Skip to main content

ଭାରତ-ନେପାଳ ପେଟ୍ରୋଲିୟମ ପାଇପଲାଇନ : ଦକ୍ଷିଣ ଏସିଆର ପ୍ରଥମ ସୀମା ପାର ପ୍ରକଳ୍ପ ଉଦଘାଟିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଭିଡିଓ କନଫରେନସିଙ୍ଗ ଜରିଆରେ ବିହାର ର ମୋତିହାରୀ ଓ ନେପାଳ ର ଅମଲେଖଗଞ୍ଜ ମଧ୍ୟରେ ଏକ ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନର ଶୁଭ ଉଦଘାଟନ କରିଛନ୍ତି | ଏହି ପାଇପଲାଇନ ର ଶୁଭ ଉଦଘାଟନ କରି ଭାରତ ଓ ନେପାଳ ସେମାନଙ୍କ ଦ୍ଵିପକ୍ଷୀୟ ସମ୍ପର୍କ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି | 69 କିଲୋମିଟର ଦୀର୍ଘତା ବିଶିଷ୍ଟ ପାଇପଲାଇନ ଭାରତ ପାର୍ଶ୍ଵରେ 32.7 କିଲୋମିଟର ରହିଥିବା ବେଳେ ନେପାଳ ପଟରେ 37.2 କିଲୋମିଟର ରହିଛି | ନେପାଳ ନାଗରିକ ମାନଙ୍କୁ ବର୍ଷକୁ ଦୁଇ ନିୟୁତ ଟନ ସ୍ବଚ୍ଛ ପେଟ୍ରୋଲିୟମ ଉତ୍ପାଦ ଅବିଶ୍ରାନ୍ତ ଭାବେ ଯୋଗାଇବାର ଏହାର ପୂର୍ଣ୍ଣ କ୍ଷମତା ରହିଛି |


ଏହାକୁ ଭାରତ ଓ ନେପାଳ ମଧ୍ୟରେ ଘନିଷ୍ଠ ଦ୍ଵିପକ୍ଷୀୟ ସମ୍ପର୍କ ର ପ୍ରତୀକ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋତିହାରୀ ଓ ଅମଲେଖଗଞ୍ଜ ପାଇପଲାଇନ ପ୍ରକଳ୍ପ ପରିବହନ ମୂଲ୍ୟ ହ୍ରାସ କରିବା ସହ ଅଞ୍ଚଳରେ ଶକ୍ତି ସୁରକ୍ଷା ବୃଦ୍ଧି କରିବାରେ ସହାୟକ ହେବ | ସେ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଉଚ୍ଚ ରାଜନୈତିକ ସ୍ତରୀୟ ନିୟମିତ କଥାବାର୍ତ୍ତା ଯୋଗୁଁ ଭାରତ-ନେପାଳ ଭାଗୀଦାରୀତାକୁ ପରିବ୍ୟାପ୍ତ କରିବା ଦିଗରେ ଏକ ଉପଯୁକ୍ତ ଏଜେଣ୍ଡା ପ୍ରସ୍ତୁତ ହୋଇପାରିଛି | ନୂଆଦିଲ୍ଲୀ ରୁ ଏହି ପ୍ରକଳ୍ପର ଉଦଘାଟନ କରି ଶ୍ରୀ ମୋଦୀ, ଏହାର ଉନ୍ନୟନମୂଳକ ପ୍ରୟାସରେ ହିମାଳୟ ଦେଶକୁ ସହାୟତା କରିବା ଲାଗି ଭାରତର ପ୍ରତିଶୃତିବଦ୍ଧତା ବିଷୟ ଦୋହୋରାଇ ଦୁଇ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କ ଆହୁରି ଦୃଢୀଭୂତ ହେବା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ହେବା ଜାରି ରହିବ ବୋଲି ବିଶ୍ଵାସ ପ୍ରକଟ କରିଛନ୍ତି |

