Skip to main content

କୋଭିଡ-19 ବିଶ୍ଵ ମହାମାରୀ ପରିପ୍ରେକ୍ଷୀରେ ‘ନାମ’ ଭର୍ଚୁଆଲ ସମ୍ମିଳନୀ ଏକ ଉଚିତ ପଦକ୍ଷେପ

କରୋନାଭାଇରସ ମହାମାରୀ କେବଳ ବିଶ୍ଵବ୍ୟାପୀ ସ୍ୱାସ୍ଥ୍ୟସେବା ପାଇଁ ନୁହେଁ ବରଂ ଜାତୀୟ ଓ ବିଶ୍ଵ ଶାସନ ପ୍ରତିଷ୍ଠାନ ଲାଗି ମଧ୍ୟ ଏକ ଅଦ୍ଭୂତପୂର୍ବ ଚାଲେଞ୍ଜ ଭାବେ ଉଭା ହୋଇଛି | ତେଣୁ ଆଜେରବାଇଜାନର ରାଷ୍ଟ୍ରପତି ଇଲହାମ ଆଲିୟେଭଙ୍କ ପ୍ରୟାସରେ ଆୟୋଜିତ ଅନଲାଇନ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ନାମ ) ସମ୍ମିଳନୀ ଏଦିଗରେ ଉଚିତ ପଦକ୍ଷେପ ବୋଲି ବିବେଚନା କରାଯାଉଛି | ଏହି ଭିଡିଓ କନଫରେନ୍ସରେ 30 ରୁ ଅଧିକ ଜଣ ରାଷ୍ଟ୍ରାଧ୍ୟକ୍ଷ ଓ ସରକାର ମୁଖ୍ୟଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ | ଭିଡିଓ କନଫରେଂସିଙ୍ଗ ମାଧ୍ୟମରେ ଏହି ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରପେକ୍ଷତା, ମାନବତା ଓ ସମାନତାକୁ ଆଧାର କରି ବିଶ୍ବରେ ଏକ ନୂତନ ସମୀକରଣର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି | ଏହି ଅବସରରେ ସେ, ଆନ୍ତର୍ଜାତୀୟ ଅନୁଷ୍ଠାନ ଗୁଡିକ ନୂତନ ବୈଶ୍ଵିକ ବାସ୍ତବତା ପ୍ରତିଫଳିତ କରିବା ଲାଗି ନିଶ୍ଚିତ କରିବା ଉପରେ ବିଶ୍ଵ ସ୍ତରୀୟ ନେତା ମାନଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି | ସେ କହିଛନ୍ତି ନାମ ଗୋଷ୍ଠୀ ଏକ ଦୃଢ ନୈତିକ ଶକ୍ତି ଭାବେ ଏହାର କାର୍ଯ୍ୟ ଜାରି ରଖିଛି ତେଣୁ ଏହା ବିଶ୍ଵ ସଂହତିର ଏକ ପ୍ରମୁଖ ଆୟୁଧ ହେବା ନିହାତି ଜରୁରୀ | ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିଶ୍ଵ ଏକତା ମନୋଭାବ ଯୋଗୁଁ ଭାରତ ନାମ ସଦସ୍ୟ ରାଷ୍ଟ୍ର ସମେତ 120 ରୁ ଅଧିକଟି ଦେଶକୁ ଭେଷଜ ସାମଗ୍ରୀ ଯୋଗାଣ କରିଛି|

