Skip to main content

କୋଭିଡ-19 ଓ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମରେ ଏସସିଓ ବୈଦେଶିକ ମନ୍ତ୍ରୀ ସମୂହର ଗୁରୁତ୍ଵାରୋପ



ଭାରତ, ରାଜନୈତିକ ସୁରକ୍ଷା ସଙ୍କ୍ରାନ୍ତୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦେଉଥିବା ଆଠ ସଦସ୍ୟ ବିଶିଷ୍ଟ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ରେ 2017ରେ ପୂର୍ଣ୍ଣ ସଦସ୍ୟତା ହାସଲ କରିବା ପରେ ଏହାର ପ୍ରଭାବ ବୃଦ୍ଧି ପାଇଛି | ସୂଚନାଯୋଗ୍ୟଯେ ଏହି ସମୟରେ ପାକିସ୍ତାନ ମଧ୍ୟ ପୂର୍ଣ୍ଣ ସଦସ୍ୟତା ଲାଭ କରିଥିଲା | ଏହି ସଂଗଠନରେ ଭାରତର ଗଠନମୂଳକ ଅବଦାନ ରହିଛି | ବର୍ତ୍ତମାନର ବୈଶ୍ଵିକ କୋଭିଡ-19 ମହାମାରୀ ସମୟରେ ଏହାର ମୁକାବିଲା ଲାଗି ଏକ ଦୀର୍ଘ ମିଆଦି ସମାଧାନର ବାଟ ବାହାର କରିବା ପାଇଁ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ସଂଗଠନ ଗୁଡିକ ମିଳିମିଶି ଆଲୋଚନା କଲେ ଅତ୍ୟନ୍ତ ଉପଯୋଗୀ ହୋଇଥାଏ |

ଭାରତ 2005 ମସିହାରୁ ଏସସିଓରେ ଏକ ପର୍ଯ୍ୟବେକ୍ଷକ ଥିଲା ଓ ଏହି ଗୋଷ୍ଠୀର ମନ୍ତ୍ରୀସ୍ତରୀୟ ବୈଠକ ଗୁଡିକରେ ଯୋଗ ଦେଇଥିଲା | ଏହି ବୈଠକରେ ମୁଖ୍ଯତଃ ୟୂରାସିଆ ଅଞ୍ଚଳରେ ସୁରକ୍ଷା ଓ ଅର୍ଥନୈତିକ ସହଯୋଗ ଉପରେ ଆଲୋଚନା ହୋଇଥିଲା | ରୁଷିଆ, ଚୀନ, କିରଗିଜ ଗଣତନ୍ତ୍ର, କାଜାଖସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଦ୍ଵାରା 2001ରେ ସାଙ୍ଘାଇରେ ଏକ ସମ୍ମିଳନୀରେ ଏସସିଓ ପ୍ରତିଷ୍ଠା କରାଯାଇଥିଲା |

ଗତ ସପ୍ତାହରେ ସଦସ୍ୟ ରାଷ୍ଟ୍ର ଗୁଡିକର ବୈଦେଶିକ ମନ୍ତ୍ରୀ ସମୂହର ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର ଯୋଗ ଦେଇ କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ଲାଗି ଏସଙ୍କ୍ରାନ୍ତୀୟ ସୂଚନା ଆଦାନ ପ୍ରଦାନ କରିବା ସହ ପରସ୍ପର ମଧ୍ୟରେ ସହଯୋଗ ସୁଦୃଢ କରିବା ଉପରେ ଜୋର ଦେଇଥିଲେ | ରୁଷର ବୈଦେଶିକ ମନ୍ତ୍ରୀ ସରଜେ ଲାଭରୋଭଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଚୀନର ୱାଙ୍ଗ ୟି ଓ ପାକିସ୍ତାନର ଶାହ ମହମ୍ମଦ କ୍ୟୁରେସିଙ୍କ ସମେତ ସବୁ ଏସସିଓ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ମାନେ ଯୋଗ ଦେଇଥିଲେ |

