Skip to main content

କାରବିୟନ ଏବଂ ପ୍ରଶାନ୍ତ ମହାସାଗର ଦ୍ୱୀପପୁଞ୍ଜ ସହିତ ଭାରତର ସଂପର୍କ ହେଇଛି ଅଧିକ ମଜବୁତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦ ବୈଠକ କାଳରେ କାରିକମ ସମୁହର 14 ଜଣ ନେତାଙ୍କ ସହିତ ଆଲୋଚନା କରିବା ସାଙ୍ଗକୁ କାରବିୟନ ରାଷ୍ଟ୍ରଗୁଡିକ ସହିତ ଭାରତର ସଂପର୍କ ଆହୁରି ମଜବୁତ ହୋଇଛି। ସେଣ୍ଟ ଲୁସିଆ ଏବଂ କାରିକମର ବର୍ତ୍ତମାନର ଅଧ୍ୟକ୍ଷ ଆଲେନ ଚାଷ୍ଟେନେଟଙ୍କ ସହିତ ବୈଠକରେ ସହ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଆଣ୍ଟିଗୁଆ ଏବଂ ଗ୍ରେନାଡିନ୍ସ, ତ୍ରିନିଦାଦ ଏବଂ ଟୋବାଗୋ, ଜାମାଇକା, ସେଣ୍ଟ କିଟ୍ସ ଏବଂ ନେଭିସ, ସେଣ୍ଟ ଲୁସିଆ, ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନାଡିନ୍ସର ସରକାରୀ ମୁଖ୍ୟ, ସୁରିନେମର ଉପ ରାଷ୍ଟ୍ରପତି, ବାହାମସ, ବେଲିଜ, ଗ୍ରେନେଡା, ହାଇତି ଏବଂ ଗୁୟାନାର ବୈଦେଶିକ ମନ୍ତ୍ରୀ ଯୋଗ ଦେଇଥିଲେ।

ପ୍ରଥମ ଥର ପାଇଁ କାରବିୟନର ନେତାମାନେ ଶ୍ରୀ ମୋଦିଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ଭାରତ ସହିତ ସେମାନଙ୍କ ଦେଶର ସଂପର୍କ ଅଧିକ ମଜବୁତ କରିବା ଉପରେ ଆଲୋକପାତ କରିଛନ୍ତି। ଭାରତ କାରବିୟନ ଦେଶଗୁଡିକ ସହିତ ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ସଂପର୍କକୁ ମଜବୁତ କରିବାକୁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛି। କାରବିୟନ ଦେଶମାନଙ୍କରେ ରହୁଥିବା ପ୍ରାୟ 10 ଲକ୍ଷରୁ ଉର୍ଦ୍ଧ ପ୍ରବାସୀ ଭାରତୀୟ ଏହି ସଂପର୍କର ସେତୁ ବନ୍ଧ ହୋଇଛନ୍ତି।

