Skip to main content

ହାଓଡି ମୋଦୀ- ଏକ ଐତିହାସିକ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଷ୍ଟନ ସହରରେ ଅନୁଷ୍ଠିତ ‘ହାଓଡି ମୋଦୀ’ ଭଳି ଐତିହାସିକ କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତାର ସହ ଆମେରିକା ଗସ୍ତ ଆରମ୍ଭ କରିଛନ୍ତି | ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମଧ୍ୟ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା 50,000ରୁ ଅଧିକ ଭାରତୀୟ ବଂଶୋଦଭବ ଆମେରିକୀୟ ଙ୍କୁ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ |

ପ୍ରଧାନମନ୍ତ୍ରୀ ପୂର୍ବରୁ 2014ରେ ନ୍ୟୁୟର୍କ ର ମେଡିସନ ସ୍କ୍ୱେର ଗାର୍ଡେନ ଠାରେ ଓ 2015 ରେ ସାନଯୋଶରେ ଭାରତୀୟ ବଂଶୋଦଭବ ଆମେରିକୀୟ ମାନଙ୍କୁ ଉଦବୋଧନ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଟ୍ରମ୍ଫ ଓ ସିନେଟ ର ସମସ୍ତ ସଦସ୍ୟ ତଥା କୂଟନୈତିକ ମାନଙ୍କ ଉପସ୍ଥିତି ଭାରତ-ଆମେରିକା ଭାଗୀଦାରୀତା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦୃଢ ସମ୍ପର୍କକୁ ପ୍ରତିଫଳିତ କରୁଛି |

ଟ୍ରମ୍ଫ ଙ୍କୁ ‘ହାଓଡି ମୋଦୀ’ ରେ ସ୍ଵାଗତ କରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇ ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀ ଟ୍ରମ୍ଫ “ ମୋର ଓ ଭାରତର ପ୍ରକୃତ ବନ୍ଧୁ ହେବା ସହ ସେ ହେଉଛନ୍ତି ଆମେରିକାର ଜଣେ ମହାନ ରାଷ୍ଟ୍ରପତି | ତାଙ୍କ ସହିତ ମୋର ପ୍ରତ୍ୟେକ ସାକ୍ଷାତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିଛି ବୋଲି ସେ କହିଥିଲେ | ରାଷ୍ଟ୍ରପତିଙ୍କ ନେତୃତ୍ଵ ପ୍ରତି ଉଚ୍ଚ ପ୍ରଶଂସା କରି ଟ୍ରମ୍ଫଙ୍କ ନେତୃତ୍ଵ ରେ ଆମେରିକା ପୁଣି ମହାନ ହୋଇଛି ବୋଲି ଶ୍ରୀ ମୋଦୀ ମତବ୍ୟକ୍ତ କରିଥିଲେ |

