Skip to main content

ଗିଲଗିଟ-ବାଲ୍ଟିସ୍ତାନ ଉପରେ ପାକିସ୍ତାନ ସୁପ୍ରିମକୋର୍ଟର କୌଣସି ଅଧିକାର ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛି ଭାରତ      

ଗିଲଗିଟ-ବାଲ୍ଟିସ୍ତାନ ଏସେମ୍ବ୍ଲି ପାଇଁ ନିର୍ବାଚନ କରେଇବା ଲାଗି ଏକ କାମଚଳା ସରକାର ଲାଗି 2018 ଗିଲଗିଟ-ବାଲ୍ଟିସ୍ତାନ ଅର୍ଡରରେ ଆବଶ୍ୟକୀୟ ସଂଶୋଧନକୁ ଅନୁମତି ଦେବା ପାଇଁ କୋର୍ଟର ଦ୍ଵାରସ୍ଥ ହୋଇଥିବା ଦେଶର ସଙ୍ଘିୟ ସରକାରଙ୍କ ଦ୍ଵାରା ଆଗତ ଏକ ଆବେଦନର ଗତ ସପ୍ତାହରେ ପାକିସ୍ତାନର ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି | ସରକାରଙ୍କ ମାମଲାର ଶୁଣାଣୀ ପରେ ଏକ ସ୍ୱଳ୍ପ ଆଦେଶରେ ପ୍ରଧାନ ବିଚାରପତି ଗୁଲଜାର ଅହମଦଙ୍କ ଅଧ୍ଯକ୍ଷତାରେ ସାତଜଣିଆ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହା ଉପରେ ସମ୍ମତି ପ୍ରଦାନ କରିଛନ୍ତି |

ଉଲ୍ଲେଖଯୋଗ୍ୟ ଯେ ଜିବି ସୁପ୍ରିମ ଏପେଲେଟ କୋର୍ଟ ଦ୍ଵାରା ଅଗ୍ରାହ୍ୟ କରିଦିଆଯାଇଥିବା 2018 ଜିବି ଅର୍ଡରକୁ ପାକିସ୍ତାନ ସୁପ୍ରିମକୋର୍ଟ ଏହା ପୂର୍ବରୁ ଜାନୁଆରୀ 2019ରେ ଗିଲଗିଟ-ବାଲ୍ଟିସ୍ତାନ ଉପରେ ନିଜର କ୍ଷମତା ସମ୍ପ୍ରସାରିତ କରି ଏହି ଅର୍ଡରକୁ କାଏମ ରଖିଥିଲେ | ସେହିପରି 2018ର ଅର୍ଡରକୁ ଦୃଷ୍ଟିରେ ରଖି ସରତାଜ କମିଟି ସୁପାରିଶ ଆଧାରରେ ଏକ ସଂଶୋଧିତ ଚିଠା ଅର୍ଡର ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ, ସରକାରଙ୍କୁ ପରାମର୍ଶ ଦେଇଥିଲେ | ପୂର୍ବ ପାକିସ୍ତାନ ମୁସଲିମ ଲିଗ ନଵାଜ ସରକାରଙ୍କ ଦ୍ଵାରା ସ୍ଥାପିତ ଏହି କମିଟି ସ୍ଥାନୀୟ ଆଶା ଆକାଂକ୍ଷାକୁ ଦୃଷ୍ଟିରେ ରଖି ଆଇନଗତ ପଦକ୍ଷେପ ନେବାକୁ ସୁପାରିଶ କରିଥିଲା |

