Skip to main content

ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଦ୍ବାରା ଉଚ୍ଚ ଋଣ ବିତରଣକୁ ସୁନିଶ୍ଚିତ କରିବା ପାଇଁରେପୋ ରେଟକୁ ଫ୍ଲୋଟିଙ୍ଗ ଋଣ ରେଟ ସହ ଯୋଡିଲା

ଭାରତୀୟ ରିଜର୍ଭ ବ୍ୟାଙ୍କ ଏବେ ନେଇଥିବା ନିଷ୍ପତ୍ତି ଯୋଗୁଁ ବ୍ୟାଙ୍କରୁ ଋଣନେଇଥିବା ଲୋକଙ୍କୁ ଏବେ ବଡ ଆଶ୍ବସ୍ତି ମିଳିଛି | ଏବେ ବ୍ୟକ୍ତିଗତ, ଖୁଚୁରା, କ୍ଷୁଦ୍ର ଏବଂ ମଧ୍ୟମ ଉଦୌଗ ଶ୍ରେଣୀ ଠାରୁ ବାହ୍ୟ ମାନଦଣ୍ତ ଶ୍ରେଣୀ ପର୍ଯ୍ୟନ୍ତଫ୍ଲୋଟିଙ୍ଗ ଋଣ ଦର ପରସ୍ପର ଲିଙ୍କ ହେବ ଏବଂ ଏହା ଅକ୍ଟୋବର 1 ତାରିଖଠାରୁ ରେପୋ ଦରରେ ସାମିଲ ହେବ | ରେପୋ ରେଟ ସେହି ଦରହୋଇଥାଏ ଯାହା ଉପରେ ବାଣିଜ୍ୟିକ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କରୁପଇସା ନେଇତାଏ | ଏହାର ଆବଶ୍ୟକତା ଏଇଥି ପାଇଁ ପଡିଲା କାରଣଯେତେବେଳେ ରିଜର୍ଭ ବ୍ୟାଙ୍କ ଉଧାର ଦରରେ ହ୍ରାସ କରେସେତେବେଳେ ସେହି ଅନୁପାତରେ ସବୁ ବ୍ୟାଙ୍କ ନିଜ ଉଧାର ଦରକୁ ହ୍ରାସକରିବାକୁ ରାଜି ହୋଇ ନଥାନ୍ତି|

ଏହି ପଦକ୍ଷେପ ବ୍ୟାପାର, ଉଦୌଗ ଏବଂ ଉପଭୋକ୍ତାମାନଙ୍କ ପାଇଁପରିବର୍ତ୍ତିତ ମୁଦ୍ରା ନୀତି ଦରକୁ ସେମାନଙ୍କ ନିକଟକୁ ଶିଘ୍ର ପହଞ୍ଚାଇବା ପାଇଁସୁନିଶ୍ଚିତ ପଦକ୍ଷେପ ସାଧାରଣତଃ ରିଜର୍ଭ ବ୍ୟାଙ୍କ ଯେତେବେଳେ ସୁଧହାରରେ ହ୍ରାସ କରେ ସେତେବେଳେ ବ୍ୟାଙ୍କମମାନେ ସେହି ଅନୁପାତରେହ୍ରାସ କରିନଥାନ୍ତି |