ରାଷ୍ଟ୍ରପତି ଟ୍ରମ୍ଫ ଏହି କାର୍ଯ୍ୟକ୍ରମକୁ ଏକ ଐତିହାସିକ ବୋଲି ବର୍ଣ୍ଣନା କରି ଏହା ଭାରତ ଓ ଆମେରିକା ମଧ୍ୟରେ ଏକତା ସୂତ୍ରରେ ବାନ୍ଧି ହୋଇଥିବା ସମ୍ପର୍କର ମହୋତ୍ସବ ପାଳନ ବୋଲି ଅଭିହିତ କରିଥିଲେ | ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵ ପ୍ରତି ଭୂୟସୀ ପ୍ରଶଂସା କରି ତାଙ୍କ ସରକାରଙ୍କ ଦ୍ଵାରା ନିଆଯାଇଥିବା ଅର୍ଥନୈତିକ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଦେଶର 300 ନିୟୁତ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି ବୋଲି କହିଥିଲେ | ସେ ମଧ୍ୟ ଔଷଧପତ୍ର, ନୂତନ ବ୍ୟବସାୟ ଆରମ୍ଭ କରିବା ଓ ହଜାର ହଜାର ସଂଖ୍ଯାରେ ଚାକିରି ପ୍ରଦାନ କରିବା କ୍ଷେତ୍ରରେ ଭାରତୀୟ ଆମେରିକୀୟ ସମୁଦାୟ ର ଯଥେଷ୍ଟ ଅବଦାନ ରହିଥିବା ବିଷୟ ଉଲ୍ଲେଖ କରି ସେମାନଙ୍କ ଉଚ୍ଚପ୍ରଶଂସା କରିଥିଲେ | ଭାରତ-ଆମେରିକା ସମ୍ପର୍କ ଏବେ ଯେଭଳି ମଜବୁତ ହୋଇଛି ତାହା ପୂର୍ବରୁ କେବେ ସେମିତି ନଥିଲା ବୋଲି ଜଣାଇ ଶକ୍ତି ସହଯୋଗ, ସୁରକ୍ଷା, ପ୍ରତିରକ୍ଷା ସହଯୋଗ ଓ ମହାକାଶ ସହଯୋଗ ଆଦି କ୍ଷେତ୍ର ଉପରେ ସେ ରେଖାଙ୍କିତ କରିଥିଲେ | ମୌଳବାଦ ଓ ସନ୍ତ୍ରାସବାଦ ବିରୁଦ୍ଧରେ ଦୁଇ ଦେଶ ଐକ୍ୟବଦ୍ଧ ହୋଇ ଏହାର ସଂଗ୍ରାମ କରିବେ ବୋଲି ବିବୃତ୍ତି ଦେବାପରେ ଉପସ୍ଥିତ ଲୋକମାନେ ତାଙ୍କୁ କରତାଳି ସହ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଦେଇଥିଲେ | ସେ ମଧ୍ୟ ଭାରତୀୟ କମ୍ପାନୀ ଦ୍ଵାରା ଆମେରିକାରେ ପୁଞ୍ଜି ନିବେଶ ପ୍ରତି ସନ୍ତୋଷ ବ୍ୟକ୍ତ କରିଥିଲେ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେବା ସମୟରେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତରେ ଏବେ ବିକାଶ ସବୁଠାରୁ ବଡ ଶବ୍ଦ ହୋଇଛି ଏବଂ ଆମେ ପ୍ରତି କ୍ଷେତ୍ରରେ ନିଜେ ନିଜକୁ ଚାଲେଞ୍ଜ କରୁଛୁ ଓ ଆମେ ନିଜକୁ ପରିବର୍ତ୍ତନ କରୁଛୁ | ଭାରତ ଏବେ ଅଧିକ ଦ୍ରୁତ ଗତିରେ ବଢିବାକୁ ଚାହୁଁଛି ବୋଲି ବର୍ଣ୍ଣନା କରି ଗତ ପାଞ୍ଚ ବର୍ଷ ମଧ୍ୟରେ 110 ନିୟୁତ ଶୌଚାଳୟ ନିର୍ମାଣ କରାଯାଇଥିବା ବେଳେ 150 ନିୟୁତ ନୂତନ ରନ୍ଧନ ଗ୍ଯାସ ସଂଯୋଗ କରାଯାଇଛି ଓ ଗ୍ରାମୀଣ ସଂଯୋଗୀକରଣ 55 ପ୍ରତିଶତରୁ 97 ପ୍ରତିଶତ କୁ ବୃଦ୍ଧି କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ |ଏଥିସହିତ ଶତ ପ୍ରତିଶତ ପରିବାର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଯୋଡି ହୋଇଛନ୍ତି ବୋଲି ମଧ୍ୟ ସେ ଜଣାଇଥିଲେ | ଗ୍ରାମୀଣ ବିକାଶ କ୍ଷେତ୍ରରେ ଭାରତ ଅନେକ ସଫଳତା ହାସଲ କରିଛି | ବ୍ୟବସାୟ ସୁଗମତା ରେ ଭାରତର ସ୍ଥାନ ଉନ୍ନତି ହୋଇଛି | ଭାରତୀୟ ଅର୍ଥବ୍ୟବସ୍ଥା କୁ ମୁଦ୍ରାସ୍ଫୀତି ହ୍ରାସ , ଆର୍ଥିକ ନିଅଣ୍ଟ ହ୍ରାସ ଓ ଉଚ୍ଚ ଅଭିବୃଦ୍ଧି ଭାବେ ବର୍ଣ୍ଣନା କରି ଭାରତର ଏକ ପାଞ୍ଚ ଟ୍ରିଲିଅନ ଡଲାର ଅର୍ଥନୀତି ରେ ପରିଣତ କରିବାର ଲକ୍ଷ୍ୟ ଥିବାରୁ ମୌଳିକଢାଞ୍ଚା କ୍ଷେତ୍ରରେ ବ୍ୟୟ, ନିବେଶ ତଥା ରପ୍ତାନି ବୃଦ୍ଧି କରିବାର ଯୋଜନା ଉପରେ ଇଙ୍ଗିତ କରିଥିଲେ| ବିଭିନ୍ନ କ୍ଷେତ୍ରରେ ମାନଦଣ୍ଡକୁ ସରଳୀକରଣ କରାଯାଇଥିବା ଯୋଗୁଁ ଭାରତ ପ୍ରତ୍ଯକ୍ଷ ବିଦେଶୀ ପୁଞ୍ଜି ନିବେଶ ଲାଗି ଏକ ପ୍ରମୁଖ ସ୍ଥଳୀ ପାଲଟିଛି ବୋଲି ମଧ୍ୟ ସେ କହିଥିଲେ |

