Skip to main content

ଭାରତ  ପୂର୍ବାଞ୍ଚଳରେ ବୃଦ୍ଧି କରିଛି ସକ୍ରିୟତା 

ଭାରତର ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର ଦାୟିତ୍ଵ ଗ୍ରହଣ କରିବା ପରେ ଆସିଆନ ଅଞ୍ଚଳକୁ ତାଙ୍କ ପ୍ରଥମ ଦ୍ଵିପକ୍ଷୀୟ ଗସ୍ତ କରି ଇଣ୍ଡୋନେସିଆ ଓ ସିଙ୍ଗାପୁର ଯାତ୍ରା କରିଥିଲେ | ତାଙ୍କ ଦକ୍ଷିଣ-ପୂର୍ବ ଏସିଆନ ଗସ୍ତର ପ୍ରଥମ ଚରଣରେ ଇଣ୍ଡୋନେସିଆରେ ତାଙ୍କ ପ୍ରତିପକ୍ଷ ରେଟନୋ ମାରସୁଦି ଙ୍କ ସହ ସାକ୍ଷାତ ଆଲୋଚନା କରିବା ସହିତ ସାମୁଦ୍ରିକ ବ୍ୟାପାରୀୟ ସମନ୍ଵୟ ମନ୍ତ୍ରୀ ଜେନେରାଲ(ଅବସରପ୍ରାପ୍ତ) ଲୁହୁତ ବିନସାର ପାଣ୍ଡଜାଇତାନଙ୍କ ସହ ମଧ୍ୟ ସେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ | ଦୁଇ ମନ୍ତ୍ରୀ ଭାରତର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଓ ଇଣ୍ଡୋନେସିଆ ର ଏସେହ ଦ୍ବୀପ ମଧ୍ୟରେ ସହଯୋଗର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା କରିଥିଲେ | ଇଣ୍ଡୋନେସିଆ ସାମୁଦ୍ରିକ ଅଞ୍ଚଳରେ ଭାରତର ଅତି ନିକଟତର ପଡୋଶୀ ଅଟେ | ଯାହା ଭାରତର ଦକ୍ଷିଣାଞ୍ଚଳ ସୀମାରୁ ମାତ୍ର 90 ମାଇଲରୁ କମ ଦୂରରେ ଅବସ୍ଥିତ | ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆର ଦୁଇ ପ୍ରମୁଖ ଦେଶ ମଧ୍ୟରେ ସାମୁଦ୍ରିକ ସହଯୋଗର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି |

ଭାରତର ‘ଆକ୍ଟ ଇଷ୍ଟ’ ନୀତି ଓ ଇଣ୍ଡୋନେସିଆର ‘ଗ୍ଲୋବାଲ ମେରିଟାଇମ ଫୁଲକ୍ରମ’ ପରସ୍ପର ପରିପୂରକ ଅଟନ୍ତି | ଉଭୟ ଦେଶ ଆସିଆନର ମହତ୍ଵ ଓ ଏହାର ଏକତାକୁ ପ୍ରୋତ୍ସାହନ କରନ୍ତି | ଏହା ବିଶେଷତଃ ଭାରତ-ପ୍ରଶାନ୍ତସାଗରୀୟ ଅଞ୍ଚଳ ର ଦୁରଦୃଷ୍ଟି ଓ ଲକ୍ଷ୍ୟକୁ ପ୍ରୋତ୍ସାହିତ କରିବା ସନ୍ଦର୍ଭରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଦୁଇ ଦେଶ ଭାରତ-ପ୍ରଶାନ୍ତ ସାଗରୀୟ ଅଞ୍ଚଳର ଦୃଢ ସମର୍ଥକ ଅଟନ୍ତି ଓ ସ୍ଵଳ୍ପକାଳୀନ ତଥା ଦୀର୍ଘକାଳୀନ ରାଜନୈତିକ-ଆର୍ଥିକ ଓ ସଂଯୋଗୀକରଣ ଲକ୍ଷ୍ୟ ପରିପ୍ରେକ୍ଷୀରେ ଉଭୟଙ୍କ ବିଚାରଧାରାରେ ବହୁ ସାମଞ୍ଜସ୍ଯତା ରହିଛି | ଭାରତ-ପ୍ରଶାନ୍ତ ଅଞ୍ଚଳ ଉପରେ ଆସିଆନ ଦୃଷ୍ଟିକୋଣର ଆରମ୍ଭ ହୋଇଥିବାରୁ ଏହି କ୍ଷେତ୍ରର ସବୁ ଦେଶ “ ସ୍ଵତନ୍ତ୍ର, ଖୋଲା, ପାରଦର୍ଶୀ, ନିୟମ ଆଧାରିତ, ଶାନ୍ତିପୂର୍ଣ୍ଣ, ସମୃଦ୍ଧ ତଥା ସମନ୍ଵିତ ଭାରତ-ପ୍ରଶାନ୍ତ ଅଞ୍ଚଳ ର ଲକ୍ଷ୍ୟ ସାଧନ କରିବା ଲାଗି କାମ କରିବାର ଅଧିକ ସମ୍ଭାବନା ରହିଛି |

ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଇଣ୍ଡୋନେସିଆ ର ରାଜନୀତି, ଆଇନ ଓ ସୁରକ୍ଷା ବ୍ୟାପାର ମନ୍ତ୍ରୀ ଜେନେରାଲ (ଅବସରପ୍ରାପ୍ତ) ଏଚ ବିରାଣ୍ଟୋଙ୍କ ସହ ସାକ୍ଷାତ କରି ପ୍ରତିରକ୍ଷା, ସୁରକ୍ଷା ତଥା ସନ୍ତ୍ରାସବାଦ ଦମନ ସଙ୍କ୍ରାନ୍ତୀୟ ପ୍ରସଙ୍ଗ ଉପରେ ସହଯୋଗ ନେଇ ଆମୂଳଚୂଳ ଆଲୋଚନା କରିଥିଲେ | ସେ ମଧ୍ୟ ଇଣ୍ଡୋନେସିଆ ର ଉପରାଷ୍ଟ୍ରପତି ଯୁସୁଫ କୁଲ୍ଲାଙ୍କ ସହ ସାକ୍ଷାତ କରିଥିଲେ |

ବିଭିନ୍ନ କ୍ଷେତ୍ରରେ ଭାରତ-ଇଣ୍ଡୋନେସିଆ ସମ୍ପର୍କ କୁ ଆହୁରି ମଜବୁତ କରିବା ଥିଲା ବୈଦେଶିକ ମନ୍ତ୍ରୀ ଙ୍କ ଗସ୍ତ ର ମୂଳ ଲକ୍ଷ୍ୟ | ଭାରତର ଆଞ୍ଚଳିକ ସଂଯୋଗ ତଥା ଦୀର୍ଘକାଳୀନ ବିଦେଶ ନୀତି ପ୍ରାଥମିକତା ରେ ଇଣ୍ଡୋନେସିଆକୁ ସ୍ଥାନିତ କରିବା ଲାଗି ଏହା ହେଉଛି ଏକ ତର୍କ ସଙ୍ଗତ ପଦକ୍ଷେପ | ଆସିଆନ ଅଞ୍ଚଳରେ ସିଙ୍ଗାପୁର ପରେ ଇଣ୍ଡୋନେସିଆ ଭାରତର ଦ୍ଵିତୀୟ ସର୍ବବୃହତ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର ଅଟେ | 2018-19 ରେ ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର 21.12 ବିଲିୟନ ଆମେରିକୀୟ ଡଲାର ରେ ପହଞ୍ଚିଛି |