ଏହି ବୈଠକରେ କୋଭିଡ-19କୁ ପ୍ରତିହତ କରିବା ଲାଗି ମୁଖ୍ୟତଃ ଔଷଧ, ଚିକିତ୍ସା ଉପକରଣ ଏବଂ ଫାର୍ମାସିୟୁଟିକାଲ କ୍ଷେତ୍ରରେ ସୂଚନା ଆଦାନ ପ୍ରଦାନ ଉପରେ ବୈଦେଶିକ ମନ୍ତ୍ରୀମାନେ ଗୁରୁତ୍ଵାରୋପ କରିଥିଲେ | ଏହି ଅବସରରେ ଟୀକାକରଣ ବିକାଶ ଓ ରୋଗର ଚିକିତ୍ସା ପଦ୍ଧତି ପାଇଁ ସହଯୋଗ ଉପରେ ପ୍ରାଧାନ୍ଯ ଦେଇ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଲାଗି ସେମାନେ ଏକ ମିଳିତ ଘୋଷଣାନାମା ଉପରେ ସହମତ ହୋଇଥିଲେ |

ଏସସିଓ ସଦସ୍ୟ ରାଷ୍ଟ୍ର ଗୁଡିକ ସହ କୋଭିଡ-19 ସଙ୍କ୍ରାନ୍ତୀୟ ସୂଚନା, ପାରଦର୍ଶିତା ଓ ଅଭିଜ୍ଞତା ଆଦାନ ପ୍ରଦାନ ଲାଗି ଭାରତ ପ୍ରସ୍ତୁତ ଥିବା ବିଷୟ ବୈଦେଶିକ ମନ୍ତ୍ରୀ ଆଲୋକପାତ କରିଥିଲେ | ମହାମାରୀ ପରିପ୍ରେକ୍ଷୀରେ ମେ 12 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଘୋଷିତ 20 ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ସମେତ ଭାରତ ଦ୍ଵାରା ନିଆଯାଇଥିବା ବିଭିନ୍ନ ନିର୍ଣ୍ଣାୟକ ପଦକ୍ଷେପ ବିଷୟରେ ମଧ୍ୟ ଡଃ ଜୟଶଙ୍କର ଆଲୋକପାତ କରିଥିଲେ | ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କର ମଧ୍ୟ ଏସସିଓ ସଦସ୍ୟ ମାନଙ୍କ ମଧ୍ୟରେ ଆପୋଷ ଲାଭଦାୟକ ବାଣିଜ୍ୟ-ଅର୍ଥନୈତିକ ସହଯୋଗ ସ୍ଥାପନ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ଦିଗରେ କାର୍ଯ୍ୟ କରିବା ଲାଗି ଭାରତ ଅଙ୍ଗୀକାରବଦ୍ଧ ଥିବା ବିଷୟ ଅବଗତ କରାଇଥିଲେ |

ଚଳିତ ବର୍ଷ ଅପ୍ରେଲ ମାସରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ସମୂହର ଭିଡିଓ କନଫରେନ୍ସ ଜରିଆରେ ବୈଠକ ହେବା ପରେ ଏସସିଓ ବୈଦେଶିକ ମନ୍ତ୍ରୀବୃନ୍ଦଙ୍କ ବୈଠକ ବସିଥିଲା | କୋଭିଡ-19 ମହାମାରୀ ଯୋଗୁଁ ଉପୁଜିଥିବା ସଙ୍କଟଜନକ ପରିସ୍ଥିତି ଏବଂ ଏହାର ପ୍ରଭାବ ନେଇ ବ୍ରିକ୍ସ ବୈଠକରେ ମୁଖ୍ୟତଃ ଆଲୋଚନା ହୋଇଥିଲା | ସେହିପରି ମେ 7 ତାରିଖରେ ଏହି ମହାମାରୀ ସଙ୍କ୍ରାନ୍ତୀୟ ପୁଙ୍ଖାନୁପୁଙ୍ଖ ଆଲୋଚନା ଲାଗି ବ୍ରିକ୍ସ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା | ଉଲ୍ଲେଖ ଯୋଗ୍ୟ ଯେ କୋଭିଡ-19 ଉପରେ ଅନୁଷ୍ଠିତ ଏସସିଓ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ସମୂହର ଏକ ଭର୍ଚୁଆଲ ବୈଠକରେ ଉଭୟ ଭାରତ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ପ୍ରଥମ ଥର ଲାଗି ଏକାଠି ହୋଇଥିଲେ |

