Skip to main content

ରିୟାଦ ଜି-20 ବାର୍ଷିକ ସମ୍ମିଳନୀ

ସପ୍ତାହ ଶେଷରେ ସାଉଦି ଆରବ ଦ୍ବାରା ଆୟୋଜିତ ହୋଇଥିବା ପଞ୍ଚଦଶ ଜି -20 ବାର୍ଷିକ ସମ୍ମିଳନୀ ଯଥାର୍ଥରେ ପ୍ରମାଣିତ କରିଛି ଯେ ବର୍ତ୍ତମାନର ଆହ୍ବାନକୁ ଦୂରକରିବା ଏବଂ ଏକବିଂଶ ଶତାବ୍ଦୀର ସୁଯୋଗ ହାସଲ କରିବା ପାଇଁ ସଶକ୍ତ ଜନସମାଜ ଗଠନ ସହିତ ବିଶ୍ବରେ ସୁରକ୍ଷିତ ତଥା ସମ୍ଭାବନାର ନୂତନ ସରହଦ ସର୍ଜନା ପାଇଁ ସମନ୍ୱିତ ବିଶ୍ୱସ୍ତରୀୟ କାର୍ଯ୍ୟ, ଏକତା ଏବଂ ବହୁପକ୍ଷୀୟ ସହଯୋଗ ଆଜି ଏକାନ୍ତ ଆବଶ୍ୟକ । କୋଭିଡ -19 ମହାମାରୀ ହେତୁ ଏହି ସମ୍ମିଳନୀ ଏକ ଭର୍ଚୁଆଲ ଫର୍ମାଟରେ ଅନୁଷ୍ଠିତ ହୋଇଯାଇଛି ।

ଜି-20 ନେତାମାନେ ଚଳିତ ବର୍ଷ ମାର୍ଚ୍ଚରେ ଜି-20 ଅସାଧାରଣ ସମ୍ମିଳନୀ ପରଠାରୁ ସଦସ୍ୟମାନଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟକୁ ସ୍ୱାଗତ କରିଥିଲେ ଏବଂ ନିରାପଦ ତଥା ପ୍ରଭାବଶାଳୀ COVID-19 ନିଦାନ, ଚିକିତ୍ସା ଏବଂ ଟିକାର ଅନୁସନ୍ଧାନ, ବିକାଶ, ଉତ୍ପାଦନ ଏବଂ ବିତରଣକୁ ତ୍ବରାନ୍ବିତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଆର୍ଥିକ ଆବଶ୍ୟକତାକୁ ତୁରନ୍ତ ସମାଧାନ କରିବା ପାଇଁ ଉତ୍ସ ସନ୍ଧାନ କରିଥିଲେ ।

ଭାରତ ଭଳି ବିକାଶଶୀଳ ଦେଶ ଓ ଜି-20 ସଦସ୍ୟଙ୍କ ସୁଲଭ ଏବଂ ସମାନ ଟୀକାକରଣ ସୁବିଧା ପାଇବା ପାଇଁ ସମ୍ମିଳନୀର ସର୍ତ୍ତମୂଳକ ଅନୁମୋଦନ ଲାଭ କଲା, ଯାହାଦ୍ବାରା COVAX ଭଳି ଟୀକାକରଣର ବୌଦ୍ଧିକ, ସ୍ବେଚ୍ଛାକୃତ ଓ ସମନ୍ବିତ ଉଦ୍ୟମର ଦ୍ବାର ଉନ୍ମୁକ୍ତ ରହିଲା । ସମ୍ମିଳନୀ ସ୍ବୀକାର କରିଛି ଯେ ବୈାଦ୍ଧିକ ସମ୍ପତ୍ତି ଅଧିକାରକୁ ଗ୍ରହଣ କରି ନବସୃଜନକୁ ଉତ୍ସାହିତ କରିବା ପାଇଁ ଜି-20 ସଦସ୍ୟଙ୍କ ପ୍ରତିଶ୍ରୁତି ପାଳନ ହେବା ଆବଶ୍ୟକ ।

