Skip to main content

କୋଭିଡ-19 ମହାମାରୀ ବିରୁଦ୍ଧରେ ସଂଗ୍ରାମ ଲାଗି ଭାରତର ବୈଶ୍ଵିକ ସମ୍ପର୍କ ଜାରିରହିଛି


କୋଭିଡ-19 ମହାମାରୀ ଦୃଷ୍ଟିରୁ ଭାରତ ତୃତୀୟ ପର୍ଯ୍ୟାୟ ଲକଡାଉନରେ ପ୍ରବେଶ କରିଥିବା ବେଳେ ଦେଶ ବାହ୍ୟ ରାଷ୍ଟ୍ର ଗୁଡିକ ପ୍ରତି ମଧ୍ୟ ଯଥେଷ୍ଠ ଧ୍ୟାନ ଦେଉଛି | ଭାରତ କେବଳ କରୋନା ଭାଇରସର ମୂଳପୋଛ ଲାଗି ପ୍ରତିଶୃତିବଦ୍ଧ ନୁହେଁ ବରଂ ସମଗ୍ର ବିଶ୍ଵକୁ ସାହାଯ୍ୟ ସହଯୋଗ ଲାଗି ସଦା ସର୍ବଦା ପ୍ରସ୍ତୁତ ରହିଛି |

ଭାରତ ଏହାର ନିକଟ ପଡୋଶୀ ରାଷ୍ଟ୍ର ଗୁଡିକ ସହ ସମନ୍ଵୟ ଜାରୀ ରଖିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାମାରୀ ଯୋଗୁଁ ବର୍ତ୍ତମାନ ଉଭା ହୋଇଥିବା ପରିସ୍ଥିତି ନେଇ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଥିଲେ | ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଦୁଇ ଦେଶରେ ନିଆଯାଉଥିବା ପ୍ରତିକାରାତ୍ମକ ପଦକ୍ଷେପ ନେଇ ଉଭୟ ନେତା ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ |ଏହି ଆଲୋଚନା ବେଳେ ଗତ ମାର୍ଚ୍ଚ ମାସରେ ଭିଡିଓ କନଫରେନ୍ସ ମାଧ୍ୟମରେ ସାର୍କ ନେତା ମାନଙ୍କ ବୈଠକ ସମୟରେ ସହମତ ହୋଇଥିବା ସ୍ଵତନ୍ତ୍ର ବ୍ୟବସ୍ଥା ଗୁଡିକର କାର୍ଯ୍ୟକାରିତାରେ ପ୍ରଗତି ନେଇ ଦୁଇ ନେତା ଖୁସି ପ୍ରକଟ କରିଥିଲେ | ସାର୍କ କୋଭିଡ-19 ଜରୁରୀକାଳିନ ପାଣ୍ଠିକୁ 1.5 ନିୟୁତ ଡଲାର ଅବଦାନ ପାଇଁ ଶ୍ରୀ ମୋଦୀ ବାଙ୍ଗଲାଦେଶକୁ ଧନ୍ୟବାଦ ଜଣାଇଥିଲେ |

ବାଙ୍ଗଲାଦେଶରେ ଏହି ମହାମାରୀ ବିରୁଦ୍ଧରେ ସଂଗ୍ରାମ ଲାଗି ସହାୟତା ଯୋଗାଇବା ଓ କୋଭିଡ-19 ଲଢେଇ ଲାଗି ସମନ୍ଵୟ କ୍ଷେତ୍ରରେ ନେତୃତ୍ଵ ନେଇଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ହାସିନା ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଚେନ୍ନାଇ ଓ କୋଲକାତାରେ ଅଟକ ଥିବା ବାଙ୍ଗଲାଦେଶୀ ନାଗରିକଙ୍କୁ ସ୍ଥାନାନ୍ତରିତ କରିବାରେ ମଧ୍ୟ ଭାରତ ସହାୟତା କରିଥିଲା |ସଡକ ପଥ, ରେଳ ପଥ, ଆକାଶ ପଥ ଓ ଆଭ୍ଯନ୍ତରୀଣ ଜଳପଥ ଦେଇ ସୀମାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଜାରୀ ରହିଥିବା ଯୋଗୁଁ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି | କୋଭିଡ-19 ସଂକ୍ରମଣକୁ ରୋକିବା ଓ ଏହି ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ ଜନିତ ଓ ଅର୍ଥନୈତିକ ପ୍ରଭାବକୁ ହ୍ରାସ କରିବାରେ ବାଙ୍ଗଲାଦେଶକୁ ସବୁମନ୍ତେ ସାହାଯ୍ୟ କରିବା ଲାଗି ଭାରତ ପ୍ରସ୍ତୁତ ଅଛି ବୋଲି ଶ୍ରୀ ମୋଦୀ, ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ଵାସନା ଦେଇଛନ୍ତି | ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ପବିତ୍ର ରମଜାନ ମାସରେ ବାଙ୍ଗଲାଦେଶର ନାଗରିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ଏହି ଘଡିସନ୍ଧି ମୁହୂର୍ତ୍ତରେ ଭାରତ ସେମାନଙ୍କ ସହ ରହିଛି ବୋଲି ନିଶ୍ଚିତ କରିଛନ୍ତି |


