Skip to main content

ଆକ୍ଟ ଇଷ୍ଟ ନୀତି ଉପରେ  ପ୍ରାଧାନ୍ୟ ଦେଇଛି ଭାରତ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ କୁ ଦୁଇଦିନିଆ ଗସ୍ତରେ ଯିବା ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ | ଜାପାନ ସହ ଭାରତର ଦୃଢ ସମ୍ପର୍କ ରହିଥିବା ବେଳେ ଦୁଇ ପ୍ରଧାନମନ୍ତ୍ରୀ ଙ୍କ ମଧ୍ୟରେ ବ୍ୟକ୍ତିଗତ ବନ୍ଧୁତା ସମ୍ପର୍କ ମଧ୍ୟ ରହିଛି | ଦୁଇ ନେତା ଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ସୌହାର୍ଦ୍ୟମୂଳକ ଥିଲା ବୋଲି ଭାରତୀୟ ବୈଦେଶିକ ମନ୍ତ୍ରୀ ଜଣାଇଛନ୍ତି | ଆସନ୍ତା ଡିସେମ୍ବରରେ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବାଲାଗି ଜାପାନ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିବାକୁ ଥିବା ଦୃଷ୍ଟିରୁ ଏହି ବୈଠକର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି |

ଏହି ବାର୍ଷିକ ଶିଖର ବୈଠକ ହେବା ପୂର୍ବରୁ ଦୁଇ ଦେଶର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ମାନଙ୍କ ମଧ୍ୟରେ ପ୍ରଥମ 2+2 ମନ୍ତ୍ରୀସ୍ତରୀୟ ବୈଠକ କରିବା ଲାଗି ଉଭୟ ନେତା ସହମତି ପ୍ରକାଶ କରିଛନ୍ତି | ପ୍ରଧାନମନ୍ତ୍ରୀ ଆବେ ସମ୍ପ୍ରତ୍ତି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଜାପାନ ଗସ୍ତ ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ଆଦାନ ପ୍ରଦାନ ଓ ସହଯୋଗ ନେଇ ତତସଙ୍କ୍ରାନ୍ତୀୟ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହୋଇଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି |

ଉଭୟ ପ୍ରଧାନମନ୍ତ୍ରୀ ଜାପାନ ଆମେରିକା ଭାରତ ତ୍ରିପକ୍ଷୀୟ ବୈଠକର ଏକ ସକାରାତ୍ମକ ଆକଳନ କରିଛନ୍ତି | ଏଥିମଧ୍ୟରୁ ଦୁଇଟି ବୁଏନୋସ ଆରିସ ଓ ଓସାକା ରେ ଜି 20 ଶିଖର ବୈଠକ ଅବସରରେ ଅନୁଷ୍ଠିତ ହୋଇଥିଲା | ତିନି ଦେଶ ମଧ୍ୟରେ ଶିଖର ବୈଠକ ଆୟୋଜନ କରିବାର ଏହି ପରମ୍ପରା ଜାରୀ ରହିବା ଉଚିତ ବୋଲି ନେତା ଦ୍ୱୟ ମତବ୍ୟକ୍ତ କରିଛନ୍ତି |

ଭାରତ ଓ ଜାପାନର ଭାରତ-ପ୍ରଶାନ୍ତସାଗରୀୟ ଅଞ୍ଚଳ ଉପରେ ସମାନ ବିଚାରଧାରା ରହିଛି | ପ୍ରଧାନମନ୍ତ୍ରୀ ଆବେ ଏକ ସୁରକ୍ଷିତ ଓ ସମୃଦ୍ଧ ଭାରତ-ପ୍ରଶାନ୍ତସାଗରୀୟ ଅଞ୍ଚଳର ସ୍ଥାପନ ଲାଗି ଉଭୟ ଅର୍ଥନୈତିକ ଓ ପାରସ୍ପରିକ ସମ୍ପର୍କ କ୍ଷେତ୍ରରେ ଦ୍ଵିପକ୍ଷୀୟ ସହଯୋଗ ର ଗୁରୁତ୍ଵ ବିଷୟରେ ଆଲୋକପାତ କରିଥିଲେ |

