Skip to main content

ସନ୍ତ୍ରାସବାଦ ଉପରେ ଫିନଲ୍ୟାଣ୍ତକୁ ନିଜର ଆଭିମୁଖ୍ୟ ଜଣାଇଲା ଭାରତ

ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଏକ ତିନି ଦିନିଆ ଗସ୍ତରେ ଫିନଲ୍ୟାଣ୍ତ ଯାଇଥିଲେ। ମନ୍ତ୍ରୀ ହେବା ପରେ ଏହା ସେହି ଦେଶକୁ ତାଙ୍କର ଥିଲା ପ୍ରଥମ ଗସ୍ତ। ଯଦିଓ 1950 ମସିହା ପରଠାରୁ ଫିନଲ୍ୟାଣ୍ତ ସହିତ ଭାରତର ଉତ୍ତମ ସଂପର୍କ ରହିଆସିଛି । ଫିନଲ୍ୟାଣ୍ତ ଏବେ ୟୁରୋପୀୟ ସଂଘର ଅଧ୍ୟକ୍ଷ ଥିବାରୁ ସନ୍ତ୍ରାସବାଦର ନିନ୍ଦା ପାଇଁ ଆନ୍ତର୍ଜାତୀୟ ସ୍ତରରେ ଭାରତ ସମର୍ଥନ ଲୋଡୁଥିବାରୁ ଏହି ଗସ୍ତ ଅଧିକ ଗୁରୁତ୍ବପୂର୍ଣ୍ଣ କୁହାଯାଇ ପାରେ।

ଶ୍ରୀ ଜୟଶଙ୍କର ଫିନଲ୍ୟାଣ୍ତର ତୁଙ୍ଗ ନେତାମାନଙ୍କ ସହ ସୀମାପାର ସନ୍ତ୍ରାସବାଦ ଉପରେ ଟିକନିଖ ଆଲୋଚନା କରିଛନ୍ତି । ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପାକିସ୍ତାନ ଅନେକ ମନଗଢା କାହାଣୀ ସୃଷ୍ଟି କରୁଥିବା ବେଳେ ଏହି ଆଲୋଚନା ହୋଇଛି। ଭାରତର ବୈଦେଶିକ ମନ୍ତ୍ରୀ ଫିନଲ୍ୟାଣ୍ତର ପ୍ରଧାନମନ୍ତ୍ରୀ ଆନ୍ତି ରିନେ ଏବଂ ତାଙ୍କ ପ୍ରତିପକ୍ଷ ପେକ୍କା ହାଭିଷ୍ଟୋଙ୍କ ସହିତ ଦ୍ୱିପକ୍ଷୀୟ ସଂପର୍କ ଉପରେ ଆଲୋଚନା କରିଛନ୍ତି। ସବୁଜ ଜ୍ଞାନକୌଶଳ ଉପରେ ବିଶେଷ ପ୍ରାଧାନ୍ୟ ଦେଇ ଦ୍ୱିପକ୍ଷୀୟ ସଂପର୍କର ସମୀକ୍ଷା ମଧ୍ୟ କରାଯାଇଛି।

ଭାରତ ଏବଂ ବିଶ୍ୱ ବିଷୟ ଉପରେ ଫିନିସ ଆନ୍ତର୍ଜାତୀୟ ବ୍ୟାପାର ପ୍ରତିଷ୍ଠାନରେ ଉଦବୋଧନ ଦେଇ ଶ୍ରୀ ଜୟଶଙ୍କର ଭାରତ ଏବଂ ଫିନଲ୍ୟାଣ୍ତ ମଧ୍ୟରେ ଥିବା ସଂପର୍କର ପ୍ରଗାଢତା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ଏବେ ଜ୍ଞାନଭିତ୍ତିକ ଅର୍ଥନୀତି ଉପରେ ଗୁରୁତ୍ବ ଦେଉଥିବାବେଳେ ଆପୋଷ ସ୍ବାର୍ଥ ବିଜଡିତ ଦୀର୍ଘଗାମୀ ପନ୍ଥା ଗ୍ରହଣକୁ ସୁଦୃଢ କରିବା ଉପରେ ସେ ଧ୍ୟାନ ଆକର୍ଷଣ କରିଥିଲେ। ଶ୍ରୀ ଜୟଶଙ୍କର ଦୃଢ ଭାବେ କହିଥିଲେ ଯେ ଜମ୍ମୁ କଶ୍ମୀରର ବିଶେଷ ଅଧିକାର ଉଚ୍ଛେଦ କରାଯିବା ପଛରେ ସେଠାରେ ଉତ୍ତମ ଶାସନ ଏବଂ ବିକାଶ ଉଦ୍ଧେଶ୍ୟ ନିହିତ ଅଛି। ଜାତୀୟ ସୁରକ୍ଷା ଉପରେ ସେ କହିଥିଲେ ଯେ ସୀମାପାର ସନ୍ତ୍ରାସବାଦ ଭାରତ ପାଇଁ ଚ୍ୟାଲେଞ୍ଜ ଭାବେ ଉଭାହୋଇଛି ଏବଂ ସନ୍ତ୍ରାସବାଦ ଯୋଗୁଁ ବିଗତ ତିନି ଦଶନ୍ଧି ମଧ୍ୟରେ ପ୍ରାୟ 40 ହଜାର ଭାରତୀୟଙ୍କ ପ୍ରାଣହାନୀ ଘଟିଲାଣି।

