Skip to main content

ସହଯୋଗର ନୂତନ କୌଶଳ  ଅନ୍ଵେଷଣରେ ଭାରତ-ଇରାନ

ତେହେରାନରେ ଚଳିତ ସପ୍ତାହ ଭାରତ ଓ ଇରାନ ମଧ୍ୟରେ ବିଚାର ବିମର୍ଶ ଲାଗି ବୈଦେଶିକ ମନ୍ତ୍ରଣାଳୟ ର ଷୋହଳତମ ବୈଠକ ଅନୁଷ୍ଠିତ ହୋଇଛି | ଅତ୍ୟନ୍ତ ତିକ୍ତତାପୂର୍ଣ୍ଣ ଆଞ୍ଚଳିକ ପରିଦୃଶ୍ୟ ତଥା ରଣନୀତିକ ଅବ୍ୟବସ୍ଥା ପରିପ୍ରେକ୍ଷୀରେ ଏହି ବୈଠକ ର ଆୟୋଜନ କରାଯାଇଥିଲା | ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ଵ ନେଇଥିବା ବେଳେ ଇରାନର ଉପବୈଦେଶିକ ମନ୍ତ୍ରୀ ଡଃ ସେୟଦ ଆବ୍ବାସ ଇରାନ ପକ୍ଷର ନେତୃତ୍ଵ ନେଇଥିଲେ | ଶ୍ରୀ ଗୋଖଲେ ମଧ୍ୟ ଇରାନ ର ବୈଦେଶିକ ମନ୍ତ୍ରୀ ଡଃ ଜାଭାଦ ଜରିଫ ଓ ଇରାନ ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇ ଙ୍କ ବରିଷ୍ଠ ଉପଦେଷ୍ଟା ଡଃ ଅଲି ଆକବର ବେଲାୟାତି ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ |

ଏହି ବୈଠକ କାଳରେ ଉଭୟ ପକ୍ଷ ଭାରତ, ଇରାନ ଓ ଆଫଗାନିସ୍ତାନ ମଧ୍ୟରେ ତ୍ରିପକ୍ଷୀୟ ପାରଗମନ ରାଜିନାମାର ପୂର୍ଣ୍ଣ କାର୍ଯ୍ୟକାରିତା ଏବଂ ଶହୀଦ ବେହେସ୍ତି ବନ୍ଦର ଓ ଚାବାହାର ର ବିକାଶ ଭଳି ମୌଳିକଢାଞ୍ଚା ବିକାଶ ପ୍ରକଳ୍ପ ତଥା ଜାରି ରହିଥିବା ସଂଯୋଗୀକରଣ ସମେତ ଦ୍ଵିପକ୍ଷୀୟ ସହଯୋଗର ସବୁ ଦିଗ ଉପରେ ପୁନଃ ସମୀକ୍ଷା କରିଥିଲେ | ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ହିତକାରୀ ଦ୍ଵିପକ୍ଷୀୟ ସହଯୋଗ ଓ ମତ ଆଦାନ ପ୍ରଦାନ ନୀତି ବଜାୟ ରଖିବା ଲାଗି ସେମାନଙ୍କ ପ୍ରତିଶୃତିବଦ୍ଧତା ପ୍ରକାଶ କରିଥିଲେ | ଇରାନ ରେ ବୈଦେଶିକ ମନ୍ତ୍ରୀ ସ୍ତରରେ ଯୁଗ୍ମ କମିଶନର ପରବର୍ତ୍ତୀ ବୈଠକ ଆୟୋଜନ କରିବାକୁ ଧାର୍ଯ୍ୟ କରାଯାଇଛି |

ୱାଶିଙ୍ଗଟନ ଦ୍ଵାରା 6 ମାସର କୋହଳତା ସମ୍ପ୍ରସାରଣ କରିବା ନେଇ ମନା କରାଯିବା ପରେ ମେ 2019 ରେ ଇରାନ ରୁ ତୈଳ ଆମଦାନୀ ବନ୍ଦ କରିବା ଲାଗି ଭାରତର ନିଷ୍ପତ୍ତି ପରିପ୍ରେକ୍ଷୀରେ ବୈଦେଶିକ କାର୍ଯ୍ୟଳୟ ପରାମର୍ଶ ବୈଠକ ରେ ଏହାର ବିଶ୍ଳେଷଣ କରିବାର ଆବଶ୍ୟକତା ଥିଲା | ଭାରତରେ ଅବସ୍ଥାପିତ ଇରାନ ର ରାଷ୍ଟ୍ରଦୂତ ଅଲି ଚେଗେନୀ କହିଥିଲେ ଯେ ଇରାନ ସହ ତୁର୍କୀ, ରୁଷ ଓ ଚୀନ ସେମାନଙ୍କ ଶକ୍ତି ସମ୍ପର୍କ ଜାରି ରଖିଥିବା ବେଳେ ଭାରତ ଏହି ପ୍ରକାରର ନିଷ୍ପତ୍ତି ନେଇଛି | ତେବେ ଏହା ଉଲ୍ଲେଖ ଯୋଗ୍ୟ ଯେ ଭାରତ ଇରାନ ଠାରୁ ଅସ୍ଥାୟୀ ଭାବେ ତୈଳ ଆମଦାନୀ ବନ୍ଦ କରିଦେଇଥିବା ସତ୍ତ୍ୱେ ଅନ୍ୟ କ୍ଷେତ୍ର ଗୁଡିକରେ ସହଯୋଗ ଜାରି ରଖିଛି | ବାସ୍ତବରେ କହିବାକୁ ଗଲେ ଇରାନ ସହ ଭାରତର ରଣନୀତିକ ସମ୍ପର୍କ ତୈଳ ବ୍ୟାପାର ରୁ ବହୁ ଊର୍ଦ୍ଧ୍ଵରେ ରହିଛି |

