Skip to main content

ବୈଷୟିକ ବିପ୍ଳବ ଦିଗରେ ଭାରତର ନୀତି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଙ୍ଗାରକାମ୍ଳ ବିହୀନ ଶକ୍ତି ବିକାଶ ପାଇଁ ଭାରତର ପ୍ରସ୍ତୁତିକୁ ବର୍ଣ୍ଣନା କରିଛନ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଦେଶକୁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବରେ ଆକଳନ କରିଛନ୍ତି ।

ଅକ୍ଷୟ ଶକ୍ତି, RE-INVEST 2020 ଉପରେ ବିଶ୍ବସ୍ତରୀୟ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଶକ୍ତି ଭଣ୍ଡାରରେ ଅକ୍ଷୟ ଶକ୍ତିର ଅଂଶ ବଢ଼ାଇବାରେ ଭାରତର ଅଗ୍ରଗତି ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି ।

ବିଗତ ଛଅ ବର୍ଷ ମଧ୍ୟରେ ଭାରତ ଏକ ଅନନ୍ୟ ଯାତ୍ରା କରିଛି । ଆମେ ଆମର କ୍ଷମତା ଏବଂ ନେଟୱାର୍କକୁ ପ୍ରସାରିତ କରୁଛୁ ଯେପରି ଭାରତର ପ୍ରତ୍ୟେକ ନାଗରିକ ତାଙ୍କର ପୂର୍ଣ୍ଣ ସାମର୍ଥ୍ୟର ଉପଯୋଗ ପାଇଁ ବିଦ୍ୟୁତ୍ ସୁବିଧା ପାଇପାରିବେ । ଏଥି ସହିତ, ଆମେ ଅକ୍ଷୟ ଉତ୍ସ ମାଧ୍ୟମରେ ଶକ୍ତି ଉତ୍ପାଦନକୁ କ୍ଷୀପ୍ରଗତିରେ ଆଗେଇ ନେଉଛୁ ବୋଲି ଶ୍ରୀ ମୋଦୀ ତାଙ୍କ ଭର୍ଚୁଆଲ୍ ଉଦ୍‌ବୋଧନରେ କହିଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ନେଦରଲ୍ୟାଣ୍ଡର ପ୍ରିମିୟର ମାର୍କ ରୁଟେ ମଧ୍ୟ ଥିଲେ।

ଭର୍ଚୁଆଲ ପ୍ଲାଟଫର୍ମରେ ତିନି ଦିନିଆ କାର୍ଯ୍ୟକ୍ରମ “ସ୍ଥାୟୀ ଶକ୍ତି ପରିବର୍ତ୍ତନ ପାଇଁ ନ​‌େ​‌ବାନ୍ମେଷ” ର ଲକ୍ଷ୍ୟ ହେଉଛି ନବୀକରଣ ଯୋଗ୍ୟ ଶକ୍ତିର ବିକାଶ ଏବଂ ନିୟୋଜନକୁ ବ୍ୟାପକ କରିବା ଏବଂ ବିଶ୍ୱ ପୁଞ୍ଜି ବିନିଯୋଗ ସମ୍ପ୍ରଦାୟକୁ ଭାରତୀୟ ଶକ୍ତି ହିତାଧିକାରୀଙ୍କ ସହିତ ଯୋଡ଼ିବା ।

ବିଶ୍ୱସ୍ତରୀୟ ସମ୍ମିଳନୀରେ ଭବିଷ୍ୟତର ଶକ୍ତି ଆବଶ୍ୟକତା ଏବଂ ଉତ୍ପାଦକତା, ବିକାଶକାରୀ ନିବେଶକ ଏବଂ ଉଦ୍ଭାବକମାନଙ୍କର ଏକ ପ୍ରଦର୍ଶନୀ ପ୍ରଦର୍ଶିତ ହେବ । ଭର୍ଚୁଆଲ୍ ସମ୍ମିଳନୀରେ ପ୍ରାୟ 75 ଟି ଆନ୍ତର୍ଜାତୀୟ ମନ୍ତ୍ରୀ ପ୍ରତିନିଧୀ, 1000 ରୁ ଅଧିକ ବିଶ୍ବସ୍ତରୀୟ ନେତା ଏବଂ 50,000 ପ୍ରତିନିଧୀ ଅଂଶଗ୍ରହଣ କରୁଛନ୍ତି ।