ଆରସିଇପି ଅର୍ଥାତ ଆଞ୍ଚଳିକ ଅର୍ଥନୈତିକ ସହଯୋଗ ରାଜିନାମା ଉପରେ ଏକ ସ୍ଵଳ୍ପକାଳୀନ ଆଲୋଚନା ହୋଇଥିଲା | ଆସିଆନ (ASEAN)ର ଦଶ ଟି ଦେଶ ସମେତ 16 ଟି ଦେଶ ଏହା ଉପରେ ବିଚାର ବିମର୍ଶ ଚଳେଇଛନ୍ତି | ଏହି ପ୍ରସଙ୍ଗ ଉପରେ ଉଭୟ ପକ୍ଷ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି | ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିଶେଷତଃ ବସ୍ତୁ କ୍ଷେତ୍ରରେ ଓ ସେବା କ୍ଷେତ୍ରରେ ବ୍ୟାପାର ରେ କିଛିଟା ସମସ୍ୟା ଥିବା କଥା ଦର୍ଶାଇ କୌଣସି ପ୍ରକାରର ଆଞ୍ଚଳିକ ବ୍ୟାପାର ବ୍ୟବସ୍ଥାରେ ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଯିବା ଉଚିତ ବୋଲି କହିଛନ୍ତି | ଏହାଦ୍ବାରା ଏହି ରାଜିନାମା ସବୁ ପକ୍ଷକୁ ସୁହାଇବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଛନ୍ତି | 

ଶ୍ରୀ ମୋଦୀ ମଧ୍ୟ ମାଳୟେସିଆ ର ପ୍ରଧାନମନ୍ତ୍ରୀ ଡଃ ମହାଥିର ମହମ୍ମଦ ଙ୍କ ସହ ଆଳାପ ଆଲୋଚନା କରିଛନ୍ତି | ଡଃ ମହାଥିରଙ୍କ ପୁନଃ ନିର୍ବାଚିତ ହେବା ଘଟଣା ଏକ ଐତିହାସିକ ଥିଲା ବୋଲି ଭାରତୀୟ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି ମାଳୟେସିଆ ସହ କାମ କରିବାକୁ ଭାରତ ଆଗ୍ରହୀ ବୋଲି କହିଛନ୍ତି |

ବୈଠକ କାଳରେ ଦ୍ଵିପକ୍ଷୀୟ ପ୍ରସଙ୍ଗ ଉପରେ ଉଭୟ ନେତା କଥାବାର୍ତ୍ତା କରିଥିଲେ | ପ୍ରଧାନମନ୍ତ୍ରୀ ମହାଥିର ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ପାଇଛି ବୋଲି କହିଛନ୍ତି ଓ ଏହି କାରବାର କୁ ଜାରୀ ରଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଙ୍କୁ ଆଶ୍ଵାସନା ଦେଇଛନ୍ତି | ମାଳୟେସିଆ ଦୁଇ ପକ୍ଷର ବ୍ୟାପାରକୁ ସନ୍ତୁଳିତ କରିବା ଭଳି ଉପାୟ ଖୋଜି ବାହାର କରୁଛି ବୋଲି ମଧ୍ୟ ସେ ଜଣାଇଛନ୍ତି | ମାଳୟେସିଆ ଭାରତରୁ ଆମଦାନୀ ବୃଦ୍ଧି କରିବା ନେଇ ବିବେଚନା କରିବ ଯଦ୍ୱାରା ମାଳୟେସିଆ କୁ ଭାରତର ରପ୍ତାନି ବୃଦ୍ଧି ପାଇବ ବୋଲି ମଧ୍ୟ ସେ କହିଛନ୍ତି |

