Skip to main content

ପାକିସ୍ତାନ ପୁଣିଥରେ ଏକଘରିକିଆ ହୋଇଯାଇଛି

ପାକିସ୍ତାନ, କାଶ୍ମୀର ପ୍ରସଙ୍ଗରେ ଏକୁଟିଆ ପଡିଯାଇଛି | ଇସଲାମାବାଦ, ଜାମ୍ମୁ ଓ କାଶ୍ମୀର ର ସ୍ଵତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ନେଇ ଭାରତର ନିଷ୍ପତ୍ତିକୁ ଆନ୍ତର୍ଜାତୀୟକରଣ କରିବା ଲାଗି ସବୁ ମନ୍ତେ ଉଦ୍ୟମ ଚଳେଇଛି | ତେଣେ ଏହି ପ୍ରସଙ୍ଗ ଏକ ଆଭ୍ୟନ୍ତରୀଣ ମାମଲା ବୋଲି ଭାରତ ପୂର୍ବରୁ ସ୍ପଷ୍ଟ କରିସାରିଛି | ଏହି ପରିପ୍ରେକ୍ଷୀରେ ଭାରତ ସଫଳତାର ସହ ବିଶ୍ଵ ପଟଳରେ ଏହାର ମତାମତ ଉପସ୍ଥାପନା କରିଛି ଓ ସମଗ୍ର ବିଶ୍ଵର ଅଧିକାଂଶ ଦେଶ ଭାରତ ପ୍ରତି ସମର୍ଥନ ଜଣାଇଛନ୍ତି |

ତେବେ ପାକିସ୍ତାନ ଏଥିରେ ଆଦୌ ସନ୍ତୁଷ୍ଟ ନୁହେଁ | ପାକିସ୍ତାନକୁ ଏହାର ଘନିଷ୍ଠ ସହଯୋଗୀ ମାନଙ୍କ ଠାରୁ ମଧ୍ୟ ସମର୍ଥନ ମିଳୁନାହିଁ | ଗତ ସପ୍ତାହରେ ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଓ ସେନାଧ୍ୟକ୍ଷ ସାଉଦିଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ ର ବୈଦେଶିକ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ | କୂଟନୈତିକ ସ୍ତରୀୟ କଥାବାର୍ତ୍ତା ସମୟରେ ପାକିସ୍ତାନ ଗସ୍ତ ରେ ଆସିଥିବା ବୈଦେଶିକ ମନ୍ତ୍ରୀ ଦ୍ୱୟ ପାକିସ୍ତାନୀ ମାନଙ୍କ ଦ୍ଵାରା ଉପସ୍ଥାପିତ ବକ୍ତବ୍ୟ ଧୈର୍ଯ୍ୟ ର ସହ ଶୁଣିଥିଲେ |ଏହି ବୈଠକ ପରେ ପାକିସ୍ତାନ ର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି କହିଥିଲେ ଯେ ଏହି ଦୁଇ ଦେଶର ମନ୍ତ୍ରୀ ଆମ ଆଭିମୁଖ୍ଯ କୁ ଧ୍ୟାନର ସହ ଶୁଣିଛନ୍ତି ଓ ସେମାନେ ଆମକୁ ନିରାଶ କରିବେ ନାହିଁ ବୋଲି ଆମର ଦୃଢ ଆଶା ରହିଛି |

ତେବେ ଏଥିରୁ କୌଣସି ପରିଣାମ ମିଳିବା ନେଇ କେହି ହେଲେ ଆଶା କରୁନାହାନ୍ତି | ପାକିସ୍ତାନୀ ବିଶ୍ଳେଷକ ମାନେ ମଧ୍ୟ ଏହା କିଛି ନୁହେଁ କେବଳ ଲୋକଦେଖାଣିଆ ବୋଲି ବିଶ୍ଵାସ କରନ୍ତି | ତେଣେ ପାକିସ୍ତାନ ଏହାର କୂଟନୈତିକ ଅଭିଯାନରେ ସାଉଦିଆରବ ଓ ୟୁଏଇ ସହ ସଫଳ କଥାବାର୍ତ୍ତା କରିଛି ବୋଲି ଦାବି କରିଛି |ତେବେ ଦୁଇ ଗୁରୁତ୍ୱପୂର୍ଣ୍ଣ ଆରବ ରାଷ୍ଟ୍ର ଏହି ମାମଲାରେ କୌଣସି ମନ୍ତବ୍ୟ ଦେଇ ନଥିବାରୁ ପାକିସ୍ତାନ ଏହାର ପ୍ରୟାସରେ ବିଫଳ ହୋଇଥିବା ପରି ଜଣାପଡୁଛି | ଆରବ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ମାନଙ୍କ ସହ ଅନୁଷ୍ଠିତ ବୈଠକ ପାକିସ୍ତାନୀ ଗଣମାଧ୍ୟମରେ ବେଶ ଚର୍ଚ୍ଚା ର ବିଷୟ ହୋଇଥିଲା |

