Skip to main content

ପାକିସ୍ତାନରେ ପ୍ରସଙ୍ଗ ବିହୀନ ଝଡ଼

ଗତ ଏକ ମାସ ହେଲା ପାକିସ୍ତାନରେ ଯେପରି ଭାବେ ରାଜନୀତି ଚାଲିଛି ସେନେଇ ବିଭିନ୍ନ ସମସ୍ୟାର ଜାଲରେ ସେ ଦେଶ ପଡିଯାଇଛି | ପୁରା ମାସଟା ଯାକ ପାକିସ୍ତାନରେ ମୌଲାନା ଫଜଲୁର ରହେମାନଙ୍କ ଆଜାଦି ମାର୍ଚ ଏବଂ ଅସୁସ୍ଥ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଚିକିତ୍ସା ପାଇଁ ବିଦେଶ ଯିବାକୁ ଅନୁମତି ଦିଆଯିବ କି ନାହିଁ ସେନେଇ ରାଜନୈତିକ ସର୍କସ ଚାଲିଥିଲା | ପାକିସ୍ତାନର ବୈଦ୍ୟୁତିକ ଏବଂ ସମ୍ଵାଦପତ୍ରର ଗଣମାଧ୍ୟମ ଏହିସବୁ ପ୍ରସଙ୍ଗକୁ ନେଇ ସେମାନଙ୍କର ମୁଖ୍ୟ ପ୍ରସଙ୍ଗ କରୁଥିବା ବେଳେ ପାକିସ୍ତାନର ଭବିଷ୍ୟତ ସହ ଜଡିତ ମୌଳିକ ସମସ୍ୟାଗୁଡିକ ଠାରୁ ଦୂରେଇ ରହୁଥିଲେ |

ଫଜଲୁର ରହେମାନଙ୍କ ଦ୍ଵାରା ଅକ୍ଟୋବର 27 ତାରିଖରେ ସୁକୁରରୁ ଆରମ୍ଭ ହୋଇଥିବା ଆଜାଦି ମାର୍ଚ କିଛି ଦିନ ପରେ ଇସଲାମାବାଦରେ ପହଞ୍ଚିଥିଲା | ମୌଲାନାଙ୍କ ରାଲିର ମୁଖ୍ୟ ଲକ୍ଷ୍ୟ ଥିଲା ଇମରାନ ଖାନ ସରକାରଙ୍କୁ କ୍ଷମତାରୁ ହଟାଇବା ଏବଂ ସେପର୍ଯ୍ୟନ୍ତ ଇସଲାମାବାଦରେ ଆନ୍ଦୋଳନ ଜାରି ରଖାଯିବ ଯେ ପର୍ଯ୍ୟନ୍ତ ଇମରାନ ଗାଦିଚ୍ୟୁତ ନହୋଇଛନ୍ତି | ଅଧିକାଂଶ ଗଣମାଧ୍ୟମ ମୌଲାନାଙ୍କ ସମର୍ଥକମାନଙ୍କ ଜିଦ ଦେଖି ହିଂସାକାଣ୍ତ ଘଟିବାର ଆଶଙ୍କା କରୁଥିଲେ | ସରକାର ମଧ୍ୟ ପ୍ରଥମେ ଦମ୍ଭ ଦେଖାଇଥିଲେ ମଧ୍ୟ ପରେ ଭୟଭିତ ହୋଇଥିଲା | ଫଳରେ ମୌଲାନା ଏବଂ କିଛି ବିରୋଧି ଦଳର ନେତାଙ୍କ ସହ ବୁଝାମଣା ଆରମ୍ଭ ହେଲା | ପରେ ଦେଖାଗଲା ଯେ ମୌଲାନା ସେମାନଙ୍କ ସମର୍ଥକମାନଙ୍କୁ ଇସଲାମାବାଦ ଛାଡି ଦେଶର ଛୋଟ ସହରମାନଙ୍କରେ ଲୋକମାନଙ୍କୁ ଇମରାନ ଖାନଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି କରିବାକୁ କହିଲେ | ସମୀକ୍ଷକମାନଙ୍କ ମତରେ ଏହାପଛରେ ଏକ ଅଭିସନ୍ଧି ରହିଥିଲା ଯାହା ପ୍ରଚ୍ଛନ୍ନ ଭାବେ ସେନାବାହିନୀ ଦ୍ଵାରା କରାଯାଇଥିଲା, ଯେଉଁ କାରଣରୁ ମୌଲାନାଙ୍କୁ ଇସଲାମାବାଦ ଛାଡି ଯିବାକୁ ପଡିଥିଲା |

