Skip to main content

କୋଭିଡ-19 ବିରୁଦ୍ଧରେ ମୁକାବିଲା ଲାଗି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମଧ୍ୟରେ ସହଯୋଗ ବୃଦ୍ଧି

ସମଗ୍ର ବିଶ୍ଵରେ କୋଭିଡ-19 ମହାମାରୀ କାୟା ବିସ୍ତାର କରି ଚାଲିଥିବା ସମୟରେ ଏକ ନୂତନ ସ୍ଵାଭାବିକ ସ୍ଥିତି ସହ ଖାପ ଖୁଆଇ ଚଳିବାକୁ ବିଶ୍ଵ ସବୁମତେ ସଂଘର୍ଷ ଚଳେଇଛି | କରୋନା ଭାଇରସ ଭଳି ମହାବିପତ୍ତିରେ ଘେରି ରହିଥିବା ବହୁ ରାଷ୍ଟ୍ର ମିଳିତ କାର୍ଯ୍ୟ ଓ ସାମୁହିକ ଆଭିମୁଖ୍ଯ ଗ୍ରହଣ କରିବା ସହିତ ସରକାରୀ କାର୍ଯ୍ୟ ପରିଚାଳନାର ପୁରୁଣା ରୀତିନୀତି ଅବଲମ୍ବନ କରି ଏହାର ମୁକାବିଲା ଲାଗି ଅହରହ ପ୍ରୟାସ ଚଳେଇଛନ୍ତି | ରାଷ୍ଟ୍ର ଗୁଡିକ ଆଞ୍ଚଳିକ ସ୍ତରରେ ପରାମର୍ଶ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି | ଦକ୍ଷିଣ ଏସିଆରେ ଏହି ମହାମାରୀର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍କ ରାଷ୍ଟ୍ର ଗୁଡିକରେ ତାଙ୍କ ପ୍ରତିପକ୍ଷଙ୍କ ସହ ବିଚାର ବିମର୍ଶ କରିବା ପରେ ଏହା ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା | ମାର୍ଚ୍ଚରେ ୟୁରୋପ ଓ ଦକ୍ଷିଣ ପୂର୍ବ ଏସିଆରେ ନିଆଯାଇଥିବା ଆଞ୍ଚଳିକ ପଦକ୍ଷେପ ଗୁଡିକର ମଧ୍ୟ ସ୍ପଷ୍ଟ ଉଦାହରଣ ରହିଛି | ଜି20 ଶିଖର ସମ୍ମିଳନୀରେ ଭାରତର ଆହ୍ଵାନ ଉପରେ ମଧ୍ୟ ଦୃଢ ସମର୍ଥନ ମିଳିସାରିଛି |

ଏହି ଘଟଣାକ୍ରମରେ କୋଭିଡ-19ର ମୁକାବିଲା ଲାଗି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମଧ୍ୟରେ ସହଯୋଗକୁ ତ୍ୱରାନ୍ୱିତ କରିବା ଦିଗରେ ନିଆଯାଉଥିବା ପଦକ୍ଷେପ କିଛି ଆଶ୍ଚର୍ଯ୍ୟଜନକ ନୁହେଁ | ଇଣ୍ଡୋ-ପେଶିଫିକ ବା ଭାରତ-ପ୍ରଶାନ୍ତ ଶବ୍ଦର ପାରମ୍ପରିକ ଅର୍ଥରେ ଏକ ଅଞ୍ଚଳକୁ ବୁଝାଯାଉନଥିବା ବେଳେ କୋଭିଡ-19 ବିରୁଦ୍ଧରେ ମୁକାବିଲା କ୍ଷେତ୍ରରେ ବଳିଷ୍ଠ ସହଯୋଗ ପାଇଁ ଏହାର ଯଥେଷ୍ଟ ଗୁରୁତ୍ଵ ରହିଛି | କରୋନା ଭାଇରସ ଭଳି ଏକ ଅଦୃଶ୍ୟ ଶତ୍ରୁ ଏକ ଅଣପାରମ୍ପରିକ ସୁରକ୍ଷା ଜନିତ ବିପଦ ଭାବେ ଉଭା ହୋଇଛି | ତେଣୂ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ମହାମାରୀ ଯୋଗୁଁ ଉପୁଜିଥିବା ସ୍ୱାସ୍ଥ୍ୟ ଗତ ସମସ୍ୟାର ମୁକାବିଲା କରିବା ନିହାତି ଆବଶ୍ୟକ ହୋଇପଡିଛି |