2018 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଲାଗି ବାହ୍ୟ କ୍ଷେତ୍ରରେ ଅନୁସନ୍ଧାନ ଓ ଉପଯୋଗ କ୍ଷେତ୍ରରେ ସହଯୋଗ ଉପରେ ଏକ ରାଜିନାମା ଓ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ସଙ୍କ୍ରାନ୍ତୀୟ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା |ଏହା ପରେ ନୂଆଦିଲ୍ଲୀ ଓ ଜାକର୍ତ୍ତା ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇଛି | ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବ୍ୟାପକ ରଣନୀତିକ ସହଯୋଗ ସମ୍ପର୍କ ରହିଛି ଓ 2017 ରୁ ଦୁଇ ଦେଶ ସାମୁଦ୍ରିକ ସହଯୋଗ ଉପରେ ମିଳିତ ବିବୃତ୍ତି ଜାରୀ କରୁଛନ୍ତି |

ଭାରତୀୟ ମହାସାଗର ଅଞ୍ଚଳର ଦୁଇ ଦେଶର ନୌବାହିନୀ ମଧ୍ୟରେ ନଭେମ୍ବର 2018ରେ ଇଣ୍ଡୋନେସିଆ ର ସୁରବାୟା ଠାରେ ପ୍ରଥମ ମିଳିତ ଅଭ୍ଯାସ କରାଯାଇଥିଲା ଓ ଏହାକୁ “ସମୁଦ୍ର ଶକ୍ତି” ନାମରେ ନାମିତ କରାଯାଇଥିଲା | ଇଣ୍ଡୋନେସିଆର ଏକେହରେ ସବାଙ୍ଗ ବନ୍ଦରକୁ ବିକଶିତ କରିବା ଲାଗି ଭାରତ,ଇଣ୍ଡୋନେସିଆ ର ସହାୟତା କରୁଛି | ସବାଙ୍ଗ ବନ୍ଦର ଭାରତ ପାଇଁ ଦକ୍ଷିଣ ପୂର୍ବ ଏସିଆ ଓ ଏହାର ଆଗକୁ ଥିବା ଅଞ୍ଚଳ ଲାଗି ଏକ ପ୍ରବେଶ ଦ୍ଵାର ହୋଇଥିବା ବେଳେ ଏହା ଅଞ୍ଚଳରେ ଭାରତର ସଂଯୋଗୀକରଣ ଅଭିଯାନକୁ ତ୍ୱରାନ୍ୱିତ କରିବାର ଆଶା ରହିଛି |

ସିଙ୍ଗାପୁରକୁ ଗସ୍ତ କାଳରେ ଡଃ ଜୟଶଙ୍କର, ତାଙ୍କ ପ୍ରତିପକ୍ଷ ଡଃ ଭିବିଆନ ବାଳକୃଷ୍ଣନଙ୍କ ସହ ଷଷ୍ଠ ଭାରତ-ସିଙ୍ଗାପୁର ଯୁଗ୍ମ ମନ୍ତ୍ରୀ ସ୍ତରୀୟ କମିଟି (ଜେଏମସି) ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ ଓ ଭାରତ ଓ ସିଙ୍ଗାପୁର ମଧ୍ୟରେ ରଣନୀତିକ ଭାଗୀଦାରୀତା ଓ ଦ୍ଵିପକ୍ଷୀୟ ସହଯୋଗ ର ପ୍ରଗତି ନେଇ ସମୀକ୍ଷା କରିଥିଲେ | ବୈଦେଶିକ ମନ୍ତ୍ରୀ ସିଙ୍ଗାପୁର ର ପ୍ରଧାନମନ୍ତ୍ରୀ ଲି ସେନ ଲୁଙ୍ଗ, ଉପପ୍ରଧାନମନ୍ତ୍ରୀ ହେଙ୍ଗ ସ୍ଵୀ କୀଟ ଓ ପ୍ରତିରକ୍ଷାମନ୍ତ୍ରୀ ନେଗ ଏଙ୍ଗ ହେନ ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ |

ଶ୍ରୀ ଜୟଶଙ୍କର ଏହି ଅବସରରେ ଭାରତ- ସିଙ୍ଗାପୁର ବ୍ୟାପାର ଏବଂ ନବାଚାର ଶିଖର ସମ୍ମିଳନୀ ରେ ମଧ୍ୟ ଯୋଗ ଦେଇଥିଲେ | ଏହି ଅବସରରେ ସେ କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ଭାଗୀଦାରୀତା ରାଜିନାମାରେ ସାମିଲ ହେବା ନେଇ ଭାରତ ର ଆଭିମୁଖ୍ଯ ବ୍ୟକ୍ତ କରିଥିଲେ | ଏହି ରାଜିନାମା 10 ଆସିଆନ ଦେଶ ଓ ସେମାନଙ୍କ 6 ଡାଇଲଗ ସହଯୋଗୀଙ୍କ ମଧ୍ୟରେ ଏକ ପ୍ରସ୍ତାବିତ ମୁକ୍ତ ବ୍ୟାପାର ରାଜିନାମା ଅଟେ |

ଶ୍ରୀ ଜୟଶଙ୍କର କହିଥିଲେ ଯେ ଆସିଆନ ଅଞ୍ଚଳ ସହ ଭାଗୀଦାରୀ ରେ ସିଙ୍ଗାପୁର ଭାରତ ପାଇଁ ଏକ ଆଧାର ସ୍ୱରୂପ | ସିଙ୍ଗାପୁର ଭାରତର ମହାତ୍ବାକାଙ୍ଖ୍ୟୀ ସ୍ମାର୍ଟ ସିଟି ଯୋଜନା ରେ ଏକ ପ୍ରମୁଖ ସହଯୋଗୀ ରହିଛି ଓ ବ୍ୟାପାର, ଆର୍ଥିକ ତଥା ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଏକ ମୁଖ୍ୟ ସହଯୋଗୀ ଭାବେ କାର୍ଯ୍ୟ କରୁଛି | ଭାରତର ଆର୍ଥିକ ପାରଦର୍ଶିତା କୁ ସଶକ୍ତ କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସିଙ୍ଗାପୁର ବିପୁଳ ସମର୍ଥନ ଜଣାଇଥିଲା | ଏହି କ୍ଷେତ୍ର ରେ ଭାରତ ସହ କାମ କରିବାକୁ ସିଙ୍ଗାପୁର କେତେ ଆଗ୍ରହୀ ତାହା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ କାର୍ଯ୍ୟକାଳରେ ଭାରତର ଆକ୍ଟ ଇଷ୍ଟ ନୀତିରେ ଏକ ଉଲ୍ଲେଖନୀୟ ନିରନ୍ତରତା ଥିବା ଅନୁମେୟ ହେଇଛି | ଭାରତର ପୂର୍ବ ଭାଗରେ ଅବସ୍ଥିତ ଦେଶ ଗୁଡିକ ସହ ସହଭାଗିତା ବୃଦ୍ଧି କରିବା ପାଇଁ ନିରନ୍ତର ପ୍ରୟାସ ଜାରୀ ରହିଛି | ଏଥିପାଇଁ ଆକ୍ଟ ଇଷ୍ଟ ନୀତି ଅନ୍ତର୍ଗତ ପ୍ରମୁଖ ଭାରତ-ପ୍ରଶାନ୍ତମହାସାଗରୀୟ ଅଞ୍ଚଳ ଗୁଡିକୁ ନିୟମିତ ଭାବେ ଗସ୍ତ କରାଯିବା ସହ ରୀତିମତ ଯୋଗାଯୋଗ ସ୍ଥାପନା କରାଯାଉଛି | ଡଃ ଏସ ଜୟଶଙ୍କରଙ୍କ ଇଣ୍ଡୋନେସିଆ ଓ ସିଙ୍ଗାପୁର ଗସ୍ତ ଏହି ପ୍ରୟାସ ର ଏକ ମହତ୍ବପୂର୍ଣ୍ଣ ଅଂଶବିଶେଷ ଅଟେ |

ମୂଳଲେଖା : ଡଃ ରାହୁଲ ମିଶ୍ରା ପୂର୍ବ ଓ ଦକ୍ଷିଣପୂର୍ବ ଏସିଆ ଉପରେ ରଣନୀତିକ ବିଶ୍ଳେଷକ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...