ଆଜାଦି ମାର୍ଚ୍ଚ ପ୍ରସଙ୍ଗ ପରେ ପରେ ନବାଜ ସରିଫଙ୍କୁ ଚିକିତ୍ସା ପାଇଁ ବିଦେଶ ଯିବା ପ୍ରସଙ୍ଗ ଗଣମାଧ୍ୟମରେ ମୁଖ୍ୟ ପ୍ରସଙ୍ଗ ହୋଇ ରହିଲା | ଏକ ଦୁର୍ନୀତି ମାମଲାରେ ସାତ ବର୍ଷ ଜେଲଦଣ୍ତ ପାଇ ଜେଲରେ ଥିବା ସରିଫଙ୍କୁ ତାଙ୍କର ପୁରୁଣା ହୃଦରୋଗ କାରଣରୁ ରକ୍ତକଣିକା ଦ୍ରୁତ ଗତିରେ କମିବାକୁ ଲାଗିଲା | ଯାହାଦ୍ଵାରା ଲାହୋର ହାଇକୋର୍ଟ ତାଙ୍କୁ ଜାମିନ ଦେଇ ବିଦେଶରେ ଚିକିତ୍ସା କରିବାକୁ ଅନୁମତି ଦେଲେ | କିନ୍ତୁ ଇମରାନ ଖାନ ସରକାର ସାତ ଶହ ଲକ୍ଷ ଟଙ୍କା ମୁଚାଲିକା ଦେଲେ ବିଦେଶ ଯିବାକୁ ଅନୁମତି ଦେବେ ବୋଲି ସର୍ତ୍ତ ରଖିଲେ ଯାହାକୁ ସରିଫ ଅଗ୍ରାହ୍ୟ କଲେ | ଶେଷରେ ଲାହୋର ହାଇକୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ସରିଫ ନଭେମ୍ଵର 20 ତାରିଖରେ ଏୟାର ଆମ୍ଵୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଲଣ୍ତନ ଗଲେ |

ପୁଣିଥରେ ଅନୁଭବ କରାଗଲା ଯେ ସେନାବାହିନୀ ଇମରାନଙ୍କୁ ନିଜ ଜିଦରୁ ଓହରିବାକୁ ବାଧ୍ୟ କରିଥିଲା | ନ୍ୟାୟ ସମସ୍ତଙ୍କ ପାଇଁ ସମାନ ବୋଲି ଡିଣ୍ତିମ ପିଟୁଥିବା ଇମରାନ ସରିଫଙ୍କୁ ତାଙ୍କର ପ୍ରଭାବ ଯୋଗୁଁ ବିଦେଶ ଯିବାକୁ ଅନୁମତି ଦେଲେ ତାଙ୍କର ନୈତିକ ଅଧପତ୍ତନ ଘଟିବ ବୋଲି ଭାବୁଥିଲେ | ସେ ତାଙ୍କର ନୂଆ ପାକିସ୍ତାନରେ ରିୟାସତ ଏ ମଦିନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଥିଲେ ଯେଉଁଠି ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଆଇନର ସୁଯୋଗ ରହିବ ନାହିଁ | କଥା ଏତିକିରେ ଶେଷ ହେଲାନି | ସରିଫ କ୍ଷେତ୍ରରେ ମତ ପରିବର୍ତ୍ତନ ପାଇଁ ଯେତେବେଳେ ଇମରାନଙ୍କୁ ସମାଲୋଚନା କରାଗଲା ସେତେବେଳେ ଇମରାନ ଏହାକୁ ବିଚାର ବିଭାଗ ଉପରେ ଦୋଷ ଲଦିଦେଲେ | କିନ୍ତୁ ପାକିସ୍ତାନର ପ୍ରଧାନ ବିଚାରପତି ଇମରାନ ଖାନଙ୍କୁ ନିଜ ସରକାରଙ୍କ ନିଷ୍ପତ୍ତି ପାଇଁ ବିଚାର ବିଭାଗକୁ ଦୋଷ ଦେବା ଠିକ ନୁହେଁ ବୋଲି କହିବା ପରେ ଇମରାନ ପୁଣି ସମାଲୋଚନାର ଶରବ୍ୟ ହେଲେ | ଏହିସବୁ ପ୍ରସଙ୍ଗକୁ ନେଇ ପାକିସ୍ତାନରେ ରାଜନୀତି ସରଗରମ ହେଲା |

ପାକିସ୍ତାନରେ ଯେତେବେଳେ ଦରଦାମ ଆକାଶଛୁଆଁ ସେତେବେଳେ ଏହିପରି ରାଜନୀତିକ ବାତାବରଣ ଇମରାନ ଖାନଙ୍କ ସରକାର କିମ୍ଵା ସେଠାକାର ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ |

ଆଲେଖ୍ୟ: ଅଶୋକ ବେହୁରା

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...