ପାକିସ୍ତାନ ଏହାର ଅଯୁକ୍ତିକର ପଦକ୍ଷେପ ଯୋଗୁଁ ନିଜେ ହିଁ ଦାୟୀ | ସମୃଦ୍ଧ ସମ୍ପର୍ଣ୍ଣ ଆରବ ରାଷ୍ଟ୍ର ଗୁଡିକଠାରୁ ପାକିସ୍ତାନ ରୀତିମତ ସହାୟତା ପାଇ ଆସୁଛି | ଗତ ବର୍ଷ ଇସଲାମାବାଦ ଉଭୟ ରିୟାଧ ଓ ଆବୁ ଧାବି ଠାରୁ ପ୍ରାୟ 6 ବିଲିୟନ ଡଲାର ଅର୍ଥ ସହାୟତା ପ୍ରାପ୍ତ କରିଛି | ସାଉଦି ସାମ୍ରାଜ୍ୟରେ ବସବାସ କରୁଥିବା ପାକିସ୍ଥାନୀ ମାନେ ଆର୍ଥିକ ଭାବେ ଦୁର୍ବଳ ହୋଇଥିବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅଧିକାଂଶ ଉପସାଗରୀୟ ଦେଶ ଗୁଡିକରେ କାର୍ଯ୍ୟ କରୁଥିବା ପ୍ରବାସୀ ଭାରତୀୟ ମାନେ ସେମାନଙ୍କ କୌଶଳ, ଶିକ୍ଷା, ଦୂରଦର୍ଶିତା ଓ ଜ୍ଞାନ କୌଶଳ ପାଇଁ ବେଶ ଚର୍ଚ୍ଚିତ ଓ ସେମାନେ ବସବାସ କରୁଥିବା ଦେଶ ଗୁଡିକର ଅର୍ଥନୈତିକ କ୍ଷେତ୍ରରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି |

2016 ରେ ସାଉଦିଆରବ ରାଜା ସଲମାନ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ କିଙ୍ଗ ଅବଦୁଲାଜିଜ ସେଶ (ରାଷ୍ଟ୍ରର ସର୍ବୋଚ୍ଚ ନାଗରିକ ପୁରସ୍କାର )ରେ ସମ୍ମାନିତ କରିଥିଲେ | ସାଉଦି ଯୁବରାଜ ମହମ୍ମଦ ବିନ ସଲମା ଭାରତରେ 2021 ସୁଦ୍ଧା 100 ବିଲିୟନ ଡଲାର ନିବେଶ ଲାଗି ପ୍ରତିଶ୍ରୁତି ଦେଇଥିବା ବେଳେ ପୂର୍ବରୁ ଚଳିତ ବର୍ଷ ପାକିସ୍ତାନରେ 20 ବିଲିୟନ ଡଲାର ନିବେଶ ଲାଗି ସେ ଆଶ୍ଵାସନା ଦେଇଥିଲେ | ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଆରବ ରାଷ୍ଟ୍ର ଗୁଡିକ ଧର୍ମକୁ ଆୟୁଧ ନକରି ଲୋକ ମାନଙ୍କ ହିତସାଧନ ନିମନ୍ତେ ସମ୍ପର୍କ ବିକଶିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି | 2017-18 ରେ ପାକିସ୍ତାନ ଓ ସାଉଦିଆରବ ମଧ୍ୟରେ ବାଣିଜ୍ୟ କାରବାର ମାତ୍ର 7.5 ବିଲିୟନ ଡଲାର ରହିଥିବା ବେଳେ ସେହି ବର୍ଷ ଭାରତ-ସାଉଦିଆରବ ମଧ୍ୟରେ 27.5 ବିଲିୟନ ଡଲାର କାରବାର ହୋଇଥିଲା |