ଫଳପ୍ରଦ ପ୍ରଶାସନ ତଥା ସାମାଜିକ-ଆର୍ଥିକ ନ୍ୟାୟ ପ୍ରଦାନ ଲାଗି ଜାମ୍ମୁ ଓ କାଶ୍ମୀର ର ପୁନର୍ଗଠନ କରାଯାଇଥିବା ବିଷୟ ନେଇ ପ୍ରଧାନମନ୍ତ୍ରୀ ମାଳୟେସିଆ କୁ ଅବଗତ କରାଇଛନ୍ତି । ଦୁଇ ନେତା ବୃଦ୍ଧି ପାଉଥିବା ସନ୍ତ୍ରାସବାଦ ବିପଦ ଓ ବୈଶ୍ଵିକ ସନ୍ତ୍ରାସବାଦ ର ମୁକାବିଲା କରିବା ଲାଗି ଉଭୟ ପକ୍ଷ ଦ୍ଵାରା କରାଯାଉଥିବା ପ୍ରୟାସ ନେଇ ଆମୂଳଚୂଳ ଆଲୋଚନା କରିଥିଲେ | ଆନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ ବିପଦ ଭାବେ ଉଭା ହୋଇଛି ବୋଲି ଜଣାଇ ମାଳୟେସିଆ ସବୁ ପ୍ରକାରର ସନ୍ତ୍ରାସବାଦକୁ ତୀବ୍ର ଭର୍ସନା କରେ ବୋଲି ପ୍ରଧାନମନ୍ତ୍ରୀ ମହାଥିର ଜୋର ଦେଇ କହିଥିଲେ |

ଭାରତୀୟ ପ୍ରଧାନମନ୍ତ୍ରୀ ମଙ୍ଗୋଲିଆ ରାଷ୍ଟ୍ରପତି ଖଲ୍ଟମାଗିନ ବାଟ୍ଟୁଲ୍ଗା ଙ୍କ ସହ ମଧ୍ୟ ସାକ୍ଷାତ କରି ବହୁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି | ମଙ୍ଗୋଲିଆ ର ଶକ୍ତି ଚାହିଦା ମେଣ୍ଟାଇବା ଲାଗି ଭାରତ ସହାୟତାରେ ନିର୍ମାଣ କାର୍ଯ୍ୟ ଜାରୀ ରହିଥିବା ଏକ ପ୍ରମୁଖ ତୈଳ ବିଶୋଧାନାଗାର ତଥା ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ନେଇ ଦୁଇ ନେତା ପ୍ରମୁଖତା ର ସହ ଆଲୋଚନା କରିଥିଲେ | ଚଳିତ ମାସ ଶେଷ ସୁଦ୍ଧା ରାଷ୍ଟ୍ରପତି ବାଟ୍ଟୁଲ୍ଗା ଭାରତକୁ ଏକ ସରକାରୀ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି |

ଏହି ଅବସରରେ ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମ୍ପର୍କ ସମେତ ଅନେକ ପାରସ୍ପରିକ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା | ମଙ୍ଗୋଲିଆ ରାଷ୍ଟ୍ରପତି ଦିଲ୍ଲୀ ଓ ବାଙ୍ଗାଲୋର ଗସ୍ତ କରିବା ସହ ବୋଧଗୟା ମଧ୍ୟ ପରିଭ୍ରମଣ କରିବେ ବୋଲି କହିଛନ୍ତି | ଉଲାନବାଟାର ରେ ସ୍ମଗ ବା ଧୂଆଁ ମିଶା କୁହୁଡିର ପ୍ରଭାବ କୁ କମ କରିବା ଉପରେ ମଧ୍ୟ ଆଲୋଚନା ହୋଇଛି | ଶୀତରୁତୁରେ ନଡା ଜଳାଇବା ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଦୂଷଣକୁ ହ୍ରାସ କରିବାରେ ଭାରତର ସଫଳତା ପ୍ରତି ମଧ୍ୟ ରାଷ୍ଟ୍ରପତି ଭୂୟସୀ ପ୍ରଶଂସା କରିଛନ୍ତି |

ଭାରତ ଏହି ବୈଠକ କୁ ଅତ୍ୟନ୍ତ ଫଳପ୍ରଦ ଓ ସୁଦୂରପ୍ରସାରୀ ବୋଲି ବର୍ଣ୍ଣନା କରି ଏହାର ‘ଆକ୍ଟ ଇଷ୍ଟ ନୀତି’ ବିଷୟରେ ଦୃଢତାର ସହ ଦୋହୋରାଇଛି |

ମୂଳ ଲେଖା :: ପଦମ ସିଂ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...