Skip to main content

ଭାରତ-ଆମେରିକା ଦ୍ଵିପକ୍ଷୀୟ ବୈଠକ 

ବର୍ତ୍ତମାନ ସମୟରେ ସମଗ୍ର ବିଶ୍ବରେ ଏପରି କୌଣସି ନେତା ନାହାନ୍ତି ଯିଏକି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମକକ୍ଷ ହୋଇପାରିବେ ଯିଏକି କୂଟନୀତି ସ୍ଥାପନା କ୍ଷେତ୍ରରେ ସ୍ଵତନ୍ତ୍ର ନୀତି ଗ୍ରହଣ କରିଥାନ୍ତି | ସେ ଯେଉଁ ଦେଶକୁ ଗସ୍ତ କରନ୍ତି ସେହି ଦେଶର ନେତା, ସାଂସଦ ତଥା ଲୋକମାନଙ୍କୁ ଆକର୍ଷିତ କରିବା ସହ ସେମାନଙ୍କୁ ଭାରତର ଘନିଷ୍ଠ ସହଯୋଗୀ କରିବାରେ ତାଙ୍କ ପାଖରେ ଅଦ୍ଭୁତ ଆକର୍ଷଣୀୟ ଶକ୍ତି ରହିଛି |

ହୁଷ୍ଟନରେ ସମ୍ପ୍ରତ୍ତି ଶେଷ ହୋଇଥିବା ‘ହାଉଡି ମୋଦୀ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା | ଶ୍ରୀ ଟ୍ରମ୍ଫ ରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଶ୍ରୀ ମୋଦୀ ତାଙ୍କ ସହ ଛ ଥର ସାକ୍ଷାତ ଆଲୋଚନା କରି ଭାରତ-ଆମେରିକା ସମ୍ପର୍କ କ୍ଷେତ୍ରରେ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି |

ଜାତିସଂଘ ସାଧାରଣ ସଭା ବାର୍ଷିକୀ ବୈଠକରେ ଯୋଗ ଦେବା ଲାଗି ଦୁଇ ନେତା ଯାଇଥିବା ବେଳେ ନ୍ୟୁୟର୍କ ରେ ସୋମବାର ଦିନ ଶ୍ରୀ ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ଫଙ୍କ ମଧ୍ୟରେ ମୁହାଁମୁହିଁ କଥାବାର୍ତ୍ତା ହୋଇଥିଲା | ବହୁପକ୍ଷୀୟ କୂଟନୀତି ସ୍ଥାପନା ଲାଗି ସବୁଠୁ ବଡ ସ୍ଥଳୀ ରେ ଭାରତ-ଆମେରିକା ଦ୍ଵିପକ୍ଷୀୟ ବୈଠକ ଆନ୍ତର୍ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିଛି | ଉଭୟ ନେତାଙ୍କ ମଧ୍ୟରେ ଯଦିଓ ଏହା ଏକ ସ୍ଵଳ୍ପକାଳୀନ ବୈଠକ ଥିଲା ତେବେ ମଧ୍ୟ ଏହି ସମୟରେ ବହୁ ପ୍ରମୁଖ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା |

ଏହି ବୈଠକ କାଳରେ ଉଭୟ ନେତା ଙ୍କ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ସମ୍ପର୍କ କେତେ ନିବିଡ ତାହା ପ୍ରତିଫଳିତ ହୋଇଥିବା ବେଳେ ଗୋଟିଏ ଦିନ ପୂର୍ବରୁ ଟେକ୍ସାସରେ ହୁଷ୍ଟନ ଠାରେ ଅନୁଷ୍ଠିତ ଐତିହାସିକ କାର୍ଯ୍ୟକ୍ରମରେ ଦୁଇ ନେତାଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧନ ସମଗ୍ର ଦୁନିଆ ଦେଖିଥିଲା | ଜାତିସଂଘ ସାଧାରଣ ସଭା ଅଧିବେଶନ ଅବସରରେ ଦ୍ଵିପକ୍ଷୀୟ ବୈଠକ ଅନୁଷ୍ଠିତ ହେବାରୁ ଏହା ସ୍ପଷ୍ଟ ପ୍ରମାଣ ମିଳିଛି ଯେ ଭାରତର ପ୍ରଧାନମନ୍ତ୍ରୀ ଓ ଆମେରିକାର ରାଷ୍ଟ୍ରପତିଙ୍କ ମଧ୍ୟରେ ପାରସ୍ପରିକ ମିତ୍ରତା, ପ୍ରଶଂସା ତଥା ଆପୋଷ ବୁଝାମଣା କେତେ ଗଭୀର ରହିଛି | ରାଷ୍ଟ୍ରପତି ଟ୍ରମ୍ଫ, ଭାରତ ଗଠନ ଦିଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକା ଓ ଉପଲବ୍ଧି ପ୍ରତି ଭୂୟସୀ ପ୍ରଶଂସା କରି ତାଙ୍କୁ ଭାରତର ‘ପିତା ସଦୃଶ୍ୟ’ ବୋଲି ଆଖ୍ୟା ଦେଇଛନ୍ତି |

