ଶ୍ରୀଲଙ୍କାରେ ଚଳିତ ଋତୁରେ ପାଣିପାଗ ବଦଳିଲା ଭଳି ଏହାର ରାଜନୈତିକ ପରିଦୃଶ୍ୟରେ ମଧ୍ୟ ଅପ୍ରତ୍ୟାଶିତ ପରିବର୍ତ୍ତନ ଦେଖାଦେଇଛି | ଆସନ୍ତା ନଭେମ୍ବର 16 ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ତେବେ ଶ୍ରୀଲଙ୍କାରେ ଏଯାଏଁ ପ୍ରଚାର ଅଭିଯାନରେ ସେତେଟା ତତ୍ପରତା ଦେଖାଯାଇନାହିଁ | ଦେଶର ସମ୍ବିଧାନ ଅନ୍ତର୍ଗତ ସର୍ବୋଚ୍ଚ ପଦବୀ ଲାଗି ନିର୍ବାଚନ ହେବାକୁ ଥିବା ବେଳେ ଏପରି ପରିସ୍ଥିତି ଦେଖାଯିବା ଯଦିଓ ଅସାଧାରଣ ପରି ମନେ ହେଉଛି ତେବେ ଏହା ଆଶ୍ଚର୍ଯ୍ୟ ଲାଗୁନାହିଁ | କାରଣ ଦେଶରେ ଘଟିଥିବା ଇଷ୍ଟର ସଣ୍ଡେର ଜଘନ୍ୟ ସନ୍ତ୍ରାସବାଦ ଆକ୍ରମଣ ଘଟଣା ଯୋଗୁଁ ଏବେ ମଧ୍ୟ ଲୋକମାନେ ଭୀତତ୍ରସ୍ତ ଥିବାରୁ ନିର୍ବାଚନ ପ୍ରତି ସେମାନେ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି | ଏହି ନିର୍ବାଚନରେ ଲୋକମାନଙ୍କୁ ଆକୃଷ୍ଟ କରିବା ଲାଗି ଦୁଇ ପ୍ରମୁଖ ରାଜନୈତିକ ପାର୍ଟି ନିକଟରେ କୌଣସି ନୂତନ ବା ଆକର୍ଷଣୀୟ ପ୍ରସ୍ତାବ ନାହିଁ କହିଲେ ଚଳେ ବୋଲି ଶ୍ରୀଲଙ୍କାର ନାଗରିକ ମାନେ କହୁଛନ୍ତି |
ପ୍ରତିରକ୍ଷା ବିଭାଗର ପୂର୍ବତନ ସଚିବ ତଥା ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ସାନ ଭାଇ ଗୋଟାବାୟା ରାଜପକ୍ଷେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ନେଇ ଜୋରସୋରରେ ପ୍ରସ୍ତୁତି ଚଳେଇଛନ୍ତି | ଏହି ସର୍ବୋଚ୍ଚ ପଦବୀ ଲାଗି ପ୍ରତିଦ୍ୱନ୍ଦିତା କରିବା ପାଇଁ ସେ ତାଙ୍କ ଆମେରିକୀୟ ନାଗରିକତ୍ଵ ତ୍ୟାଗ କରି ଶ୍ରୀଲଙ୍କା ନାଗରିକତା ବଜାୟ ରଖିବା ନେଇ ବର୍ଷ ଆରମ୍ଭରୁ ଘୋଷଣା କରିସାରିଛନ୍ତି | ଯଦିଓ ସେ ତାଙ୍କ ନାଗରିକତା ବଦଳେଇଦେଛନ୍ତି ତେବେ ମଧ୍ୟ ଆଇନ ଅନୁଯାୟୀ ଶ୍ରୀଲଙ୍କା ନାଗରିକତା ତଥା ତତସଙ୍କ୍ରାନ୍ତୀୟ ପ୍ରକ୍ରିୟାର ବୈଧତା ଉପରେ ପ୍ରଶ୍ନବାଚୀ ଉଠିଛି | ତେଣେ ବହୁ ମାମଲାର ସମାଧାନ ହେବାର ବାକିଥିବା ବେଳେ ଅଦାଲତରେ ଏବେ ମଧ୍ୟ ଏଗୁଡିକ ବିଚାରାଧୀନ ରହିଛି |
