Skip to main content

ବୈଷୟିକ ବିପ୍ଳବ ଦିଗରେ ଭାରତର ନୀତି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଙ୍ଗାରକାମ୍ଳ ବିହୀନ ଶକ୍ତି ବିକାଶ ପାଇଁ ଭାରତର ପ୍ରସ୍ତୁତିକୁ ବର୍ଣ୍ଣନା କରିଛନ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଦେଶକୁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବରେ ଆକଳନ କରିଛନ୍ତି ।

ଅକ୍ଷୟ ଶକ୍ତି, RE-INVEST 2020 ଉପରେ ବିଶ୍ବସ୍ତରୀୟ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଶକ୍ତି ଭଣ୍ଡାରରେ ଅକ୍ଷୟ ଶକ୍ତିର ଅଂଶ ବଢ଼ାଇବାରେ ଭାରତର ଅଗ୍ରଗତି ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି ।

ବିଗତ ଛଅ ବର୍ଷ ମଧ୍ୟରେ ଭାରତ ଏକ ଅନନ୍ୟ ଯାତ୍ରା କରିଛି । ଆମେ ଆମର କ୍ଷମତା ଏବଂ ନେଟୱାର୍କକୁ ପ୍ରସାରିତ କରୁଛୁ ଯେପରି ଭାରତର ପ୍ରତ୍ୟେକ ନାଗରିକ ତାଙ୍କର ପୂର୍ଣ୍ଣ ସାମର୍ଥ୍ୟର ଉପଯୋଗ ପାଇଁ ବିଦ୍ୟୁତ୍ ସୁବିଧା ପାଇପାରିବେ । ଏଥି ସହିତ, ଆମେ ଅକ୍ଷୟ ଉତ୍ସ ମାଧ୍ୟମରେ ଶକ୍ତି ଉତ୍ପାଦନକୁ କ୍ଷୀପ୍ରଗତିରେ ଆଗେଇ ନେଉଛୁ ବୋଲି ଶ୍ରୀ ମୋଦୀ ତାଙ୍କ ଭର୍ଚୁଆଲ୍ ଉଦ୍‌ବୋଧନରେ କହିଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ନେଦରଲ୍ୟାଣ୍ଡର ପ୍ରିମିୟର ମାର୍କ ରୁଟେ ମଧ୍ୟ ଥିଲେ।

ଭର୍ଚୁଆଲ ପ୍ଲାଟଫର୍ମରେ ତିନି ଦିନିଆ କାର୍ଯ୍ୟକ୍ରମ “ସ୍ଥାୟୀ ଶକ୍ତି ପରିବର୍ତ୍ତନ ପାଇଁ ନ​‌େ​‌ବାନ୍ମେଷ” ର ଲକ୍ଷ୍ୟ ହେଉଛି ନବୀକରଣ ଯୋଗ୍ୟ ଶକ୍ତିର ବିକାଶ ଏବଂ ନିୟୋଜନକୁ ବ୍ୟାପକ କରିବା ଏବଂ ବିଶ୍ୱ ପୁଞ୍ଜି ବିନିଯୋଗ ସମ୍ପ୍ରଦାୟକୁ ଭାରତୀୟ ଶକ୍ତି ହିତାଧିକାରୀଙ୍କ ସହିତ ଯୋଡ଼ିବା ।

ବିଶ୍ୱସ୍ତରୀୟ ସମ୍ମିଳନୀରେ ଭବିଷ୍ୟତର ଶକ୍ତି ଆବଶ୍ୟକତା ଏବଂ ଉତ୍ପାଦକତା, ବିକାଶକାରୀ ନିବେଶକ ଏବଂ ଉଦ୍ଭାବକମାନଙ୍କର ଏକ ପ୍ରଦର୍ଶନୀ ପ୍ରଦର୍ଶିତ ହେବ । ଭର୍ଚୁଆଲ୍ ସମ୍ମିଳନୀରେ ପ୍ରାୟ 75 ଟି ଆନ୍ତର୍ଜାତୀୟ ମନ୍ତ୍ରୀ ପ୍ରତିନିଧୀ, 1000 ରୁ ଅଧିକ ବିଶ୍ବସ୍ତରୀୟ ନେତା ଏବଂ 50,000 ପ୍ରତିନିଧୀ ଅଂଶଗ୍ରହଣ କରୁଛନ୍ତି ।