ଭାରତର ବୈଦେଶିକ ମନ୍ତ୍ରଣାଳୟ ତଥାକଥିତ “ଗିଲଗିଟ-ବାଲ୍ଟିସ୍ତାନ” ଅର୍ଡର ବିରୁଦ୍ଧରେ ପାକିସ୍ତାନର ଜଣେ ବରିଷ୍ଠ କୂଟନୈତିକଙ୍କ ନିକଟରେ ବିରୋଧ ପ୍ରକଟ କରିଛି ଏବଂ ସ୍ପଷ୍ଟ ଭାବେ କହିଛି ଯେ ଜାମ୍ମୁ କାଶ୍ମୀର ଓ ଲଦାଖର ସମଗ୍ର କେନ୍ଦ୍ର ଶାସିତ ଅଞ୍ଚଳ ସମେତ ଗିଲଗିଟ ଓ ବାଲ୍ଟିସ୍ତାନର ଅଞ୍ଚଳ ଗୁଡିକ ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ଉପରେ ଭାରତର ସଂପୂର୍ଣ୍ଣ ଆଇନଗତ ଅଧିକାର ରହିଛି | ପାକିସ୍ତାନ ସରକାର ବା ଏହାର ନ୍ୟାୟପାଳିକାର ଏହା ଦ୍ଵାରା ଅବୈଧ ଭାବେ ଜବରଦଖଲ କରାଯାଇଥିବା ଅଞ୍ଚଳ ଗୁଡିକ ଉପରେ ରାୟ ଦେବାର କୌଣସି ଅଧିକାର ନାହିଁ | ଭାରତ, ଏଭଳି କାର୍ଯ୍ୟକଳାପକୁ ସଂପୂର୍ଣ୍ଣ ରୂପେ ଖଣ୍ଡନ କରିଛି ଏବଂ ଜାମ୍ମୁ ଓ କାଶ୍ମୀରର ଭାରତୀୟ ଭୂଖଣ୍ଡର ପାକିସ୍ତାନ ଅଧିକୃତ ଅଞ୍ଚଳରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା ଜାରି ରଖିଛି |

ଗତ ବର୍ଷ ମଧ୍ୟ ଭାରତ ତତ୍କାଳୀନ ଉପ ଉଚ୍ଚ କମିଶନରଙ୍କୁ ଡକାଇ ତଥାକଥିତ “ଗିଲଗିଟ-ବାଲ୍ଟିସ୍ତାନ”କୁ ନେଇ ପାକିସ୍ତାନ ସୁପ୍ରିମକୋର୍ଟଙ୍କ (7 ଜାନୁଆରୀ 2019) ର ଆଦେଶ ବିରୁଦ୍ଧରେ ତୀବ୍ର ବିରୋଧ ପ୍ରକଟ କରି ଏହା ଭାରତର ଆଭ୍ଯନ୍ତରୀଣ ମାମଲା ବୋଲି ସ୍ପଷ୍ଟ କରିଥିଲା | 2015 ଜୁନ 8 ତାରିଖରେ ଗିଲଗିଟ-ବାଲ୍ଟିସ୍ତାନ (ଜିବି)ରେ ନିର୍ବାଚନ ହେବା ପୂର୍ବରୁ ମଧ୍ୟ ଏପରି ଆପତ୍ତି ପ୍ରକଟ କରାଯାଇଥିଲା | ସେତେବେଳେ ପାକିସ୍ତାନ ଏହି ଅଞ୍ଚଳ ଗୁଡିକୁ ଜବରଦଖଲ ଲାଗି ପ୍ରୟାସ ଚଳେଇଥିବା ବେଳେ ଅଞ୍ଚଳର ଲୋକଙ୍କ ରାଜନୈତିକ ଅଧିକାରକୁ ମଧ୍ୟ ଅଣଦେଖା କରୁଥିବାରୁ ଏଥିପ୍ରତି ଉଦବେଗ ପ୍ରକଟ କରାଯାଇଥିଲା |

ପାକିସ୍ତାନ ଦ୍ଵାରା ଅବୈଧ ଭାବେ ଅଧିକୃତ ଅଞ୍ଚଳ ଗୁଡିକୁ ଖାଲି କରାଯିବା ଆବଶ୍ୟକ ବୋଲି ଭାରତ ଲଗାତାର ଦାବି କରିଆସିଛି |ପ୍ରଶାସନିକ, ରାଜନୈତିକ ଓ ନ୍ୟାୟିକ ପଦକ୍ଷେପ ଜରିଆରେ ଜାମ୍ମୁକାଶ୍ମୀର ଅଧିକୃତ ଅଞ୍ଚଳ ହାତେଇବା ଲାଗି ପାକିସ୍ତାନର ନୀତି ପ୍ରତି ଭାରତ ତୀବ୍ର ଭର୍ସନା କରିଛି | ତେବେ ପାକିସ୍ତାନ ଭାରତର ପ୍ରତିକ୍ରିୟାକୁ ଅଣଦେଖା କରି ଏହାର ଯୋଜନା ସହ ଅଧିକୃତ ଅଞ୍ଚଳରେ ଅବୈଧ କାର୍ଯ୍ୟକଳାପ ଜାରି ରଖିଛି |