ଭାରତ ଫାର୍ମାସିୟୁଟିକାଲ୍ସ ଓ ବିଶ୍ଵ ସ୍ୱାସ୍ଥ୍ୟ ପ୍ରଦାନକାରୀ ଭାବେ ସର୍ବୋତ୍କୃଷ୍ଟ ଆନ୍ତର୍ଜାତୀୟ ବିଶ୍ଵସନୀୟତା ଆଖ୍ୟା ହାସଲ କରିଛି | ଭାରତ ‘ବିଶ୍ଵର ଫାର୍ମାସୀ’ ଭାବେ ପରିଗଣିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି | ଆଫ୍ରିକା ସମେତ ବିଶ୍ଵର ପ୍ରମୁଖ ରାଷ୍ଟ୍ର ଗୁଡିକୁ ଭାରତୀୟ କମ୍ପାନୀ ଦ୍ଵାରା କେତେକ ଗୁରୁତ୍ୱପୂର୍ଣ୍ଣ ଔଷଧ ପତ୍ର ପ୍ରଦାନ କରାଯାଇଛି | ଭାରତର ଜେନେରିକ ଔଷଧ ଶିଳ୍ପ ନିଜ ପାଇଁ ଏକ ସ୍ଵତନ୍ତ୍ର ନାମ ଅର୍ଜନ କରିଥିବା ବେଳେ ବିଶ୍ଵ ବଜାରରେ ଏହାର ସ୍ଥିତି ଜାହିର କରିପାରିଛି | ଆଫ୍ରିକୀୟ ଓ ଲାଟିନ ଆମେରିକୀୟ ଦେଶ ଗୁଡିକ ଅଞ୍ଚଳରେ ଭାରତର ଉପସ୍ଥିତିରୁ ଫାଇଦା ଉଠାଇପାରିଛନ୍ତି | ବର୍ତ୍ତମାନ ଉଭୟ ଅଞ୍ଚଳରେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଅଧିକାଂଶ ଲୋକଙ୍କ ପାଇଁ ସୁଲଭ ମୂଲ୍ଯରେ ଔଷଧ, ଟୀକା ଏବଂ ଅନ୍ୟାନ୍ୟ ଔଷଧ ଉପଲବ୍ଧ ହୋଇପାରିଛି | କମ ମୂଲ୍ଯରେ ଜନସ୍ୱାସ୍ଥ୍ୟ ସେବା ଯୋଗାଇବାରେ ମଧ୍ୟ ଏହା ସରକାର ମାନଙ୍କୁ ସାହାଯ୍ୟ କରିଛି |
ଏହି ଶିଖର ସମ୍ମିଳନୀ ପରେ ନେତା ମାନେ କୋଭିଡ-19 ବିରୁଦ୍ଧରେ ସଂଗ୍ରାମରେ ଆନ୍ତର୍ଜାତୀୟ ଐକ୍ୟବଦ୍ଧତାର ମହତ୍ଵ ପ୍ରତି ପ୍ରାଧାନ୍ଯ ଦେଇ ଏକ ଘୋଷଣାନାମା ଉପରେ ସହମତ ପ୍ରକାଶ କରିଥିଲେ |ବିଶ୍ୱବ୍ୟାପି ମହାମାରୀ କାୟାବିସ୍ତାର କରି ଚାଲିଥିବା ସମୟରେ ଏହା ବିରୁଦ୍ଧରେ ସଂଗ୍ରାମ ଲାଗି ନାମ ସଦସ୍ୟ ରାଷ୍ଟ୍ର ଗୁଡିକର ଜରୁରୀ ଆବଶ୍ୟକତା ଗୁଡିକୁ ଚିହ୍ନଟ କରିବା ଲାଗି ଏକ ଟାସ୍କ ଫୋର୍ସ ଗଠନ କରିବା ଲାଗି ମଧ୍ୟ ସହମତି ପ୍ରକାଶ ପାଇଛି |

