Skip to main content

ରାଷ୍ଟ୍ରପତି କୋବିନ୍ଦଙ୍କ ଆଇସଲ୍ୟାଣ୍ତ, ସୁଇଜରଲ୍ୟାଣ୍ତ ଏବଂ ସ୍ଲୋଭେନିଆ ଗସ୍ତ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଇସଲ୍ୟାଣ୍ତ, ସୁଇଜରଲ୍ୟାଣ୍ତ ଏବଂ ସ୍ଲୋଭେନିଆକୁ ରାଜନୈତିକ ଏବଂ ଅର୍ଥନୈତିକ ସଂପର୍କ ବୃଦ୍ଧି ପାଇଁ ନଅ ଦିନିଆ ଗସ୍ତରେ ଯାଇଛନ୍ତି। ଭାରତ ଏବଂ ଆଇସଲ୍ୟାଣ୍ତ ମତ୍ସ୍ୟଚାଷ, ସାଂସ୍କୃତିକ ସହଯୋଗ, ଅଧିକାରୀମାନଙ୍କ ପାଇଁ ଭିସା ସୁବିଧା ଏବଂ ଆଇସଲ୍ୟାଣ୍ତ ବିଶ୍ୱବିଦ୍ୟାଳୟରେ ହିନ୍ଦି ଚେୟାର ସ୍ଥାପନ ଆଦି ବିଷୟ ଉପରେ ବୁଝାମଣା ସ୍ମାରକୀପତ୍ର ସ୍ୱାକ୍ଷର କରିଛନ୍ତି। ଶ୍ରୀ କୋବିନ୍ଦ କହିଛନ୍ତି ଯେ ଆଇସଲ୍ୟାଣ୍ତ ନିରନ୍ତର ମତ୍ସ୍ୟଚାଷ, ସାମୁଦ୍ରିକ ଅର୍ଥନୀତି, ଜାହାଜ ଚଳାଚଳ, ଶକ୍ତି, ନିର୍ମାଣ ଏବଂ କୃଷି ଆଦି କ୍ଷେତ୍ରରେ ଭାରତକୁ ସହଯୋଗ କରିପାରିବ।

ଆଇସଲ୍ୟାଣ୍ତ ଆର୍କଟିକ ପରିଷଦର ଅଧ୍ୟକ୍ଷ ଅଛି। ଏହା ଆର୍କଟିକରେ ଜଳବାୟୁର ସୁରକ୍ଷା ଏବଂ ନିରନ୍ତର ସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଏକ ଆନ୍ତସରକାରୀ ସଂଗଠନ। ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଆଇସଲ୍ୟାଣ୍ତ ସମର୍ଥନ କରିଛି। ରାଷ୍ଟ୍ରପତି ଆଇସଲ୍ୟାଣ୍ତ ବିଶ୍ବବିଦ୍ୟାଳୟରେ ଏକ ସବୁଜ ଗ୍ରହ ପାଇଁ ଭାରତ ଆଇସଲ୍ୟାଣ୍ତ ଉପରେ ଉଦବୋଧନ ଦେଇ ଆନ୍ତର୍ଜାତୀୟ ସୌର ମେଣ୍ଟରେ ଯୋଗ ଦେବାକୁ ଆଇସଲ୍ୟାଣ୍ତକୁ ଆମନ୍ତ୍ରଣ କରିଛନ୍ତି। ରାଷ୍ଟ୍ରପତି ପ୍ୟାରିସ ରାଜିନାମା ଅନୁରୂପ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ 2022 ମସିହା ସୁଦ୍ଧା ସଂପୂର୍ଣ୍ଣ ନି,େଧ କରିବାକୁ ଭାରତର ପ୍ରତିବଦ୍ଧତା ବିଷୟରେ ଅବଗତ କରିଛନ୍ତି। ଶ୍ରୀ କୋବିନ୍ଦ ଭାରତ ଆଇସଲ୍ୟାଣ୍ତ ବାଣିଜ୍ୟିକ ସଂଗଠନରେ ଉଦବୋଧନ ଦେଇ ଭାରତରେ ପୁଞ୍ଜିବିନିଯୋଗ ପାଇଁ ଆହ୍ୱାନ ଦେଇଛନ୍ତି।

ଶ୍ରୀ କୋବିନ୍ଦ ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସୁଇଜରଲ୍ୟାଣ୍ତ ଗସ୍ତ କରିଛନ୍ତି। ସେଠାରେ ସେ ବର୍ଣ୍ଣେ ବିଶ୍ବବିଦ୍ୟାଳୟରେ ଉଦବୋଧନ ଦେଇଛନ୍ତି। ଶ୍ରୀ କୋବିନ୍ଦ ସବୁଜ ସମୃଦ୍ଧି, ନୀଳ ଅର୍ଥନୀତି, ଜଳବାୟୁ ପରିବର୍ତ୍ତନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଅଭିନବ ଜ୍ଞାନକୌଶଳ ଆଦି ଉପରେ ଆଲୋକପାତ କରି ଭାରତ ସୁଇଜରଲ୍ୟାଣ୍ତ ମଧ୍ୟରେ ଭବିଷ୍ୟତର ଭାଗିଦାରୀ ଉପରେ ରେଖାଙ୍କିତ କରିଛନ୍ତି। ସେ କହିଛନ୍ତି ବିଶ୍ୱର ପ୍ରାଚିନ ଗଣତନ୍ତ୍ର ଏବଂ ବୃହତ୍ତ ଗଣତନ୍ତ୍ର ମଧ୍ୟରେ ସଂଯୋଗ ସ୍ଥାପନ ଏକ ଐତିହାସୀକ ମୁହୂର୍ତ୍ତ। 1896ରେ ସ୍ୱାମୀ ବିବେକାନ୍ଦ ଏହି ଦେଶ ଗସ୍ତ କରି ପୂର୍ବ ଏବଂ ପଶ୍ଚିମର ସଂଯୋଗର ସଂଦେଶ ଦେଇଥିଲେ। 1931ରେ ନୋବେଲ ପୁରସ୍କାର ବିଜେତା ରୋମେନ ରୋଲାଣ୍ତଙ୍କ ଆମନ୍ତ୍ରଣରେ ଗାନ୍ଧିଜୀ ସୁଇଜରଲ୍ୟାଣ୍ତ ଗସ୍ତ କରିଥିଲେ। ମହାତ୍ମା ଗାନ୍ଧିଙ୍କ 150ତମ ଜୟନ୍ତି ଉପଲକ୍ଷେ ଶ୍ରୀ କୋବିନ୍ଦ ଭିଲେନେଭେ ସହରରେ ଗାନ୍ଧିଜୀଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।

