରଗତି ପାଇଁ ଏବଂ ବିଆରଆଇ ଅଧୀନରେ ଚୀନ ଦ୍ଵାରା ପ୍ରସ୍ତୁତ ଉଚ୍ଚମାନର ପ୍ରକଳ୍ପ ଗୁଡିକ ସକାଶେ ତାଙ୍କ ସହ କାମ କରିବାକୁ ପ୍ରସ୍ତୁତ ରହିଛି | ଏହି ଦୃଷ୍ଟିରୁ ପ୍ରବଳ ଋଣ ଭାର ସତ୍ତ୍ୱେ ପୂର୍ବ ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରି କରିବାକୁ ଶ୍ରୀଲଙ୍କାର ନୂଆଁ ସରକାର ବଳବତ୍ତର ରଖିବେ ବୋଲି ଚୀନ ଚାହୁଁଛି | ଚୀନ ହେଉଛି ଶ୍ରୀଲଙ୍କାର ଉନ୍ନୟନ ଓ ସାମରିକ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ରାଷ୍ଟ୍ର | ତେଣେ ଶ୍ରୀଲଙ୍କାରେ ଚୀନର ବିଆରଆଇ ପ୍ରକଳ୍ପ ପ୍ରତି ଭାରତ କେବେ ଆଗ୍ରହ ଦେଖେଇନାହିଁ ଏବଂ ଏହି ପ୍ରକଳ୍ପ ସଙ୍କ୍ରାନ୍ତ ତଥ୍ୟଗତ ପ୍ରସଙ୍ଗ ଗୁଡିକୁ ଭାରତ ବିରୋଧ କରିଆସୁଛି | 

ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳରୁ ଜଣାପଡିଛି ଯେ 2015 ମସିହାରୁ ସେହି ଦେଶର ଏକତା ସରକାରଙ୍କ ଦ୍ଵାରା ଗତ 5ବର୍ଷ ମଧ୍ୟରେ ଯେତେ ସବୁ ନୀତିଗତ ନିଷ୍ପତ୍ତି ନିଆଯାଇଛି ତାହା ଲୋକମାନଙ୍କ କଲ୍ୟାଣ କରିନାହିଁ ବୋଲି ସ୍ପଷ୍ଟ ଭାବେ ପ୍ରମାଣ ହୋଇଛି | ଏକଥା ମାନିବାକୁ ପଡିବ ଯେ ଅର୍ଥନୈତିକ, ରାଜନୈତିକ, ନିରାପତ୍ତା ଓ ବୈଦେଶିକ ନୀତିରେ ପରିବର୍ତ୍ତନ ହେବା ସ୍ଵାଭାବିକ | ଏଣୁ ଶ୍ରୀଲଙ୍କାରେ ନୂଆଁ ସରକାର ଗଠନ ହୋଇଥିବାରୁ ନୂଆଁ ସୁଯୋଗ ଓ ଆହ୍ଵାନ ଗୁଡିକୁ ଭାରତ ହାଥ ଛଡା କରିବା ଉଚିତ ନୁହେଁ | ଶ୍ରୀଲଙ୍କାର ନୂଆଁ ସରକାରଙ୍କ ଉପରେ ଅନେକ କିଛି ନିର୍ଭର କରୁଛି | ଆସନ୍ତା ସପ୍ତାହରେ ଶ୍ରୀଲଙ୍କା ରାଷ୍ଟ୍ରପତି ଭାରତ ଆସିଲେ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ଭବିଷ୍ୟତର ଦ୍ଵିପକ୍ଷୀୟ ଆଞ୍ଚଳିକ ସହଯୋଗ ବିଷୟରେ ଆଲୋକପାତ କରାଯିବାର ଆଶା କରାଯାଉଛି |



ମୂଳ ଲେଖା : ଡଃ ଏମ ସମଥା, ଶ୍ରୀଲଙ୍କା ସଙ୍କ୍ରାନ୍ତରେ ବିଶ୍ଳେଷକ 

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...