ଭାରତ କହିଛି ଯେ ଦେଶରେ ବହୁ ପୁରୁଣା ନିୟମ ଓ ପ୍ରଥାକୁ ଉଚ୍ଛେଦ କରାଯାଉଛି | ବିଭିନ୍ନ ଉନ୍ନୟନ ମୂଳକ ଲାଭ ଗୁଡିକରୁ ଜାମ୍ମୁ ଓ କାଶ୍ମୀର ତଥା ଲଦାଖ ର ଲୋକମାନଙ୍କୁ ବଞ୍ଚିତ କରୁଥିବା 70 ବର୍ଷ ପୁରୁଣା ଭାରତୀୟ ସମ୍ବିଧାନର ଧାରା 370 ର ଉଚ୍ଛେଦ କରାଯାଇଛି | ଏଥିଯୋଗୁଁ ବିଚ୍ଛିନ୍ନତାବାଦୀ ଓ ସନ୍ତ୍ରାସବାଦୀ ମାନେ ଯେଉଁ ଫାଇଦା ଉଠାଉଥିଲେ ତାହାକୁ ସରକାର ଶେଷ କରିଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |

ଆମେରିକାରେ ସେପ୍ଟେମ୍ବର 2001ର 9/11 ସନ୍ତ୍ରାସବାଦୀ ଆକ୍ରମଣ ହେଉ ବା ଭାରତରେ ନଭେମ୍ବର 2008ରେ 26/11 ଆକ୍ରମଣ ହେଉ, ଆତଙ୍କବାଦ କୁ ପାଳନ ପୋଷଣ କରୁଥିବା ରାଷ୍ଟ୍ର ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ସମୟ ଉପନୀତ ହୋଇଯାଇଛି ବୋଲି ଶ୍ରୀ ମୋଦୀ ଏହି ଅବସରରେ ଆହ୍ଵାନ ଜଣାଇଛନ୍ତି |

ଭାରତୀୟ ପ୍ରଧାନମନ୍ତ୍ରୀ ଭାରତର ସାଂସ୍କୃତିକ ବିବିଧତା ବିଷୟରେ ଆଲୋକପାତ କରି ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମର ଶକ୍ତି ଓ ପ୍ରେରଣା ଏବଂ ଶକ୍ତିଶାଳୀ ଗଣତନ୍ତ୍ର ର ଏହା ହେଉଛି ପ୍ରମାଣ ବୋଲି କହିଥିଲେ | ଭାରତୀୟ ଗଣତନ୍ତ୍ର ର ମୂଳଦୁଆ ଏହି ବିବିଧତା ଉପରେ ପର୍ଯ୍ୟବେଶିତ ବୋଲି ସେ କହିଥିଲେ |

ହାଓଡି ମୋଦୀ କାର୍ଯ୍ୟକ୍ରମ ନ୍ୟୁୟର୍କରେ ଦୁଇ ନେତା ଙ୍କ ମଧ୍ୟରେ ଏକ ଆନୁଷ୍ଠାନିକ ଦ୍ଵିପକ୍ଷୀୟ ବୈଠକ ଲାଗି ପଥ ପରିଷ୍କାର କରିଛି | ଏହି ଐତିହାସିକ କାର୍ଯ୍ୟକ୍ରମ ନିଃସନ୍ଦେହରେ ଭାରତ ଓ ଆମେରିକା ମଧ୍ୟରେ ସୌହାର୍ଦ୍ୟମୂଳକ ସଂପର୍କର ଏକ ଅଦ୍ଵିତୀୟ ପ୍ରଦର୍ଶନ ଭାବେ ସ୍ମରଣୀୟ ହୋଇ ରହିବ |

ପୂର୍ବରୁ ପ୍ରଧାନମନ୍ତ୍ରୀ ହଷ୍ଟନରେ ପହଞ୍ଚି ଶକ୍ତି କମ୍ପାନୀ ଗୁଡିକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ସହ ଏକ ରାଉଣ୍ଡ ଟେବୁଲ ବୈଠକରେ ଆଳାପ ଆଲୋଚନା କରିଥିଲେ | ଏହି ଆଲୋଚନା କାଳରେ ଶକ୍ତି ସୁରକ୍ଷା କ୍ଷେତ୍ରରେ ସମ୍ମିଳିତ ଭାବେ କାର୍ଯ୍ୟ କରିବା ଓ ଭାରତ ଓ ଆମେରିକା ମଧ୍ୟରେ ପାରସ୍ପରିକ ପୁଞ୍ଜି ନିବେଶ ସୁଯୋଗ ଗୁଡିକୁ ପରିବ୍ୟାପ୍ତ କରିବା ଆଦି ମୁଖ୍ୟତଃ ଆଲୋଚନା କରାଯାଇଥିଲା | ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ମାନଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ | ଶ୍ରୀ ମୋଦୀ ନ୍ୟୁୟର୍କରେ ପହଞ୍ଚିଯାଇଛନ୍ତି | ସେଠାରେ ସେ ଜାତିସଂଘ ସାଧାରଣ ସଭାର 74 ତମ ବୈଠକରେ ଉଦବୋଧନ ଦେବା ସହ ଅନେକ ଦ୍ଵିପକ୍ଷୀୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |



ମୂଳ ଲେଖା : ନବତେଜ ସରନା, ଆମେରିକା ପାଇଁ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...