Skip to main content

ବିଶ୍ଵ ସ୍ତରରେ କୋଭିଡ-19 ମୁକାବିଲାରେ ଭାରତ ଆଗୁଆ

ଦେଶମାନଙ୍କରେ କୋଭିଡ-19 ମହାମାରୀର ମୁକାବିଲା କ୍ଷେତ୍ରରେ ଭାରତ ଚିକିତ୍ସା ସହାୟତା ଯୋଗାଇ ସାହାର୍ଯ୍ୟ କରୁଛି | ଏପର୍ଯ୍ୟନ୍ତ 125ଟି ଦେଶକୁ ଆବଶ୍ୟକ ସାମଗ୍ରୀ, ଔଷଧ, ଚିକିତ୍ସା ବିଶେଷଜ୍ଞମାନଙ୍କୁ ପଠାଇବା ସହିତ କେତେକ କ୍ଷେତ୍ରରେ ବିଦେଶୀ ନାଗରୀକମାନଙ୍କୁ ସ୍ଥାନାନ୍ତରିତ କରି ନିଜ ଦେଶକୁ ପଠାଇଛି |

ଭାରତ ପକ୍ଷରୁ ଦକ୍ଷିଣ ଏସିଆ ଅ଼୍ଚଳ, ଭାରତ ମହାସାଗରୀୟ ଅଞ୍ଚଳ, ଉପସାଗରୀୟ ଅଞ୍ଚଳ(କୁଏତ) ମଧ୍ୟ ଏସିଆ ଏବଂ ଏପରିକିଅଗମ୍ୟ ଦେଶ ଡୋମିନିକାନ ଗଣରାଜ୍ୟ ଏବଂ ବିଷୁବ ଅଞ୍ଚଳୀୟ ଦେଶ ଆଦି 29 ଟି ଦେଶକୁ ଚିକିତ୍ସା ସାମଗ୍ରୀ ପଠାଇଛି | ଆଉ ଛଅଟି ଆଫ୍ରିକୀୟ ଦେଶକୁ ହାଇଡ୍ରୋକ୍ଲୋରୋକୁଇନ ଏବଂ ପାରାସିଟାମଲ ପଠାଇଛି |

ଚିକିତ୍ସା ସାମଗ୍ରୀ ବ୍ୟତିତ ଭାରତ କୁଏତ ଏବଂ ମାଳଦ୍ଵୀପକୁ ଚିକିତ୍ସକ ଦଳକୁ ପଠାଇଛି, ସେଠାରେ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ଯାଞ୍ଚ କେନ୍ଦ୍ର ସ୍ଥାପନ କରିଛି, ଅନ୍ୟ ଦେଶର ବିଷେଷଜ୍ଞମାନହ୍କୁ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ପ୍ରଶିକ୍ଷଣ ଦେଇଛି ଏବଂ ଅନ୍ୟ ବୈଷୟିକ ସହାୟତା ଯୋଗାଇ ଦେଇଛି | ଦକ୍ଷଇଣ ଏସିଆ ପାଇଁ ଭାରତ 10 ମିଲିୟନ ଡଲାର ସମ୍ଵଳିତ କୋଭିଡ-19 ପାଣ୍ଠି ଗଠନ କରିବାରେ ନେତୃତ୍ଵ ନେଇଛି |

ଭାରତ ଲାଟିନ ଆମେରୀକାର 28ଟି ଦେଶ, କାରବିୟାନ ଅଞ୍ଚଳ ଏବଂ ଆଫ୍ରିକାର 12ଟି ସମେତ 50ଟି ଅତିରିକ୍ତ ଦେଶକୁ ଚିକିତ୍ସା ସହାୟତା ସାମଗ୍ରୀ କ୍ରୟ ଏବଂ ଯୋଗାଣ କରିଛି | ମଦଗାସ୍କର, ଇଜିପ୍ଟ, ସିରିୟା, ଲେବାନନ, ଆରମେନିଆ, ଜାମାଇକା, ଉଜବେକିସ୍ଥାନ, ମାଲଟା, ଲାଓ ପିଡିଆର ଏବଂ କୋମୋରସ ଆଦି ଅନ୍ୟ ଦେଶକୁ ମଧ୍ୟ ଭାରତ ସହାୟତା କରିଛି |

