Skip to main content

ପାକିସ୍ତାନର ଦୋମୁହାଁ ନୀତି

ଭାରତର ଜମ୍ମୁ କଶ୍ମୀରକୁ ନେଇ ପାକିସ୍ତାନ ଆଡବାଇଆ ପରି ହେଇଯାଇଛି। ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନ ବିଶ୍ବର ପ୍ରାୟ ସବୁ ଶକ୍ତିଶାଳି ରାଷ୍ଟ୍ର ନିକଟରେ ହାରୀଗୁହାରି କରିଥିଲେ ମଧ୍ୟ ସମସ୍ତେ ପ୍ରାୟ ଗୋଟିଏ କଥା କହି ପାକିସ୍ତାନର ହତୋତ୍ସାହକୁ ଆହୁରି ବଢାଇ ଦେଇଛନ୍ତି ଯେ ଭାରତୀୟ ସମ୍ବିଧାନରୁ ଧାରା 370 ଉଚ୍ଛେଦ ହେଉଛି ଭାରତର ଆଭ୍ୟନ୍ତରୀଣ ମାମଲା। ଏହା ସତ୍ତ୍ୱେ ମଧ୍ୟ ପାକିସ୍ତାନ ଏବେବି ସମର୍ଥନ ଆଶାରେ ଘୂରିବୁଲୁଛି।

ନିକଟରେ ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାମ ସ୍ବୀକାର କରିଛନ୍ତି ଯେ ପାରମ୍ପରିକ ଯୁଦ୍ଧରେ ପାକିସ୍ତାନ କେବେବି ଭାରତ ଠାରୁ ଜିତି ପାରିବ ନାହିଁ। ସେ ପରମାଣୁ ବିପଦର ଧମକକୁ ଦୋହରାଇଛନ୍ତି ଏବଂ କଶ୍ମୀର ଉପରେ ବିଶ୍ବର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ସେ ବିଶ୍ୱକୁ ଏହାମଧ୍ୟ ଚେତାବନୀ ଦେଇଛନ୍ତି ଯେ ଭାରତର ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ଯଦି ବିଶ୍ୱ ଧ୍ୟାନ ନଦିଏ ତେବେ ଏହାର ପରିଣାମ ଭୋଗିବାକୁ ପଡିବ। ସେ ଏକଥା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଯୁଦ୍ଧ ଚାହୁଁନାହିଁ କିନ୍ତୁ ଏହାର ନିରାପତ୍ତା ଏବଂ ଐକ୍ୟ ଉପରେ ଆଞ୍ଚ ଆସିଲେ ସେ ଚୁପ ରହିବ ନାହିଁ।

ଇମରାନ ସ୍ୱୀକାର କରିଛନ୍ତି ଯେ ଆସନ୍ତା ମାସ ଆନ୍ତର୍ଜାତୀୟ ସନ୍ତ୍ରାସବାଦ ପାଣ୍ଠି ସଂସ୍ଥା ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ ପାକିସ୍ତାନକୁ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣ ମାମଲା ଉପରେ ଆସନ୍ତା ମାସ ବୈଠକରେ ଆଲୋଚନା କରିବାକୁ ଯାଉତିବା ବେଳେ ଏହା ପାକିସ୍ତାନ ପାଇଁ ଏକ ସଂକଟଜନକ ସମୟ। ପାକିସ୍ତାନର ଅର୍ଥନୀତିକୁ ଧୂଳିସାତ କରିବାକୁ ବିଶ୍ୱ ଷଢଯନ୍ତ୍ର କରୁଥିବା ଇମରାନ ଦୋଷାରୋପ କରିଛନ୍ତି। ଭାରତ ସହିତ ଆଲୋଚନା ଆରମ୍ଭ କରିବାକୁ ସେ କରୁଥିବା ପଦକ୍ଷେପ ଉପରେ ମଧ୍ୟ ଇମରାନ ତାଙ୍କ ସାକ୍ଷାତକାରରେ କହିଛନ୍ତି।

