Skip to main content

ଆଫଗାନିସ୍ଥାନ ସଂକ୍ରାତୀୟ ଆମେରିକାର ସ୍ଵତନ୍ତ୍ର ଦୂତ ଭାରତର ଅଧିକାରୀମାନଙ୍କୁ ସାକ୍ଷାତ କଲେ



ଆଫଗାନିସ୍ଥାନର ପୁନଃଗଠନ ପାଇଁ ଆମେରିକାର ସ୍ଵତନ୍ତ୍ର ଦୂତ ଜଲମେୟ ଖାଲିଜାଦ ଭାରତ ଆସି ବେଦେଶିକ ମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ନିରାପତ୍ତା ପରାମର୍ଶ ଦାତାଙ୍କୁ ସାକ୍ଷାତ କରିଛନ୍ତି | ନୂଆଦିଲ୍ଲୀ ଆସିବା ପୂର୍ବରୁ ସେ କତ୍ତାର ଏବଂ ପାକିସ୍ତାନ ଗସ୍ତ କରିସାରିଛନ୍ତି | ବ୍ୟାପକ ଆଞ୍ଚଳିକ ସମର୍ଥନ ପାଇଁ ସେ ପ୍ରଚେଷ୍ଠା ଚଳାଇଛନ୍ତି | ଶ୍ରୀ ଖଲିଲଜାଦ ଆଫଗାନିସ୍ଥାନରେ ଶାନ୍ତି ଆଲୋଚନାକୁ ଫଳପ୍ରଦ କରିବା ଏବଂ ସେଠାରୁ ହିଂସାର ଅବସାନ କରାଇବା ସହିତ କୋଭିଡ-19 ମହାମାରୀ କ୍ଷେତ୍ରରେ ସହଯୋଗ କରିବାକୁ ଆଞ୍ଚଳିକ ଦେଶମାନଙ୍କୁ ପ୍ରବର୍ତ୍ତାଉଛନ୍ତି |

ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଆମେରିକା ତାଲିବାନ ବୁଝାମଣାକୁ ପୂର୍ଣ୍ଣ କାର୍ଯ୍ୟକାରୀ କରିବା ଯାହାକି ତାଲିବାନ ସନ୍ତ୍ରାସବାଦିମାନଙ୍କୁ ଜେଲରୁ ମୁକୁଳାଇବା ଉପରେ ଆଫଗାନିସ୍ଥାନ ସରକାର ରାଜି ନହେବାରୁ ଉପୁଜିଥିବା ପରିସ୍ଥିତି କାରଣରୁ ବାଧାପ୍ରାପ୍ତ ହୋଇଥିଲା | 2020 ଫେବୃୟାରୀରେ ଦୋହା ଠାରେ ଶ୍ରୀ ଖାଲିଜାଦ ଏବଂ ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ବରାଦରଙ୍କ ମଧ୍ୟରେ ଐତିହାସୀକ ଶାନ୍ତି ବୁଝାମଣା ହୋଇଥିଲା | ଏହା ପରଠାରୁ ସେ ଘଟଣାକ୍ରମ ଉପରେ ଦୃଷ୍ଟି ରଖିଛନ୍ତି ଏବଂ ମହାମାରୀ ସମୟରେ ମଧ୍ୟ ଏଥିପାଇଁ ପ୍ରୟାସ କରୁଛନ୍ତି |

ଭାରତ ଏହି ଶାନ୍ତି ପ୍ରକ୍ରିୟାକୁ ସମର୍ଥନ କରୁଛି ଏବଂ ଆଫଗାନିସ୍ଥାନର ଶାନ୍ତି, ସ୍ଥିରତା ତଥା ନିରାପତ୍ତା ନିମନ୍ତେ ସମସ୍ତ ପ୍ରକାର ଅବସରକୁ ସମର୍ଥନ କରିବ ବୋଲି କହିଛି | ଶ୍ରୀ ଖାଲିଜାଦ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏବଂ ରାଷ୍ଟ୍ରୀୟ ନିରାପତ୍ତା ପରାମର୍ଶଦାତା ଅଜୀତ ଡୋଭାଲଙ୍କୁ ସାକ୍ଷାତ କରି ଶାନ୍ତି ପ୍ରକ୍ରିୟାର ପ୍ରଗତି ଉପରେ ଅବଗତ କରାଇଛନ୍ତି | ଆଫଗାନିସ୍ଥାନରେ ବଢୁଥିବା ହିଂସା ଉପରେ ଭାରତ ଚିନ୍ତା ପ୍ରକଟ କରିବା ସହିତ ତୁରନ୍ତ ଅସ୍ତ୍ରବିରତି ଲାଗୁ କରିବାକୁ ଦାବି କରିଛି | ଭାରତ ଏହା ମଧ୍ୟ କହିଛି ଯେ ଆଫଗାନିସ୍ଥାନରେ ଶାନ୍ତି ଆଣିବା ପାଇଁ ସନ୍ତ୍ରାସବାଦିମାନଙ୍କ ଆଡ୍ଡାକୁ ତୁରନ୍ତ ବନ୍ଦ କରାଯିବା ଦରକାର | ଅପରପକ୍ଷେ ଆଫଗାନିସ୍ଥାନର ଆର୍ଥିକ ବିକାଶ ଏବଂ ପୁନଃଗଠନ ପାଇଁ ଭାରତର ମାନବୀୟ ସହାୟତାକୁ ଆମେରିକା ପ୍ରଶଂସା କରିଛି | ଆଫଗାନିସ୍ଥାନ ପାଇଁ ମହାମାରୀର ମୁକାବିଲା ନିମନ୍ତେ ଭାରତ ଆବଶ୍ୟକୀୟ ଔଷଧ ଏବଂ ଅନ୍ୟ ସେବା ଯୋଗାଇ ଆସୁଛି |

