Skip to main content

ୟୁଏନଏଚଆରସିର 42ତମ ବୈଠକରେ ଭାରତର ତୀବ୍ର ଖଣ୍ତନ

ଜାତିସଂଘ ମାନବାଧିକାର ପରିଷଦ (ୟୁଏନଏଚଆରସି)ର 42ତମ ବୈଠକରେ କଶ୍ମୀର ମାମଲାରେ ଏକ ସମାଧାନ ପ୍ରସ୍ଥାବ ଉଦ୍ଧେଶ୍ୟ ସହିତ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟ କରିବାକୁ ପୁରା ଚେଷ୍ଟା କଲେ କିନ୍ତୁ ଅସଫଳ ହେଲେ | 47 ସଦସ୍ୟବିଶିଷ୍ଟ ପରିଷଦରେ 24ଟି ରାଷ୍ଟ୍ରର ସମର୍ଥନ ପାକିସ୍ତାନକୁ ଆବଶ୍ୟକ ଥିଲା କିନ୍ତୁ ଏହା ଉପରେ ବିତର୍କ ପାଇଁ ଏକ ଅନୁରୋଧ କରିବା ପା ପାକିସ୍ତାନ ସମର୍ଥନ ଯୋଗାଡ କରିବାରେ ବିଫଳ ହେଇଛି | କଶ୍ମୀର ପ୍ରସଙ୍ଗରେ ବିତର୍କ ପାଇଁ ଅନୁରୋଧ କରିବାର ସମୟସୀମା ସେପ୍ଟେମ୍ବର 19 ଯାଏଁ ରହିଛି | ଭାରତ ଜେନେଭାକୁ କୌଣସି ମନ୍ତ୍ରୀଙ୍କୁ ନପଠାଇବା ଅର୍ଥ ଭାରତ ଏହାକୁ ଗୁରୁତ୍ବ ଦେଉନାହିଁ କିନ୍ତୁ ଭାରତ ପାକିସ୍ତାନର ଏହି ବ୍ୟବହାରକୁ ଅଯଥା ବିବୃତ୍ତି, ମିଥ୍ୟା ଦୋଷ ଏବଂ ମନଗଢା ଦୋଷ କହି ଖଣ୍ତନ କରିଛି |

ମାନବାଧିକାର ଉଲଂଘନ କଥା କହି ଶାହ ମେହମୁଦ କୁରେସୀ କଶ୍ମୀର ମାମଲାକୁ ପୁଣି ଉଠାଇ ଜାତିସଂଘ ଦ୍ବାରା ମିଳିତ ଯାଞ୍ଚ କରାଇବାକୁ ଦାବି କଲେ | କଶ୍ମୀର ଭାରତର ଆଭ୍ୟନ୍ତରିଣ ମାମଲା ବୋଲି ଭାରତ ଅନେକ ଥର କହି ପାକିସ୍ତାନର ଏହି ହାବିକୁ ଖଣ୍ତନ କରିଛି | ଭାରତ କହିଛି ଯେ ସୀମାପାର ସନ୍ତ୍ରାସବାଦରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଭାରତ ଏପରି ବ୍ୟବସ୍ଥା କରିଛି | ଭାରତ କହିଛି ଯେ ପାକିସ୍ତାନ ସନ୍ତ୍ରାସବାଦର ଘୃଣ୍ୟ କାର୍ଯ୍ୟ କରି ଅତି କଦର୍ଯ୍ୟ ଭାବେ ମାନବାଧିକାର ଲଂଘନ କରୁଛି | ଏ ବିଷୟରେ ପରିଷଦର ସଦସ୍ୟମାନେ ମୁହଁ ଖୋଲିବାକୁ ଭାରତ କହିଛି | ପାକିସ୍ତାନରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଅଜୟ ବିସାରିୟା ତଥା ଜେନେଭାରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଜୀବ ଚନ୍ଦ୍ରଙ୍କ ଅଭିଯୋଗର ନେତୃତ୍ବ ଭାରତୀୟ କୂଟନୀତିଜ୍ଞ ସୁଶ୍ରୀ ବିଜୟ ଠାକୁର ସିଂହ କରିଛନ୍ତି | ସୁଶ୍ରୀ ସିଂହ କହିଛନ୍ତି ଯେ ଏଠାରେ ଉପସ୍ଥିତ ଜଣେ ପ୍ରତିନିଧି ଆମ ଦେଶ ବିରୁଦ୍ଧରେ ମିଥ୍ୟା ଏବଂ ମନଗଢା ଦୋଷ ଦେଇଛି କିନ୍ତୁ ବିଶ୍ବ ଜାଣେ ଯେ ଏହି ଦେଶ କିପରି ସନ୍ତ୍ରାସବାଦିଙ୍କୁ ଶରଣ ଦେଇଛି ଏବଂ ସୀମାପାର ସନ୍ତ୍ରାସବାଦ ଚଳାଇଛି |