ଭାରତ 67 ଦେଶକୁ 10 ମିଲିୟନ ଏଚସିକ୍ୟୁ ଟାବଲେଟ ଯୋଗାଇଛି | ସେଥିମଦ୍ୟରୁ ଆଫଗାନିସ୍ଥାନ, ବାଙ୍ଗଲାଦେଶ, ଭୁଟାନ, ମାଳଦ୍ଵୀପ, ମରିସସ, ନେପାଳ, ସିଚେଲସ, କୋମୋରସ, ମାଡାଗାସ୍କର, ଡୋମିନିକାନ ଗଣରାଜ୍ୟ, ଉକ୍ୟୁଏଟର, କାଜାକସ୍ଥାନ, ୟୁକ୍ରେନ, ଜମ୍ଵିଆ, ଉଗାଣ୍ତା, ବ୍ରୁକିନା ଫାସୋ, ନାଇଜର, ମାଲି, ଡିଆର କଙ୍ଗୋ, ମିଆଁମାର ଏବଂ ଆର୍ନିଆ ପରି 21 ଟି ଦେଶକୁ ସେଥିମଧ୍ୟରୁ 2.8 ମିଲିୟନ ଟାବଲେଟ ପଠାଇଛି |

ଏହାବ୍ୟତିତ ଆଫ୍ରିକାର 13ଟି ଦେଶ, ପଶ୍ଚିମ ଏସିଆ ଏବଂ ଉତ୍ତର ଆଫ୍ରିକାର 7ଟି ଦେଶ ତଥା ଅନ୍ୟ 16ଟି ଦେଶରୁ ଅତିରିକ୍ତ ସହାୟତା ପାଇଁ ଭାରତକୁ ଅନୁରୋଧ କରିଛନ୍ତି | ଏହି ଘଡିସନ୍ଧି ସମୟରେ ବିଶ୍ଵ ସମୁଦାୟକୁ ସବୁ ପ୍ରକାର ସହାୟତା କରିବାକୁ ଭାରତ ଅଣ୍ଟାଭିଡିଛି |

ମହାମାରୀର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କ ସହିତ ଆଲୋଚନା କରୁଛନ୍ତି | ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟା ରାଜପକ୍ଷେଙ୍କ ସହ ଫୋନରେ କଥା ହୋଇ ଭାରତ ପକ୍ଷରୁ ଏହି ବିପଦ ସମୟରେ ସମସ୍ତ ପ୍ରକାର ସହାୟତା କରିବାକୁ ପ୍ରତୁଶ୍ରୁତି ଦେଇଛନ୍ତି | ଶ୍ରୀଲଙ୍କାର ବିକାଶ ପାଇଁ ଭାରତୀୟ କଂପାନୀମାନଙ୍କ ଦ୍ଵାରା ପୁଞ୍ଜିନିବେଶର ସମ୍ଭାବନା ଉପରେ ମଧ୍ୟ ଶ୍ରୀ ମୋଦି ଆଲୋଚନା କରିବା ସହିତ ଦେଶବାସୀଙ୍କର ମହ୍ଗଳ କାମନା କରିଛନ୍ତି |

ପ୍ରଧାନମନ୍ତ୍ରୀ ମୋଦି ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥଙ୍କ ସହିତ ମଧ୍ୟ ଟେଲିଫୋନରେ କଥା ହୋଇଛନ୍ତି | ଘୂରଣ୍ଣି ଝଡ ଅମ୍ଫାନରେ ହୋଇଥିବା କ୍ଷୟକ୍ଷତି ପାଇଁ ପ୍ରଦାନମନ୍ତ୍ରୀ ଦୁଖ ବ୍ୟକ୍ତ କରିଥିଲେ | ମରିସସରେ କୋଭିଡ-19ର ମୁକାବିଲା ପାଇଁ ଭାରତ ପଠାଇଥିବା ଚିକିତ୍ସା ସାମଗ୍ରୀ ସହିତ 14 ଜଣିଆ ଚିକିତ୍ସକ ଟିମ ପାଇଁ ଶ୍ରୀ ଜଗନ୍ନାଥ ଭାରତର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ | ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ସହିତ ମରିସସର ଯୁବକ ଯୁବତୀମାନଙ୍କୁ ଆୟୁର୍ବେଦିକ ଔଷଧ ଉପରେ ଗବେଷଣା ପାଇଁ ପ୍ରସ୍ଥାବ ଦେଇଥିଲେ | ଏହା ସହିତ ମରିସସର ନାଗରୀକମାନଙ୍କ ସୁସ୍ଥ ଜୀବନର କାମନା କରିଥିଲେ ଏହିପରି ଭାବେ ଭାରତ ବିଶ୍ଵ ସ୍ତରରେ କୋଭିଡ-19ର ମୁକାବିଲା କ୍ଷେତ୍ରରେ ଆଗୁଆ ହୋଇ ଉଦାହରଣ ସୃଷ୍ଟି କରିଛି |

ଆଲେଖ୍ୟ: କୌଶୀକ ରାୟ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...