ଇମରାନଙ୍କ ଏହି କଥା ସତ୍ୟର ଅପଳାପ କରୁଛି। 2016 ଜାନୁୟାରୀରେ ପଠାନକୋଟ ବିମାନ ଘାଟି ଉପରେ ହୋଇଥିବା ସନ୍ତ୍ରାସବାଦି ଆକ୍ରମଣ ପରେ ଭାରତ ସ୍ପଷ୍ଟ କରିଛି ଯେ ସନ୍ତ୍ରାସବାଦ ଏବଂ ଆଲୋଚନା ଏକ ସଙ୍ଗେ ହୋଇପାରିବ ନାହିଁ। ଭାରତ ଅନେକ ସମୟରେ ପାକିସ୍ତାନ ଆଡକୁ ବନ୍ଧୁତାର ହାତ ବଢାଇଛି କିନ୍ତୁ ପାକିସ୍ତାନ ପକ୍ଷରୁ ସବୁବେଳେ ବିଶ୍ୱସଘାତକତାର ଶିକାର ହୋଇଛି।

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ନିଜ କର୍ମ ଯୋଗୁଁ ଏକଘରିକିଆ ହୋଇପଡିଛି। ଜମ୍ମୁ କଶ୍ମୀରରେ ପ୍ରାୟ ତିନି ଦଶନ୍ଧି ହେଲା ବିଭିନ୍ନ ସନ୍ତ୍ରାସବାଦି ଗୋଷ୍ଠିମାନଙ୍କ ସହାୟତାରେ ସେମାନଙ୍କୁ ପାଣ୍ଠି ଏବଂ ସମସ୍ତ ସୁବିଧା ସୁଯୋଗ ଦେଇ ଛଦ୍ମ ଯୁଦ୍ଧ ଛଳାଇଛି । ପାକିସ୍ତାନର ସୀମାପାର ସନ୍ତ୍ରାସବାଦ ଯୋଗୁଁ ହଜାର ହଜାର ନିରିହ ଲୋକ ପ୍ରାଣ ହରାଇଲେଣି । ଆଜି ପାକିସ୍ତାନ ଏହାର ବିଫଳ ପଦକ୍ଷେପ ପାଇଁ କୁମ୍ଭୀର କନ୍ଦଣା କାନ୍ଦିଲେ ଚଳିବ ନାହିଁ। 

ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ସାକ୍ଷାତକାର ଶେଷ କରିବା ମାତ୍ରେ ଚିନର ସିଞ୍ଜିଆଙ୍ଗ ପ୍ରଦେଶର ୟାଗୁର ମୁସଲମାନ ସଂପ୍ରଦାୟ ପକ୍ଷରୁ ପ୍ରଶ୍ନବାଣର ସମ୍ମୁଖୀନ ହୋଇଥିଲେ। ବିଶ୍ୱ ୟାଗୁର କଂଗ୍ରେସ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦୋମୁହାଁ ନୀତିକୁ ତୀବ୍ର ସମାଲୋଚନା କରିଛି । ସେମାନେ କହିଛନ୍ତି ଚିନ ଯେପରି ସେଠାକାର ମୁସଲମାନମାନଙ୍କ ଉପରେ ଦମନଲିଳା ଚଳାଇଛି ସେନେଇ ପାକିସ୍ତାନ ନିରବ ରହିବା ଅତ୍ୟନ୍ତ ଲଜ୍ୟାର ବିଷୟ।

