ଭାରତ ଏବଂ ନେପାଳ ମଧ୍ୟରେ 1750 କିଲୋମିଟର ବ୍ୟାପୀ ସୀମା ରହିଛି ଯାହାକି ଭାରତର 5ଟି ରାଜ୍ୟ ସିକ୍କିମ, ପଶ୍ଚିମ ବଙ୍ଗ, ବିହାର, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ତକୁ ଲାଗି ରହିଛି | ଏଥିମଧ୍ୟରୁ ଅଧିକାଂଶ ସୀମା ଇଷ୍ଟ ଇଣ୍ତିଆ କଂପାନୀ ଏବଂ ନେପାଳର ରୟାଲ କୋର୍ଟ ମଧ୍ୟରେ 1816ରେ ସ୍ଵାକ୍ଷରିତ ହୋଇଥିବା ସୁଗୋଲି ଚୁକ୍ତି ଅନ୍ତର୍ଗତ ଧାର୍ଯ୍ୟ ରହିଛି | ଚୁକ୍ତି ଅନୁଯାୟୀ କାଳି(ମହାକାଳି) ନଦୀ ହେଉଛି ନେପାଳର ପଶ୍ଚିମାଞ୍ଚଳ ସୀମାରୁ ଆରମ୍ଭ ହୋଇଛି | ଅର୍ଥାତ କାଳି ନଦୀର ପୂର୍ବ ଆଡକୁ ନେପାଳର ଅଞ୍ଚଳ ଆରମ୍ଭ ହୋଇଛି |
ନିକଟରେ ନେପାଳ ଏହାର ମାନଚ୍ଚିତ୍ରରେ ପରିବର୍ତ୍ତନ କରି କଳାପାଣି, ଲିମ୍ପିୟାଧୁରା ଏବଂ ଲିପିଲେଖ ଅଞ୍ଚଳର ପ୍ରାୟ 400 ବର୍ଗ କିଲୋମିଟରକୁ ନିଜ ଅଞ୍ଚଳ ବୋଲି ଦର୍ଶାଇଛି, ଯାହାକି ଏହା ଭାରତର ଏବଂ କାଳି ନଦୀର ପଶ୍ଚିମ ଭାଗ ବୋଲି ରେକର୍ଡରେ ରହିଛି |
ନେପାଳ କହୁଛି ଯେ କାଳିନଦୀର ପୂର୍ବରେ ଥିବା ଶାଖା ନଦୀ ଅନ୍ତର୍ଗତ ଏହି ଅଞ୍ଚଳ ଆସୁଥିବାରୁ ଏହା ତାର ନିଜସ୍ଵ ଭୂଖଣ୍ତ | 150 ବର୍ଷ ପୂର୍ବେ ହୋଇଥିବା ସର୍ଭେକ୍ଷଣ ଏବଂ ମାନଚ୍ଚିତ୍ରରେ ଦର୍ଶାଯାଇଛି ଯେ କାଳି ନଦୀର ଉତ୍ପତ୍ତି ସ୍ଥଳ ହେଉଛି କଳାପାଣି ଏବଂ ଏହି ଅଞ୍ଚଳ ହେଉଛି କାଳିନଦୀର ପଶ୍ଚିମାଞ୍ଚଳ |
ଏହି ଅଞ୍ଚଳ ହେଉଛି ଉତ୍ତରାଖଣ୍ତ ରାଜ୍ୟର ଏବଂ ନେପାଳ ଓ ଚୀନ ସୀମାର ନିକଟବର୍ତ୍ତୀ ଯାହାକି ପାରମ୍ପରିକ ଭାବେ ମାନସରୋବର ଯାତ୍ରା ପାଇଁ ଏହି ପଥକୁ ବ୍ୟବହାର କରାଯାଇ ଆସୁଛି | କୈଳାଶ ଏବଂ ମାନସରୋବରକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ପଥକୁ ସୁଗମ କରିବା ପାଇଁ ଭାରତ ତଵାଘାଟ ଠାରୁ ଲିପୁଲେଖ ଯାଏଁ ସଡକ ନିର୍ମାଣ କରିଛି | ଏହି ସଡକ ଭାରତୀର ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ଵାରା 2020 ଏପ୍ରିଲରେ ଉଦଘାଟନ ହୋଇଛି | ଉଦଘାଟନ ପରେ ନେପାଳ ତୁରନ୍ତ ପ୍ରତିକ୍ରୀୟା ବ୍ୟକ୍ତ କରି ଏହି ଅଞ୍ଚଳ ନେପାଳର ଏବଂ ଭାରତ ଏଠାରେ ନିର୍ମାଣ କାର୍ଯ୍ୟରୁ ନିବୃତ୍ତ ରହିବାକୁ କହିଥିଲା |