ଏହି ଦୁଇ ଦେଶ ଆଫଗାନିସ୍ତାନ ପ୍ରସଙ୍ଗ ନେଇ ରୀତିମତ କଥାବାର୍ତ୍ତା ଓ ପରାମର୍ଶ ଜାରି ରଖିଛନ୍ତି | ଭାରତ ମଧ୍ୟ ଇରାନ ସହ ଅର୍ଥନୈତିକ ଓ ବାଣିଜ୍ୟ ସମ୍ପର୍କ ବୃଦ୍ଧି କରିବାର ଉପାୟ ମାନ ଅନ୍ଵେଷଣ କରୁଛି | ସମ୍ପ୍ରତ୍ତି ଅନୁଷ୍ଠିତ ଭାରତ-ରୁଷ ଶିଖର ସମ୍ମିଳନୀ ସମୟରେ ଉଭୟ ନୂଆଦିଲ୍ଲୀ ଓ ମସ୍କୋ ଇରାନ ସହ ଏହାର ବ୍ୟାପାର ଓ ଆର୍ଥିକ ସହଯୋଗକୁ “ ଆପୋଷ ଲାଭକାରୀ ଓ ବୈଧ” ବୋଲି ବର୍ଣ୍ଣନା କରି ଏହାକୁ ଜାରି ରଖିବାକୁ ରାଜି ହୋଇଛନ୍ତି | ଭାରତ ମଧ୍ୟ ମାର୍ଚ୍ଚ 2019 ରେ ଆୟୋଜିତ ଆନ୍ତର୍ଜାତୀୟ ଉତ୍ତର ଦକ୍ଷିଣ ପରିବହନ କୋରିଡର (ଆଇଏନଏସଟିସି) ର ସମନ୍ଵୟ ପରିଷଦ ବୈଠକ ର ସପ୍ତମ ବୈଠକ କାଳରେ ସହଯୋଗକୁ ଆହୁରି ମଜବୁତ କରିବା ଲାଗି ପ୍ରତିଶୃତିବଦ୍ଧତା ଜାହିର କରିଥିଲା | 

ଚଳିତ ବର୍ଷ ମେ ମାସରୁ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବାରୁ ଭାରତ ଓ ଇରାନ କୁ ଅନେକ ଚାଲେଞ୍ଜ ର ସମ୍ମୁଖୀନ ହେବାକୁ ପଡୁଛି | ତେଣେ ଅନ୍ୟାନ୍ୟ ବିକଳ୍ପ ଜରିଆରେ ଇରାନ ସହ କିପରି ଶକ୍ତି ସମ୍ପର୍କ ଜାରି ରଖିବ ସେ ନେଇ ବାଟ ବାହାର କରିବା ଲାଗି ଭାରତ ସବୁ ମନ୍ତେ ପ୍ରଚେଷ୍ଟା ଚଳେଇଛି | ଇରାନ 2006 ପର୍ଯ୍ୟନ୍ତ ଭାରତର ଦ୍ଵିତୀୟ ସର୍ବବୃହତ ଅଶଉଧିତ ତୈଳ ଯୋଗାଣକାରୀ ଥିଲା | ତେବେ 2013-14 ର ଶେଷ ବେଳକୁ ସପ୍ତମ ତୈଳ ଯୋଗାଣକାରୀ ପାଲଟିଯାଇଥିଲା | ତେବେ ମେ ମାସରେ ଇରାନ ଠାରୁ ତୈଳ ଆମଦାନୀ ବନ୍ଦ କରିବା ପର୍ଯ୍ୟନ୍ତ ଭାରତ ଦ୍ଵିତୀୟ ସର୍ବବୃହତ କ୍ରେତା ଭାବେ ଇରାନ ଠାରୁ ତେଲ ଖରିଦ କରୁଥିଲା | ତୈଳ କ୍ଷେତ୍ରରେ ଏକ ସ୍ଥିର ଯୋଗାଣକାରୀ ଭାବେ ଇରାନ ର ଯଥେଷ୍ଟ ଅବଦାନ ରହିଛି |

