Skip to main content

ଘୃଣା ପାଇଁ ସାଥୀ ପାଇଲାନି ପାକିସ୍ତାନ

କଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଜାତିସଂଘ ସାଧାରଣ ପରିଷଦର 74ତମ ବୈଠକରେ କରିଥିବା ପ୍ରୟାସ ବିଫଳ ହୋଇଛି। ସେ ଭାରତୀୟ ରାଜ୍ୟ ଜମ୍ମୁ କଶ୍ମୀରର ତଥାକଥିତ ଦୁର୍ଦ୍ଧଶା ବିଷୟରେ ଯାହା କହିଲେ ତାକୁ ବୈଠକରେ କେହି ଗୁରୁତ୍ୱ ଦେଇ ନାହାନ୍ତି। ଏହାପରେ ଇମରାନ ଯୁଦ୍ଧ ଏବଂ ପରମାଣୁ ଶବ୍ଦ ବ୍ୟବହାର କଲେ। ଦୃଷ୍ଟି ଆକର୍ଷଣ ପାଇଁ ପାକିସ୍ତାନ ନେତାମାନଙ୍କର ଭାଷାର ଅଂଶବିଶେଷ ହୋଇଯାଇଛି।

ଜମ୍ମୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆମେରିକା ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସମର୍ଥନ ପାଇ ନାହିଁ। ଆମେରିକାର ବୈଦେଶିକ ବିଭାଗ ଓଲଟି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କହିଛି ଯେ ଇମରାନଙ୍କୁ ଚିନର ଉଘୁର ମୁସଲମାନ ସଂପ୍ରଦାୟର ନିର୍ଯ୍ୟାତନା ଦେଖାଯାଉନି। ବୈଦେଶିକ ବିଭାଗର ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଥିବା କାର୍ଯ୍ୟକାରୀ ସହକାରୀ ମନ୍ତ୍ରୀ ଆଲିସ ୱେଲ୍ସ ଇମରାନଙ୍କ କଶ୍ମୀର ଉକ୍ତିକୁ ସହାୟକହୀନ ବୋଲି କହିଛନ୍ତି। ସେ କହିଛନ୍ତି ଚିନରେ ପ୍ରାୟ 10 ଲକ୍ଷ ଉଘୁର ମୁସଲମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବାବେଳେ ଇମରାନ ଚିନ ବିରୁଦ୍ଧରେ ମୁଁହ ଖୋଲୁନାହାନ୍ତି। ଇମରାନ ମଧ୍ୟ ଉଧୁର ମୁସଲମାନଙ୍କ ପ୍ରସଙ୍ଗ ଉପରେ କିଛି କହିବେ ନାହିଁ ବୋଲି କହିଛନ୍ତି କାରଣ ଚିନ ସହ ପାକିସ୍ତାନର ଏକ ବିଶେଷ ସଂପର୍କ ରହିଛି।

ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନ ନେତାଙ୍କ ଅଭିଭାଷଣକୁ ଭାରତ ଏହାର ଉତ୍ତରରେ ଅପରିପକ୍ୱ ଏବଂ ଅବାନ୍ତର ବୋଲି କହିଛି। ପାକିସ୍ତାନର ପରମାଣୁ ଧମକକୁ ଭାରତ ପିଲାଲିଆମି କହିଛି। ଭାରତ କହିଛି ଜାତିସଂଘରେ ଇମରାନଙ୍କ ଭାଷଣ ଘୃଣାରେ ପରିପୂର୍ଣ୍ଣ ଥିଲା। ଜାତିସଂଘରେ ଭାରତର ସଚିବ ବିଦିଶା ମୈତ୍ର କହିଛନ୍ତି ପାକିସ୍ତାନରେ ସନ୍ତ୍ରାସବାଦର ଶିଳ୍ପ ଚାଲୁଥିବାବେଳେ ପ୍ପଧାନମନ୍ତ୍ରୀ ଇମରାନଙ୍କ ଏହାପ୍ରତି ସମର୍ଥନ ଲଜ୍ୟାଜନକ ବିଷୟ। ପାକିସ୍ତାନରେ ସନ୍ତ୍ରାସବାଦି ଆଡ୍ଡା ନାହିଁ ଏବଂ ଜାତିସଂଘ ପର୍ଯ୍ୟବେକ୍ଷକଙ୍କୁ ତଦାରଖ ପାଇଁ ଆମନ୍ତ୍ରଣ ଏକ ହାସ୍ୟାସ୍ପଦ କଥା କାରଣ ଇମରାନ ନିଜେ ସ୍ୱୀକାର କରିଛନ୍ତି ଯେ 130 ଜଣ ଜାତିସଂଘ ଦ୍ୱାରା ପ୍ରତିବନ୍ଧିତ ସନ୍ତ୍ରାସବାଦି ଏବଂ 25ଟି ସନ୍ତ୍ରାସବାଦି ସଂଗଠନ ପାକିସ୍ତାନରେ ରହିଛି। ପାକିସ୍ତାନ କଣ ଅସ୍ୱୀକାର କରିପାରିବ ଯେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ ପାକିସ୍ତାନକୁ 27ଟି ମାନଦଣ୍ତରୁ 20ଟିରେ ଲଂଘନ କରିଥିବା ଦର୍ଶାଇଛି ବୋଲି। ସନ୍ତ୍ରାସବାଦ ଏବଂ ଘୃଣାପୂର୍ଣ୍ଣ ବକ୍ତବ୍ୟ ଦେଉଥିବା ପାକିସ୍ତାନ ମାନବାଧିକାର ବିଷୟରେ କହିବା ଯୁକ୍ତିସଂଗତ ନୁହେଁ। ଭାରତ ଏହା ମଧ୍ୟ କହିଛି ଯେ 1947ରେ ପାକିସ୍ତାନରେ 23 ଭାଗ ସଂଖ୍ୟାଲଘୁ ସଂପ୍ରଦାୟ ଥିବାବେଳେ ଏବେ 3 ଭାଗକୁ ଖସି ଆସିଛି ପାକିସ୍ତାନର ଅତ୍ୟାଚାର ଯୋଗୁଁ। ସେଠାରେ ଥିବା ଖ୍ରିଷ୍ଟିୟାନ, ଶିଖ, ଅହମଦିଆ, ହିନ୍ଦୁ, ଶିଆ, ପସ୍ତୁନ, ସିନ୍ଧି ଏବଂ ବାଲୋଚି ସଂପ୍ରଦାୟକୁ ଜାଣିଶୁଣି ନିର୍ଯ୍ୟାତନା ଦେବା, ବେଆଇନ ଭାବେ କାଳକୋଠରିରେ ରଖିବା ଏବଂ ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଛି। ଏହା ସତ୍ୱେ ମଧ୍ୟ ପାକିସ୍ତାନ ମାନବାଧିକାର କଥା କହିବା ସମୀଚିନ ନୁହେଁ। ଭାରତ ବିଶ୍ୱବାସୀଙ୍କୁ ସ୍ମରଣ କରାଇ ଦେଇଛି ଯେ ପାକିସ୍ତାନ 1971ରେ ନିଜ ଲୋକଙ୍କ ବିରୁଦ୍ଧରେ ଗଣ ହତ୍ୟା ସଂଘଠିତ କରିଛି। ଜମ୍ମୁ କଶ୍ମୀରର ବିକାଶ ଏବଂ ଶାନ୍ତି ପାକିସ୍ତାନ ଚାହେଁନାହିଁ ବୋଲି ଭାରତ ଦୃଢ ଭାବେ କହିଛି। ପାକିସ୍ତାନ ସେଠାରେ ହିଂସା ଏବଂ ସନ୍ତ୍ରାସବାଦ ଚାହୁଁଥିବାବେଳେ ଭାରତ ସେଠାରେ ବିକାଶ କରିବାକୁ ଚାହେଁ।

ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ସେଠାକାର ବିରୋଧି ଦଳ ତୀବ୍ର ସମାଲୋଚନା କରିବା ସହିତ ଇମରାନ କଶ୍ମୀର ଉପରେ ସମର୍ଥନ ନପାଇ ଖାଲି ହାତରେ ଫେରିଥିବା ଦୋଷାରୋପ କରିଛି।




ଆଲେଖ: କୌଶିକ ରାୟ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...