ୟୁଏଇ ପାକିସ୍ତାନ ପ୍ରତି ସେତେଟା ଗୁରୁତ୍ଵ ଦେଉନାହିଁ | ଭାରତରେ ଅବସ୍ଥାପିତ ୟୁଏଇ ର ରାଷ୍ଟ୍ରଦୂତ ଅହମଦ ଅଲ ବାନନା ଜାମ୍ମୁ ଓ କାଶ୍ମୀର ରେ ଧାରା 370 ର ଉଚ୍ଛେଦ ନେଇ ଭାରତର ନିଷ୍ପତ୍ତି ଏକ ଆଭ୍ୟନ୍ତରୀଣ ପ୍ରଶାସନିକ ମାମଲା ବୋଲି ଅଭିହିତ କରି ଏହା ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ଏକ ଦୃଢ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ | ଏହି ବିବୃତ୍ତି ଜାରି ହେବାର କିଛି ସପ୍ତାହ ପରେ ୟୁଏଇ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଙ୍କୁ ଏହାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦ ଅର୍ଡର ଅଫ ଜାଏଦ’ ସମ୍ମାନରେ ବିଭୂଷିତ କରିଛି | ଏହି କାର୍ଯ୍ୟକ୍ରମ ପରେ ପାକିସ୍ତାନ ହତାଶ ହୋଇପଡିଥିଲା ଓ ପାକିସ୍ତାନ ସିନେଟ (ଉଚ୍ଚ ସଦନ) ର ଅଧ୍ୟକ୍ଷ ସାଦିକ ସଞ୍ଜରାନୀ ୟୁଏଇ କୁ ତାଙ୍କ ଗସ୍ତ ବାତିଲ କରିଦେଇଥିଲେ |

ପାକିସ୍ତାନୀ ଭାଷ୍ୟକାର ମାନେ ତୈଳ ସମୃଦ୍ଧ ଆରବ ଦେଶ ଗୁଡିକ ଭାରତ ପ୍ରତି ସମର୍ଥନ ଜଣାଇଥିବାରୁ ଏହାର ସମାଲୋଚନା କରିଥିବା ବେଳେ ପାକିସ୍ତାନର ଜନସାଧାରଣ ସେମାନଙ୍କ ନେତା ତଥା ସେନାବାହିନୀ ନିକଟରେ ଦାବି କରୁଛନ୍ତି ଯେ ଉଇଘୁର ମୁସଲମାନ ମାନଙ୍କୁ ଚୀନର ଶିକ୍ଷା ଶିବିରରେ ଜବରଦସ୍ତି ପଠେଇବା ବିଷୟରେ ସେମାନେ କାହିଁକି ସ୍ଵର ଉତ୍ତୋଳନ କରୁନାହାନ୍ତି |

ବିଶ୍ଳେଷକ ମାନେ ମତ ଦିଅନ୍ତି ଯେ କୂଟନୈତିକ ଅଭିଯାନ ପାକିସ୍ତାନ ପାଇଁ ଲାଭଦାୟକ ହୋଇନପାରେ | ଏହି ଦେଶ ମୁସଲମାନ ଦେଶ ମାନଙ୍କ ଠାରୁ ମଧ୍ୟ ଅଧିକ ସମର୍ଥନ ଆଶା କରିବା ମୂର୍ଖତାପୂର୍ଣ୍ଣ ହେବ | ପାକିସ୍ତାନ ଗୋଟିଏ ପ୍ରସଙ୍ଗକୁ ନେଇ ଅଯଥା ପ୍ରୟାସ ଜାରି ରଖିଛି ବୋଲି ଇସଲାମିକ ଦେଶ ଗୁଡିକ ବେଶ ହୃଦୟଙ୍ଗମ କରିସାରିଲେଣି | ଏହାର ଅସ୍ତିତ୍ଵର ଦୀର୍ଘ ସତୁରୀ ବର୍ଷ ମଧ୍ୟରେ ଏହାର ଘୃଣ୍ୟ ପରିବେଶରୁ ଓହରିବା ଲାଗି କୌଣସି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିନାହିଁ | ଏହାର ପଡୋଶୀ ରାଷ୍ଟ୍ର ଗୁଡିକ ସମୃଦ୍ଧ ଓ ସଶକ୍ତ ହୋଇ କାଳାତିପାତ କରୁଥିବା ବେଳେ ଇସଲାମାବାଦ ଏକ ସନ୍ତ୍ରାସବାଦ ରପ୍ତାନିକାରୀ ତଥା କେବଳ ବାହ୍ୟ ସହାୟତାରେହିଁ ଜୀବନଧାରଣ କରୁଛି | ଏହିପରିଭାବେ ଆନ୍ତର୍ଜାତୀୟ ସ୍ତରରେ ଏହାର ବାସ୍ତବତା ସ୍ଥିତି ପ୍ରତିଫଳିତ ହେଉଛି | ତେବେ ବର୍ତ୍ତମାନ ପ୍ରକୃଷ୍ଟ ସମୟ ଆସିଯାଇଛି ଯେତେବେଳେ କି ପାକିସ୍ତାନକୁ ଏହି ସବୁ ସମସ୍ଯା ରୁ ମୁକୁଳିବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ |

ମୂଳ ଲେଖା : କୌଶିକ ରାୟ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...