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ସାର୍କ ସଦସ୍ୟ ରାଷ୍ଟ୍ରର ନେତା ମାନଙ୍କ ଭିଡିଓ କନଫରେନସିଙ୍ଗ ଜରିଆରେ ଏକ ବୈଠକ ହେବା ପରେ ନାମ ସମ୍ମିଳନୀ ଲାଗି ଆଧାର ମିଳିଥିଲା | ବାସ୍ତବରେ ଜି 20 ଶିଖର ବୈଠକ ମଧ୍ୟ ଭାରତର ସାର୍କ ପଦକ୍ଷେପ ଦ୍ଵାରା ଅନୁପ୍ରାଣିତ ହୋଇଥିଲା | ସାର୍କ ଭିଡିଓ କନଫରେନ୍ସ ବୈଠକ ଅନୁଷ୍ଠିତ ହେବାର ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନଙ୍କ ସହ କଥାବାର୍ତ୍ତା କରି ଏହିପରି ଏକ ସମାନ ଭର୍ଚୁଆଲ ସମ୍ମିଳନୀର ଆୟୋଜନ ଲାଗି ପ୍ରସ୍ତାବ ଦେଇଥିଲେ |
ବୈଶ୍ଵିକ ମହାମାରୀର ଘଡି ସନ୍ଧି ମୂହୁର୍ତ୍ତରେ କୂଟନୈତିକ କ୍ଷେତ୍ର ଏକ ନୂତନ ଚାଲେଞ୍ଜର ସମ୍ମୁଖୀନ ହୋଇଛି | ବର୍ତ୍ତମାନ ଉପୁଜିଥିବା ସଂକଟମୟ ପରିସ୍ଥିତି ଦୃଷ୍ଟିରୁ ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀ, ଏନପିଟି ର 50 ତମ ବାର୍ଷିକୀ ସମ୍ମିଳନୀ , ଜାତିସଂଘ ଜଳବାଯୁ ପରିବର୍ତ୍ତନ ସମ୍ମିଳନୀ 2020 ଓ ସେପ୍ଟେମ୍ବରରେ ଜାତିସଂଘ ସାଧାରଣ ସଭାର ବାର୍ଷିକୀ ବୈଠକ ଆଦି ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ହେବା ପରି ମନେ କରାଯାଉଛି | ଏହିପରି ବିପର୍ଯ୍ୟୟ ସମୟରେ କୂଟନୈତିକ କାର୍ଯ୍ୟ ପରିଚାଳନାରେ ପରିବର୍ତ୍ତନ ଲାଗି ଏହି ମହାମାରୀ ଜନିତ ବିପଦ ବାଧ୍ୟ କରିଛି | ସଫ୍ଟୱେର ଇଣ୍ଡଷ୍ଟ୍ରି ରେ ଅଗ୍ରଣୀ ଭାବେ ଏହି ଚାଲେଞ୍ଜର ମୁକାବିଲା କରିପାରିବ ବୋଲି ଭାରତ ପ୍ରମାଣ କରି ଦେଖେଇଛି ଭର୍ଚୁଆଲ ଗସ୍ତ ଓ ଭର୍ଚୁଆଲ ସମ୍ମିଳନୀ କିଛି ସମୟ ପାଇଁ ରହିପାରେ କିନ୍ତୁ ମହାମାରୀର ସଂପୂର୍ଣ୍ଣ ମୂଳପୋଛ ହେବା ପରେ ଆମ ବିଶ୍ଵ ଏକ ନୂତନ ସ୍ଵରୁପରେ ଅବତୀର୍ଣ୍ଣ କରିପାରେ |
ପ୍ରତିଷ୍ଠାନ ଗୁଡିକ ସମୟ ସହ ତାଳ ଦେଇ ଗତି କରିବାର ଆବଶ୍ୟକତା ରହିଛି | ସେମାନେ ଯଦି ଏପରି କରିପାରିବେ ନାହିଁ ତେବେ ସେମାନେ କେବଳ ଜୀବନ୍ତ ଜୀବାଶ୍ମ ଓ ଇତିହାସର ପାଦଚିହ୍ନ ହୋଇ ରହିଯିବେ | ‘ନାମ ସମୂହ’ ମଧ୍ୟ ବିକାଶ ହେବା ସହ ଏହାକୁ ବିଶ୍ଵ ସ୍ତରୀୟ ବିକାଶ କ୍ଷେତ୍ରରେ ଶୃଙ୍ଖଳିତ କରିବାର ଆବଶ୍ୟକତା ରହିଛି | ନାମ ସମୂହ ଦ୍ଵାରା ଗ୍ରହଣ କରାଯାଉଥିବା ପଦକ୍ଷେପ ଓ ଏହାର କାର୍ଯ୍ୟକାରିତା ନିଶ୍ଚିତ ରୂପରେ ବିଶ୍ଵ ସ୍ତରୀୟ ବାସ୍ତବତାକୁ ପ୍ରତିଫଳିତ କରିବ | ନୂତନ ଚାଲେଞ୍ଜର ସମ୍ମୁଖୀନ ହେବା ଓ ନୂତନ ସୁଯୋଗ ଗୁଡିକରୁ ଲାଭ ଉଠାଇବା ପାଇଁ ନାମରେ ସଂସ୍କାର ଆଣିବା ସହ ଏହାକୁ ଆଧୂନିକୀକରଣ କରିବାକୁ ପଡିବ |
ବେଳେବେଳେ ଇତିହାସର ଅଗ୍ରଗତି ହୋଇଥାଏ ତ ବେଳେବେଳେ ଏହା ବହୁ ପଛକୁ ଚାଲି ଯାଇଥାଏ | ‘ନାମ’ରେ ମଧ୍ୟ ସେହିପରି ହୋଇଛି | ଏହି ପରିପ୍ରେକ୍ଷୀରେ ଆମେରିକୀୟ କବି ତଥା ମାନବବାଦୀ ୱାଲ୍ଟ ହ୍ଵିଟମ୍ୟାନଙ୍କ ଉକ୍ତି ପଡେ | ଯେଉଁଥିରେ ସେ କହିଥିଲେ ଯେ “ମୁଁ ବଡ ମୋର ବହୁତ ସଂଖ୍ୟା ଅଛି ” | ‘ନାମ’ ସହିତ ମଧ୍ୟ ଏହି ପରିଭାଷା ପ୍ରଯୁଜ୍ୟ ଅଟେ କାରଣ ଏହାର ମୂଳ ସିଦ୍ଧାନ୍ତ ଗୁଡିକ ଏପର୍ଯ୍ୟନ୍ତ ବଳିଷ୍ଠ ରହିବା ସହ ଏହାର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି |

ମୂଳ ଲେଖା : ଡଃ ଆଶ ନାରାୟଣ ରାୟ, ନିର୍ଦ୍ଦେଶକ, ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...