ସମ୍ବିଧାନର ଧାରା 370ର ଉଚ୍ଛେଦ ଓ ଜାମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ମାନ୍ୟତା ଦେବା ନେଇ ଭାରତର ନିଷ୍ପତ୍ତି ପ୍ରତି ମଧ୍ୟ ପାକିସ୍ତାନ ତୀବ୍ର ବିରୋଧ ପ୍ରକଟ କରିଥିଲା | ପାକିସ୍ତାନ, ନିୟନ୍ତ୍ରଣ ସୀମା ରେଖା ଠାରେ ଅସ୍ତ୍ର ବିରତି ଲଙ୍ଘନ କରି କାଶ୍ମୀରକୁ ଅନୁପ୍ରବେଶ ବୃଦ୍ଧି କରି ସାମରିକ କାର୍ଯ୍ୟକଳାପ ତ୍ୱରାନ୍ୱିତ କରିବା ସହ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିଛି ଏବଂ କାଶ୍ମୀର ପ୍ରସଙ୍ଗ ଉପରେ ଆନ୍ତର୍ଜାତୀୟ ସମୂହର ଦ୍ରୁଷ୍ଟି ଆକର୍ଷଣ କରିବାରେ ପ୍ରୟାସ ଚଳେଇଛି |

ପାକିସ୍ତାନ, “ତଥାକଥିତ “ ଆଜାଦ ଜାମ୍ମୁ ଓ କାଶ୍ମୀର (ଏଜେକେ)” ଓ ଜିବି ଅଧିକୃତ ଅଞ୍ଚଳରେ ସମୟାନୁଯାୟୀ ରାଜନୈତିକ ସ୍ତରରେ ଆଭିମୁଖ୍ଯ ଗ୍ରହଣ କରୁଛି | ପାକିସ୍ତାନୀ ନିୟନ୍ତ୍ରଣ ବୃଦ୍ଧି କରିବା ଲାଗି ଏଜେକେର “ମଧ୍ୟବର୍ତ୍ତୀ” ସମ୍ବିଧାନରେ ସଂଶୋଧନ ଅଣାଯାଇଛି | ସେହିପରି ଜିବିକୁ ନିଜ ଆୟତ୍ତରେ ରଖିବା ଲାଗି ମଧ୍ୟ ପ୍ରୟାସ କରାଯାଉଛି|

ପାକିସ୍ତାନ ସବୁ ବେଳେ ସେମାନଙ୍କୁ ଅଣଦେଖା କରୁଛି ବୋଲି ଗିଲଗିଟ- ବାଲ୍ଟିସ୍ତାନ ଦାବି କରିଆସୁଛି | ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀର ରେ ରହୁଥିବା ଭାଇଭଉଣି ମାନଙ୍କ ପରି ସେମାନଙ୍କୁ ମଧ୍ୟ ଶିକ୍ଷା, ଚାକିରି, ସ୍ୱାସ୍ଥ୍ୟ ସେବା ଏବଂ ଉନ୍ନତ ଜୀବନ ଯାପନର ଆବଶ୍ୟକତା ରହିଛି | ଭାରତ ସଦା ସର୍ବଦା ସଜାଗ ରହିବା ଉଚିତ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲାଗି ଉପଯୁକ୍ତ ଉପାୟ ପ୍ରସ୍ତୁତ କରିବା ନିହାତି ଜରୁରୀ |

ମୂଳ ଲେଖା : ଅଶୋକ ବେହୁରିଆ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...