ଏହି ପରିପ୍ରେକ୍ଷୀରେ ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତର ବୈଦେଶିକ ସଚିବଙ୍କ ଆଳାପ ଆଲୋଚନାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | କରୋନା ମହାମାରୀ ସମୟରେ ଆଞ୍ଚଳିକ ଦେଶ ଗୁଡିକ ଦ୍ଵାରା ଗ୍ରହଣ କରାଯାଉଥିବା ପଦକ୍ଷେପ ନେଇ ସୂଚନା ଆଦାନ ପ୍ରଦାନ ଲାଗି ଫୋନ ଯୋଗେ ସାପ୍ତାହିକି କଥାବାର୍ତ୍ତା ମାଧ୍ୟମରେ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା, ଅଷ୍ଟ୍ରେଲିଆ, ଜାପାନ, ନ୍ୟୁଜିଲାଣ୍ଡ, ଦକ୍ଷିଣ କୋରିଆ, ଆମେରିକା ଏବଂ ଭିଏତନାମର ବୈଦେଶିକ ସଚିବଙ୍କ ସହ ବିଚାର ବିମର୍ଶ କରିଛନ୍ତି ଯାହାକି ଆପୋଷ ଲାଭକାରୀ ପାଲଟିଛି | ଏହି ଆଲୋଚନାରେ ଭାରତ ଦକ୍ଷିଣ ଏସିଆକୁ ପ୍ରତିନିଧିତ୍ଵ କରୁଥିବା ବେଳେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପ୍ରଶାନ୍ତ ଅଞ୍ଚଳ, ଜାପାନ ଓ କୋରିଆ ପୂର୍ବ ଏସିଆ, ଭିଏତନାମ ଆସିଆନ ଓ ଆମେରିକାକୁ ପ୍ରତିନିଧିତ୍ଵ କରୁଛି |

ଏହି ମହାମାରୀର ମୁକାବିଲା କ୍ଷେତ୍ରରେ ଏହି ସମୂହର ଦୃଢ ସହଯୋଗ ରହିଛି | ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ ଓ ଭିଏତନାମ ମହାମାରୀ ଆରମ୍ଭ ସମୟରେ ଏହାର ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ଅନେକାଂଶରେ ସଫଳତା ହାସଲ କରିଥିଲେ | ଏହି ଦେଶ ଗୁଡିକ ପରୀକ୍ଷଣ, କ୍ଵାରାଣ୍ଟାଇନ ଓ ଯୋଗାଯୋଗ ଅନୁସନ୍ଧାନ ଆଦି ତିନୋଟି ନିର୍ଦ୍ଦିଷ୍ଟ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇ ସମସ୍ତଙ୍କ ଗତିବିଧି ଉପରେ ମଧ୍ୟ କଟକଣା ଜାରି କରିଥିଲେ | ତେବେ ଦକ୍ଷିଣ କୋରିଆ ଏହାର ପ୍ରୟାସରେ ସଫଳ ହୋଇଥିବାରୁ ଲକଡାଉନକୁ ଶୀଘ୍ର ପ୍ରତ୍ୟାହାର କରିନେଇଥିବା ଯୋଗୁଁ କରୋନା ମାମଲା ପୁଣି ବଢିଯାଇଥିଲା | ହେଲେ ନ୍ୟୁଜିଲାଣ୍ଡ କରୋନା ମୁକାବିଲା ବିରୁଦ୍ଧରେ ଉଚିତ ନୀତିଗତ ପଦକ୍ଷେପ ନେଇ ଅନ୍ୟ ମାନଙ୍କ ଲାଗି ଉଦାହରଣ ପାଲଟିଯାଇଥିଲା | ସେହିପରି ମହାମାରୀର ମୁକାବିଲା ଦିଗରେ ଭିଏତନାମ ଦ୍ଵାରା ସ୍ବଚ୍ଛ ପ୍ରଣାଳୀରେ ନିଆଯାଇଥିବା ପଦକ୍ଷେପର ଉଚ୍ଚ ପ୍ରଶଂସା କରାଯାଇଥିଲା |

