Skip to main content

ଭୂମି ଅବକ୍ଷୟ ହ୍ରାସ ଲାଗି ଦେଶ ସମୂହ ପ୍ରତିଶୃତିବଦ୍ଧ

ଭୂମି ଏକ ମହତ୍ବପୂର୍ଣ୍ଣ ସମ୍ବଳ ଅଟେ | ଏହା ଖାଦ୍ୟ ଯୋଗାଣ, ସ୍ବଚ୍ଛ ଜଳ ଓ ଅନ୍ୟାନ୍ୟ ପରିବେଶ ସଙ୍କ୍ରାନ୍ତୀୟ ସେବା ତଥା ଜୈବ ବିବିଧତା ଯୋଗାଣ ସମେତ ମାନବ ଆଜୀବିକା ଓ ମାନବ କଲ୍ୟାଣ ପାଇଁ ମୁଖ୍ୟ ଆଧାର ପ୍ରଦାନ କରିଥାଏ | ଭୂମି ମଧ୍ୟ ଜଳବାୟୁ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ |

ବହୁ ଦଶନ୍ଧି ହେଲା ଜନସଂଖ୍ୟା ବୃଦ୍ଧି ଯୋଗୁଁ ଭୂମି ଓ ସ୍ବଚ୍ଛ ଜଳ ର ଅଭୂତପୂର୍ବ ଉପଯୋଗ ଦ୍ଵାରା ଜମି ଅବକ୍ଷରଣ ହେଉଛି | କୃଷି ଓ ପଶୁପାଳନ ଉତ୍ପାଦନ, ସହରିକରଣ,ବନନାଶନ ଓ ବିଶେଷତଃ ମରୁଡି ଆଦି ଭଳି ପରିସ୍ଥିତି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଦେଇଛି | ଭୂମି ଅବକ୍ଷୟ ଓ ମରୁଭୂମିକରଣ ଅଧିକାଂଶ ଦେଶ ପାଇଁ ଏକ ପ୍ରମୁଖ ଆର୍ଥିକ, ସାମାଜିକ ଓ ପରିବେଶଜନିତ ସମସ୍ଯା ଭାବେ ଉଭା ହୋଇଛି | ମରୁଭୂମିକରଣ ଭୂମି ଅବକ୍ଷୟ ର ଏକ ରୂପ ଅଟେ ଯାହା ଦ୍ଵାରା ଉର୍ବର ଜମି ମରୁଭୁମି ରେ ପରିଣତ ହୋଇଯାଏ |

ଏଭଳି ପରିବର୍ତ୍ତନର ଦୂରୀକରଣ ସହ ଉଭା ହୋଇଥିବା ଚାଲେଞ୍ଜ ଗୁଡିକର ମୁକାବିଲା କରିବା ଲାଗି ଉପାୟ ବାହାର କରିବା ନିମନ୍ତେ ଜାତିସଂଘର କନଫରେନ୍ସ ଅଫ ଦ ପାର୍ଟିଜ ଅର୍ଥାତ କୋପ ର ଚତୁର୍ଦ୍ଦଶ ଅଧିବେଶନ ଉତ୍ତରପ୍ରଦେଶ ର ଗ୍ରେଟର ନୋଇଡାରେ ଭାରତ ଦ୍ଵାରା ଆୟୋଜନ କରାଯାଇଥିଲା | ଚଳିତ ମାସ 2 ତାରିଖରେ ଆରମ୍ଭ ହୋଇଥିବା ଏହି ଶିଖର ସମ୍ମିଳନୀରେ 197 ଟି ଦେଶର ପ୍ରାୟ 9,000 ପ୍ରତିନିଧି ଯୋଗ ଦେଇଥିଲେ |

ଏହି ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧି ମାନେ ଭୂମି ପରିଚାଳନା, ଜମି ଅବକ୍ଷୟ ର ପୁନରୁଦ୍ଧାର, ମରୁଡି, ଜଳବାୟୁ ପରିବର୍ତ୍ତନ, ପୁନଃବ୍ୟବହାରକ୍ଷମ ଶକ୍ତି, ମହିଳା ସଶକ୍ତିକରଣ, ଳିଙ୍ଗ ସମାନତା, ଜଳ ସଙ୍କଟ, ବୃଦ୍ଧି ପାଉଥିବା ମରୁଭୂମିକରଣ ତଥା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରିଥିଲେ | ଏହି ସମ୍ମିଳନୀରେ ସାରା ବିଶ୍ଵର ମନ୍ତ୍ରୀ ବୃନ୍ଦ , ଜାତିସଂଘ ମୁଖ୍ୟ , ଆନ୍ତଃ ସରକାରୀ ସଂସ୍ଥା ତଥା ସ୍ଵେଚ୍ଛାସେବୀ ସଂଗଠନ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ |

ଏହି ପ୍ରସଙ୍ଗ ନେଇ ଦୀର୍ଘ 12 ଦିନ ଧରି ବ୍ୟାପକ ଆଲୋଚନା ପରେ ଦିଲ୍ଲୀ ଘୋଷଣାନାମା ଗ୍ରହଣ ସହ ଜାତିସଂଘ କନଫରେନ୍ସ ଅଫ ପାର୍ଟିଜର ଚତୁର୍ଦ୍ଦଶ ସମ୍ମିଳନୀ ଶେଷ ହୋଇଛି | ଏଥିରେ କୁହାଯାଇଛି ଯେ 2015 ଡିସେମ୍ବର ରେ ଉପନୀତ ହୋଇଥିବା ପ୍ୟାରିସ ରାଜିନାମାର ଦୀର୍ଘ ମିଆଦୀ ଲକ୍ଷ ହାସଲ ଲାଗି ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ପାଇଁ ଭୂମି ଆଧାରିତ ସମାଧାନ ଉପରେ ବିବେଚନା କରିବାର ଆବଶ୍ୟକତା ରହିଛି |

ଘୋଷଣାନାମା ରେ ସ୍ଵାକ୍ଷର କରିଥିବା ସଦସ୍ୟ ମାନେ ଜମି ଅବକ୍ଷୟ, ମରୁଭୂମିକରଣ ଓ ମରୁଡି ଭଳି ପରିସ୍ଥିତି ର ମୁକାବିଲା କରିବାକୁ ପ୍ରତିଶୃତିବଦ୍ଧତା ସହ 35 ଟି ନିଷ୍ପତ୍ତି ପ୍ରତି ସମର୍ଥନ ଜଣାଇଛନ୍ତି | ନୂଆଦିଲ୍ଲୀ ଘୋଷଣାନାମା ସର୍ବସହମତି କ୍ରମେ ଜାରି କରାଯାଇଥିବା ବେଳେ ଗ୍ରହଣ କରାଯାଇଥିବା 35 ଟି ନିଷ୍ପତ୍ତିର ଅନୁପାଳନ ଲାଗି 197 ଟି ଦେଶ ପାଇଁ ଆଇନ ଅନୁଯାୟୀ ବାଧ୍ୟତାମୂଳକ କରାଯାଇଛି |

ଏହି ଘୋଷଣାନାମା ରେ ଅବକ୍ଷୟ ଜମି ର ପୁନରୁଦ୍ଧାର ଲାଗି ପଦକ୍ଷେପ ଗ୍ରହଣ କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଲାଗି କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଆଦି ଉପରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି | ପ୍ରତିନିଧିମାନେ ମରୁଡି ଭଳି ବିପଦକୁ ଏଡେଇବା ସହ ଏହାର ସୁପରିଚାଳନା କରିବା ଲାଗି ଆନ୍ତର୍ଜାତୀୟ ପ୍ରୟାସ କୁ ତ୍ୱରାନ୍ୱିତ କରିବା ଲାଗି ସ୍ଥିର କରିଛନ୍ତି |

2030 ସୁଦ୍ଧା “ ଭୂମି ଅବକ୍ଷୟ ନିରପେକ୍ଷତା” (ଏଲଡ଼ିଏନ) ପ୍ରାପ୍ତି ଲାଗି ନିରନ୍ତର ବିକାଶ ଲକ୍ଷ ହାସଲ ପାଇଁ ଦେଶ ଗୁଡିକ ସହମତି ପ୍ରକାଶ କରିଛନ୍ତି | ଏଲଡ଼ିଏନ ଏକ ଏପରି ସ୍ଥିତି ଯାହା ଦ୍ଵାରା ଭୂମି ସମ୍ବଳର ମାତ୍ରା ଓ ଗୁଣବତ୍ତା ସ୍ଥିର ରହିଥାଏ ବା ନିର୍ଦ୍ଧିଷ୍ଟ ଅସ୍ଥାୟୀ ଓ ପରିବେଶ ଜନିତ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଥାଏ | ଶିଖର ବୈଠକ ସମୟରେ ଏହି ପ୍ରସଙ୍ଗ ନେଇ ଆମୂଳଚୁଳ ଆଲୋଚନା କରାଯାଇଥିଲା| ଭୂମି ଅବକ୍ଷୟ ଯୋଗୁଁ ବିଶ୍ଵ ବ୍ୟାପୀ ବିଶେଷତଃ ଗ୍ରାମୀଣ ଇଲାକା, କୃଷକ ଓ ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ପାଖାପାଖି 3.2 ନିୟୁତ ଲୋକ ଅତ୍ୟଧିକ ପ୍ରଭାବିତ ହେଉଛନ୍ତି | “ ଭୂମି ଅବକ୍ଷୟ ନିରପେକ୍ଷତା” (ଏଲଡ଼ିଏନ) ଭୂମି ପରିଚାଳନା ନୀତି ଓ ପ୍ରଥା ଗୁଡିକର ନିଶ୍ଚିତ କରିବ ବୋଲି କୁହାଯାଉଛି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ବୈଶ୍ଵିକ ଭୂମି କାର୍ଯ୍ୟସୂଚୀ ନେଇ ଭାରତର ସଙ୍କଳ୍ପବଦ୍ଧତା ଦୋହୋରାଇଛନ୍ତି | ଏହି ସମ୍ମିଳନୀରେ ଭାରତ 2030 ମସିହା ସୁଦ୍ଧା 26 ନିୟୁତ ହେକ୍ଟର ପତିତ ଜମି ଉଦ୍ଧାର ପାଇଁ ତାର ପ୍ରତିଶୃତିବଦ୍ଧତା ପ୍ରକାଶ କରିଛି | ଯାହାକି 21 ନିୟୁତ ହେକ୍ଟର ର ଏହାର ପୂର୍ବ ଲକ୍ଷ୍ୟ ଠାରୁ ପାଞ୍ଚ ନିୟୁତ ହେକ୍ଟର ଅଧିକ | ଭାରତ କୋପ 14 ର ବର୍ତ୍ତମାନ ଅଧ୍ୟକ୍ଷ ଅଛି ଓ ଦୁଇ ବର୍ଷ ପାଇଁ ଏଥିରେ ଅଧ୍ୟକ୍ଷତା କରିବ |

