Skip to main content

ସାମ୍ଵିଧାନିକ ସଂଶୋଧନ ଉପରେ ଆଲୋଚନାରୁ ନିବୃତ୍ତ ରହିଲା ନେପାଳ

ଭାରତ ଏବଂ ନେପାଳ ମଧ୍ୟରେ 1750 କିଲୋମିଟର ବ୍ୟାପୀ ସୀମା ରହିଛି ଯାହାକି ଭାରତର 5ଟି ରାଜ୍ୟ ସିକ୍କିମ, ପଶ୍ଚିମ ବଙ୍ଗ, ବିହାର, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ତକୁ ଲାଗି ରହିଛି | ଏଥିମଧ୍ୟରୁ ଅଧିକାଂଶ ସୀମା ଇଷ୍ଟ ଇଣ୍ତିଆ କଂପାନୀ ଏବଂ ନେପାଳର ରୟାଲ କୋର୍ଟ ମଧ୍ୟରେ 1816ରେ ସ୍ଵାକ୍ଷରିତ ହୋଇଥିବା ସୁଗୋଲି ଚୁକ୍ତି ଅନ୍ତର୍ଗତ ଧାର୍ଯ୍ୟ ରହିଛି | ଚୁକ୍ତି ଅନୁଯାୟୀ କାଳି(ମହାକାଳି) ନଦୀ ହେଉଛି ନେପାଳର ପଶ୍ଚିମାଞ୍ଚଳ ସୀମାରୁ ଆରମ୍ଭ ହୋଇଛି | ଅର୍ଥାତ କାଳି ନଦୀର ପୂର୍ବ ଆଡକୁ ନେପାଳର ଅଞ୍ଚଳ ଆରମ୍ଭ ହୋଇଛି |

ନିକଟରେ ନେପାଳ ଏହାର ମାନଚ୍ଚିତ୍ରରେ ପରିବର୍ତ୍ତନ କରି କଳାପାଣି, ଲିମ୍ପିୟାଧୁରା ଏବଂ ଲିପିଲେଖ ଅଞ୍ଚଳର ପ୍ରାୟ 400 ବର୍ଗ କିଲୋମିଟରକୁ ନିଜ ଅଞ୍ଚଳ ବୋଲି ଦର୍ଶାଇଛି, ଯାହାକି ଏହା ଭାରତର ଏବଂ କାଳି ନଦୀର ପଶ୍ଚିମ ଭାଗ ବୋଲି ରେକର୍ଡରେ ରହିଛି |

ନେପାଳ କହୁଛି ଯେ କାଳିନଦୀର ପୂର୍ବରେ ଥିବା ଶାଖା ନଦୀ ଅନ୍ତର୍ଗତ ଏହି ଅଞ୍ଚଳ ଆସୁଥିବାରୁ ଏହା ତାର ନିଜସ୍ଵ ଭୂଖଣ୍ତ | 150 ବର୍ଷ ପୂର୍ବେ ହୋଇଥିବା ସର୍ଭେକ୍ଷଣ ଏବଂ ମାନଚ୍ଚିତ୍ରରେ ଦର୍ଶାଯାଇଛି ଯେ କାଳି ନଦୀର ଉତ୍ପତ୍ତି ସ୍ଥଳ ହେଉଛି କଳାପାଣି ଏବଂ ଏହି ଅଞ୍ଚଳ ହେଉଛି କାଳିନଦୀର ପଶ୍ଚିମାଞ୍ଚଳ |

ଏହି ଅଞ୍ଚଳ ହେଉଛି ଉତ୍ତରାଖଣ୍ତ ରାଜ୍ୟର ଏବଂ ନେପାଳ ଓ ଚୀନ ସୀମାର ନିକଟବର୍ତ୍ତୀ ଯାହାକି ପାରମ୍ପରିକ ଭାବେ ମାନସରୋବର ଯାତ୍ରା ପାଇଁ ଏହି ପଥକୁ ବ୍ୟବହାର କରାଯାଇ ଆସୁଛି | କୈଳାଶ ଏବଂ ମାନସରୋବରକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ପଥକୁ ସୁଗମ କରିବା ପାଇଁ ଭାରତ ତଵାଘାଟ ଠାରୁ ଲିପୁଲେଖ ଯାଏଁ ସଡକ ନିର୍ମାଣ କରିଛି | ଏହି ସଡକ ଭାରତୀର ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ଵାରା 2020 ଏପ୍ରିଲରେ ଉଦଘାଟନ ହୋଇଛି | ଉଦଘାଟନ ପରେ ନେପାଳ ତୁରନ୍ତ ପ୍ରତିକ୍ରୀୟା ବ୍ୟକ୍ତ କରି ଏହି ଅଞ୍ଚଳ ନେପାଳର ଏବଂ ଭାରତ ଏଠାରେ ନିର୍ମାଣ କାର୍ଯ୍ୟରୁ ନିବୃତ୍ତ ରହିବାକୁ କହିଥିଲା |