ପ୍ରଥମ ଥର ପାଇଁ ଆମେରିକା ଭାରତ ଏବଂ ତାଲିବାନ ମଧ୍ୟରେ ଆଲୋଚନା ନିମନ୍ତେ ସର୍ବସାଧାରଣରେ ପ୍ରସ୍ଥାବ ଦେଇଛି ଏବଂ ତାଲିବାନ ସହିତ ସନ୍ତ୍ରାସବାଦ ଉପରେ ଭାରତ ଖୋଲାଖୋଲି କଥା ହେଉ ବୋଲି ପ୍ରସ୍ଥାବ ରଖିଛି | ଏଥିରୁ ପ୍ରମାଣିତ ହେଉଛି ଯେ ଆଫଗାନିସ୍ଥାନ ଶାନ୍ତି ପ୍ରକ୍ରିୟାରେ ଭାରତର ବୃହତ୍ତର ଭୂମିକା ରହୁବୋଲି ଆମେରିକା ଚାହୁଁଛି | ରଏଟର ସମ୍ଵାଦ ସରବରାହ ସଂସ୍ଥା ଅନୁଯାୟୀ ଫେବୃୟାରୀରେ ଶାନ୍ତି ରାଜିନାମା ହେବା ପରଠାରୁ ତାଲିବାନ 4500 ଆକ୍ରମଣ କରିଛି | ଏହି ହିଂସା ପାଇଁ ତାଲିବାନ ଆଫଗାନିସ୍ଥାନ ଏବଂ ଆମେରିକାକୁ ଦୋଷାରୋପ କରୁଛି | ଏହାବ୍ୟତିତ ରାଷ୍ଟ୍ରପତି ଅସରଫ ଘନି ଏବଂ ତାଙ୍କର ପ୍ରତିଦ୍ଵନ୍ଦି ଅବଦୁଲ୍ଲା ଅବଦୁଲ୍ଲାଙ୍କ ମଧ୍ୟରେ ଆଲୋଚନା ସ୍ଥଗିତ ରହିଛି କାରଣ ସେପ୍ଟେମ୍ଵରରେ ହୋଇଥିବା ନିର୍ବାଚନରେ ଉଭୟ ବିଜୟୀ ହୋଇଥିବା ଦାବି କରୁଛନ୍ତି |

ଆଫଗାନିସ୍ଥାନ ମଧ୍ୟରେ ଶାନ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ଅନ୍ୟ ଏକ କାରଣ ହେଉଛି ଯେ ସେଠାରେ ଦୁଇ ଗୋଷ୍ଠି ମଧ୍ୟରେ ବିଶ୍ଵାସ ଏବଂ ଭରଷାର ଅଭାବ ରହିଛି ତଥା ଉଭୟ ପକ୍ଷ ଜେଲରୁ ପରସ୍ପରର କଏଦି ମାନଙ୍କୁ ଅଧିକ ମୁକ୍ତ କରୁନାହାନ୍ତି | ରାଜିନାମା ଅନୁଯାୟୀ ମାର୍ଚରେ ଆଫଗାନିସ୍ଥାନ ସରକାର 5000 ତାଲିବାନୀଙ୍କୁ ଜେଲରୁ ମୁକ୍ତ କରିବା କଥା କିନ୍ତୁ ଏପର୍ଯ୍ୟନ୍ତ ମାତ୍ର 933 ଜଣଙ୍କୁ ମୁକ୍ତ କରିଛି | ସେହିପରି ତାଲିବାନ ଏହାର ଜେଲରେ ରଖିଥିବା 1000 ସରକାରୀ ଅଧିକାରୀହ୍କୁ ଛାଡିବା କଥା କିନ୍ତୁ ମାତ୍ର 155 ଜଣଙ୍କୁ ଛାଡିଛି | ଏସବୁକୁ ଦେଖି ତାଲିବାନ ସରକାର ବିରୁଦ୍ଧରେ ଆକ୍ରମଣକୁ ବଢାଇ ଦେଇଛି |

ବିଭିନ୍ନ କାରଣରୁ ଆଫଗାନସ୍ଥିନରେ ଶାନ୍ତି ପ୍ରକ୍ରିୟା ଫଳପ୍ରଦ ହୋଇନାହିଁ |


ମୂଳ ଲେଖା : ଡକ୍ଟର ସ୍ମିତା

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...