ଏଲଟିଟିଇ ବିରୁଦ୍ଧରେ ଯୁଦ୍ଧ ସମୟରେ ଗୋଟାବାୟା ରାଜପକ୍ଷେ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ | ସେ ତାଙ୍କ ବଡ ଭାଇଙ୍କ ନୀତି ଗୁଡିକୁ ଅନୁସରଣ କରିପାରନ୍ତି ବୋଲି ବିଶ୍ଳେଷକ ମାନେ ମତ ଦେଇଛନ୍ତି | ଶ୍ରୀ ଗୋଟାବାୟା ଜୋର ଦେଇ କହିଛନ୍ତି ଯେ ସେ ନିରପେକ୍ଷତା ମାର୍ଗ ଅନୁକରଣ କରି ଦେଶର ବିକାଶ ଲାଗି କାର୍ଯ୍ୟ କରିବେ | ତେବେ ସେ ଦେଶର ମୁଖ୍ୟତଃ ଦକ୍ଷିଣ ଭାଗର ସିଂହଳୀ ସମୁଦାୟ ଠାରୁ ସମର୍ଥନ ଲୋଡିପାରନ୍ତି ବୋଲି କୁହାଯାଉଛି |
ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ଶାସକ ୟୁନାଇଟେଡ ନେସନାଲ ପାର୍ଟିର ପସନ୍ଦିଦା ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି | ଶ୍ରୀ ବିକ୍ରମସିଙ୍ଘେ ରାଷ୍ଟ୍ରପତି ପଦ ଲାଗି ଦୀର୍ଘଦିନରୁ ଆଶାୟୀ ଅଛନ୍ତି । ସେ ପାଞ୍ଚ ଥର ପ୍ରଧାନମନ୍ତ୍ରୀ ଦାୟିତ୍ଵ ତୁଲାଇବା ସହ ଦୀର୍ଘ 25 ବର୍ଷ ହେଲା ତାଙ୍କ ପାର୍ଟି ର ନେତା ରହିଥିବା ବେଳେ ଚାରି ଦଶନ୍ଧି ଧରି ଜଣେ ସାଂସଦ ଭାବେ କାର୍ଯ୍ୟ କରିଆସୁଛନ୍ତି | ଏଥିରୁ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ରାଜନୀତି କ୍ଷେତ୍ରରେ ତାଙ୍କର ସବୁଠୁ ଅଧିକ ଅଭିଜ୍ଞତା ରହିଛି | ତେବେ ମଧ୍ୟ ତାଙ୍କ ପାର୍ଟି ର ନେତା ମାନଙ୍କ ସମେତ ଅଧିକାଂଶ ଲୋକ ରାଷ୍ଟ୍ରପତି ପଦ ଲାଗି ତାଙ୍କ ପ୍ରାର୍ଥିତ୍ଵକୁ ନେଇ ଅତ୍ୟଧିକ ଉତ୍ସାହିତ ହେଲା ପରି ମନେହେଉନାହିଁ | ସେମାନଙ୍କ କହିବା ଅନୁଯାୟୀ ଜଣେ ଯୁବ ତଥା ଗତିଶୀଳ ବ୍ୟକ୍ତି ଏହି ପଦବୀ ଲାଗି ପ୍ରତିଦ୍ୱନ୍ଦିତା କରିବା ଉଚିତ | ପୂର୍ବତନ ରାଷ୍ଟ୍ରପତି ରଣସିଙ୍ଘେ ପ୍ରେମଦାସାଙ୍କ ପୁତ୍ର ତଥା ସିରିସେନା ସରକାରଙ୍କ ଜଣେ ମନ୍ତ୍ରୀ ସାଜିଥ ପ୍ରେମଦାସା, ଏହି ପଦବୀ ଲାଗି ଉପଯୁକ୍ତ ପ୍ରାର୍ଥୀ ହୋଇପାରିବେ କିନ୍ତୁ ଶ୍ରୀ ବିକ୍ରମସିଙ୍ଘେ ପ୍ରତିଦ୍ୱନ୍ଦିତା କରୁଥିବା ଯୋଗୁଁ ପାର୍ଟି ପକ୍ଷରୁ ଏକ୍ଷେତ୍ରରେ କୌଣସି ଦୃଢ ନିଷ୍ପତ୍ତି ନିଆଯାଇପାରୁନାହିଁ | ତେଣୁ ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରଚାର ଅଭିଯାନ ମାନ୍ଦା ଗତିରେ ଚାଲିଛି |