ମହାମାରୀର ଆର୍ଥିକ ଅବନତିକୁ ହ୍ରାସ କରିବା ପାଇଁ ଜି-20 ସଦସ୍ୟଙ୍କ ମୂଲ୍ୟ 11 ଟ୍ରିଲିୟନ ଡଲାରରୁ ଅଧିକ ହୋଇଥିବା ଏହି ସମ୍ମିଳନୀରେ ଉଲ୍ଲେଖ କରାଯାଇଛି । ଏଥିରେ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ 265 ବିଲିୟନ ଡ଼ଲାରର ଜିଡିପିର 10% ଭାରତ ପକ୍ଷରେ ରହିଛି । ଏହା ଆକଳନ କରିଛି ଯେ ଭୂତାଣୁ ସଂକ୍ରମଣ ହେତୁ ଅନେକ ଦେଶ ସ୍ବାସ୍ଥ୍ୟସମସ୍ୟା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରୁଥିବା କାରଣରୁ ବିଶ୍ବର ଅର୍ଥନୈତିକ କାର୍ଯ୍ୟକ୍ରମ ଅସମତୁଲ, ଅତ୍ୟଧିକ ଅନିଶ୍ଚିତ ଏବଂ ଉଚ୍ଚତର ବିପଦର ସମ୍ମୁଖୀନ ହୋଇଛି ଏବଂ କେତେକ ଅର୍ଥନୀତିରେ ପରିବର୍ତ୍ନ ହୋଇଛି ।

ଭାରତର ସମ୍ପ୍ରତି ସଂସ୍କାରିତ ବହୁପକ୍ଷୀୟତା ଆହ୍ବାନକୁ ପ୍ରଭାବିତ କରୁଥିବା ଅନେକ ସୁପାରିଶରେ ଏହି ସମ୍ମିଳନୀ WHO ର ସାମଗ୍ରିକ କାର୍ଯ୍ୟକାରିତାକୁ ଦୃଢ଼ କରି ଜାତିସଂଘ ମାଧ୍ୟମରେ ଏକ ସ୍ଥିର ତଥା ସ୍ଥାୟୀ ବିଶ୍ୱ ପୁନରୁଦ୍ଧାର ପ୍ରତିକ୍ରିୟାକୁ ସମର୍ଥନ କରିଛି । ଜ-20ରେ ଆନ୍ତର୍ଜାତୀୟ ବାଣିଜ୍ୟର 85% ରହିଥିବା ଫଳରେ ଏହାର ବଜାର ଖୋଲା ରଖିବା ଏବଂ ଡବ୍ଲୁଟିଏଚଓରେ ସଂସ୍କାର ଆଣିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ଏକ ଶକ୍ତିଶାଳୀ ବିଶ୍ୱ ଆର୍ଥିକ ନିରାପତ୍ତା ନେଟୱର୍କକୁ ବଜାୟ ରଖିବା ପାଇଁ ଏକ ନୂତନ କୋଟା ସୂତ୍ରକୁ ଏକ ଗାଇଡ୍ ଭାବରେ ଅନ୍ତର୍ଭୁକ୍ତ କରି IMF ଶାସନ ସଂସ୍କାରର ପ୍ରକ୍ରିୟା ସମୀକ୍ଷା କରିବାକୁ ଏହା 15 ଡିସେମ୍ବର 2023 ତାରିଖ ସ୍ଥିର କରିଛି ।

ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ବ୍ୟାଘାତ ପରେ ବର୍ତ୍ତମାନର ଅନ୍ତର୍ଜାତୀୟ ସ୍ଥିତିକୁ ତୁଳନା କରି କହିଛନ୍ତି ଏହା ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ବିଶ୍ୱ ସାମ୍ନା କରିଥିବା ସବୁଠୁ ବଡ ଆହ୍ବାନ । ବିଶାଳ ପ୍ରତିଭା ଭଣ୍ଡାର ସର୍ଜନା, ଟେକ୍ନୋଲୋଜି ସମାଜର ସମସ୍ତ ବର୍ଗରେ ପହଞ୍ଚିବାର ନିଶ୍ଚିତତା, ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ପୃଥିବୀମାତା ସହ ବିଶ୍ବସ୍ତ ଦାୟିତ୍ବ ନିର୍ବାହ ଭଳି ଚାରିଟି ଭିତ୍ତି ଉପରେ ପ୍ରଧାନମନ୍ତ୍ରୀ ଏକ ନୂତନ ଗ୍ଲୋବାଲ୍ ଇଣ୍ଡେକ୍ସର ପ୍ରସ୍ତାବ ଦେଇଛନ୍ତି । ଏଥିରେ ଏକ ପ୍ରତି କ୍ୟାପିଟା କାର୍ବନ ଫୁଟ୍ ପ୍ରିଣ୍ଟ ଦ୍ୱାରା ଏଭଳି ଇଣ୍ଡେକ୍ସକୁ ମାନ୍ୟତା ଦିଆଯିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଏହା ଏକ ନୂତନ ବିଶ୍ବର ମୂଳଦୁଆ ହୋଇପାରେ ବୋଲି ସେ କହିଛନ୍ତି ।

ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ଜଳବାୟୁ ପ୍ରସଙ୍ଗର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଗ୍ରୀନ୍-ହାଉସ୍ ଗ୍ୟାସ୍ ନିର୍ଗମନ ଉପରେ ଭାରତ ଏହାରପ୍ୟାରିସ୍ ଚୁକ୍ତିନାମା ଆଗରେ ଅଛି । ଆନ୍ତର୍ଜାତୀୟ ସୌର ଆଲାଇନ୍ସ ଭଳି ଭାରତର ପଦକ୍ଷେପରେ 88 ଟି ସଦସ୍ୟ-ରାଷ୍ଟ୍ର ରହିଥିବାବେଳେ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ସମନ୍ୱୟ ସମିତି ଯେଉଁଥିରେ 9 ଟି ଜି -20 ଦେଶ ଏପର୍ଯ୍ୟନ୍ତ 18 ଜଣ ସଦସ୍ୟଙ୍କ ମଧ୍ୟରେ ଅଂଶଗ୍ରହଣ କରିଛନ୍ତି ତାହା ପରିବେଶ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ସକ୍ରିୟ ପଦକ୍ଷେପ ରୂପେ ଆଗକୁ ଆସିଛି । ବିକାଶଶୀଳ ଦେଶକୁ ଅଧିକ ବୈଷୟିକ ଜ୍ଞାନ ଏବଂ ଆର୍ଥିକ ପ୍ରବାହ ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ବିଶ୍ବକୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକ ଶ୍ରମିକଙ୍କ ମାନବିକ ସମ୍ମାନ ନିଶ୍ଚିତ କରିବା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ।

ମହାମାରୀ ମୁକାବିଲାକୁ ଦୃଢ଼କରିବା ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ସୁଗମ କରିବାରେ ସହଯୋଗ, ଡିଜିଟାଲ ଟେକ୍ନୋଲୋଜି ଏବଂ ନୀତିର ପ୍ରମୁଖ ଭୂମିକାକୁ ଏହି ସମ୍ମିଳନୀରେ ଉଜାଗର କରାଯାଇଛି । ଏହି ଅବସରରେ ଡକ୍ୟୁମେଣ୍ଟେସନ୍ ସଂଗ୍ରହାଳୟ ସୃଷ୍ଟି କରିବା ଏବଂ ନିଷ୍ପତ୍ତିଗୁଡିକର କାର୍ଯ୍ୟକାରିତାର ଅନୁଧ୍ୟାନ ଉପରେ ନଜର ରଖିବା ପାଇଁ ଏକ ଭର୍ଚୁଆଲ୍ G-20 ସଚିବାଳୟ ସୃଷ୍ଟି କରିବାକୁ ଭାରତ ସମସ୍ତଙ୍କୁ ଆଇଟି କୌଶଳ ପ୍ରଦାନ କରିଛି ।

2021 ରେ ଇଟାଲୀ ଓ ଏହାପରେ ଇଣ୍ଡୋନେସିଆ ଜି-20 ର ଅଧ୍ୟକ୍ଷ ରହି​‌େ​‌ବ । 2023ରେ ଭାରତ ଜି-20 ର ଅଧ୍ୟକ୍ଷ ହେବ । ଏହା ଅନ୍ତର୍ଜାତୀୟ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତକୁ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ଭୂମିକା ଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବ ।

ମୂଳ ଲେଖା : ରାଷ୍ଟ୍ରଦୂତ ଅଶୋକ କୁମାର ମୁଖାର୍ଜୀ,

ମିଳିତ ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...