ଆନ୍ତର୍ଜାତୀୟ କୂଟନୀତି ପରିପ୍ରେକ୍ଷୀରେ ନେତା ମାନଙ୍କ ଭୂମିକା ତଥା ସେମାନଙ୍କ ମଧ୍ୟରେ ନିବିଡ ସମ୍ପର୍କ ଦେଶ ଗୁଡିକ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ସହଯୋଗରେ ସୁଧାର ଆଣିବା ଦିଗରେ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ | ତେଣୂ ଶ୍ରୀ ମୋଦୀ ଓ ଶ୍ରୀ ଟ୍ରମ୍ଫ ଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ମଧୁର ସମ୍ପର୍କକୁ ହାଲୁକାରେ ନିଆଯାଇପାରିବ ନାହିଁ |

ଭାଷ୍ୟକାର ମାନଙ୍କ ଦ୍ଵାରା କଳ୍ପନା ଜଳ୍ପନା କରାଯିବା ସହ ପ୍ରଶ୍ନ ପଚରାଯାଉଥିବା ବେଳେ ଆମେରିକା ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସେ କାଶ୍ମୀର ପ୍ରସଙ୍ଗ ଉପରେ ହସ୍ତକ୍ଷେପ କରିବେ ନାହିଁ | ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ବିବାଦ ନେଇ ମଧ୍ୟସ୍ଥତା କରିବା ଲାଗି ତାଙ୍କ ଇଚ୍ଛା ଥିବା ବିଷୟ ଶ୍ରୀ ଟ୍ରମ୍ଫ ଅତି କମରେ ଛ ଥର ସଂକେତ ଦେଇଛନ୍ତି ବୋଲି କେତୋଟି ଗଣମାଧ୍ୟମରେ ପ୍ରକାଶ ପାଇଥିଲା | କିନ୍ତୁ ଭାରତ ଯଦି ରାଜି ହୁଏ ତେବେ ସେ ଏହି ମାମଲା ନେଇ ମଧ୍ୟସ୍ଥତା କରିବେ ବୋଲି ଆମେରିକା ରାଷ୍ଟ୍ରପତି ଦୃଢୋକ୍ତି ପ୍ରକାଶ କରିଥିବା ବିଷୟ ଭାଷ୍ୟକାର ମାନେ ବା ଗଣମାଧ୍ୟମ ରିପୋର୍ଟରେ ପ୍ରମୁଖତାର ସହ ପ୍ରକାଶ କରାଯାଇନାହିଁ |

ନ୍ୟୁୟର୍କ ଠାରେ ମୋଦୀ-ଟ୍ରମ୍ଫ ବୈଠକ ପରେ ଏକ ସ୍ପଷ୍ଟ ସଂକେତ ମିଳିଛି ଯେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ମତଭେଦ ଦୂରୀଭୂତ ହେବା ସହ ଖୁବ ଶୀଘ୍ର ଏକ ନୂତନ ବାଣିଜ୍ୟ ସଙ୍କ୍ରାନ୍ତୀୟ ଚୁକ୍ତି ବିଷୟ ଘୋଷଣା କରାଯିବ | ଭାରତ ଓ ଆମେରିକା ମଧ୍ୟରେ ଦୃଢ ରଣନୀତିକ ଭାଗୀଦାରୀତା ସମ୍ପର୍କ କ୍ଷେତ୍ରରେ ବ୍ୟାପାର ମତପାର୍ଥକ୍ୟ ଏଣିକି ବାଧା ପହଞ୍ଚାଇବ ନାହିଁ ବୋଲି ବିଶ୍ଵାସ କରାଯାଉଛି |