କାଠମାଣ୍ଡୁ ରେ ଏହି ଅବସରରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଉଦବୋଧନ ଦେଇ ଏହି ପାଇପଲାଇନ ପ୍ରକଳ୍ପ ବାଣିଜ୍ୟ, ପରିବହନ ଓ ମୌଳିକଢାଞ୍ଚା କ୍ଷେତ୍ରରେ ସଂଯୋଗୀକରଣ ର ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ ବୋଲି ବର୍ଣ୍ଣନା କରିଛନ୍ତି |ସେ କହିଛନ୍ତି ଯେ ଏକ ଦୃଢ ରାଜନୈତିକ ପ୍ରତିଶୃତିବଦ୍ଧତା ସହ ଭାରତ ଓ ନେପାଳ ରେ ଏହାର ଲୋକମାନଙ୍କ ବିକାଶ, ସମୃଦ୍ଧି ଓ ଖୁସି ନେଇ ସମାନ ବିଚାରଧାରା ରହିଛି ଓ ଏହାକୁ ବାସ୍ତବତା ରେ ପରିଣତ କରିବା ଲାଗି ଉଭୟେ ସଙ୍କଳ୍ପବଦ୍ଧତା ଜାହିର କରିଛନ୍ତି | ନେପାଳବାସୀ ଙ୍କୁ ଏକ ଆଶ୍ଵସ୍ତି ପ୍ରଦାନ ସ୍ୱରୂପ ଶ୍ରୀ ଓଲି ନେପାଳ ରେ ପେଟ୍ରୋଲ ଓ ଡିଜେଲ ର ଦର ଲିଟର ପ୍ରତି ଦୁଇ ଟଙ୍କା ହ୍ରାସ କରିବା ବିଷୟ ଘୋଷଣା କରିଛନ୍ତି | ସେ କହିଛନ୍ତି ଯେ ଭାରତରୁ ନେପାଳକୁ ପାଇପଲାଇନ ଜରିଆରେ ତୈଳ ଯୋଗାଣ ଯୋଗୁଁ କେବଳ ତୈଳ ମୂଲ୍ୟ ହ୍ରାସ ହେବ ବା ସମୟ ବଞ୍ଚିବନାହିଁ ବରଂ ଏଥି ଯୋଗୁଁ ସଡକ ଯାତାୟାତ କମ ହେବ ଓ ପେଟ୍ରୋଲିୟମ ଉତ୍ପାଦକୁ ପରିବହନ କରୁଥିବା ଟ୍ୟାଙ୍କର ଦ୍ଵାରା ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ |

1973 ରୁ ନେପାଳ ଭାରତରୁ ଏହାର ଆବଶ୍ୟକୀୟ ତୈଳ ଉତ୍ପାଦ ଆମଦାନୀ କରୁଛି ଓ ତୈଳ ଉତ୍ପାଦ ପରିବହନ ଲାଗି ପାରମ୍ପରିକ ତୈଳ ଟ୍ୟାଙ୍କର ଗୁଡିକର ଉପଯୋଗ କରାଯାଉଛି | | ରାଷ୍ଟ୍ରାୟତ୍ତ କ୍ଷେତ୍ର ଭାରତୀୟ ତୈଳ ନିଗମ ବିହାର ରେ ଏହାର ବରୌନୀ ତୈଳ ବିଶୋଧାନାଗାର ଓ ରକ୍ସୋଲ ଡିପୋରୁ ଯୋଗାଣ ପାଇଁ ନେପାଳ ତୈଳ ନିଗମ ସହ 2017 ରେ 2022 ପର୍ଯ୍ୟନ୍ତ ଆଉ ପାଞ୍ଚ ବର୍ଷ ଅବଧି ଲାଗି ତୈଳ ଯୋଗାଣ ଜାରି ରଖିବା ପାଇଁ ଏକ ରାଜିନାମା ରେ ପୁନଃସ୍ବାକ୍ଷରିତ କରିଥିଲା |

1996 ରେ ପ୍ରଥମ ଥର ଲାଗି ପ୍ରସ୍ତାବିତ ମୋତିହାରୀ ଓ ଅମଲେଖଗଞ୍ଜ ପାଇପଲାଇନ ପ୍ରକଳ୍ପ ବହୁ ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇନପାରି ପଡି ରହିଥିବା ବେଳେ 2014 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେପାଳ ଗସ୍ତ ପରେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା | ଏହି କାର୍ଯ୍ୟ ଆରମ୍ଭ କରିବା ପାଇଁ ଦୁଇ ଦେଶର ପ୍ରମୁଖ ରାଷ୍ଟ୍ରାୟତ ତୈଳ କମ୍ପାନୀ, ଭାରତୀୟ ତୈଳ ନିଗମ ଲିମିଟେଡ ଓ ନେପାଳ ତୈଳ ନିଗମ ମଧ୍ୟରେ ସେପ୍ଟେମ୍ବର 2015 ରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା | ଗତ ବର୍ଷ ଅପ୍ରେଲ ମାସରେ ଶ୍ରୀ ଓଲିଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ଶ୍ରୀ ଓଲି ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରୁ ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ଏହି ପ୍ରକଳ୍ପ ର ଶିଳାନ୍ୟାସ କରାଯାଇଥିଲା |