ପ୍ରାୟ ଦୁଇ ମାସ ପୂର୍ବେ ଆନ୍ତର୍ଜାତୀୟ ସାମ୍ବାଦିକମାନେ ୟାଗୁର ପ୍ରସଙ୍ଗରେ ଇମରାନଙ୍କୁ ପ୍ରଶ୍ନ କରିଥିଲେ କିନ୍ତୁ ଇମରାନ ସେ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି କହିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଭଲ ଭାବରେ ଜାଣନ୍ତି ଯେ ୟାଗୁର ସଂପ୍ରଦାୟ ପ୍ରତି ଚିନ କିପରି ବ୍ୟବହାର ଦେଖାଉଛି କିନ୍ତୁ ସେ ଏ ବିଷୟରେ କିଛି କହୁନାହାନ୍ତି ବୋଲି ଜେନେଭାରେ ସଂଗଠନର ସଭାପତି ଡୋଲକୁନ ଇସା କହିଛନ୍ତି। ଶ୍ରୀ ଇସା କହିଛନ୍ତି ଯେ ପାକିସ୍ତାନ ହେଉଛି ସବୁଠୁ ବଡ ମାନବୀୟ ଅଧିକାର ଲଂଘନକାରୀ ଏବଂ ଚିନ ବାସ୍ତବିକତାକୁ ଆନ୍ତର୍ଜାତୀୟ ସ୍ତରରେ ଲୁଚାଉଛି।

ୟାଗୁର ବନ୍ଦୀ ଶିବିରଗୁଡିକ ପ୍ରକୃତରେ ଶିବନଶିଳ୍ପ ତାଲିମ କେନ୍ଦ୍ର ବୋଲି ଚିନର ଦାବିକୁ ୟାଗୁର କର୍ମୀ ଖଣ୍ତନ କରି କହିଛନ୍ତି ଯେ ଚିନ ମିଛ କହୁଛି ଏବଂ ପ୍ରକୃତ ସତ୍ୟକୁ ଲୁଚାଉଛି। ଶ୍ରୀ ଇସା କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସବୁବେଳେ କଶ୍ମୀର ପ୍ରସଙ୍ଗ ଉଠାଉଛନ୍ତି କିନ୍ତୁ ୟାଗୁର ପ୍ରସଙ୍ଗ ଆସିଲେ ନିଜ ଆଖି ବନ୍ଦ କରିଦେଉଛନ୍ତି ଏବଂ ଚିନକୁ ସମର୍ଥନ କରୁଛନ୍ତି ଯାହାକି ଦୋମୁହାଁ ନୀତି ଏବଂ ଲଜ୍ୟାଜନକ ବିଷୟ।

କଶ୍ମୀର ଲୋକମାନଙ୍କ ବନ୍ଧୁ କହୁଥିବା ଇମରାନଙ୍କୁ ବାଲୋଚସ୍ଥାନର ଲୋକମାନେ ସମାଲୋଚନା କରିଛନ୍ତି। ଗତ ସପ୍ତାହରେ ଜେନେଭା ଠାରେ ଯେତେବେଳେ ଜାତିସଂଘ ମାନବିକ ଅଧିକାର ପରିଷଦର ବୈଠକ ଚାଲିଥିଲା ସେତେବେଳେ ବାଲୁଚିସ୍ତାନରେ ପାକିସ୍ତାନ ଚଳାଇଥିବା ଦମନ ନୀତି ଉପରେ ବାଲୋଚିସ୍ତାନର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାକିସ୍ତାନ ବାଲୋଚିସ୍ତାନରେ ମାନବିକ ଅଧିକାର ଲଂଘନ ଏବଂ ଗଣହତ୍ୟା ଚଳାଇଥିବା ସେମାନେ ଦୋଷାରୋପ କରିବା ସହିତ ଆନ୍ତର୍ଜାତୀୟ ସଂପ୍ରଦାୟର ହସ୍ତକ୍ଷେପ ଲୋଡିଥିଲେ। ପାକିସ୍ତାନ କଶ୍ମୀର କଥା କହୁଥିବାବେଳେ ବାଲୋଚିସ୍ଥାନରେ ଗଣହତ୍ୟା ଚଳାଇବା ଦୋମୁହାଁ ନୀତିର ପରିଚାୟକ ବୋଲି କୁହାଯାଇପାରେ।

ଆଲେଖ୍ୟ: କୌଶିକ ରାୟ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...