ଭାରତ ଆଜି ବିଶ୍ବର ଚତୁର୍ଥ ବୃହତ୍ତମ ଅକ୍ଷୟ ଶକ୍ତି କ୍ଷମତା ରଖିଛି, ଯାହା ସମସ୍ତ ପ୍ରମୁଖ ଦେଶ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା 136 ଗିଗା ୱାଟର ଉତ୍ପାଦନ ରେକର୍ଡ କରିଛି, ଯାହା ସମୁଦାୟ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତାର ପ୍ରାୟ 36 ପ୍ରତିଶତ ରହିଛି । 2020 ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା 220 ଗିଗା ୱାଟକୁ ବୃଦ୍ଧି ପାଇବା ଆଶା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ଭାରତରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଗ୍ରଗତି ହେଉଛି ଜଳବାୟୁ ପରିବର୍ତ୍ତନ ବିରୋଧରେ ଭାରତର ପ୍ରତିବଦ୍ଧତା ଏବଂ ବିଶ୍ୱାସର ପ୍ରତିଫଳନ ।

ବର୍ତ୍ତମାନ ଆମର ନିବେଶ ଏବଂ କାର୍ଯ୍ୟଶୈଳୀ ଖର୍ଚ୍ଚ ହ୍ରାସ ଘଟାଇଛି । ଆମେ ବିଶ୍ବକୁ ଦେଖାଉଛୁ ଯେ ପରିବେଶ ନୀତିଗୁଡିକରେ ଉନ୍ନତି ମଧ୍ୟ ଅର୍ଥନୀତିରେ ଉନ୍ନତି ଘଟାଇପାରେ । 2 ଡିଗ୍ରୀ ପାଳନ ଲକ୍ଷ୍ୟ ହାସଲ କରିବାକୁ ଆଜି ଭାରତ ଖୁବ୍ କମ୍ ଦେଶ ମଧ୍ୟରେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତର ନୀତି ବୈଷୟିକ ବିପ୍ଳବ ସହ ରହିଛି ବୋଲି ବିଶ୍ୱ ନିବେଶକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେଇ କହିଛନ୍ତି ।

ନବୀକରଣଯୋଗ୍ୟ କ୍ଷେତ୍ରରେ ଭାରତକୁ ପସନ୍ଦର ପୁଞ୍ଜି ବିନିଯୋଗ ଲକ୍ଷ୍ୟ ଭାବରେ ପ୍ରୋତ୍ସାହିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଗତ ଛଅ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ପ୍ରାୟ 64 ବିଲିୟନ ଆମେରିକୀୟ ଡଲାର ପୁଞ୍ଜି ବିନିଯୋଗ କରାଯାଇଛି ।

ଶକ୍ତି ବିବର୍ତ୍ତନ ହାସଲ କରିବାକୁ ଭାରତ ଲକ୍ଷ୍ୟ ରଖିଛି, ଯାହା ଚାଷଜମିକୁ ଜଳସେଚନ ପାଇଁ ସୌର ଶକ୍ତି ଯୋଗାଇବା ଲକ୍ଷ୍ୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭାରତର ଉଦାରବାଦୀ ବ୍ୟବସ୍ଥା ବିଦେଶୀ ନିବେଶକମାନଙ୍କୁ ସ୍ବାଧୀନ ଭାବରେ ବିନିଯୋଗ କରିବାକୁ କିମ୍ବା ଅକ୍ଷୟ ଶକ୍ତି ଆଧାରିତ ଶକ୍ତି ଉତ୍ପାଦନ ପ୍ରକଳ୍ପ ସ୍ଥାପନ ପାଇଁ ସ୍ଥାନୀୟ ଅଂଶୀଦାରଙ୍କ ସହ ସହଯୋଗ କରିବାକୁ ସୁଯୋଗ ପ୍ରଦାନ କରିବ ।

ନୂତନ ନୀତି ପ୍ରଣାଳୀରେ ଏକ ବିସ୍ତୃତ ଜାତୀୟ ହାଇଡ୍ରୋଜେନ ଶକ୍ତି ମିଶନ ଅନ୍ତର୍ଭୁକ୍ତ । ଏଥିରେ ଉଦଜାନ ଏବଂ ଅମ୍ଳଜାନ ପରମାଣୁ ମିଶାଇ ହାଇଡ୍ରୋଜେନ ଇନ୍ଧନ ସୃଷ୍ଟି ହୁଏ । ବିଦ୍ୟୁତ୍, ଜଳ ଏବଂ ଅଳ୍ପ ପରିମାଣର ଉତ୍ତାପ ଉତ୍ପାଦନ ପାଇଁ ବ୍ୟାଟେରୀ ପରି ଏକ ଇଲେକ୍ଟ୍ରୋକେମିକାଲ୍ କୋଷରେ ହାଇଡ୍ରୋଜେନ୍ ଅମ୍ଳଜାନ ସହିତ ପ୍ରତିକ୍ରିୟା କରେ । ହାଇଡ୍ରୋଜେନ୍ ଇନ୍ଧନ କୋଷଗୁଡ଼ିକୁ ପରିବହନ ଏବଂ ଶକ୍ତିର ଜରୁରୀକାଳୀନ ବ୍ୟାକଅପ୍ ପରି ବିଭିନ୍ନ ଭାବରେ ବ୍ୟବହାର କରିହେବ ।

ନିବେଶକମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଭାରତରେ ଅକ୍ଷୟ ଶକ୍ତି ପାଇଁ ବହୁତ ଚାହିଦା ରହିଛି ଏବଂ ଏହା ବାର୍ଷିକ ପ୍ରାୟ 20 ବିଲିୟନ ଆମେରିକୀୟ ଡଲାରର ବ୍ୟାବସାୟିକ ଆଶା ସୃଷ୍ଟି କରିବ । ଘରୋଇ ଭାବରେ ଉତ୍ପାଦିତ ସୌର କୋଷ ଏବଂ ମଡ୍ୟୁଲଗୁଡିକ ପାଇଁ ଭାରତର ଚାହିଦା ଆସନ୍ତା ତିନି ବର୍ଷ ମଧ୍ୟରେ 36 ଗିଗା ୱାଟ ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି ।

ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇରେ ବିଶ୍ବସ୍ତରରେ ଜଣେ ସକ୍ରିୟ ଅଂଶଗ୍ରହଣକାରୀ ହୋଇଥିବାରୁ ଭାରତ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ ଯଥେଷ୍ଟ ଅଗ୍ରଗତି କରିଛି ।

ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ମୋଟ ଶକ୍ତି ଏବଂ ନିର୍ଗମନ ତୀବ୍ରତା 20 ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଆଜି ଦେଶରେ ମୁଣ୍ଡପିଛା ନିର୍ଗମନ ହେଉଛି 1.6 ଟନ୍ କାର୍ବନ ଡାଇଅକ୍ସାଇଡ୍, ଯାହା ବିଶ୍ବର ହାରାହାରି 4.4 ଟନ୍ଠାରୁ ବହୁତ କମ୍ ରହିଛି । ଯଦିଓ ଧାର୍ଯ୍ୟ ସ୍ତର ଅନୁଯାୟୀ ଭାରତ​‌େ​‌ର ଜିଡିପିର ନିର୍ଗମନ ତୀବ୍ରତା ହ୍ରାସ ପାଇଛି, ସ୍ୱଳ୍ପ ଅଙ୍ଗାରକାମ୍ଳ ବିଦ୍ୟୁତ୍ ଯୋଗାଣ ଦିଗରେ ଅଗ୍ରଗତି ଏକ ଆହ୍ବାନ ହୋଇ ରହିଛି ।

ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଅନୁଯାୟୀ 2040 ସୁଦ୍ଧା ଭାରତର ଶକ୍ତି ଚାହିଦା ଦ୍ୱିଗୁଣିତ ହୋଇପାରେ । ଯଦି ଦେଶ ଶକ୍ତି ଦକ୍ଷତା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ନକରେ, ତେବେ ଭାରତକୁ ଶକ୍ତି ଉତ୍ପାଦନ କ୍ଷମତା ପାଇଁ ବିପୁଳ ପୁଞ୍ଜି ବିନିଯୋଗ କରିବାକୁ ପଡିବ । ପାରମ୍ପାରିକ ବିଦ୍ୟୁତ୍ ଉତ୍ପାଦନ ସ୍ଥାନରେ ଶକ୍ତି ଦକ୍ଷତାର ସ୍ତର ବଢା଼ଇ ଭାରତ 2040 ସୁଦ୍ଧା ପ୍ରତିବର୍ଷ ଶକ୍ତି ଆମଦାନୀରେ ପ୍ରାୟ 190 ବିଲିୟନ ଆମେରିକୀୟ ଡଲାର ସଞ୍ଚୟ କରିପାରିବ ।

ମୂଳ ଲେଖା : ଏନ୍‌ ଭଦ୍ରନ ନାୟାର, କାର୍ଯ୍ୟନିର୍ବାହୀ ସମ୍ପାଦକ, ଭାରତୀୟ ବିଜ୍ଞାନ ଜର୍ଣ୍ଣାଲ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...