ସମ୍ମିଳନୀ ରେ ଯୋଗ ଦେଇଥିବା ଦେଶ ଗୁଡିକ ମଧ୍ୟ ଲିଙ୍ଗ ଅସମାନତା ସମେତ ଭୂମି କ୍ଷରଣର ମୁକାବିଲା କରିବା , ଭୂମି ସଙ୍କ୍ରାନ୍ତୀୟ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଲାଗି ପତିତ ଜମି ଉଦ୍ଧାର କରିବା ଓ ଜାତୀୟ ସ୍ତରରେ ଏହାର କାର୍ଯ୍ୟକାରିତା ଲାଗି ସରକାରୀ ଓ ବେସରକାରୀ ସ୍ରୋତରୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ସହାୟକ ହେବେ ବୋଲି ଆଶା କରାଯାଉଛି |

ମରୁଭୂମିକରଣ ସବୁ ଅଞ୍ଚଳରେ ସ୍ୱାସ୍ଥ୍ୟ, ବିକାଶ ଓ ସମୃଦ୍ଧି କ୍ଷେତ୍ରରେ ବାଧା ପହଞ୍ଚାଇଥାଏ ବୋଲି ସବୁ ରାଷ୍ଟ୍ର ସମ ସ୍ଵରରେ ବ୍ୟକ୍ତ କରିଛନ୍ତି |ଏହି ଅବସରରେ ମନ୍ତ୍ରୀବୃନ୍ଦ ମାନବ ସ୍ୱାସ୍ଥ୍ୟ ଓ କଲ୍ୟାଣରେ ସୁଧାର , ପରିବେଶ ଜନିତ ସ୍ଥିତି ତଥା ଶାନ୍ତି ଓ ସୁରକ୍ଷା ବୃଦ୍ଧି ଲାଗି ମେଣ୍ଟ ଗଠନ କରିବା ବା ନୂତନ ପଦକ୍ଷେପ ଗ୍ରହଣ କରିବା ପ୍ରତି ସମର୍ଥନ ପ୍ରକଟ କରିଛନ୍ତି |

ଏହି ଘୋଷଣାନାମା ରେ କୁହାଯାଇଛି ଯେ ସ୍ଥାନୀୟ ସରକାର ପ୍ରାକୃତିକ ସମ୍ବଳ ର ପୁନଃ ଥଇଥାନ ଲାଗି ସମନ୍ଵିତ ଭୂମି ଉପଯୋଗ ପରିଚାଳନା ଓ ଉନ୍ନତ ଭୂମି ପରିଚାଳନା ବ୍ୟବସ୍ଥା ଗ୍ରହଣ କରିବାକୁ ପଡିବ ଯାହାକି ସହରର ନିରନ୍ତର ବିକାଶ ସାଧନ କରିଥାଏ | ଏହି ସମ୍ମିଳନୀରେ ମରୁଭୂମିକରଣ ର ପ୍ରଭାବ, ଜମି ଅବକ୍ଷୟ ଓ ମରୁଡି ଭଳି ପରିସ୍ଥିତି ର ମୁକାବିଲା ଲାଗି ଏକ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇଛି |

ଏହି ଅବସରରେ ୟୁଏନସିସିଡ଼ି ର କାର୍ଯ୍ୟନିର୍ବାହୀ ସଚିବ ଇବ୍ରାହିମ ଥିୟ ଉଦବୋଧନ ଦେଇ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ଭଳି ଆନ୍ତର୍ଜାତୀୟ ସମସ୍ୟାର ମୁକାବିଲା ଲାଗି ଭୂମି ପୁନରୁଦ୍ଧାର ଏକ ସହଜ ସମାଧାନ ବୋଲି କହିଛନ୍ତି | ସେ କହିଛନ୍ତି ଯେ ଭୂମି ପୁନରୁଦ୍ଧାର, ଜଳବାୟୁ ଓ ଜୈବବିବିଧତା ମଧ୍ୟରେ ଏକ ସ୍ପଷ୍ଟ ସମ୍ବନ୍ଧ ରହିଛି |

ମୂଳ ଲେଖା : କେ ଭି ଭେଙ୍କଟ ସୁବ୍ରମନିୟନ, ବରିଷ୍ଠ ସାମ୍ବାଦିକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...