ଶ୍ରୀ ମୋଦୀ, ମିଆଁମାର ର ରାଜ୍ୟ ପରାମର୍ଶଦାତା ସୁଶ୍ରୀ ଅଙ୍ଗ ସାନ ସୁ କିଙ୍କ ସହ ମଧ୍ୟ କଥାବାର୍ତ୍ତା କରି କୋଭିଡ ମହାମାରୀ ଯୋଗୁଁ ଘରୋଇ ଓ ଆଞ୍ଚଳିକ କ୍ଷେତ୍ରରେ ଉପୁଜିଥିବା ପରିସ୍ଥିତି ନେଇ ଆଲୋଚନା କରିବା ସହ ଏହି ମହାମାରୀକୁ କାବୁ କରିବା ଲାଗି ପରସ୍ପରର ଦେଶରେ ଗ୍ରହଣ କରାଯାଉଥିବା ପଦକ୍ଷେପ ବିଷୟରେ ମତ ବିନିମୟ କରି ଏନେଇ ବ୍ୟାପକ ଆଲୋଚନା କରିଛନ୍ତି |ଭାରତର ‘ପଡୋଶୀ ପ୍ରଥମ ନୀତି’ ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ମିଆଁମାରର ମହତ୍ତ୍ଵ କୁ ପ୍ରତିପାଦନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ମିଆଁମାରରେ କୋଭିଡ-19 ମହାମାରୀର ପ୍ରଭାବକୁ ହ୍ରାସ କରିବା ପାଇଁ ସବୁ ପ୍ରକାରର ସହାୟତା ଯୋଗାଇବାକୁ ସୁଶ୍ରୀ ସୁ କୀଙ୍କୁ ପ୍ରତିଶୃତି ଦେଇଥିଲେ |

ଶ୍ରୀ ମୋଦୀ ମଧ୍ୟ ଭାରତରେ ଥିବା ମିଆଁମାରର ନାଗରିକ ମାନଙ୍କୁ ସବୁ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ଆଶ୍ଵାସନା ଦେଇଛନ୍ତି | ମିଆଁମାରରେ ଭାରତୀୟ ନାଗରିକ ମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାରୁ ସେ ସୁଶ୍ରୀ ସୁ କୀଙ୍କୁ ଧନ୍ୟବାଦ ଜଣାଇଛନ୍ତି | କୋଭିଡ-19 ଯୋଗୁଁ ଉଭା ହୋଇଥିବା ଚାଲେଞ୍ଜର ମୁକାବିଲା କରିବା ପାଇଁ ରୀତିମତ ଯୋଗାଯୋଗ କରିବା ସହ ମିଳିମିଶି କାର୍ଯ୍ୟ କରିବାକୁ ଦୁଇ ନେତା ରାଜି ହୋଇଛନ୍ତି |

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଜେନେରାଲ ପ୍ରାୟୁତ ଚାନ ଓ ଚା ଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରି, ଆସିଆନ ଓ ତତ ସଙ୍କ୍ରାନ୍ତୀୟ ସମ୍ମିଳନୀରେ ଯୋଗ ଦେବା ଲାଗି 2019 ନଭେମ୍ବର ରେ ତାଙ୍କ ବ୍ୟାଙ୍କକ ଗସ୍ତକୁ ସ୍ମରଣ କରାଇଥିଲେ | ସେ ଥାଇ ରାଜକୀୟ ପରିବାରର ସଦସ୍ୟ ତଥା ଥାଇ ଲୋକଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ | କୋଭିଡ ମହାମାରୀର ମୁକାବିଲା ଲାଗି ଦୁଇ ଦେଶରେ କଣ ସବୁ ପଦକ୍ଷେପ ନିଆଯାଉଛି ମୁଖ୍ଯତଃ ସେ ବିଷୟ ନେଇ ଦୁଇ ନେତା ପରସ୍ପର ମଧ୍ୟରେ ମତ ଆଦାନ ପ୍ରଦାନ କରିଥିଲେ |