ଏହାର କିଛି ଦିନ ପରେ ମଇ 18 ତାରିଖରେ ନେପାଳ ମନ୍ତ୍ରୀ ମଣ୍ତଳ ଏକ ସଂଶୋଧିତ ମାନଚ୍ଚିତ୍ର ପ୍ରକାଶ କରି ନେପାଳର ଅଞ୍ଚଳକୁ ଲିମ୍ପିୟାଧୁରା ପର୍ଯ୍ୟନ୍ତ ବୁସ୍ତୃତ କରିଥିବା ଦର୍ଶାଇଛି | ମଇ 20ରେ ଏହି ମାନଚ୍ଚିତ୍ରକୁ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପାର୍ଲାମେଣ୍ଟରେ ଉନ୍ମୋଚନ କରି ନେପାଳର ଅଞ୍ଚଳକୁ ଫେରାଇ ଆଣିବା ପାଇଁ ଏହା ଏକ ଉଚିତ ପଦକ୍ଷେପ ବୋଲି କହିଥିଲେ |
ଏହା ପରେ ଭାରତ କୂଟନୈତିକ ସ୍ତରରେ ଦୃଢ ଆପତ୍ତି କରି ଏପରି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଏବଂ ଭାରତର ସାର୍ବଭୌମ ଓ ଆଞ୍ଚଳିକ ଅଖଣ୍ତତାକୁ ସମ୍ମାନ ଦେବାକୁ କହିଥିଲା | ଏହା ସହିତ ଆଶା କରାଯାଇଥିଲା ଯେ ନେପାଳର ନେତୃତ୍ଵ ଏକ ସକରାତ୍ମକ ବାତାବରଣ ସୃଷ୍ଟି କରିବ ସୀମା ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ | ଦୁଇ ଦେଶ ସମାନ ସାଂସ୍କୃତି ଏବଂ ମୂଲ୍ୟବୋଧ ମଧ୍ୟରେ ଆବଦ୍ଧ ରହିଆସିଛନ୍ତି |
ଭାରତ ଏବଂ ନେପାଳର ଲୋକମାନଙ୍କ ମଧ୍ୟରେ ଏକ ସୌହାର୍ଦ୍ଧପୂର୍ଣ୍ଣ ସଂପର୍କ ରହିଆସିଛି | ନେପାଳରେ ମଧ୍ୟ ଭାରତ ସର୍ବାଧିକ ପୁଞ୍ଜି ବିନିଯୋଗ କରି ସୁଦୃଢ ଅର୍ଥନୈତିକ ଭାଗିଦାରୀ ହୋଇଛି | ଏଣୁ ବର୍ତମାନ କରୋନା ମହାମାରୀ ସମୟରେ ଦୁଇ ଦେଶର ଲୋକମାନଙ୍କର କଷ୍ଟକୁ ଲାଘବ କରିବା ପାଇଁ ମିଳିତ ଭାବେ ଦୁଇ ଦେଶ କାମ କରିବା କଥା |
ସଂଶୋଧିତ ମାନଚ୍ଚିତ୍ରକୁ ଆଇନସମ୍ମତ କରିବା ପାଇଁ ନେପାଳରେ ଏକ ସାମ୍ଵିଧାନିକ ସଂଶୋଧନର ଆବଶ୍ୟକତା ରହିଛି | ଏଣୁ ନେପାଳ ପାର୍ଲାମେଣ୍ଟରେ ମଇ 26 ତାରିଖରେ ସମ୍ଵାଧାନ ସଂଶୋଧନ ଉପରେ ଆଲୋଚନା ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା କିନ୍ତୁ ଏହି ବିଲ ପାର୍ଲାମେଣ୍ଟରେ ତାଲିକାଭୁକ୍ତ ହୋଇ ନଥିବାରୁ ଏହା ଉପରେ ଆଲୋଚନା ହୋଇ ପାରିଲା ନାହିଁ | ନେପାଳରେ ସମ୍ଵିଧାନ ସଂଶୋଧନ ପାଇଁ ପାର୍ଲାମେଣ୍ଟର ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ |
ନେପାଳାରେ ସଂଶୋଧିତ ମାନଚ୍ଚିତ୍ର ଉପରେ ଆଲୋଚନା ନହେବା ନେପାଳ ଏବଂ ଭାରତର ଲୋକମାନଙ୍କ ମଧ୍ୟରେ ଥିବା ଘନିଷ୍ଠ ସଂପର୍କର ବିଜୟ ବୋଲି କହି ପାରିବା |
ମୂଳ ଆଲେଖ୍ୟ: ମଞ୍ଜିବ ପୁରୀ
Comments
Post a Comment