ଭାରତ ଆଜି ବିଶ୍ବର ଚତୁର୍ଥ ବୃହତ୍ତମ ଅକ୍ଷୟ ଶକ୍ତି କ୍ଷମତା ରଖିଛି, ଯାହା ସମସ୍ତ ପ୍ରମୁଖ ଦେଶ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା 136 ଗିଗା ୱାଟର ଉତ୍ପାଦନ ରେକର୍ଡ କରିଛି, ଯାହା ସମୁଦାୟ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତାର ପ୍ରାୟ 36 ପ୍ରତିଶତ ରହିଛି । 2020 ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା 220 ଗିଗା ୱାଟକୁ ବୃଦ୍ଧି ପାଇବା ଆଶା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ଭାରତରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଗ୍ରଗତି ହେଉଛି ଜଳବାୟୁ ପରିବର୍ତ୍ତନ ବିରୋଧରେ ଭାରତର ପ୍ରତିବଦ୍ଧତା ଏବଂ ବିଶ୍ୱାସର ପ୍ରତିଫଳନ ।

ବର୍ତ୍ତମାନ ଆମର ନିବେଶ ଏବଂ କାର୍ଯ୍ୟଶୈଳୀ ଖର୍ଚ୍ଚ ହ୍ରାସ ଘଟାଇଛି । ଆମେ ବିଶ୍ବକୁ ଦେଖାଉଛୁ ଯେ ପରିବେଶ ନୀତିଗୁଡିକରେ ଉନ୍ନତି ମଧ୍ୟ ଅର୍ଥନୀତିରେ ଉନ୍ନତି ଘଟାଇପାରେ । 2 ଡିଗ୍ରୀ ପାଳନ ଲକ୍ଷ୍ୟ ହାସଲ କରିବାକୁ ଆଜି ଭାରତ ଖୁବ୍ କମ୍ ଦେଶ ମଧ୍ୟରେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତର ନୀତି ବୈଷୟିକ ବିପ୍ଳବ ସହ ରହିଛି ବୋଲି ବିଶ୍ୱ ନିବେଶକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେଇ କହିଛନ୍ତି ।

ନବୀକରଣଯୋଗ୍ୟ କ୍ଷେତ୍ରରେ ଭାରତକୁ ପସନ୍ଦର ପୁଞ୍ଜି ବିନିଯୋଗ ଲକ୍ଷ୍ୟ ଭାବରେ ପ୍ରୋତ୍ସାହିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଗତ ଛଅ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ପ୍ରାୟ 64 ବିଲିୟନ ଆମେରିକୀୟ ଡଲାର ପୁଞ୍ଜି ବିନିଯୋଗ କରାଯାଇଛି ।

ଶକ୍ତି ବିବର୍ତ୍ତନ ହାସଲ କରିବାକୁ ଭାରତ ଲକ୍ଷ୍ୟ ରଖିଛି, ଯାହା ଚାଷଜମିକୁ ଜଳସେଚନ ପାଇଁ ସୌର ଶକ୍ତି ଯୋଗାଇବା ଲକ୍ଷ୍ୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭାରତର ଉଦାରବାଦୀ ବ୍ୟବସ୍ଥା ବିଦେଶୀ ନିବେଶକମାନଙ୍କୁ ସ୍ବାଧୀନ ଭାବରେ ବିନିଯୋଗ କରିବାକୁ କିମ୍ବା ଅକ୍ଷୟ ଶକ୍ତି ଆଧାରିତ ଶକ୍ତି ଉତ୍ପାଦନ ପ୍ରକଳ୍ପ ସ୍ଥାପନ ପାଇଁ ସ୍ଥାନୀୟ ଅଂଶୀଦାରଙ୍କ ସହ ସହଯୋଗ କରିବାକୁ ସୁଯୋଗ ପ୍ରଦାନ କରିବ ।

ନୂତନ ନୀତି ପ୍ରଣାଳୀରେ ଏକ ବିସ୍ତୃତ ଜାତୀୟ ହାଇଡ୍ରୋଜେନ ଶକ୍ତି ମିଶନ ଅନ୍ତର୍ଭୁକ୍ତ । ଏଥିରେ ଉଦଜାନ ଏବଂ ଅମ୍ଳଜାନ ପରମାଣୁ ମିଶାଇ ହାଇଡ୍ରୋଜେନ ଇନ୍ଧନ ସୃଷ୍ଟି ହୁଏ । ବିଦ୍ୟୁତ୍, ଜଳ ଏବଂ ଅଳ୍ପ ପରିମାଣର ଉତ୍ତାପ ଉତ୍ପାଦନ ପାଇଁ ବ୍ୟାଟେରୀ ପରି ଏକ ଇଲେକ୍ଟ୍ରୋକେମିକାଲ୍ କୋଷରେ ହାଇଡ୍ରୋଜେନ୍ ଅମ୍ଳଜାନ ସହିତ ପ୍ରତିକ୍ରିୟା କରେ । ହାଇଡ୍ରୋଜେନ୍ ଇନ୍ଧନ କୋଷଗୁଡ଼ିକୁ ପରିବହନ ଏବଂ ଶକ୍ତିର ଜରୁରୀକାଳୀନ ବ୍ୟାକଅପ୍ ପରି ବିଭିନ୍ନ ଭାବରେ ବ୍ୟବହାର କରିହେବ ।

ନିବେଶକମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଭାରତରେ ଅକ୍ଷୟ ଶକ୍ତି ପାଇଁ ବହୁତ ଚାହିଦା ରହିଛି ଏବଂ ଏହା ବାର୍ଷିକ ପ୍ରାୟ 20 ବିଲିୟନ ଆମେରିକୀୟ ଡଲାରର ବ୍ୟାବସାୟିକ ଆଶା ସୃଷ୍ଟି କରିବ । ଘରୋଇ ଭାବରେ ଉତ୍ପାଦିତ ସୌର କୋଷ ଏବଂ ମଡ୍ୟୁଲଗୁଡିକ ପାଇଁ ଭାରତର ଚାହିଦା ଆସନ୍ତା ତିନି ବର୍ଷ ମଧ୍ୟରେ 36 ଗିଗା ୱାଟ ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି ।

ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇରେ ବିଶ୍ବସ୍ତରରେ ଜଣେ ସକ୍ରିୟ ଅଂଶଗ୍ରହଣକାରୀ ହୋଇଥିବାରୁ ଭାରତ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ ଯଥେଷ୍ଟ ଅଗ୍ରଗତି କରିଛି ।

ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ମୋଟ ଶକ୍ତି ଏବଂ ନିର୍ଗମନ ତୀବ୍ରତା 20 ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଆଜି ଦେଶରେ ମୁଣ୍ଡପିଛା ନିର୍ଗମନ ହେଉଛି 1.6 ଟନ୍ କାର୍ବନ ଡାଇଅକ୍ସାଇଡ୍, ଯାହା ବିଶ୍ବର ହାରାହାରି 4.4 ଟନ୍ଠାରୁ ବହୁତ କମ୍ ରହିଛି । ଯଦିଓ ଧାର୍ଯ୍ୟ ସ୍ତର ଅନୁଯାୟୀ ଭାରତ​‌େ​‌ର ଜିଡିପିର ନିର୍ଗମନ ତୀବ୍ରତା ହ୍ରାସ ପାଇଛି, ସ୍ୱଳ୍ପ ଅଙ୍ଗାରକାମ୍ଳ ବିଦ୍ୟୁତ୍ ଯୋଗାଣ ଦିଗରେ ଅଗ୍ରଗତି ଏକ ଆହ୍ବାନ ହୋଇ ରହିଛି ।

ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଅନୁଯାୟୀ 2040 ସୁଦ୍ଧା ଭାରତର ଶକ୍ତି ଚାହିଦା ଦ୍ୱିଗୁଣିତ ହୋଇପାରେ । ଯଦି ଦେଶ ଶକ୍ତି ଦକ୍ଷତା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ନକରେ, ତେବେ ଭାରତକୁ ଶକ୍ତି ଉତ୍ପାଦନ କ୍ଷମତା ପାଇଁ ବିପୁଳ ପୁଞ୍ଜି ବିନିଯୋଗ କରିବାକୁ ପଡିବ । ପାରମ୍ପାରିକ ବିଦ୍ୟୁତ୍ ଉତ୍ପାଦନ ସ୍ଥାନରେ ଶକ୍ତି ଦକ୍ଷତାର ସ୍ତର ବଢା଼ଇ ଭାରତ 2040 ସୁଦ୍ଧା ପ୍ରତିବର୍ଷ ଶକ୍ତି ଆମଦାନୀରେ ପ୍ରାୟ 190 ବିଲିୟନ ଆମେରିକୀୟ ଡଲାର ସଞ୍ଚୟ କରିପାରିବ ।

ମୂଳ ଲେଖା : ଏନ୍‌ ଭଦ୍ରନ ନାୟାର, କାର୍ଯ୍ୟନିର୍ବାହୀ ସମ୍ପାଦକ, ଭାରତୀୟ ବିଜ୍ଞାନ ଜର୍ଣ୍ଣାଲ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...