ଭାରତ ଏବଂ ସୁଇଜରଲ୍ୟାଣ୍ତ ମଧ୍ୟରେ ଦୃଢ ଅର୍ଥନୈତିକ ସଂପର୍କ ରହିଛି। ଭାରତରେ ପ୍ରାୟ 250ଟି ସୁଇଜରଲ୍ୟାଣ୍ତ କଂପାନି କାର୍ଯ୍ୟ କରୁଛି ଏବଂ ସୁଇଜରଲ୍ୟାଣ୍ତ ସହାୟତାରେ ସ୍ଥାପିତ ଚେନ୍ନାଇରେ ଥିବା ସମନ୍ୱିତ ରେଳ କୋଚ ଫ୍ୟାକ୍ଟିର ହୀରକ ଜୟନ୍ତି 2015ରେ ପାଳନ କରାଯାଇଛି। ଶ୍ରୀ କୋବିନ୍ଦ କହିଛନ୍ତି ଯେ ସୁଇଜରଲ୍ୟାଣ୍ତ ଅଭିନବ ଜ୍ଞାନକୌଶଳ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ସ୍ଥାନ ରଖିଛି ଏବଂ ଭାରତ ଏହାକୁ ଅନୁସରଣ କରୁଛି। ସେଠାରେ ସେ ଭାରତ ସୁଇଜରଲ୍ୟାଣ୍ତ ବାଣିଜ୍ୟିକ ଫୋରମରେ ଉଦବୋଧନ ଦେଇଛନ୍ତି। ଶ୍ରୀ କୋବିନ୍ଦ ଭାରତର ମେକ ଇନ ଇଣ୍ତିଆ, ସ୍ମାର୍ଟ ସିଟିଜ, ଡିଜିଟାଲ ଇଣ୍ତିଆ, କ୍ଲିନ ଇଣ୍ତିଆ, ଷ୍ଟାର୍ଟଅପ ଇଣ୍ତିଆ ଏବଂ ସ୍କିଲ ଇଣ୍ତିଆ କାର୍ଯ୍ୟକ୍ରମରେ ସୁଇଜରଲ୍ୟାଣ୍ତର ଯୋଗଦାନ ଉପରେ ଆଲୋକପାତ କରିଛନ୍ତି। 70 ବର୍ଷ ପୂର୍ବେ 1948ରେ ଭାରତ ସୁଇଜରଲ୍ୟାଣ୍ତ ବନ୍ଧୁତ୍ୱ ଚୁକ୍ତି ସ୍ୱାକ୍ଷର ଦ୍ୱିପକ୍ଷୀୟ ସଂପର୍କର ଦୃଢତାକୁ ପ୍ରତିପାଦିତ କରୁଛି।

ଶ୍ରୀ କୋବିନ୍ଦ ଶେଷ ପର୍ଯ୍ୟାୟରେ ସ୍ଲୋଭେନିଆ ଗସ୍ତ କରିଥିଲେ। ଏହି ଦେଶକୁ ଗସ୍ତ କରିବାରେ ସେ ହେଉଛନ୍ତି ଭାରତର ପ୍ରଥମ ରାଷ୍ଟ୍ରପତି। ଶ୍ରୀ କୋବିନ୍ଦ କହିଥିଲେ ଭାରତର ବିକାଶରେ ସ୍ଲେଭେନିଆର ଜ୍ଞାନକୌଶଳ ଏବଂ ଗବେଷଣା ସହାୟକ ହେବ। ଭାରତ ଏବଂ ସ୍ଲୋଲେନିଆ ପୁଞ୍ଜି ବିନିଯୋଗ, କ୍ରିଡା, ସଂସ୍କୃତି, ନଦୀ ପୁନଃଉଦ୍ଧାର, ବିଜ୍ଞାନ ଏବଂ ଜ୍ଞାନକୌଶଳ ଆଦି ସାତଟି କ୍ଷେତ୍ର ଉପରେ ବୁଝାମଣା ସ୍ମାରକିପତ୍ର ସ୍ୱାକ୍ଷର କରିଛନ୍ତି। ସ୍ଲୋଭେନିଆ ଜାତିସଂଘର ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି। ମହାତ୍ମା ଗାନ୍ଧୀଙ୍କ ଜୀବନି ଉପରେ ସ୍ଲୋଭେନିଆ ସରକାର ଏକ ସ୍ମାରକୀ ଡାକ ଟିକଟ ଚଳିତମାସ ଶେଷ ବେଳକୁ ଉନ୍ମୋଚନ କରିବ।

ଆଲେଖ୍ୟ: ଉମୁ ସଲମା ବାଭା

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...