ସୀମାପାର ସନ୍ତ୍ରାସବାଦର ମୁକାବିଲା କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ପଦ୍ଧତି, ଦୃଷ୍ଟିକୋଣ ଓ କ୍ଷମତା ଉପରେ ଆମେରିକାର ପ୍ରଗାଢ ବିଶ୍ଵାସ ଥିବା ବିଷୟ ଏହି ବୈଠକରୁ ସ୍ପଷ୍ଟ ଅନୁମେୟ ହେଇଛି | ଭାରତରେ ପାକିସ୍ତାନ ପ୍ରାୟୋଜିତ ସନ୍ତ୍ରାସବାଦୀ କାର୍ଯ୍ୟକଳାପର ମୁକାବିଲା କରିବାରେ ପ୍ରଧାନମନ୍ତ୍ରୀ ବେଶ ସକ୍ଷମ ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ରାଷ୍ଟ୍ରପତି ଟ୍ରମ୍ଫ ଜୋର ଦେଇ କହିଛନ୍ତି | ଏଥିରୁ ସ୍ପଷ୍ଟ ପ୍ରତୀତ ହେଉଛି ଯେ ଜାମ୍ମୁ କାଶ୍ମୀର ସଙ୍କ୍ରାନ୍ତୀୟ ଭାରତୀୟ ସମ୍ବିଧାନ ର ଧାରା 370 ଓ 35 କ ର ଉଚ୍ଛେଦ ସମେତ କାଶ୍ମୀର ପ୍ରସଙ୍ଗ ନେଇ ମୋଦୀ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ପ୍ରତି ଟ୍ରମ୍ଫ ପ୍ରଶାସନ ବିରୋଧ କରୁନାହିଁ |

ବର୍ତ୍ତମାନ ପରିସ୍ଥିତିରେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଠାରୁ ଅଧିକ ସ୍ପଷ୍ଟ ତଥା ଖୋଲା ସମର୍ଥନ ଲାଗି ଆଶା କରିବା ଉଚିତ ହେବ ନାହିଁ | ଆଫଗାନିସ୍ତାନରେ ଆମେରିକା ବାହିନୀ ମୁତୟନ ଥିବା ସତ୍ତ୍ୱେ ତାଲିବାନ ଦ୍ଵାରା ଜାରିରହିଥିବା ହିଂସାତ୍ମକ କାର୍ଯ୍ୟକଳାପ ଓ ଆଫଗାନ ସମସ୍ୟାର ମୁକାବିଲା ଲାଗି ପାକିସ୍ତାନର ସହଯୋଗର ଆବଶ୍ୟକତା ଥିବା ସମୟରେ ରାଷ୍ଟ୍ରପତି ଟ୍ରମ୍ଫ କାଶ୍ମୀରରେ ଶାନ୍ତି ଓ ବିକାଶ ପ୍ରତିଷ୍ଠା ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ସମର୍ଥନ କରିବା ପାଇଁ ସଂକେତ ଦେଇଛନ୍ତି | ରାଷ୍ଟ୍ରପତି ଟ୍ରମ୍ଫ ତାଙ୍କ ମୁଖ୍ୟ ଅଭିଭାଷଣ ସମୟରେ କାଶ୍ମୀର ଘଟଣାକ୍ରମ ବିଷୟ ନେଇ ଥରେ ବି ଉଲ୍କ୍ଲେଖ କରିନଥିଲେ | ଏହା ଏପରି ଏକ ପ୍ରସଙ୍ଗ ଯାହା ଉପରେ ଯଥେଷ୍ଟ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି |

ମୋଦୀ-ଟ୍ରମ୍ଫଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକର ପରିଣାମ ବାସ୍ତବରେ ଶ୍ରୀ ମୋଦୀଙ୍କ କୂଟନୀତିର ଏକ ଅସାଧାରଣ ତଥା ଏକ ଐତିହାସିକ ବିଜୟ |

ମୂଳ ଲେଖା : ପ୍ରଫେସର ଚିନ୍ତାମଣି ମହାପାତ୍ର, ଜେଏନୟୁ

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...