ସୂଚନାଯୋଗ୍ୟ ଯେ ଭାରତ ପାଇଁ ଇରାନ ର ଆଞ୍ଚଳିକ ମହତ୍ଵ ତଥା ପଶ୍ଚିମ ଏସିଆ ଓ ଆଫଗାନିସ୍ତାନ ରେ ଏହାର ଭୂମିକା ବୃଦ୍ଧି ପାଉଥିବା ଯୋଗୁଁ ଇରାନ ସହ ସମ୍ପର୍କକୁ ଦୃଢୀଭୂତ କରିବା ଲାଗି ନୂଆଦିଲ୍ଲୀ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାର ନିହାତି ଜରୁରୀ ଅଛି | ଭାରତ ଏହାର ଉଭୟ ଆଇଏନଏସଟିସି ଓ ଚାବାହାର ଯୋଗାଯୋଗ ପ୍ରକଳ୍ପ ଏବଂ ଆଫଗାନିସ୍ତାନରେ ସହଯୋଗ ସମର୍ଥନ ତଥା ଚୀନ, ରୁଷ, ମଧ୍ୟ ଏସିଆ ଗଣରାଜ୍ୟ ଓ ଅନ୍ୟାନ୍ୟ ଆଞ୍ଚଳିକ କ୍ଷେତ୍ର ସହ ସନ୍ତୁଳିତ ସମ୍ପର୍କ ଜାରି ରଖିବା ପାଇଁ ଇରାନ ସହ ସମ୍ପର୍କ ଦୃଢୀଭୂତ କରିବାକୁ ଚାହେଁ | 

ମେ 2016 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇରାନ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ସହଯୋଗ ସ୍ଥାପନା ର ଏକ ନୂଆ ଅଧ୍ୟାୟର ଅୟମାରମ୍ଭ ହୋଇଥିଲା | ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ର ନେତୃତ୍ଵ ମୌଳିକ ଢାଞ୍ଚା ର ବିକାଶ, ବ୍ୟାପାର, ଆର୍ଥିକ ଓ ଶକ୍ତି ସହଯୋଗ ଏବଂ ଭରତ-ଇରାନ ମଧ୍ୟରେ ରାଜନୈତିକ-ରଣନୀତିକ ସମ୍ପର୍କ ମଜବୁତ କରିବା ଉପରେ ପ୍ରାଧାନ୍ୟ ଦେଇ ଏକ ବ୍ୟାପକ ରଣନୀତିକ ଆର୍ଥିକ ସହଯୋଗ ବିକଶିତ କରିବା ଲାଗି ସହମତି ପ୍ରକାଶ କରିଥିଲେ | ଫେବୃଆରୀ 2018 ରେ ରାଷ୍ଟ୍ରପତି ହସନ ରୌହାନିଙ୍କ ତିନି ଦିନିଆ ଭାରତ ଗସ୍ତ ଓ ଚଳିତ ବର୍ଷ ଜାନୁଆରୀ ରେ ଇରାନ ର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜବାଦ ଜରିଫଙ୍କ ଭାରତ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ନୂତନ ଦିଗନ୍ତ ସୃଷ୍ଟି ହୋଇଛି | 

ବୈଦେଶିକ ସଚିବଙ୍କ ନେତୃତ୍ଵ ରେ ଅନୁଷ୍ଠିତ ପରାମର୍ଶ ବୈଠକରେ ବର୍ତ୍ତମାନ ର କୂଟନୈତିକ ସକ୍ରିୟତା ସ୍ପଷ୍ଟ ପ୍ରତିଫଳିତ ହୋଇଛି| ଇରାନ କୁ ଏକଘରିକିଆ କରିବା ଲାଗି ଟ୍ରମ୍ଫ ପ୍ରଶାସନ ପକ୍ଷରୁ ପ୍ରବଳ ଚାପ ପକାଯାଉଥିବା ସତ୍ତ୍ୱେ ଇରାନ ସହ ସହଯୋଗ ସ୍ଥାପନ ଲାଗି ନୂତଳ କୌଶଳ ମାନ ଖୋଜି ବାହାର କରିବା ନିମନ୍ତେ ମୋଦୀ ସରକାରଙ୍କ ମୂଳ ଲକ୍ଷ୍ୟ ଥିବା ବିଷୟ ନେଇ ଏହି ବୈଠକରେ ପ୍ରମୁଖତାର ସହ ଆଲୋକପାତ କରାଯାଇଛି | ପରସ୍ପର ମଧ୍ୟରେ ତିକ୍ତତା ହ୍ରାସ କଲେ କେବଳ ଆମେରିକା ଓ ଇରାନ ନୁହେଁ ବରଂ ସମଗ୍ର ଆନ୍ତର୍ଜାତୀୟ ଓ ଆଞ୍ଚଳିକ ସମୁଦାୟର ହିତସାଧନ ହେବ |

ମୂଳ ଲେଖା : ଡଃ ମିନା ସିଂ ରାୟ, ରୁଷ ଉପରେ ରଣନୀତିକ ବିଶ୍ଳେଷକ 

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...