ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦରେ ଶୁକ୍ରବାର ଉଦବୋଧନ ଦେଇ ଦାରିଦ୍ର ଉନ୍ମୁଳନ ଏବଂ ଜଳବାୟୁ ଉପରେ ସକ୍ରିୟ କାର୍ଯ୍ୟାନୁଷ୍ଠାନ ପାଇଁ ଫଳପ୍ରଦ ଆନ୍ତର୍ଜାତୀୟ ପଦକ୍ଷେପ ଉପରେ ଗୁରୁତ୍ବ ଦେଇଛନ୍ତି |
ଚାରି ବର୍ଷ ପୂର୍ବେ 2015 ସେପ୍ଟେମ୍ବର 25 ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ନିରନ୍ତର ବିକାସ ବିଷୟ ଉପରେ 2030 କାର୍ଯ୍ୟ ସୂଚି ପାଇଁ ଜାତିସଂଘ ସାଧାରଣ ପରିଷଦର ସ୍ବତନ୍ତ୍ର ବୈଠକରେ ବିଶ୍ଵନେତାମାନଙ୍କ ସହିତ ଯୋଗ ଦେଇଥିଲେ | ଭାରତ ଦାରି୍ଦର ଦୂରିକରଣ ସକାଶେ ଏହାର ବିକାଶ ପାଇଁ ଏହାର ଜାତୀୟ ଲକ୍ଷ୍ୟକୁ ପୂରଣ କରି 2030ର କାର୍ଯ୍ୟସୂଚି ପାଇଁ ସଫଳ ଉଦାହରଣ ସୃଷ୍ଟି କରିଛି |
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଏହି ଆଭିମୁଖ୍ୟକୁ ଉଦଭାଷିତ କରିଥିଲା ଦାରିଦ୍ର ଦୂରିକରଣ ଏବଂ ସାମଗ୍ରୀକ ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପର ପ୍ରଭାବ ବିଶ୍ଵ ପାଇଁ ଏକ ନୂଆ ଆଶାର ସଂଚାର କରିଛି | ଭାରତର ବିଭିନ୍ନ ପଦକ୍ଷେପ ମଧ୍ୟରେ ସବୁଠୁ ବଡ ଆର୍ଥିକ ଯୋଜନା ଜନ ଧନ ଯୋଜନା ଯାହାଦ୍ଵାରା ଦେଶର 370 ମିଲିୟନ ଗରିବ ଲୋକଙ୍କର ବ୍ୟାଙ୍କ ଖାତା ଖୋଲା ଯାଇଛି | ଆଧାର କାର୍ଯ୍ୟକ୍ରମ ଯୋଗୁଁ 1.2 ବିଲିୟନ ପରିବାରକୁ ବାୟୋମେଟ୍ରିକ ପରିଚୟ ତଥ୍ୟ ବଳରେ ଦୁର୍ନୀତିକୁ ଅନେକାଂଶରେ ଦୂର କରାଯାଇଛି | ସେହିପରି ସ୍ଵଚ୍ଛ ଭାରତ ଅଭିଯାନ ପରି ବିଶ୍ଵର ସର୍ବବୃହତ ସର୍ବସାଧାରଣ ପରିମଳ କାର୍ଯ୍ୟକ୍ରମ ଅଧିନରେ ଦେଶର 110 ମିଲିୟନ ଶୌଚାଳୟ ନିର୍ମାଣ କରାଯାଇଛି ଏବଂ ଆୟୁଷ୍ମାନ ଭାରତ ଅଧିନରେ 500 ମିଲିୟନ ଲୋକଙ୍କୁ ସ୍ଵାସ୍ଥ୍ୟ ବିମା ଯୋଗାଇ ଦିଆଯାଇଛି |
2025 ମସିହା ସୁଦ୍ଧା ଟିଭି ରୋଗର ମୂଳୋତ୍ପାଟନ ପାଇଁ, ଦେଶର 150 ମିଲିୟନ ଘରକୁ ପାଞ୍ଚ ବର୍ଷ ମଧ୍ୟରେ ପାନିଯ ଜଳ ଯୋଗାଣ ଏବଂ 2022 ସୁଦ୍ଧା ଗରିବ ପରିବାର ପାଇଁ 20 ମିଲିୟନ ଘର ନିର୍ମାଣ କରିବାକୁ ଭାରତ ସଂକଳ୍ପବଦ୍ଧ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି |
ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ନବୀକରଣୀୟ ଶକ୍ତିକୁ 175 ଜିଡବ୍ଲୁରୁ 450 ଜିଡବ୍ଲୁକୁ ବୃଦ୍ଧି କରିବାକୁ ଭାରତ ଏହାର ଜାତୀୟ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି | ସେହିପରି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଥରକ ପାଇଁ ବ୍ୟବହୃତ ପଲିଥିନକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି | ଏହିସବୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ମଧ୍ୟରୁ ଅନ୍ୟତମ | ଏହା ବ୍ୟତିତ ସୌର ମେଣ୍ଟ ଏବଂ ଦୁର୍ବିପାକ ମୁକାବିଲା ଭିତ୍ତିଭୂମି ନିର୍ମାଣ ପାଇଁ ବିଶ୍ଵ ମେଣ୍ଟ ନିମନ୍ତେ ପ୍ରସ୍ଥାବ ଦିଆଯାଇଛି |
ଶାନ୍ତି ଏବଂ ସର୍ବସାଧାରଣ କଲ୍ୟାଣ ପାଇଁ ପ୍ରତିଜ୍ଞାବଦ୍ଧତା ମାଧ୍ୟମରେ ଭାରତ ଏହାର ନିରନ୍ତର ବିକାଶ ଲକ୍ଷ୍ୟକୁ ପୂରଣ କରୁଥିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକାଶ ପାଇଁ ସାଧାରଣ ଲୋକମାନଙ୍କ ଯୋଗଦାନ କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ଵ ପାଇଁ ଅଭିପ୍ରେତ | ସେଥିପାଇଁ କୁହାଯାଇଛି ସମସ୍ତଙ୍କ ସହିତ, ସମସ୍ତଙ୍କ ବିକାଶ ସମସ୍ତଙ୍କ ବିଶ୍ଵାସ |
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ତାମିଲ କବି କନିୟାନପୁଙ୍ଗୁନଡ୍ରନରଙ୍କ ଉକ୍ତି ଆମେ ସର୍ବତ୍ର ଏବଂ ସମସ୍ତହ୍କ ନିମନ୍ତେ କଥାକୁ ଉଲ୍ଲେଖ କରିଥିଲେ | ସ୍ଵାମୀ ବିବେକାନନ୍ଦଙ୍କ 1893ର ବିଶ୍ଵ ସଂସଦରେ ଶାନ୍ତି ଏବଂ ସୌହାର୍ଦ୍ଦ ତଥା ମହାତ୍ମା ଗାନ୍ଧିଙ୍କ ସତ୍ୟ ଏବଂ ଅହିଂସା ବାର୍ତ୍ତାର ଆଲୋକପାତ କରିଥିଲେ |
ପ୍ରଧାନମନ୍ତ୍ରୀ ଜାତିସଂଘ ଶାନ୍ତି ରକ୍ଷାକାରୀ ମିଶନରେ ଭାରତର ଏକକ ସର୍ବାଧିକ ସୈନ୍ୟ କାର୍ଯ୍ୟରତ ଥିବା ପ୍ରଧାନମନ୍ତ୍ରୀ କହିବା ସହିତ ଭାରତ ବିଶ୍ଵକୁ ଯୁଦ୍ଧ ନୁହେଁ ବରଂ ବୁଦ୍ଧଙ୍କ ଶାନ୍ତିର ସନ୍ଦେଶ ଦେଇଥିବା କହିଛନ୍ତି | ପ୍ରଧାନମନ୍ତ୍ରୀ କହିଥିଲେ ସନ୍ତ୍ରାସବାଦ ବିଶ୍ଵ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଯାହାକୁ ସମସ୍ତେ ମାନବିକତା ଦୃଷ୍ଟି କୋଣରୁ ଏକତ୍ର ମୁକାବିଲା କରିବା ଉଚିତ |
ନୂଆ ଜ୍ଞାନକୌଶଳ ସାମାଜିକ ଜୀବନ, ବ୍ୟକ୍ତିଗତ ଜୀବନ, ଅର୍ଥନୀତି, ସୁରକ୍ଷା, ସଂଯୋଗ ଏବଂ ଆନ୍ତର୍ଜାତୀକ ସଂପର୍କରେ ପରିବର୍ତ୍ତନ ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି |
ଆଲେଖ: ଅଶୋକ ମୁଖାର୍ଜୀ
ଭାବାନୁବାଦ: ରାମଚଂଦ୍ର ନାଥ

Comments
Post a Comment