ଅନେକ ଦିନରୁ ଅର୍ଥବ୍ୟବସ୍ଥାରେ ଦେଖା ଦେଇଥିବା ମାନ୍ଦା ଅବସ୍ଥା ତଥାନିର୍ମାଣ ଏବଂ ସେବା କ୍ଷେତ୍ରରେ ହିତାଧିକାରୀମାନେ କମ ଋଣ ନେଉଥିବାକୁଦୃଷ୍ଟିରେ ରଖି ବ୍ୟାଙ୍କ ଏହି ରେପୋ ରେଟ କମ କରିଛି | ଚଳିତ ବର୍ଷ ମଇମାସରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ତିଆ ଘୋଷଣା କରିଥିଲା ଯେ ସେ ନିଜରସଞ୍ଚୟ ବ୍ୟାଙ୍କ ଖାତା ଏବଂ ତାସହିତ ଅଳ୍ପକାଳିନ ଋଣର ସୁଧ ଦରକୁ ରିଜର୍ଭବ୍ୟାଙ୍କର ରେପୋ ରେଟ ସହିତ ଯୋଡୁଛି | ସିଣ୍ତିକେଟ ବ୍ୟାଙ୍କ, ୟୁନିୟନବ୍ୟାଙ୍କ, ଇଣ୍ତିଆନ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ତିଆ ଏବଂ ଆହ୍ଲାବାଦ ବ୍ୟାଙ୍କ ଏହିପାଞ୍ଚଟି ଅନ୍ୟ ବ୍ୟାଙ୍କ ମଧ୍ୟ ଏପରି କରିବାକୁ ଘୋଷଣା କରିଛନ୍ତି |

ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ଘର ଏବଂ ଅଟୋ ଋଣକୁ ଯୋଡିବା ପାଇଁଯେଉଁ ତିନୋଟି ବାହ୍ୟ ମାପଦଣ୍ତର ପ୍ରସ୍ଥାବ ରଖିଛି ତାହା ଏହାର ନୀତିରେପୋ ରେଟ, ବିତ୍ତିୟ ବେଞ୍ଚମାର୍କ ଇଣ୍ତିଆ ପ୍ରାଇଭେଟ ଦ୍ବାରା ପ୍ରକାଶିତଭାରତ ସରକାରଙ୍କ ତିନି ମାସ ଏବଂ ଛଅ ମାସର ଟ୍ରେଜେରୀ ବିଲ କିମ୍ବାଅନ୍ୟ ବେଞ୍ଚ ମାର୍କ ଦ୍ବାରା ପ୍ରକାଶିତ ଅନ୍ୟ କୌଣସି ବଜାର ସୁଧ ଦର ଅଟେ | ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡିକୁ ଖୁଚୁରା ଫ୍ଲୋଟିଙ୍ଗହୋମ ଏବଂ ଅଟୋଲୋନ ତଥା କ୍ଷୁଦ୍ର ଓ ମଧ୍ୟମ ଉଦୌଗ ଋଣ ବ୍ୟତିତ ଅନ୍ୟ ବାହ୍ୟଋଣକାରୀଙ୍କୁ ମଧ୍ୟ ଏହିପରି ମାନଦଣ୍ତ ସହହ ଯୋଡି ଋଣ ଦେବାକୁ ଅନୁମତିଦେଇଛି |

ନୂଆ ଋଣ ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତି ଆପଣାଇଲେ ମୁଦ୍ରା ପ୍ରବାହରେ ସହାୟତାମିଳିବ କିନ୍ତୁ ଏହି ପୁରା ଚକ୍ରରେ ବ୍ୟାଙ୍କ ପାଇଁ ପ୍ରସାର ଏବଂ ମାର୍ଜିନରେଅଧିକ ଅସ୍ଥିରତା ଆସିବ | ଯେତେବେଳେ ରେପୋ ରେଟ କମ ହୁଏସେତେବେଳେ ଜମା ରେଟରେ ପରିବର୍ତ୍ତନ ହୁଏ ଆଉ ଯେତେବେଳେଏହା ବୃଦ୍ଧି ପାଏ ସେତେବେଳେ ଋଣ ଦରକୁ ବଢାଇବା ପାଇଁ ବ୍ୟାଙ୍କଚାହିଁଥାଏ | ଏଥିରେ ସନ୍ଦେହ ନାହିଁ ଏହି ନୂଆ ପଦକ୍ଷେପ ଗାଡି କିମ୍ବା ଘରକିଣିବା ପାଇଁ ଋଣର ଫ୍ଲୋଟିଙ୍ଗ ଦର ଉପରେ ସୁଧକୁ କମ କରିବା ପାଇଁନିଆ ଯାଇଚି |



ଆଲେଖ୍ୟ: ଜି. ଶ୍ରୀନିବାସନ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...