ଚିକିତ୍ସା ସାମଗ୍ରୀ ଓ ସ୍ୱାସ୍ଥ୍ୟସେବା ଉପକରଣ, ଔଷଧ ପତ୍ର ଓ ଖାଦ୍ୟ ସାମଗ୍ରୀର ଅନବରତ ଯୋଗାଣ ଲାଗି ମଧ୍ୟ ପରସ୍ପର ମଧ୍ୟରେ ବିଚାର ବିମର୍ଶ ଜାରି ରହିଛି | କରୋନା ମହାମାରୀ ଯୋଗୁଁ ଯାତ୍ରା କଟକଣା ଲାଗୁ ହୋଇଥିବାରୁ ଏହି ସବୁ ଦେଶରେ ଅଟକ ଥିବା ନାଗରିକ ମାନଙ୍କୁ ସ୍ଵଦେଶ ପ୍ରତ୍ୟାବର୍ତ୍ତନ ଲାଗି ସହାୟତା ଯୋଗାଇବା ନେଇ ମଧ୍ୟ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା | ଏହି ବିଚାର ବିମର୍ଶ ପ୍ରକ୍ରିୟାରେ କରୋନା ମହାମାରୀ ବିରୁଦ୍ଧରେ ସଂଗ୍ରାମ ଲାଗି ବହୁବିଧ ପାଣ୍ଠିର ବ୍ୟବସ୍ଥା ଲାଗି ଉପାୟ ବାହାର କରିବାର ଆବଶ୍ୟକତା ରହିଛି କାରଣ ଆଗାମୀ ଦିନରେ ବିଶ୍ଵ ଅର୍ଥନୀତି ଘୋର ମାନ୍ଦାବସ୍ଥା ଦେଇ ଗତି କରିବାର ସମ୍ଭାବନା ରହିଛି |

ଏହି ମହାମାରୀ ଭାରତ-ପ୍ରଶାନ୍ତ ଅଞ୍ଚଳର ଭୌଗୋଳିକ ରାଜନୈତିକ ବାସ୍ତବତାକୁ ପ୍ରତିପାଦିତ କରୁଛି | ସମ୍ପ୍ରତ୍ତି ଚୀନ କାରୋନାର ମୁକାବିଲା ଲାଗି ଏହାର ବେଲ୍ଟ ଓ ସଡକ ଉଦ୍ୟମିତା (ବିଆରଆଇ) କୋରିଡରର ‘ଚୀନ ହେଲଥ ସିଳ୍କ ରୋଡ’ ଦେଇ ଆଞ୍ଚଳିକ ସହଯୋଗୀ ଦେଶ ଗୁଡିକୁ ଚିକତ୍ସା ସାମଗ୍ରୀ ଯୋଗାଣ କରୁଛି | ସେହିପରି ଭାରତ ମଧ୍ୟ କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ଲାଗି ଭାରତୀୟ ମହାସାଗରରେ ଥିବା ମାଳଦ୍ଵୀପ, ମରିସସ, ସେସେଲ୍ସ ଓ କୋମୋରୋସ ଭଳି ଦ୍ଵିପପୁଞ୍ଜ ଦେଶ ଗୁଡିକୁ ଏହାର ନୌବାହିନୀ କୂଟନୀତି ଆଇଏନଏସ କେଶରୀ ଜରିଆରେ ଚିକିତ୍ସା ସଙ୍କ୍ରାନ୍ତୀୟ ସହାୟତା ପ୍ରଦାନ କରୁଛି |

ମୂଳ ଲେଖା : ପ୍ରଫେସର ଶଙ୍କରୀ ସୁନ୍ଦରରମଣ, ଜବାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...