ଏସସିଓ ସଦସ୍ୟ ରାଷ୍ଟ୍ର ବୈଦେଶିକ ମନ୍ତ୍ରୀବୃନ୍ଦଙ୍କ ବୈଠକରେ କରୋନାଭାଇରସ ପ୍ରତିହତ ଲାଗି ମୁଖ୍ୟତଃ ଆଲୋଚନା ହୋଇଥିଲା | ଡଃ ଜୟଶଙ୍କର ଏହା ବିରୁଦ୍ଧରେ ଲଢିବା ଲାଗି ଉପାୟ ବାହାର କରିବା ସହ ଏକ୍ଷେତ୍ରରେ ସହଯୋଗ କରିବା ଉପରେ ଜୋର ଦେଇ ସମଗ୍ର ବିଶ୍ଵ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ସୁରକ୍ଷା ଜନିତ ଚାଲେଞ୍ଜ ଗୁଡିକ ଉପରେ ମଧ୍ୟ ଗୁରୁତ୍ଵାରୋପ କରିଥିଲେ | ସନ୍ତ୍ରାସବାଦ ଏସସିଓ ଅଞ୍ଚଳ ଗୁଡିକର ସୁରକ୍ଷା ଓ ସ୍ଥିରତା କ୍ଷେତ୍ରରେ ଏକ ବଡ ବିପଦ ଭାବେ ଉଭା ହୋଇଛି ତେଣୁ ‘ ସାମୁହିକ କାର୍ଯ୍ୟାନୁଷ୍ଠାନ’ ଉପରେ ଅଧିକ ଗୁରୁତ୍ଵ ଦେବା ଉଚିତ ବୋଲି ଶ୍ରୀ ଜୟଶଙ୍କର ଦୃଢୋକ୍ତି ପ୍ରକାଶ କରିଥିଲେ | ଅର୍ଥନୈତିକ ପୁନରୁଜ୍ଜୀବିତ ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ଜଣାଇଥିଲେ | ତେଣେ ଆତଙ୍କବାଦୀ ବିରୋଧୀ ନିୟମ କାନୁନ ଓ ଗୋଷ୍ଠୀର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବା ଲାଗି ରୁଷ ବୈଦେଶିକ ମନ୍ତ୍ରୀ ସରଜେ ଲାଭରୋଭ ଆହ୍ଵାନ ଜଣାଇଥିଲେ |ରୁଷର ଅଧ୍ୟକ୍ଷତାରେ ଜୁଲାଇ ଶେଷ ବେଳକୁ ସେଣ୍ଟ ପିଟର୍ସବର୍ଗ ଠାରେ ଏସସିଓର ପରବର୍ତ୍ତୀ ସମ୍ମିଳନୀ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି |

ଏହି ସମ୍ମିଳନୀରେ ଆଫଗାନିସ୍ତାନରେ ବର୍ତ୍ତମାନ ଉପୁଜିଥିବା ପରିସ୍ଥିତି ନେଇ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିଲା | ଚୀନ ଅଧ୍ୟୁଷିତ ଗୋଷ୍ଠୀରେ ପୂର୍ଣ୍ଣ ସଦସ୍ୟ ଭାବେ ଭାରତର ପ୍ରବେଶ, ବାସ୍ତବରେ ଆଞ୍ଚଳିକ ଭୌଗୋଳିକ-ରାଜନୀତି କ୍ଷେତ୍ରରେ ଏହାର ପ୍ରଭାବ ବୃଦ୍ଧି କରିବା ସହ ଏହାକୁ ଏକ –ଏସୀୟ ରଙ୍ଗ ଦେଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ |

ମୂଳ ଲେଖା : ପ୍ରଫେସର ରାଜାରାମ ପଣ୍ଡା

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...