ବିଶ୍ୱ ସନ୍ତ୍ରାସବାଦ ଉପରେ ଶ୍ରୀ ଜୟଶଙ୍କର କହିଛନ୍ତି ଯେ ଭାରତ ସନ୍ତ୍ରାସବାଦି ଆକ୍ରମଣର ଅନେକ ଶିକାର ହୋଇଚି ଏବଂ ବିଶ୍ୱର ବିଭିନ୍ନ ଭାଗରେ ସନ୍ତ୍ରାସବାଦ ଆକ୍ରମଣ ଘଟୁଛି। ଏଣୁ ସନ୍ତ୍ରାସବାଦକୁ ନିନ୍ଦା କରିବା ପାଇଁ ବିଶ୍ୱ ସ୍ତରରେ ଦୃଢ ସ୍ୱରର ଆବଶ୍ୟକତା ରହିଛି। ଆଫଗାନିସ୍ଥାନର ଭବିଷ୍ୟତକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ଏହା ବ୍ୟତିତ ଉପସାଗରୀୟ ଅଞ୍ଚଳର ସ୍ଥିରତା ମଧ୍ୟ ବାରତ ଚାହେଁ ବୋଲି ସେ କହିଥିଲେ।

ବିଶ୍ୱର ଶକ୍ତିଶାଳି ରାଷ୍ଟ୍ରମାନଙ୍କ ସହିତ ସଂପର୍କକୁ ନେଇ ଶ୍ରୀ ଜୟଶଙ୍କର କହିଥିଲେ ଯେ ଭାରତ ଏହିସବୁ ଦେଶମାନଙ୍କ ସହିତ ଉତ୍ତମ ସଂପର୍କ ବଜାୟ ରଖିବା ଉପରେ ଗୁରୁତ୍ବ ଦେଇଆସୁଛି। ଭାରତ ବୈଦେଶିକ ବ୍ୟାପାରରେ ନିଜର ପ୍ରତିଶ୍ରୁତିବଦ୍ଧତା ତଥା ଏହାର ବିବିଧତାରେ ଏକତାର ମନ୍ତ୍ର ଉପରେ ଗୁରୁତ୍ବ ଦେଇଥାଏ ଏବଂ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ରାଜନୀତିର ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଭାରତ ଲୋକାଭିମୁଖି ବିକାଶ ଉପରେ ଗୁରୁତ୍ବ ଦେଉଥିବା ସେ କହିଛନ୍ତି।

ଡକ୍ଟର ଜୟଶଙ୍କର ଫିନଲ୍ୟାଣ୍ତର ପ୍ରଥମ ଉପ ବାଚସ୍ପତି ତୁଲୁ ହାତାଇନେନ ଏବଂ ଫିନଲ୍ୟାଣ୍ତ ପାର୍ଲାମେଣ୍ଟର ବୈଦେଶିକ ବ୍ୟାପାର କମିଟି ସହିତ ଫଳପ୍ରଦ ଆଲୋଚନା କରିଛନ୍ତି। ସେ ରାଷ୍ଟ୍ରପତି ସାଉଲି ନିନିଷ୍ଟୋଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଜୟଶଙ୍କର ମହାତ୍ମା ଗାନ୍ଧିଙ୍କ 150ତମ ଜୟନ୍ତି ପାଳନ ଉପଲକ୍ଷେ ତାଙ୍କର ଏକ ପ୍ରତିମୂର୍ତ୍ତି ସେଠାରେ ଉନ୍ମୋଚନ କରିଛନ୍ତି।

କଶ୍ମୀର ଭାରତର ଆଭ୍ୟନ୍ତରିଣ ମାମଲା ବୋଲି ଭାରତର ଆଭିମୁଖ୍ୟକୁ ଆନ୍ତର୍ଜାତୀୟ ସମର୍ଥନ ମିଳିଛି। ଭାରତ ଏ ସଂପର୍କରେ ଆମେରିକା, ବ୍ରିଟେନ ଏବଂ ରୁ, ପରି ଦେଶମାନଙ୍କ ସହ ଆଲୋଚନା କରି ସକାରତ୍ମକ ସମର୍ଥନ ପାଇଛି। ଶ୍ରୀ ଜୟଶଙ୍କରଙ୍କ ଉଦବୋଧନର ସାରମର୍ମ ହେଉଛି ଯେ ଭାରତ କଶ୍ମୀର ପ୍ରତି ରଖିଥିବା ଆଭିମୁଖ୍ୟ ସ୍ପଷ୍ଟ କରିଛି ଏବଂ ସନ୍ତ୍ରାସବାଦର ଚରାଭୂଇଁ ପାଇଁ ପାକିସ୍ତାନକୁ ସାମଗ୍ରୀକ ଭାବେ ନିନ୍ଦା କରିବାର ଆବଶ୍ୟକତା ରହିଛି। କଶ୍ମୀର ପ୍ରସଙ୍ଗ ଉପରେ ୟୁରୋପୀୟ ସଂଘ ଦୃଷ୍ଟି ରଖିଥିବା କାରଣରୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଏହି ଗସ୍ତର ଗୁରୁତ୍ବ ବଢିଯାଇଛି।

ଆଲେଖ: ସଂଘମିତ୍ରା ଶର୍ମା

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...