ଏହି ମହାମାରୀ ବିରୁଦ୍ଧରେ ଫଳପ୍ରଦର ସହ ମୁକାବିଲା କରିବା ପାଇଁ ଆଞ୍ଚଳିକ ଓ ବିଶ୍ଵ ସ୍ତରରେ ସହଯୋଗ ସ୍ଥାପନା ର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମୁଖ୍ଯତଃ ଜୋର ଦେଇ କହିଥିଲେ | ଶ୍ରୀ ମୋଦୀ, ଥାଇଲାଣ୍ଡର ଫାର୍ମାସିୟୁଟିକାଲ ଆବଶ୍ୟକତା ପରିପୂରଣ ଲାଗି ସହଯୋଗ କରିବା ନେଇ ଭାରତର ପ୍ରତିଶୃତିବଦ୍ଧତା ବିଷୟ ଦୋହୋରାଇଥିଲେ | ଦୁଇ ଦେଶ ର ଗବେଷକ, ବୈଜ୍ଞାନିକ ଓ ଉଦ୍ଭାବକ ମାନଙ୍କ ମଧ୍ୟରେ ଅଧିକରୁ ଅଧିକ ସହଯୋଗ ସ୍ଥାପନ ଲାଗି ମଧ୍ୟ ଉଭୟ ନେତା ସହମତି ପ୍ରକାଶ କରିଥିଲେ | ପରସ୍ପରର ଅଞ୍ଚଳରେ ଥିବା ସେମାନଙ୍କ ନାଗରିକ ମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗକୁ ଦୁଇ ନେତା ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତରେ ମଧ୍ୟ ଏପରି ସମର୍ଥନ ଜାରୀ ରଖିବାକୁ ଉଭୟେ ପ୍ରତିଶୃତି ଦେଇଥିଲେ |

ଦୁଇ ଦେଶ ମଧ୍ୟରେ ଜାତିଗତ ଓ ପ୍ରାଚୀନ ସାଂସ୍କୃତିକ ଯୋଗାଯୋଗ ସମ୍ପର୍କ ସହ ଭାରତର ବିସ୍ତାରିତ ପଡୋଶୀ ରାଷ୍ଟ୍ର ମଧ୍ୟରେ ଥାଇଲାଣ୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ସହଯୋଗୀ ରାଷ୍ଟ୍ର |

ଆଞ୍ଚଳିକ ଓ ବିସ୍ତାରିତ ପଡୋଶୀ ରାଷ୍ଟ୍ର ସ୍ତରରେ ଭାରତ, ବର୍ତ୍ତମାନ ଉଭା ହୋଇଥିବା ସଙ୍କଟଜନକ ସମୟରେ ସବୁ ସହଯୋଗୀ ରାଷ୍ଟ୍ର ମାନଙ୍କୁ ସହାୟତାର ହାତ ବଢାଇଛି | ଭାରତ ବହୁ ଦେଶକୁ ବିଶେଷଜ୍ଞ ଟିମ ପଠାଇବା ସହ ବହୁ ମାତ୍ରାରେ ଚିକିତ୍ସା ସାମଗ୍ରୀ ମଧ୍ୟ ଯୋଗାଇଛି | ଏପରିକି ଭାରତରେ ଅଟକ ରହିଥିବା ବିଦେଶୀ ନାଗରିକ ମାନଙ୍କୁ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିବାରେ ମଧ୍ୟ ସହାୟତା କରିଛି |

କରୋନାଭାଇରସ ମହାମାରୀ ବିଶ୍ୱବ୍ୟାପି କାୟା ବିସ୍ତାର କରି ଚାଲିଥିବା ସମୟରେ ବିଭିନ୍ନ ଦେଶକୁ ଭାରତର ଅବିଶ୍ରାନ୍ତ ସହଯୋଗକୁ ବିଶ୍ଵ ସମୁଦାୟ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି | ଏହି ମହାମାରୀ ବିରୁଦ୍ଧରେ ସଂଗ୍ରାମ ଲାଗି ଭାରତର ନିଃସ୍ଵାର୍ଥପର ଅବଦାନ, କରୋନା ପରବର୍ତ୍ତୀ ସମୟରେ, ନିଶ୍ଚିତ ରୂପରେ ଏହାକୁ ଏକ ଦୃଢ ବିଶ୍ଵସନୀୟ ସ୍ଥିତିରେ ପହଞ୍ଚାଇବ କହିଲେ ଅତ୍ଯୁକ୍ତି ହେବ ନାହିଁ |
ମୂଳ ଲେଖା : କୌଶିକ ରାୟ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...