Skip to main content

ଇରାନ ଦ୍ଵାରା ପରମାଣୁ ଚୁକ୍ତିର ବଚନବଦ୍ଧତାରେ ହ୍ରାସ ପାଇଁ ନିଷ୍ପତ୍ତି

ଇରାନ କହିଛି ଯେ 2015 ଜୁଲାଇରେ ସେ ବିଶ୍ଵର ଶକ୍ତିଶାଳି ଦେଶମାନଙ୍କ ସହିତ କରିଥିବା ରାଜିନାମା ଅନ୍ତର୍ଗତ ନିଜ ବଚନବଦ୍ଧତାକୁ ହ୍ରାସ କରିବ | ଇରାନର ଏହା ପଛରେ ଯୁକ୍ତି ହେଉଛି ଯେ ୟୁରୋପୀୟ ସଂଘ ପରମାଣୁ ଚୁକ୍ତି ପାଇଁ ନିଜର ବଚନବଦ୍ଧତାକୁ ପାଳନ କରୁନଥିବାରୁ ଏରାନ ଏପରି କରିବାକୁ ବାଧ୍ୟ ନୁହେଁ | ଆମେରିକା ପରମାଣୁ ବୁଝାମଣାରୁ ଏକତରଫା ଅଲଗା ହେବା ପରେ ଇରାନ ଏବଂ ୟୁରୋପୀୟ ସଂଘ ପରସ୍ପର ଏହି ବୁଝାମଣାକୁ ରକ୍ଷା କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ | ପରମାଣୁ ବୁଝାମଣା ଅନ୍ତର୍ଗତ ୟୁରୋପୀୟ ସଂଘ ଇରାନକୁ ଯେଉଁ ଆର୍ଥିକ ସହାୟତା ଦେବା କଥା ତାହା ଦେବାରେ ୟୁରୋପୀୟ ସଂଘ ବିଫଳ ହୋଇଛି |

ଇରାନ ପରମାଣୁ ଶକ୍ତି ସଂସ୍ଥାର ନିର୍ଦେଶକ ଅଲ୍ଲି ଅକବର ସାଲେହି ଇରାନର ଏହି ନିଷ୍ପତ୍ତି ପଛରେ ଥିବା ଯୁକ୍ତିଗୁଡିକୁ ବଖାଣିଛନ୍ତି| ସାଲେହିଙ୍କ ଅନୁଯାୟୀ ଇରାନ ୟୁରୋପୀୟ ସଂଘ ଠାରୁ ଧିରେ ଧିରେ ଦୂରତା ରଖିବାକୁ ନିର୍ଣ୍ଣୟ ନେଇଛି | ସେ କହିଛନ୍ତି ଯେ ଆମେରିକାର କଟକଣା ଦୃଷ୍ଟିରୁ ୟୁରୋପୀୟ ସଂଘ ଇରାନର ବାଣିଜ୍ୟ କାରବାର ବିଦେଶରେ ବୃଦ୍ଧି କରାଇବା ପାଇଁ କରିଥିବା ପ୍ରତିଶ୍ରୃତିରେ ବିଫଳ ହୋଇଛି | ଏଣୁ ସେ ଅହି ବଚନବଦ୍ଧତାରରୁ ଦୂରେଇବାକୁ ନିଷ୍ପତ୍ତି ନେଇଛି |

ଇରାନର ଏକ ସମ୍ବାଦ ସଂସ୍ଥା କହିଛି ଯେ ଇରାନର ବିଦେଶ ମନ୍ତ୍ରୀ ଜବାଦ ଜରିଫ ୟୁରୋପୀୟ ସଂଘର ବିଦେଶ ନୀତି ପ୍ରମୁଖଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ସେ ନିଜର ପରମାଣୁ ଅନୁସଂନ୍ଧାନ ଏବଂ ବିକାଶ ଗତିବିଧିକୁ ସିମୀତ କରିବା ପାଇଁ ନିଜର ପ୍ରତିବଦ୍ଧତାରୁ ପଛକୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି | ନିଷ୍ପତ୍ତି ଅନୁଯାୟୀ ଇରାନ ୟୁରାନିୟମର ସଂବର୍ଦ୍ଧନ ବଢାଇବା ଆରମ୍ଭ କରିବ କିନ୍ତୁ ଏହି ପଦକ୍ଷେପ ଶାନ୍ତିପୂର୍ଣ୍ଣ ହେବ | ଏସବୁ ଆନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥାର ଦେଖାଶୁଣାରେ ହେବ ଏବଂ ଯଦି ୟୁରୋପୀୟ ସଂଘ ଦେଇଥିବା କଥା ପୂରଣ କରେ ତେବେ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରାଯିବ | ଏସବୁ ପଛରେ ଇରାନର ଉଦ୍ଧେଶ୍ୟ ୟୁରୋପୀୟ ସଂଘ ଉପରେ ଚାପ ପକାଇବା ବୋଲି କୁହାଯାଇ ପାରେ | ଫ୍ରାନ୍ସ ନେତୃତ୍ୟରେ ୟୁରୋପୀୟ ସଂଘ ପରମାଣୁ ବୁଝାମଣାକୁ କାୟମ ରଖିବା ପାଇଁ ପ୍ରୟାସ କରୁଛି ଯାହା ଜି-7 ବୈଠକ ସମୟରେ ସ୍ପଷ୍ଟ ଜଣା ପଡିଛି |

ଅପରପକ୍ଷେ ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଦିନକୁ ଦିନ ବଢିଚାଲିଛି ଏବଂ ପ୍ୟାରସ୍ୟ ଉପସାଗରରେ ଟ୍ୟାଙ୍କର ଉପରେ କବ୍ଜା କରିବାର ମାମଲା ସ୍ଥିତିକୁ ଆହୁରି ଅଧିକ ଗମ୍ଭିର କରୁଛି | ଆମେରିକା ଇରାନ ଉପରେ ଅଧିକ ଚାପ ପକାଇବା ନୀତିରେ କାୟମ ରହିଛି ଏବଂ ଇରାନରୁ ତେଲ କିଣିବା ପାଇଁ ସେ କୌଣସି ଦେଶକୁ ମଞ୍ଜୁରି ଦେବ ନାହିଁ | ଆମେରିକା ପରମାଣୁ ବୁଝାମଣାରୁ ପଛକୁ ହଟିବା ଏବଂ ଇରାନ ଉପରେ କଟକଣା ଲଗାଇବା ପରେ ଏପରି ସ୍ଥିତି ଉପୁଜିଛି | ୟୁରୋପୀୟ ସଂଘ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା କରୁଛି |

ଭାରତ ଏହି ଘଟଣାକ୍ରମ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି | କାରଣ ଭାରତ ପାଇଁ ଏହା ଅଦିକ ଗୁରୁତ୍ଵ ରଖୁଛି ଇରାନରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ | ଖୁବ ଶିଘ୍ର ଇରାନ ପରମାଣୁ ସଂକଟର ବିଶ୍ଵ ଶକ୍ତି ସମାଧାନ କରିବେ ବୋଲି ଆଶା କରାଯାଉଛି |

ଆଲେଖ୍ୟ: ଆସିଫ ଶୁଜା

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...