ତେଣେ ସାଜିଥ ପ୍ରେମଦାସା ଖୁବ ଶୀଘ୍ର ତାଙ୍କ ପ୍ରାର୍ଥିତ୍ଵ ଘୋଷଣା କରିବାର ଆଶା ରହିଛି | ଏଥିସହିତ ଦୁଇ ଜଣ ପ୍ରଭାବଶାଳୀ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବା ପରେ ପ୍ରଚାର ଅଭିଯାନ ବଡ ଜୋରସୋରରେ ଚାଲିବ ବୋଲି ଆଶା କରାଯାଉଛି | ଶ୍ରୀ ବିକ୍ରମସିଙ୍ଘେ କଲମ୍ବୋର ଶାସକଗୋଷ୍ଠୀର ପ୍ରତିନିଧିତ୍ଵ କରୁଥିବା ବେଳେ ଶ୍ରୀ ସାଜିଥ ପ୍ରେମଦାସାଙ୍କ ପ୍ରତି ଦକ୍ଷିଣ ଭାଗର ସିଂହଳୀ ସମ୍ପ୍ରଦାୟର ଦୃଢ ସମର୍ଥନ ରହିଛି | ତାଙ୍କ ପିତା ଶ୍ରୀ ରଣସିଙ୍ଘେ ପ୍ରେମଦାସା ତାଙ୍କ ସମୟରେ ସିଂହଳୀ ରାଷ୍ଟ୍ରବାଦୀ ଭାବନା ର ପ୍ରମୁଖ ପ୍ରସ୍ତାବକ ଥିଲେ |
ମୋଟାମୋଟି ଭାବେ କହିବାକୁ ଗଲେ ରାଷ୍ଟ୍ରପତି ପଦ ଲାଗି କଡା ପ୍ରତିଦ୍ୱନ୍ଦିତା ହେବାର ଅନୁମାନ କରାଯାଉଛି | କାରଣ ଆସନ୍ତା ବର୍ଷ ପହିଲାରେ ଦେଶରେ ସାନି ସଂସଦୀୟ ନିର୍ବାଚନ ଲାଗି ଦିନ ଧାର୍ଯ୍ୟ କରାଯାଇସାରିଛି | ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଅତୀତରେ ହେବା ପରି ନିଶ୍ଚିତ ରୂପେ ଦ୍ଵିପରାଷ୍ଟ୍ରର ସଂସଦୀୟ ନିର୍ବାଚନ ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି କୁହାଯାଉଛି | ଏହା ପରେ ପରେ ସ୍ଥଗିତ ହୋଇଥିବା ପ୍ରଦେଶ ପରିଷଦ ନିର୍ବାଚନ ଲାଗି ମଧ୍ୟ ଭୋଟ ଗ୍ରହଣ ହେବ | ତେଣୁ ଧିମି ଗତିରେ ଚାଲିଥିବା ନିର୍ବାଚନ ପ୍ରଚାର ଆସନ୍ତା ସପ୍ତାହରେ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି| ଆସନ୍ତା ବର୍ଷରେ ହେବାକୁ ଥିବା ସଂସଦୀୟ ନିର୍ବାଚନ ଲାଗି ମଧ୍ୟ ଏହି ପ୍ରଚାର ଅଭିଯାନ ସହାୟକ ହୋଇପାରେ |
ଶ୍ରୀଲଙ୍କାର ଘନିଷ୍ଠ ପଡୋଶୀ ଓ ପ୍ରକୃତ ବନ୍ଧୁ ରାଷ୍ଟ୍ର ଭାବେ ଭାରତ, ସେଠାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ଦେଖିବାକୁ ଚାହେଁ | ଇଷ୍ଟର ସନ୍ତ୍ରାସବାଦୀ ଆକ୍ରମଣ ଘଟଣା ପରେ କଲମ୍ବୋ ପ୍ରତି ସମବେଦନା ଜଣାଇବା ସହିତ ନୂଆଦିଲ୍ଲୀ ଏହାର ଐକ୍ୟବଦ୍ଧତା ପରିପ୍ରକାଶ କରିଥିଲା | ଏକ ଗଣତାନ୍ତ୍ରିକ ତଥା ବହୁଳବାଦୀ ଶ୍ରୀଲଙ୍କା, ଦକ୍ଷିଣ ଏସିଆରେ ମଧ୍ୟ ଶାନ୍ତି ଓ ବିକାଶ ପାଇଁ ଏକ ଉପଯୁକ୍ତ ପଥ ପ୍ରଦର୍ଶକ ହୋଇପାରିବ |
ମୂଳଲେଖା : ଏମ. କେ . ଟିକ୍କୁ , ରାଜନୈତିକ ଭାଷ୍ୟକାର
ଅନୁବାଦ: ରୀତା ଯୋଶୀ

Comments
Post a Comment