ଆଲୋଚନା କାଳରେ କାରବିୟନ ଦେଶମାନଙ୍କ ସହିତ ଆନୁଷ୍ଠାନିକ ଆଲୋଚନା ପ୍ରକ୍ରିୟା, ଅର୍ଥନୈତିକ ସହଯୋଗ, ବାଣିଜ୍ୟ ବ୍ୟବସାୟ ଏବଂ ପୁଞ୍ଜିନିବେଶ ବୃଦ୍ଧି ତଥା ଲୋକମାନଙ୍କ ମଧ୍ୟରେ ସଂପର୍କ ବୃଦ୍ଧିକୁ ଅଧିକ ସୁଦୃଢ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କାରବିୟନ ସହିତ ଦକ୍ଷତା ବୃଦ୍ଧି, ବିକାଶମୂଳକ ସହଯୋଗ ଏବଂ ଦୁର୍ବିପାକ ପରିଚାଳନା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି।ବାହମସରେ ହୋଇଥିବା ଘୂର୍ଣ୍ଣବାତ୍ୟା ଡୋରିଆନ ପରେ ଭାରତ 1 ମିଲିୟନ ଡଲାରର ଆର୍ଥିକ ସହାୟତା ତୁରନ୍ତ ଯୋଗାଇଥିଲା। ଏହାବ୍ୟତିତ କାରିକମରେ ଗୋଷ୍ଠି ଉନ୍ନୟନ ପ୍ରକଳ୍ପ ପାଇଁ 14 ମିଲିୟନ ଡଲାରର ଅନୁଦାନ ଘୋଷଣା କରିଛି ଏବଂ ଆଉ 150 ମିଲିୟନ ଡଲାର ସୌର ଶକ୍ତି, ଏବଂ ଜଳବାୟୁ ପରିବର୍ତ୍ତନ ପ୍ରକଳ୍ପ ପାଇଁ ଋଣ ଯୋଗାଇ ଦେଇଛି। ଭାରତଗୁୟାନାରେ ସୂଚନା ଜ୍ଞାନକୌଶଳ ପାଇଁ ଆଞ୍ଚଳିକ କେନ୍ଦ୍ର ଏବଂ ବେଲିଜରେ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବାକୁ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରସ୍ଥାବକୁ କାରିକମର ନେତାମାନେ ସ୍ବାଗତ କରିବା ସହିତ ସେମାନଙ୍କ ଦେଶ ଭାରତକୁ ସମର୍ଥନ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ବିକାଶଶୀଳ ରାଷ୍ଟ୍ର (PSIDS)ର ନେତାମାନେ ମଧ୍ୟ ଆଲୋଚନା କରିଛନ୍ତି। ଏହି ବୈଠକରେ ଫିଜି, କିରିବତି ସାଧାରଣତନ୍ତ୍ର, ମାର୍ସାଲ ଦ୍ୱୀପପୁଞ୍ଜ, ମାଇକ୍ରୋନେସିଆ, ନାଉରୁ ସାଧାରଣତନ୍ତ୍ର, ପଲାଉ ସାଧାରଣତନ୍ତ୍ର, ପପୁଆ ନିୟୁ ଗୁନିଆ, ସାମୋଆ, ସୋଲୋମନ ଦ୍ୱୀପପୁଞ୍ଜ, ତୋଙ୍ଗା, ତୁଭାଲୁ ଏବଂ ଭନୁଆତୁର ନେତାମାନେ ଉପସ୍ଥିତ ଥିଲେ। ଭାରତର ଆକ୍ଟ ଇଷ୍ଟ ନୀତି ଯୋଗୁଁ ପ୍ରଶାନ୍ତ ମହାସାଗରୀୟ ଦେଶମାନଙ୍କ ସହିତ ସଂପର୍କ ଅଧିକ ମଜବୁତ ହୋଇଛି ଯାହାଯୋଗୁଁ ଭାରତ ପ୍ରଶାନ୍ତ ମହାସାଗରୀୟ ସହଯୋଗ ଫୋରମ ସ୍ଥାପନ ହୋଇପାରିଛି। ଏହି ଫୋରମର ପ୍ରଥମ ବୈଠକ ଫିଜିରେ 2015ରେ ଏବଂ ଦ୍ୱୀତିୟ ବୈଠକ ଜୟପୁରରେ 2016ରେ ଅନୁଷ୍ଠିତ ହୋଇଥିଲା। ବୈଠକ କାଳରେ ପ୍ରଧାନମନ୍ତ୍ରୀ ପ୍ରଶାନ୍ତ ମହାସାଗରୀୟ ଦେଶମାନଙ୍କ ସହିତ ଭାରତ ନିକଟ ସହଯୋଗୀ ହେବାକୁ କହିଥିଲେ।

ନ୍ୟୁୟର୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ମହାସାଗରୀୟ ଦେଶର ନେତାମାନେ ବ୍ୟାପକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନବୀକରଣୀୟ ଶକ୍ତି, ଦକ୍ଷତା ବୃଦ୍ଧି, ଭାରତ- ଜାତିସଂଘ ବିକାଶ ଭାଗିଦାରୀ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବା ଏବଂ ଭବିଷ୍ୟତ ପାଇଁ କାର୍ଯ୍ୟସୂଚି ଉପରେ କାର୍ଯ୍ୟ କରିବା ଉପରେ ପ୍ରଶାନ୍ତ ମହାସାଗରୀୟ ଦେଶମାନେ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନେତାମାନଙ୍କ ସହ ବୈଠକ କାଳରେ ବିକାଶ ନୀତିର ଆବଶ୍ୟକତା ଉପରେ ଗୁରୁତ୍ବ ଦେବା ସହିତ ଅସାମାନତା ଦୂର କରି ଲୋକମାନଙ୍କ ଜୀବନ ଧାରଣର ମାନକୁ ଉନ୍ନତ କରିବା ଏବଂ କ୍ଷମତାପନ୍ନ କରିବା ଉପରେ ଆଲୋକପାତ କରିଥିଲେ। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ସମଭାବରେ ବଚନବଦ୍ଧ ଏବଂ ବିକାଶମୂଳକ ଲକ୍ଷ୍ୟକୁ ଜ୍ଞାନକୌଶଳ ସହାୟତାରେ ହାସଲ କରିବା ପାଇଁ ଶ୍ରୀ ମୋଦି କହିଥିଲେ।

ଜଳବାୟୁ ପରିବର୍ତ୍ତନର ବାସ୍ତବତାକୁ ହୃଦୟଙ୍ଗମ କରିବା ସହିତ ଏହାର ମୁକାବିଲାରେ ନବୀକରଣୀୟ ଶକ୍ତି ଉତ୍ସ ଅନେକାଂଶରେ ସହାୟକ ହେବବୋଲି ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଭାରତ 12 ମିଲିୟନ ଡଲାର ଅନୁଦାନ ଘୋଷଣା କରିଛି ଏହିସବୁ ଦେଶମାନଙ୍କରେ ବିକାଶମୂଳକ ପ୍ରକଳ୍ପଗୁଡିକ ପାଇଁ।

ଆଲେଖ: କୌଶିକ ରାୟ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...