ଦୁଇଟି ଘଟଣାରେ ଭାରତର ସ୍ଥିତି ମଜବୁତ ହୋଇଛି | ପ୍ରଥମତଃ ଭାରତରେ ରାଜନୈତିକ ଶରଣ ନେବାକୁ ଚାହୁଁଥିବା ପାକିସ୍ତାନର ତହରିକ ଏ ଇନସାଫ ପାର୍ଟିର ବଳଦେବ ସିଂହଙ୍କର ଥିଲା | ଗଣମାଧ୍ୟମକୁ ସେ କହିଛନ୍ତି ଯେ ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ସ୍ଥିତି ବହୁତ ଖରାପ ଏବଂ ସେଠାରେ ହିନ୍ଦୁ ଏବଂ ଶୀଖଙ୍କୁ ପ୍ରତାଡିତ କରାଯାଉଛି | ଦ୍ବିତୀୟରେ ସିନ୍ଧ, ବାଲୁଚିସ୍ତାନ ଏବଂ ଖେବର ପଖତୁଖାରେ ମାନବାଧିକାର ଲଂଘନ ବିରୁଦ୍ଧରେ ବିଶ୍ବର ଧ୍ୟାନ ଆକର୍ଷଣ କରିବା ପାଇଁ ପରିଷଦ କାର୍ଯ୍ୟାଳୟ ବାହାରେ ବିଶ୍ବ ସିନ୍ଧି କଂଗ୍ରେସର ବିରୋଧ ପ୍ରଦର୍ଶନ ଥିଲା | ଏହା ମଧ୍ୟ ଦ୍ୟାନ ଦେବା କଥା ଯେକଶ୍ମୀରରେ ଭାରତ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସନ୍ତ୍ରାସବାଦିମାନଙ୍କୁ ଉକସେଇବା, ସୀମା ନିକଟରେ ଲଞ୍ଚ ପ୍ୟାଡ ମୁତୟନ କରିବା ଏବଂ ଦୁର୍ଦ୍ଧଶ ସନ୍ତ୍ରାସବାଦି ମସୁଦ ଅଝରକୁ ମୁକ୍ତ କରିବା ଖବର ଆସିଛି | ପାକିସ୍ତାନ ରାଜସ୍ଥାନ ସିଆଲକୋଟ ଅଞ୍ଚଳ ନିକଟରେ ସୈନିକମାନଙ୍କ ସଂଖ୍ୟା ବୃଦ୍ଧି କରିବାଛି ତଥା କଶ୍ମୀରରେ ସନ୍ତ୍ରାସବାଦିମାନଙ୍କୁ ଅନୁପ୍ରେବଶ କରାଇବାକୁ ଚେଷ୍ଟା କରୁଛି | ଏପର୍ଯ୍ୟନ୍ତ ବିଶ୍ବ ସମୁଦାୟ ଭାରତକୁ ସମର୍ଥନ କରିଆସିଛି ଏବଂ ପାକିସ୍ତାନର ଦାବି ଉପରେ ପ୍ରଶ୍ନ ଉଠାଇଛି |

ସେପ୍ଟେମ୍ବର 27ରେ ଯେତେବେଳେ ଇମରାନ ଖାନ ଜାତିସଂଘରେ ଭାଷଣ ଦେବେ | ସେତେବେଳେ ଜାତିସଂଘ ମାନବାଧିକାର ପରିଷଦରେ ପାକିସ୍ତାନର ଅସଫଳତା ଏବଂ ସନ୍ତ୍ରାସବାଦ ପ୍ରତି ନରମ ଆଭିମୁଖ୍ୟ ସାମ୍ନାକୁ ଆସିଯିବ | ପ୍ରକୃତ କଥା ହେଲା ପାକିସ୍ତାନ କଶ୍ମୀର ମାମଲାକୁ ବାରମ୍ବାର ଉଠାଇ ଏହି ପ୍ରସଙ୍ଗକୁ ଜୀବିତ ରଖିବାକୁ ଚେଷ୍ଟା କରିବ | ଇମରାନ ପିଓକେର ମୁଜାଫରାବାଦରେ ଶୁକ୍ରବାର 13 ତାରିଖରେ ଜନସାବେଶର ଘୋଷଣା କରିଛନ୍ତି | ଭାରତ ପାକିସ୍ତାନର ଘୃଣ୍ୟ କାର୍ଯ୍ୟକୁ ଉଜାଗର କରିବା ସହିତ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଫୋର୍ସର ବୈଠକ ପୂର୍ବରୁ ପାକିସ୍ତାନକୁ କଳାତାଲିକାଭୁକ୍ତ କରିବା ପ୍ରୟାସ କରିବା ଉଚିତ |

ଆଲେଖ୍ୟ: ଜୈନବ ଅଖତର

ଭାବାନୁବଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...