Skip to main content

ଆରାମକୋ ଉପରେ ଆକ୍ରମଣ ଆମେରିକା ଇରାନ ମଧ୍ୟରେ ଉତ୍ତେଜନାକୁ ବୃଦ୍ଧି କରିଛି

ସାଉଦି ତୈଳ କଂପାନି ଆରାମକୋ(ARAMCO) ଦ୍ୱାରା ପରିଚାଳିତ ଦମାମ ନିକଟସ୍ଥ ବିଶ୍ୱର ବୃହତ୍ତ ଅଶୌଧିତ ତୈଳ ଖଣି ଆବକାଇକ ଏବଂ ଖୁରାଇସ ଉପରେ ନିକଟରେ ହୋଇଥିବା ଡ୍ରୋନ ଆକ୍ରମଣ ପାରସ୍ୟ ଉପସାଗରରେ ଆମେରିକା ଏବଂ ଇରାନ ମଧ୍ୟରେ ରହିଥିବା ଉତ୍ତେଜନାକୁ ଆହୁରି ବଢେଇ ଦେଇଛି। ଏହି ଆକ୍ରମଣ ଯୋଗୁଁ 1991ର ଉପସାଗରୀୟ ଯୁଦ୍ଧ ପରେ ପୁଣି ଥରେ ବିଶ୍ୱ ତୈଳ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ଏହି ଆକ୍ରମଣ ୟମେନ ସ୍ଥିତ ଅନସାର ଆଲ୍ହା( ହାଉତି) ବାହିନୀ କରିଥିବା ଦାବି କରିଛି। ଆକ୍ରମଣରେ କେହି ହତାହତ ହୋଇନାହାନ୍ତି କିନ୍ତୁ ଏପରି ଆକ୍ରମଣ ପୁଣି ହେବ ହାଉତି ସାଉଦି ଆରବକୁ ଧମକ ଦେଇଛି। ଗତ ମାସ ମଧ୍ୟ ସାଉଦି ଆରବର ଅନ୍ୟ ଏକ ତୈଳ ଖଣି ସାୟବାହ ଠାରେ ହାଉତି ଡ୍ରୋନ ଆକ୍ରମଣ କରିଥିଲା।

ସାଉଦି ଯୁବରାଜ ମହମ୍ମଦ ବିନ ସଲମାନ ଏହାକୁ ସନ୍ତ୍ରାସବାଦି ଆକ୍ରମଣ ବୋଲି କହିଛନ୍ତି ଏବଂ ଏହାର କଡା ମୁକାବିଲା ସାଉଦି କରିବ ବୋଲି ସେ କହିଛନ୍ତି। ଆକ୍ରମଣକୁ ଦୃଷ୍ଟିରେ ରଖି ରିୟାଦ ବାହାରିନ ପେଟ୍ରୋଲିୟମ କଂପାନିକୁ ଯୋଗାଣ କରୁଥିବା ଦିନକୁ 0.2 ମିଲିୟନ ବାରେଲ ତୈଳ ବହନ କରୁଥିବା ପାଇପଲାଇନକୁ ବନ୍ଦ ରଖିଛି। ଏହା ସତ୍ତ୍ୱେ ମଧ୍ୟ ଆରାମକୋ ଏହାର ମୋଟ ମୂଲ୍ୟର 1 ଭାଗ ଅଂଶ 2 ଟ୍ରିଲିୟନ ଡଲାର ସେୟାର ନିର୍ଦ୍ଧାରିତ କାର୍ଯ୍ୟସୂଚି ଅନୁଯାୟୀ ଜାରି ରଖିଛି। ଏହା ସହିତ ସାଉଦି ଆରବ ମଧ୍ୟପ୍ରାଚ୍ୟର ଜଳପଥକୁ ସୁରକ୍ଷିତ ରଖିବାରେ ଆମେରିକା ନେତୃତ୍ୱାଧିନ ମେଣ୍ଟରେ ଥିବା ଅଷ୍ଟ୍ରେଲିଆ, ବାହାରିନ ଏବଂ ବ୍ରିଟେନ ସହିତ ଯୋଗ ଦେଇଛି। ସାଉଦିର ମନ୍ତ୍ରୀ ପରିଷଦ କହିଛି ଯେ ଏହି ଆକ୍ରମଣ ଜାହାଜ ଚଳାଚଳର ସ୍ୱାଧିନତା ଉପରେ ବିପଦ ସୃଷ୍ଟି କରିଛି ଏବଂ ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଇଛି। ଆକ୍ରମଣରେ ଇରାନର ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇଥିବା ଏବଂ ଡ୍ରୋନ ଆକ୍ରମଣର ତଦନ୍ତ କରିବାକୁ ସାଉଦି ଜାତିସଂଘ ସମେତ ଆନ୍ତର୍ଜାତୀୟ ସଂସ୍ଥାମାନଙ୍କୁ ଆମନ୍ତ୍ରଣ କରିଛି। 

ଆକ୍ରଣକୁ ବିଶ୍ୱବ୍ୟାପି ନିନ୍ଦା କରାଯାଇଛି। କିନ୍ତୁ ଏହି ଘଟଣାକୁ ଆରବର ସହଯୋଗୀ ଆମେରିକା ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆକ୍ରମଣ ପାଇଁ ଇରାନକୁ ଦାୟୀ କରି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଆମେରିକା ସାଉଦି ସହିତ ଗୁଇନ୍ଦା ସୂଚନା ଆଦାନପ୍ରଦାନକୁ ବଢାଇ ଦେଇଛି।

ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ସାଉଦି ଏବଂ ସଂଯୁକ୍ତ ଆରବ ଏମିରେଟ ଗସ୍ତ କରି ଆକ୍ରମଣ ଉପରେ ଆଲୋଚନା କରି ଏହି ଅଞ୍ଚଳରେ ଇରାନର ଆକ୍ରମଣକୁ ମୁକାବିଲା କରିବା ଉପରେ ପଦକ୍ଷେପ ନେବାପାଇଁ ସମନ୍ୱୟ ସ୍ଥାପନ କରିବାର ସମ୍ଭାବନା ରହିଛି। ଅପରପକ୍ଷେ ଇରାନ ଏହି ଅଭିଯୋଗକୁ ଖଣ୍ତନ କରିଛି ଏବଂ ଆମେରିକା ଇରାନ ପରମାଣୁ ଚୁକ୍ତି 2015କୁ ଗ୍ରହଣ କଲେ ବିଧ୍ୱଂସକୁ ଏଡାଇ ଦିଆଯାଇ ପାରିବ ବୋଲି କହିଛି। ଇରାନ ରାଷ୍ଟ୍ରପତି ହସନ ରୁହାନି କହିଛନ୍ତି ଯେ ୟମେନର ଦୀର୍ଘ ଦିନର ଯୁଦ୍ଧକୁ ସମାପ୍ତ କରିବା ପାଇଁ ସାଉଦିକୁ ଚେତାବନି ଦେବାକୁ ହାଉତି ଏହି ଆକ୍ରମଣ କରିଛି। ଇରାନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଆମେରିକା ଅତ୍ୟଧିକ ଚାପ ପକାଇବାର ନୀତି ଗ୍ରହଣ କରିଛି। ଏହି ଆକ୍ରମଣ ବିଶ୍ୱ ଶକ୍ତି ନିରାପତ୍ତାକୁ ପ୍ରଭାବିତ କରିବାର କ୍ଷମତା ରଖିଛି।

ଆବକାଇକ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ସାଉଦି ଆରବର ତୈଳ ଉତ୍ପାଦନ 1950 ମସିହା ପରେ ପ୍ରଥମ ଥର ପାଇଁ ଶତକଡା 50 ଭାଗ ହ୍ରାସ ପାଇଛି ଯାହାର କ୍ଷତି ଦିନକୁ ପ୍ରାୟ 5.7 ମିଲିୟନ ବାରେଲ ହେବ। ବିଶ୍ୱର ମୋଟ ତୈଳ ଯୋଗାଣର 5 ଭାଗ ହ୍ରାସ ପାଇବା ପରେ ତୈଳ ମୂଲ୍ୟ 15 ଭାଗ ବଢିଯାଇଛି। ତୈଳ ଯୋଗାଣ ଆଶଙ୍କାକୁ ଦୂର କରିବା ପାଇଁ ସାଉଦି ଏହାର ଏସିଆଇ କ୍ରେତାମାନଙ୍କୁ ଅକ୍ଟୋବର ମାସର ଚାହିଦା ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଉତ୍ପାଦନ ହ୍ରାସ ସତ୍ତ୍ୱେ ଭାରତକୁ ନିର୍ଧାରିତ ତୈଳ ଯୋଗାଣ କରିବ ବୋଲି ସାଉଦି ପ୍ରତିଶୃତି ଦେଇଛି। 

ସାଉଦି ଆରବ ହେଉଛି ଭାରତର ଦ୍ୱିତୀୟ ବୃହତ୍ତ ଅଶୌଧିତ ତୈଳ ରପ୍ତାନିକାରୀ ରାଷ୍ଟ୍ର। ଏହି ଆକ୍ରମଣ ପରେ ଭାରତକୁ ତୈଳ ପାଇଁ ବିକଳ୍ପ ଉତ୍ସ ଭାବରେ ରୁଷ ଏବଂ ଇରାନ ସମେତ ଅନ୍ୟ ପନ୍ଥା ଉପରେ ଦୃଷ୍ଟି ପକାଇବାକୁ ବିବଶ କରିଛି। ଭାରତ ପାଇଁ ଏସବୁ ନିଶ୍ଚୟ ଚିନ୍ତାର ବିଷୟ। ଗୋଟିଏ ପଟେ ଆମେରିକା ଏବଂ ଭାରତର ପଡୋଶୀ ଇରାନ ସହିତ ଲାଗି ରହିଥିବା ଉତ୍ତେଜନା ଶୁଭଙ୍କର ନୁହେଁ ଏବଂ ଅପରପକ୍ଷେ ତୈଳମୂଲ୍ୟ ବୃଦ୍ଧି ବିଶ୍ୱ ଅର୍ଥନୀତି ଉପରେ ଅତ୍ୟନ୍ତ କୁପ୍ରଭାବ ପକାଇବ। ଭାରତର ବହୁ ସଂଖ୍ୟକ ଲୋକ ଉପସାଗରୀୟ ଅଞ୍ଚଳରେ ରହୁଛନ୍ତି ଯେଉଁମାନଙ୍କ ନିରାପତ୍ତା ଭାରତ ପାଇଁ ମୁଖ୍ୟ ଚିନ୍ତାର କାରଣ ମଧ୍ୟ ହୋଇଛି। ସଂକଟ ଯେପରି ଅଧିକ ନବଢେ ସେଥିପାଇଁ ସବୁ ପକ୍ଷ ପ୍ରୟାସ କରିବା ବୁଦ୍ଧିମାନର କାର୍ଯ୍ୟ ହେବ।




ଆଲେଖ୍ୟ: ଡକ୍ଟର ଲକ୍ଷ୍ମୀ ପ୍ରିୟା

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...