ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଇସଲ୍ୟାଣ୍ତ, ସୁଇଜରଲ୍ୟାଣ୍ତ ଏବଂ ସ୍ଲୋଭେନିଆକୁ ରାଜନୈତିକ ଏବଂ ଅର୍ଥନୈତିକ ସଂପର୍କ ବୃଦ୍ଧି ପାଇଁ ନଅ ଦିନିଆ ଗସ୍ତରେ ଯାଇଛନ୍ତି। ଭାରତ ଏବଂ ଆଇସଲ୍ୟାଣ୍ତ ମତ୍ସ୍ୟଚାଷ, ସାଂସ୍କୃତିକ ସହଯୋଗ, ଅଧିକାରୀମାନଙ୍କ ପାଇଁ ଭିସା ସୁବିଧା ଏବଂ ଆଇସଲ୍ୟାଣ୍ତ ବିଶ୍ୱବିଦ୍ୟାଳୟରେ ହିନ୍ଦି ଚେୟାର ସ୍ଥାପନ ଆଦି ବିଷୟ ଉପରେ ବୁଝାମଣା ସ୍ମାରକୀପତ୍ର ସ୍ୱାକ୍ଷର କରିଛନ୍ତି। ଶ୍ରୀ କୋବିନ୍ଦ କହିଛନ୍ତି ଯେ ଆଇସଲ୍ୟାଣ୍ତ ନିରନ୍ତର ମତ୍ସ୍ୟଚାଷ, ସାମୁଦ୍ରିକ ଅର୍ଥନୀତି, ଜାହାଜ ଚଳାଚଳ, ଶକ୍ତି, ନିର୍ମାଣ ଏବଂ କୃଷି ଆଦି କ୍ଷେତ୍ରରେ ଭାରତକୁ ସହଯୋଗ କରିପାରିବ।
ଆଇସଲ୍ୟାଣ୍ତ ଆର୍କଟିକ ପରିଷଦର ଅଧ୍ୟକ୍ଷ ଅଛି। ଏହା ଆର୍କଟିକରେ ଜଳବାୟୁର ସୁରକ୍ଷା ଏବଂ ନିରନ୍ତର ସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଏକ ଆନ୍ତସରକାରୀ ସଂଗଠନ। ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଆଇସଲ୍ୟାଣ୍ତ ସମର୍ଥନ କରିଛି। ରାଷ୍ଟ୍ରପତି ଆଇସଲ୍ୟାଣ୍ତ ବିଶ୍ବବିଦ୍ୟାଳୟରେ ଏକ ସବୁଜ ଗ୍ରହ ପାଇଁ ଭାରତ ଆଇସଲ୍ୟାଣ୍ତ ଉପରେ ଉଦବୋଧନ ଦେଇ ଆନ୍ତର୍ଜାତୀୟ ସୌର ମେଣ୍ଟରେ ଯୋଗ ଦେବାକୁ ଆଇସଲ୍ୟାଣ୍ତକୁ ଆମନ୍ତ୍ରଣ କରିଛନ୍ତି। ରାଷ୍ଟ୍ରପତି ପ୍ୟାରିସ ରାଜିନାମା ଅନୁରୂପ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ 2022 ମସିହା ସୁଦ୍ଧା ସଂପୂର୍ଣ୍ଣ ନି,େଧ କରିବାକୁ ଭାରତର ପ୍ରତିବଦ୍ଧତା ବିଷୟରେ ଅବଗତ କରିଛନ୍ତି। ଶ୍ରୀ କୋବିନ୍ଦ ଭାରତ ଆଇସଲ୍ୟାଣ୍ତ ବାଣିଜ୍ୟିକ ସଂଗଠନରେ ଉଦବୋଧନ ଦେଇ ଭାରତରେ ପୁଞ୍ଜିବିନିଯୋଗ ପାଇଁ ଆହ୍ୱାନ ଦେଇଛନ୍ତି।
ଶ୍ରୀ କୋବିନ୍ଦ ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସୁଇଜରଲ୍ୟାଣ୍ତ ଗସ୍ତ କରିଛନ୍ତି। ସେଠାରେ ସେ ବର୍ଣ୍ଣେ ବିଶ୍ବବିଦ୍ୟାଳୟରେ ଉଦବୋଧନ ଦେଇଛନ୍ତି। ଶ୍ରୀ କୋବିନ୍ଦ ସବୁଜ ସମୃଦ୍ଧି, ନୀଳ ଅର୍ଥନୀତି, ଜଳବାୟୁ ପରିବର୍ତ୍ତନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଅଭିନବ ଜ୍ଞାନକୌଶଳ ଆଦି ଉପରେ ଆଲୋକପାତ କରି ଭାରତ ସୁଇଜରଲ୍ୟାଣ୍ତ ମଧ୍ୟରେ ଭବିଷ୍ୟତର ଭାଗିଦାରୀ ଉପରେ ରେଖାଙ୍କିତ କରିଛନ୍ତି। ସେ କହିଛନ୍ତି ବିଶ୍ୱର ପ୍ରାଚିନ ଗଣତନ୍ତ୍ର ଏବଂ ବୃହତ୍ତ ଗଣତନ୍ତ୍ର ମଧ୍ୟରେ ସଂଯୋଗ ସ୍ଥାପନ ଏକ ଐତିହାସୀକ ମୁହୂର୍ତ୍ତ। 