Skip to main content

କୋଭିଡ-19 ପରବର୍ତ୍ତୀ ସମୟରେ ଏକ ବିଶ୍ଵ ଶକ୍ତି ଭାବେ ଉଭା ହେଉଛି ଭାରତ

ବିଗତ କିଛି ସପ୍ତାହ ମଧ୍ୟରେ ଅର୍ଥନୈତିକ କ୍ଷେତ୍ରରେ ପ୍ରଗତି ପରିଲକ୍ଷିତ ହୋଇଥିବାରୁ ଅର୍ଥନୈତିକ ମାନ୍ଦାବସ୍ଥାରୁ ମୁକୁଳିବାରୁ ଏକ ଆଶା ସଞ୍ଚାର ହୋଇଛି | ମାର୍ଚ୍ଚ 2020 ଠାରୁ କାରୋନା ଭାଇରସ କାୟା ବିସ୍ତାର କରିବା ପରେ ଲାଗୁ କରାଯାଇଥିବା ଲକଡାଉନକୁ ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରାଯିବା ପରେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଆଗେଇଛି । ପାର୍ବଣ ଋତୁ ସମୟରେ ଅର୍ଥନୀତିର ରିଅଲ ସେକ୍ଟରରେ ଅନେକ କାର୍ଯ୍ୟକଳାପ ନବୀକରଣ କରାଯାଇଛି |ଅକ୍ଟୋବର ମାସ ପାଇଁ ଦ୍ରବ୍ୟ ଏବଂ ସେବା କର (ଜିଏସଟି ) ସଂଗ୍ରହରେ ବୃଦ୍ଧି ଘଟିଛି | ଏହି ସମୟରେ ମାତ୍ର ଗୋଟିଏ ମାସରେ ଜିଏସଟି ରୁ 1.05 ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଛି | ମାର୍ଚ୍ଚରେ ମହାମାରୀ ବ୍ୟାପିବା ପୂର୍ବରୁ ଫେବୃଆରୀ ଠାରୁ ପରୋକ୍ଷ ଟିକସରୁ ଏହା ସର୍ବାଧିକ ମାସିକ ସଂଗ୍ରହ ବୋଲି ଜଣାପଡିଛି |

ଏହା ଉଲ୍ଲେଖ ଯୋଗ୍ୟ ଯେ ଅକ୍ଟୋବରରେ 10.25 ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ସେପ୍ଟେମ୍ବରରେ 4 ପ୍ରତିଶତ ବୃଦ୍ଧି ଘଟିଥିଲା । ମାର୍ଚ୍ଚ ଠାରୁ ଜିଏସ୍ଟି ରାଜସ୍ୱ ସଂଗ୍ରହ ରେ କ୍ରମାଗତ ଷଷ୍ଠ ଥର ହ୍ରାସ ହେବା ପରେ ଏହି ଦୁଇ ମାସରେ ବୃଦ୍ଧି ଘଟିଛି | ସେପ୍ଟେମ୍ବରରେ ରିଏଲ ସେକ୍ଟରରେ ରପ୍ତାନି ସହ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ହୋଇଥିବାରୁ ଜିଏସଟି ରାଜସ୍ୱ ସଂଗ୍ରହରେ ଅକ୍ଟୋବରରେ ବୃଦ୍ଧି ଘଟିଛି | ଏଥି ସହିତ ଦେଶର ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଅକ୍ଟୋବରରେ ଲଗାତାର ତୃତୀୟ ମାସ ପାଇଁ ସୁଧାର ଘଟିଛି ଏବଂ ଅଧିକ ବିକ୍ରୟ ଅଭିବୃଦ୍ଧି ମଧ୍ୟରେ 13 ବର୍ଷ ମଧ୍ୟରେ କମ୍ପାନୀଗୁଡିକ ଉତ୍ପାଦନକୁ ସର୍ବାଧିକ ପରିମାଣରେ ବୃଦ୍ଧି କରିଛନ୍ତି | ମାସିକିଆ ସର୍ଭେ ଅନୁଯାୟୀ ଏଚଆଇଏସ ମାର୍କିଟ୍ ଇଣ୍ଡିଆ ଉତ୍ପାଦନ କ୍ରୟ ମ୍ୟାନେଜର୍ସ ଇଣ୍ଡେକ୍ସ (ପିଏମଆଇ ) ସେପ୍ଟେମ୍ବରରେ 56.8 ରୁ ଅକ୍ଟୋବରରେ 58.9 କୁ ବୃଦ୍ଧି ପାଇଛି | ଯାହାକି ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏହି ନିଯୁକ୍ତି ଭିତ୍ତିକ କ୍ଷେତ୍ରରେ ସବୁଠୁ ଅଧିକ ବୋଲି ଜଣାପଡିଛି | କ୍ରମାଗତ 32 ମାସ ଅଭିବୃଦ୍ଧି ହାରରେ ବୃଦ୍ଧି ଘଟିବା ପରେ ଏପ୍ରିଲରେ, ସୂଚକାଙ୍କ ତଳକୁ ଖସି ଆସିଥିଲା |


