Skip to main content

ପାକିସ୍ତାନର ଆଚରଣ  ଆହୁରି ନିମ୍ନ ସ୍ତରକୁ ଖସିଛି 

ପାକିସ୍ତାନର ରାଷ୍ଟ୍ରପତିଙ୍କ ଠାରୁ ବୈଦେଶିକମନ୍ତ୍ରୀ ପର୍ଯ୍ୟନ୍ତ ପାକିସ୍ତାନ ପ୍ରତିଷ୍ଠାନର ସର୍ବୋଚ୍ଚ ନେତା ମାନେ ଭାରତର ଏକ ସମ୍ପୁର୍ଣ୍ଣ ଆଭ୍ଯନ୍ତରୀଣ ମାମଲା ଉପରେ ମନ୍ତବ୍ୟ ପ୍ରକାଶ କରିଛନ୍ତି | 9 ନଭେମ୍ବର 2019ରେ ଭାରତର ସର୍ବୋଚ୍ଚ ଅଦାଲତର ପାଞ୍ଚ ଜଣିଆ ସମ୍ବିଧାନ ପୀଠ ସର୍ବସମ୍ମତିକ୍ରମେ ଉତ୍ତରପ୍ରଦେଶର ଅଯୋଧ୍ୟା ଠାରେ ଏକ ରାମମନ୍ଦିର ନିର୍ମାଣ ଲାଗି ଏକ ଐତିହାସିକ ରାୟ ଶୁଣାଇଛନ୍ତି | ଏହି ରାୟ ଦ୍ଵାରା ବହୁ ପୁରୁଣା ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ ହୋଇଛି | ସମାଜର ସବୁ ବର୍ଗ ଦ୍ଵାରା ଏହି ରାୟ ପ୍ରତି ସ୍ଵାଗତ କରାଯାଇଛି | ଖଣ୍ଡପୀଠ, ଅଯୋଧ୍ୟାର ଏକ ପ୍ରମୁଖ ସ୍ଥଳୀରେ ଏକ ମସଜିଦ ନିର୍ମାଣ ଲାଗି ପାଞ୍ଚ ଏକର ଜମି ଆବଣ୍ଟନ କରିଛନ୍ତି | ଏହି ସ୍ଥାନକୁ ଉଭୟ କେନ୍ଦ୍ରସରକାର ଓ ଉତ୍ତରପ୍ରଦେଶ ସରକାର ମିଳିତ ଭାବେ ଚିହ୍ନଟ କରିବେ | ଅଦାଲତ ସରକାରଙ୍କୁ ଏକ ଟ୍ରଷ୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ତିନି ମାସ ମଧ୍ୟରେ ଏକ ଟ୍ରଷ୍ଟ ଗଠନ ହେବ ଓ ଏହି ବିବାଦୀୟ ଜମିକୁ ଉକ୍ତ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ |

ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସଜିଦ ଜମି ବିବାଦ ମାମଲାର ରାୟ ପ୍ରତି ସବୁ ପକ୍ଷ ସ୍ଵାଗତ ଜଣାଇଛନ୍ତି | ଏହି ଐତିହାସିକ ରାୟ ପ୍ରତି ସନ୍ତୋଷ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ କହିଥିଲେ ଯେ ଭାରତୀୟ ସମାଜର ସବୁ ବର୍ଗ, ସବୁ ସମୁଦାୟ, ସବୁ ଧର୍ମର ଲୋକମାନଙ୍କ ସହ ସମଗ୍ର ଦେଶ ଖୋଲା ମନରେ ଏହି ରାୟକୁ ଗ୍ରହଣ କରିଛନ୍ତି ଏବଂ ଏଥିରୁ ଭାରତର ଚିର ପୁରାତନ ଲୋକନୀତି, ସଂସ୍କୃତି, ପରମ୍ପରା ଓ ଭାଇଚାରା ତଥା ସୌହାର୍ଦ୍ଯର ଅନ୍ତର୍ନିହିତ ଭାବନାର ସ୍ପଷ୍ଟ ପ୍ରତିଫଳନ ହୋଇଛି |

ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସଜିଦ ଜମି ବିବାଦ ମାମଲା ଉପରେ ସର୍ବସମ୍ମତି ରାୟ ପ୍ରକାଶ ପାଇଥିବାରୁ ଶଙ୍କାକୁଳ ପାକିସ୍ତାନ ଅବାଞ୍ଛିତ ଓ ଅନୁଚିତ ମନ୍ତବ୍ୟ ଦେଇଛି | ନୂଆଦିଲ୍ଲୀ, ପାକିସ୍ତାନର ମନ୍ତବ୍ୟ ଉପରେ କେବଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିନାହିଁ ବରଂ ଏହାର ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିଦେଇଛି | ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ପାକିସ୍ତାନର ଏଭଳି ନିର୍ବୋଧତା ଆଶ୍ଚର୍ଯ୍ୟଜନକ ନୁହେଁ କାରଣ ଭାରତର ଆଭ୍ଯନ୍ତରୀଣ ମାମଲା ଉପରେ ମନ୍ତବ୍ୟ ପ୍ରକାଶ କରି ଘୃଣାମୂଳକ ସନ୍ଦେଶ ପ୍ରଚାର କରିବା ହେଉଛି ଏହାର ଚିରାଚରିତ ଅଭ୍ଯାସ ଯାହାକି ଅତ୍ୟନ୍ତ ନିନ୍ଦନୀୟ | ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତି ଓ ଏହାର ବୈଦେଶିକ ମନ୍ତ୍ରୀ ଶାହ କ୍ୟୁରେସିଙ୍କ ଟିପ୍ପଣୀ ଉପରେ କଡା ଜବାବ ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତ ଏହାର ଆଭ୍ଯନ୍ତରୀଣ ମାମଲା ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ କୌଣସି ପ୍ରକାରର ଅବାଞ୍ଛିତ ଓ ଗମ୍ଭୀର ମନ୍ତବ୍ୟର ତୀବ୍ର ଖଣ୍ଡନ କରେ | ଏହା ଭାରତର ଏକ ସମ୍ପୁର୍ଣ୍ଣ ଆଭ୍ଯନ୍ତରୀଣ ମାମଲା ଓ ଏଥିରେ ସମ୍ବନ୍ଧିତ ସବୁ ଧର୍ମ ଓ ଅବଧାରଣା ପ୍ରତି ସମାନ ଆଇନ ଓ ସମ୍ମାନ ପ୍ରଦର୍ଶନ କରାଯାଇଛି ଏବଂ ଏହି ମାମଲାରେ ପାକିସ୍ତାନ ଲୋକନୀତିର କୌଣସି ସମ୍ପର୍କ ନାହିଁ |

ପାକିସ୍ତାନର ନାରୋୱାଲ ଜିଲ୍ଲାରେ କରତାରପୁର ଠାରେ ଗୁରୁଦ୍ୱାରା ଦରବାର ଶାହିବ ସହ ଭାରତର ପଞ୍ଜାବର ଗୁରୁଦାସପୁର ଜିଲ୍ଲା ସ୍ଥିତ ଡେରା ବାବା ନାନକ ଭଳି ଦୁଇଟି ପବିତ୍ର ଧାର୍ମିକ ପୀଠକୁ ସଂଯୋଗ କରୁଥିବା କର୍ତାରପୁର କୋରିଡରର ଉଦଘାଟନ ଅବସରରେ ଅଯୋଧ୍ୟା ମାମଲା ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ ପାଇବା ଦିନ ପାକିସ୍ତାନ ଦ୍ଵାରା କାଶ୍ମୀର ପରିସ୍ଥିତି ନେଇ ଟିପ୍ପଣୀ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ | ଭାରତୀୟ ପଟର କର୍ତାରପୁର କୋରିଡର ଉଦଘାଟନୀ ସମାରୋହରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ ମାନଙ୍କ ଭକ୍ତି ମନୋଭାବକୁ ହୃଦବୋଧ କରିଥିବା ଯୋଗୁଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ପ୍ରଶଂସା କରିଥିଲେ |