ଏହାର କିଛି ଦିନ ପରେ ମଇ 18 ତାରିଖରେ ନେପାଳ ମନ୍ତ୍ରୀ ମଣ୍ତଳ ଏକ ସଂଶୋଧିତ ମାନଚ୍ଚିତ୍ର ପ୍ରକାଶ କରି ନେପାଳର ଅଞ୍ଚଳକୁ ଲିମ୍ପିୟାଧୁରା ପର୍ଯ୍ୟନ୍ତ ବୁସ୍ତୃତ କରିଥିବା ଦର୍ଶାଇଛି | ମଇ 20ରେ ଏହି ମାନଚ୍ଚିତ୍ରକୁ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପାର୍ଲାମେଣ୍ଟରେ ଉନ୍ମୋଚନ କରି ନେପାଳର ଅଞ୍ଚଳକୁ ଫେରାଇ ଆଣିବା ପାଇଁ ଏହା ଏକ ଉଚିତ ପଦକ୍ଷେପ ବୋଲି କହିଥିଲେ |

ଏହା ପରେ ଭାରତ କୂଟନୈତିକ ସ୍ତରରେ ଦୃଢ ଆପତ୍ତି କରି ଏପରି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଏବଂ ଭାରତର ସାର୍ବଭୌମ ଓ ଆଞ୍ଚଳିକ ଅଖଣ୍ତତାକୁ ସମ୍ମାନ ଦେବାକୁ କହିଥିଲା | ଏହା ସହିତ ଆଶା କରାଯାଇଥିଲା ଯେ ନେପାଳର ନେତୃତ୍ଵ ଏକ ସକରାତ୍ମକ ବାତାବରଣ ସୃଷ୍ଟି କରିବ ସୀମା ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ | ଦୁଇ ଦେଶ ସମାନ ସାଂସ୍କୃତି ଏବଂ ମୂଲ୍ୟବୋଧ ମଧ୍ୟରେ ଆବଦ୍ଧ ରହିଆସିଛନ୍ତି |

ଭାରତ ଏବଂ ନେପାଳର ଲୋକମାନଙ୍କ ମଧ୍ୟରେ ଏକ ସୌହାର୍ଦ୍ଧପୂର୍ଣ୍ଣ ସଂପର୍କ ରହିଆସିଛି | ନେପାଳରେ ମଧ୍ୟ ଭାରତ ସର୍ବାଧିକ ପୁଞ୍ଜି ବିନିଯୋଗ କରି ସୁଦୃଢ ଅର୍ଥନୈତିକ ଭାଗିଦାରୀ ହୋଇଛି | ଏଣୁ ବର୍ତମାନ କରୋନା ମହାମାରୀ ସମୟରେ ଦୁଇ ଦେଶର ଲୋକମାନଙ୍କର କଷ୍ଟକୁ ଲାଘବ କରିବା ପାଇଁ ମିଳିତ ଭାବେ ଦୁଇ ଦେଶ କାମ କରିବା କଥା |

ସଂଶୋଧିତ ମାନଚ୍ଚିତ୍ରକୁ ଆଇନସମ୍ମତ କରିବା ପାଇଁ ନେପାଳରେ ଏକ ସାମ୍ଵିଧାନିକ ସଂଶୋଧନର ଆବଶ୍ୟକତା ରହିଛି | ଏଣୁ ନେପାଳ ପାର୍ଲାମେଣ୍ଟରେ ମଇ 26 ତାରିଖରେ ସମ୍ଵାଧାନ ସଂଶୋଧନ ଉପରେ ଆଲୋଚନା ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା କିନ୍ତୁ ଏହି ବିଲ ପାର୍ଲାମେଣ୍ଟରେ ତାଲିକାଭୁକ୍ତ ହୋଇ ନଥିବାରୁ ଏହା ଉପରେ ଆଲୋଚନା ହୋଇ ପାରିଲା ନାହିଁ | ନେପାଳରେ ସମ୍ଵିଧାନ ସଂଶୋଧନ ପାଇଁ ପାର୍ଲାମେଣ୍ଟର ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ |

ନେପାଳାରେ ସଂଶୋଧିତ ମାନଚ୍ଚିତ୍ର ଉପରେ ଆଲୋଚନା ନହେବା ନେପାଳ ଏବଂ ଭାରତର ଲୋକମାନଙ୍କ ମଧ୍ୟରେ ଥିବା ଘନିଷ୍ଠ ସଂପର୍କର ବିଜୟ ବୋଲି କହି ପାରିବା |

ମୂଳ ଆଲେଖ୍ୟ: ମଞ୍ଜିବ ପୁରୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...