ସର୍ବେକ୍ଷଣ ବିଶ୍ଳେଷକଙ୍କ କହିବାନୁଯାୟୀ ଚଳିତ ବର୍ଷ ପହିଲାରେ କୋଭିଡ-19 ପରଠୁ ଅର୍ଥନୈତିକ ସ୍ଥିତି ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଭାରତୀୟ ଉତ୍ପାଦକ ମାନଙ୍କ ଦ୍ଵାରା କାର୍ଯ୍ୟକଳାପ ବୃଦ୍ଧି କରାଯାଇଥିବାରୁ ଏକ୍ଷେତ୍ରରେ ଲଗାତାର ପ୍ରଗତି ପରିଲକ୍ଷିତ ହେଉଛି, ତେଣୁ ପିଏମଆଇ ଅନୁଯାୟୀ ଅକ୍ଟୋବରରେ ଏହାର ମାସିକ ହାର ବୃଦ୍ଧି ଘଟିଥିବା ବିଷୟ ପ୍ରତିଫଳିତ ହୋଇଛି ​​| ଉତ୍ପାଦକମାନେ ସୂଚାଇ ଦେଇଛନ୍ତି ଯେ କୋଭିଡ -19 କଟକଣାରେ କୋହଳ କରାଯାଇଥିବା ଯୋଗୁଁ , ଉନ୍ନତ ବଜାର ସ୍ଥିତି ଏବଂ ଅଧିକ ଚାହିଦା ସେମାନଙ୍କୁ ଅକ୍ଟୋବରରେ ନୂତନ କାର୍ଯ୍ୟ କରିବାରେ ସହାୟତା କରିଛି | ବଡ ବଡ କମ୍ପାନୀ ଗୁଡିକ ଉତ୍ପାଦନକୁ ଆହୁରି ବୃଦ୍ଧି କରିଦେଇଥିବା ବେଳେ ଦେଶର ସର୍ବବୃହତ ଅଟୋ ନିର୍ମାତା ମାନେ ଅକ୍ଟୋବରରେ ରେକର୍ଡ ସଂଖ୍ୟକ ବିକ୍ରୟ କରିଛନ୍ତି, ଯାହାକି ଜିଏସଟି ସଂଗ୍ରହକୁ ବୃଦ୍ଧି କରିବାରେ ସହାୟକ ହେବ | ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ଗତ କିଛି ମାସ ମଧ୍ୟରେ ଜିଏସଟି ଆଦାୟ କମ ହେଉଥିବା ଯୋଗୁଁ ରାଜ୍ୟଗୁଡିକୁ କ୍ଷତିପୂରଣ କରାଯାଇପାରୁନଥିଲା ଯାହାକି ସହକାରୀ ସଂଘୀୟତାରେ ବାଧା ସୃଷ୍ଟି କରିବାରେ ଏକ ଉଦବେଗର କାରଣ ପାଲଟିଥିଲା ।

ସବୁଠୁ ବଡ କଥା ହେଲା କାର୍ଯ୍ୟକଳାପ ବୃଦ୍ଧି କରାଯାଇଥିବା ଯୋଗୁଁ ଘରୋଇ ସେବା କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିଛି | ଅଗଷ୍ଟରେ ଉତ୍ପାଦନ କାର୍ଯ୍ୟକଳାପ ଆରମ୍ଭ ହୋଇଥିବାବେଳେ ଅକ୍ଟୋବରରେ ନୂତନ କାର୍ଯ୍ୟ ତଥା ବ୍ୟବସାୟିକ କାର୍ଯ୍ୟକଳାପରେ ଦ୍ରୁତ ବିସ୍ତାର ହେବା ସହିତ ସେବା କ୍ଷେତ୍ରରେ ମଧ୍ୟ ବଳିଷ୍ଠ ପ୍ରଗତି ଘଟିଛି ଯାହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ପ୍ରମୁଖ ଯୋଗଦାନ ଦେବା ଆରମ୍ଭ କରିଛି ଏବଂ ଅର୍ଥନୀତିରେ ଫାଇଦା ପହଞ୍ଚାଇଛି |ଅର୍ଥନୈତିକ ବ୍ୟାପାର ସଚିବ ଶ୍ରୀ ତରୁଣ ବଜାଜଙ୍କ କହିବାନୁଯାୟୀ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ଦେଶର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (ଏଫଡିଆଇ) ପ୍ରବାହ 13ପ୍ରତିଶତ ବୃଦ୍ଧି ପାଇ 35 ବିଲିୟନ ଡଲାରରୁ ଅଧିକ ହୋଇଛି।

ବର୍ତ୍ତମାନ ଉଭା ହୋଇଥିବା ଅର୍ଥନୈତିକ ପରିସ୍ଥିତି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଜି ନୂଆଦିଲ୍ଲୀରେ ଏକ ନିବେଶକ ପସନ୍ଦ କରୁଥିବା ସ୍ଥଳୀ ଭାବେ ଭାରତର ଅବିରତ ପ୍ରୟାସ ଉପରେ ଆଲୋକପାତ କରିବା ପାଇଁ ଅନେକ ସାର୍ବଭୌମ୍ୟ ସମ୍ପତ୍ତି ଏବଂ ପେନସନ୍ ପାଣ୍ଠି ସମେତ କୋଡିଏଟି ବୃହତ ବିଶ୍ଵ ସ୍ତରୀୟ ନିବେଶକଙ୍କ ସହ ଏକ ଭର୍ଚୁଆଲ୍ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ମୋଟା ମୋଟି ଭାବେ କହିବାକୁ ଗଲେ ସମଗ୍ର ବିଶ୍ୱରେ କରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ବିଶ୍ଵ ଅର୍ଥନୀତିକୁ ମଜବୁତ କରିବା ପାଇଁ ଭାରତ ଏକ ଭରସା ହୋଇ ରହିଛି ବୋଲି କହିଲେ ଅତ୍ଯୁକ୍ତି ହେବ ନାହିଁ କାରଣ ଏହାର ଏକ ବିଲିୟନରୁ ଅଧିକ ଜନସଂଖ୍ୟା ଥିବା ବେଳେ ଏହାର ଏକ ବୃହତ ବଜାର ରହିଛି।

ଆଲେଖ୍ୟ :ଜି ଶ୍ରୀନିବାସନ, ବରିଷ୍ଠ ସାମ୍ବାଦିକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...