ହେଲେ ପାକିସ୍ତାନ ପଟରୁ ଉଦଘାଟନ କରିବା ଅବସରରେ ନିର୍ବୋଧ ପାକିସ୍ତାନୀ ନେତା ମାନେ କାଶ୍ମୀର ଓ ଅଯୋଧ୍ୟା ମାମଲା ନେଇ ଅବାଞ୍ଛିତ ମନ୍ତବ୍ୟ ଦେଇଥିଲେ | 2016ରେ ଉରୀ ସ୍ଥିତ ସେନା ଶିବିର ଉପରେ ଜଘନ୍ୟ ସନ୍ତ୍ରାସବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ହୋଇପଡିଥିଲା |ଏବଂ ଜାମ୍ମୁ ଓ କାଶ୍ମୀରରେ ଭାରତୀୟ ସମ୍ବିଧାନର ଧାରା 370ର ଉଚ୍ଛେଦ ପରେ ପାକିସ୍ତାନର ପ୍ରତିକ୍ରିୟା ଦ୍ଵାରା ଏହି ତିକ୍ତତା ସମ୍ପର୍କ ଆହୁରି ଘନୀଭୂତ ହୋଇଛି | ଶ୍ରଦ୍ଧାଳୁ ମାନଙ୍କ ପାଇଁ କର୍ତାରପୁର କୋରିଡର ଖୋଲାଯାଇ ଉଭୟଙ୍କ ମଧ୍ୟରେ ସଦିଚ୍ଛାମୁଳକ ଭାବନା ସୃଷ୍ଟି କରିବାର ଅବସର ପ୍ରଦାନ କରାଯାଇଥିବା ସମୟରେ ପାକିସ୍ତାନ, ଅଯୋଧ୍ୟା ମାମଲା ନେଇ ରାୟ ଉପରେ ଏହାର ଅବାଞ୍ଛିତ ଟିପ୍ପଣୀ ପ୍ରଦାନ କରି ଏହି ସୁଯୋଗକୁ ମଧ୍ୟ ହାତଛଡା କରିଛି |

ପାକିସ୍ତାନ ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଇମ୍ରାନ ଖାଁ ସରକାର ଗମ୍ଭୀର ବିପଦର ସମ୍ମୁଖୀନ ହେଉଛନ୍ତି ଓ ଦେଶକୁ ଏହି ସଙ୍କଟରୁ ମୁକୁଳେଇବାଲାଗି ପ୍ରୟାସ ଚଳେଇଛନ୍ତି | ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଇସ୍ତଫା ଦାବି କରି ଜମିୟତ ଉଲେମା-ଏ-ଇସଲାମ, ଜୁଲ (ଏଫ)ର ମୁଖ୍ୟ ଫଜଲୁର ରେହମାନଙ୍କ ନେତୃତ୍ଵାଧୀନରେ ହଜାର ହଜାର ସଂଖ୍ୟାରେ କର୍ମୀ ଇସଲାମାବାଦରେ ଏକତ୍ରିତ ହୋଇଛନ୍ତି | ଅନ୍ୟ ବିରୋଧୀ ପାର୍ଟି ଗୁଡିକ ମଧ୍ୟ ପାକିସ୍ତାନୀ ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି | ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାର୍ଟି ପିଏମଏଲ (ଏନ) ଓ ତାଙ୍କ ପରିବାର, ସେମାନଙ୍କ ପାର୍ଟିକୁ ମୂଳୋପୋଛ କରିବା ଲାଗି ପାକିସ୍ତାନ ସରକାର ପ୍ରଚେଷ୍ଟା କରୁଛନ୍ତି ବୋଲି ଦୋଷାରୋପ କରିଛନ୍ତି |

ପାକିସ୍ତାନରେ ଉଭା ହୋଇଥିବା ଗମ୍ଭୀର ସମସ୍ଯା ଗୁଡିକରୁ ଲୋକମାନଙ୍କ ଧ୍ୟାନ ହଟେଇବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧୀ ବୟାନ ଜାରିକରୁଛନ୍ତି ବୋଲି ବିଶ୍ଳେଷକ ମାନେ ମତପ୍ରକାଶ କରିଛନ୍ତି | ହେଲେ ପାକିସ୍ତାନ ଏକଥା ହୃଦୟଙ୍ଗମ କରିବା ଉଚିତ ଯେ ପାକିସ୍ତାନ ଯେତେ ଦିନ ପର୍ଯ୍ୟନ୍ତ ଏହାର ଆତଙ୍କବାଦ କାର୍ଯ୍ୟକଳାପ ନରୋକିବ ଓ ଭାରତର ଆଭ୍ଯନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ବନ୍ଦ ନକରିବ ସେତେଦିନ ପର୍ଯ୍ୟନ୍ତ ଭାରତ ସହ ଏହାର ସମ୍ପର୍କ ଆଦୌ ସୁଧୁରିବ ନାହିଁ |

ମୂଳ ଲେଖା : ରତନ ସାଲଡି, ରାଜନୈତିକ ଭାଷ୍ୟକାର

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...