ଏହି ପ୍ରକଳ୍ପର କାର୍ଯ୍ୟ 30 ମାସ ମଧ୍ୟରେ ସମ୍ପୁର୍ଣ୍ଣ କରିବାର ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଉଭୟ ପକ୍ଷର ଅଧିକାରୀ ମାନଙ୍କ ଅହରହ ପ୍ରୟାସ ଯୋଗୁଁ ନିର୍ଦ୍ଧାରିତ ସମୟର ଅଧା ସମୟରେ ହିଁ ପ୍ରସ୍ତୁତ ହୋଇସାରିଛି | ଯାହାକି ନେପାଳ ରେ କୌଣସି ଭାରତୀୟ ପ୍ରକଳ୍ପ କାର୍ଯ୍ୟକାରିତା ହେବାରେ ରେକର୍ଡ ସ୍ୱରୂପ | ଏହି ପ୍ରକଳ୍ପ କାର୍ଯ୍ୟ ରେକର୍ଡ ସମୟ ମଧ୍ୟରେ ଶେଷ ହୋଇଥିବାରୁ ନେପାଳ ରେ ଭାରତ ସହାୟତା ପ୍ରାପ୍ତ ପ୍ରକଳ୍ପ ଗୁଡିକ ବିଳମ୍ବରେ କାର୍ଯ୍ୟକ୍ଷମ ହେଉଛି ବୋଲି ବାରମ୍ବାର ଅଣାଯାଉଥିବା ଅଭିଯୋଗର ପରିସମାପ୍ତି ଘଟିଛି | ଜାରି ରହିଥିବା ପ୍ରକଳ୍ପ ଗୁଡିକ ନେଇ ସମୀକ୍ଷା କରିବା ଲାଗି ଦୁଇ ଦେଶର ଅଧିକାରୀ ମାନେ ନିୟମିତ ଭାବେ ଉଚ୍ଚସ୍ତରୀୟ ବୈଠକ ଗୁଡିକରେ ମିଳିତ ହେଉଛନ୍ତି | ଗତ ମାସ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଅଧ୍ୟକ୍ଷତା ରେ ଭାରତ-ନେପାଳ ଯୁଗ୍ମ କମିଶନ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ଦ୍ଵିପକ୍ଷୀୟ ସମ୍ପର୍କ ଉପରେ ସମୀକ୍ଷା କରାଯିବା ସହ ସହଯୋଗ ଲାଗି ନୂତନ କ୍ଷେତ୍ର ଚିହ୍ନଟ କରିବା ତଥା ଜାରି ରହିଥିବା ପ୍ରକଳ୍ପ ଗୁଡିକରେ କେତେ କଣ ପ୍ରଗତି ଘଟିଛି ସେ ନେଇ ବ୍ୟାପକ ସମୀକ୍ଷା କରାଯାଇଥିଲା | ଦୁଇ ପ୍ରଧାନମନ୍ତ୍ରୀ ସେମାନଙ୍କ ଦ୍ଵିପକ୍ଷୀୟ ସମ୍ପର୍କର ପ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି | 2015 ରେ ଅନୁଭୂତ ପ୍ରଳୟଙ୍କାରୀ ଭୂମିକମ୍ପରେ କ୍ଷ୍ୟତିଗ୍ରସ୍ତ ଲୋକମାନଙ୍କ ପାଇଁ ଭାରତ ସହାୟତାରେ 50,000 ଘର ନିର୍ମାଣ କରାଯାଇଥିବାରୁ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଓଲି ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ମୂଳ ଲେଖା : ରତନ ସାଲଡି, ରାଜନୈତିକ ଭାଷ୍ୟକାର

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...