1896ରେ ସ୍ୱାମୀ ବିବେକାନ୍ଦ ଏହି ଦେଶ ଗସ୍ତ କରି ପୂର୍ବ ଏବଂ ପଶ୍ଚିମର ସଂଯୋଗର ସଂଦେଶ ଦେଇଥିଲେ। 1931ରେ ନୋବେଲ ପୁରସ୍କାର ବିଜେତା ରୋମେନ ରୋଲାଣ୍ତଙ୍କ ଆମନ୍ତ୍ରଣରେ ଗାନ୍ଧିଜୀ ସୁଇଜରଲ୍ୟାଣ୍ତ ଗସ୍ତ କରିଥିଲେ। ମହାତ୍ମା ଗାନ୍ଧିଙ୍କ 150ତମ ଜୟନ୍ତି ଉପଲକ୍ଷେ ଶ୍ରୀ କୋବିନ୍ଦ ଭିଲେନେଭେ ସହରରେ ଗାନ୍ଧିଜୀଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।
ଭାରତ ଏବଂ ସୁଇଜରଲ୍ୟାଣ୍ତ ମଧ୍ୟରେ ଦୃଢ ଅର୍ଥନୈତିକ ସଂପର୍କ ରହିଛି। ଭାରତରେ ପ୍ରାୟ 250ଟି ସୁଇଜରଲ୍ୟାଣ୍ତ କଂପାନି କାର୍ଯ୍ୟ କରୁଛି ଏବଂ ସୁଇଜରଲ୍ୟାଣ୍ତ ସହାୟତାରେ ସ୍ଥାପିତ ଚେନ୍ନାଇରେ ଥିବା ସମନ୍ୱିତ ରେଳ କୋଚ ଫ୍ୟାକ୍ଟିର ହୀରକ ଜୟନ୍ତି 2015ରେ ପାଳନ କରାଯାଇଛି। ଶ୍ରୀ କୋବିନ୍ଦ କହିଛନ୍ତି ଯେ ସୁଇଜରଲ୍ୟାଣ୍ତ ଅଭିନବ ଜ୍ଞାନକୌଶଳ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ସ୍ଥାନ ରଖିଛି ଏବଂ ଭାରତ ଏହାକୁ ଅନୁସରଣ କରୁଛି। ସେଠାରେ ସେ ଭାରତ ସୁଇଜରଲ୍ୟାଣ୍ତ ବାଣିଜ୍ୟିକ ଫୋରମରେ ଉଦବୋଧନ ଦେଇଛନ୍ତି। ଶ୍ରୀ କୋବିନ୍ଦ ଭାରତର ମେକ ଇନ ଇଣ୍ତିଆ, ସ୍ମାର୍ଟ ସିଟିଜ, ଡିଜିଟାଲ ଇଣ୍ତିଆ, କ୍ଲିନ ଇଣ୍ତିଆ, ଷ୍ଟାର୍ଟଅପ ଇଣ୍ତିଆ ଏବଂ ସ୍କିଲ ଇଣ୍ତିଆ କାର୍ଯ୍ୟକ୍ରମରେ ସୁଇଜରଲ୍ୟାଣ୍ତର ଯୋଗଦାନ ଉପରେ ଆଲୋକପାତ କରିଛନ୍ତି। 70 ବର୍ଷ ପୂର୍ବେ 1948ରେ ଭାରତ ସୁଇଜରଲ୍ୟାଣ୍ତ ବନ୍ଧୁତ୍ୱ ଚୁକ୍ତି ସ୍ୱାକ୍ଷର ଦ୍ୱିପକ୍ଷୀୟ ସଂପର୍କର ଦୃଢତାକୁ ପ୍ରତିପାଦିତ କରୁଛି।
ଶ୍ରୀ କୋବିନ୍ଦ ଶେଷ ପର୍ଯ୍ୟାୟରେ ସ୍ଲୋଭେନିଆ ଗସ୍ତ କରିଥିଲେ। ଏହି ଦେଶକୁ ଗସ୍ତ କରିବାରେ ସେ ହେଉଛନ୍ତି ଭାରତର ପ୍ରଥମ ରାଷ୍ଟ୍ରପତି। ଶ୍ରୀ କୋବିନ୍ଦ କହିଥିଲେ ଭାରତର ବିକାଶରେ ସ୍ଲେଭେନିଆର ଜ୍ଞାନକୌଶଳ ଏବଂ ଗବେଷଣା ସହାୟକ ହେବ। ଭାରତ ଏବଂ ସ୍ଲୋଲେନିଆ ପୁଞ୍ଜି ବିନିଯୋଗ, କ୍ରିଡା, ସଂସ୍କୃତି, ନଦୀ ପୁନଃଉଦ୍ଧାର, ବିଜ୍ଞାନ ଏବଂ ଜ୍ଞାନକୌଶଳ ଆଦି ସାତଟି କ୍ଷେତ୍ର ଉପରେ ବୁଝାମଣା ସ୍ମାରକିପତ୍ର ସ୍ୱାକ୍ଷର କରିଛନ୍ତି। ସ୍ଲୋଭେନିଆ ଜାତିସଂଘର ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି। ମହାତ୍ମା ଗାନ୍ଧୀଙ୍କ ଜୀବନି ଉପରେ ସ୍ଲୋଭେନିଆ ସରକାର ଏକ ସ୍ମାରକୀ ଡାକ ଟିକଟ ଚଳିତମାସ ଶେଷ ବେଳକୁ ଉନ୍ମୋଚନ କରିବ।
ଆଲେଖ୍ୟ: ଉମୁ ସଲମା ବାଭା
ଭାବାନୁବାଦ: ରାମଚଂଦ୍ର ନାଥ

Comments
Post a Comment