Skip to main content

୧୭ତମ ଆସିଆନ-ଭାରତ ଶିଖର ସମ୍ମିଳନୀ

କରୋନା ମହାମାରୀର ବ୍ୟାପକ ସଂକ୍ରମଣ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ମହାମାରୀ ଦକ୍ଷିଣ-ପୂର୍ବ ଏସୀୟ ଦେଶ ତଥା ଭାରତର ଅର୍ଥନୈତିକ ପ୍ରଦର୍ଶନ ଉପରେ ପ୍ରଭାବ ପକାଇଥିବାରୁ ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଚାପରେ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଶାରୀରିକ, ସାମାଜିକ, ଡିଜିଟାଲ, ଆର୍ଥିକ ଏବଂ ସାମୁଦ୍ରିକ ସମେତ ସମସ୍ତ ଫର୍ମାଟରେ ଭାରତ ଏବଂ ଆସିଆନ ମଧ୍ୟରେ ଯୋଗସୂତ୍ର ଗଠନ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି । ନିବେଶ, ଚାକିରି ଅଭିବୃଦ୍ଧି ଏବଂ ପର୍ଯ୍ୟଟନ ଭଳି ଅର୍ଥନୈତିକ ଗତିଶୀଳତା ପାଇଁ ଦେଶଗୁଡିକ ଏକ ମୌଳିକ କେନ୍ଦ୍ର ବିନ୍ଦୁ ଭାବରେ ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ ପ୍ରାଥମିକତା ଭିତ୍ତିରେ ପ୍ରତିଷ୍ଠା ହେଉଛି । ଆସିଆନ ସଂଯୋଗୀକରଣ ପ୍ରକଳ୍ପକୁ ଏକ ବିଲିୟନ ଆମେରିକୀୟ ଡଲାର ଋଣ ପ୍ରଦାନ କରି ଭାରତ ଏହାର ପ୍ରତିଶ୍ରୁତି ପାଇଁ ଯଥେଷ୍ଟ ଆର୍ଥିକ ପ୍ରତିବଦ୍ଧତା ପ୍ରଦାନ କରିଛି, ଯାହା ଆସିଆନ ଦେଶ ଏବଂ ଭାରତ ମଧ୍ୟରେ ଯୋଗସୂତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ନୂଆଦିଲ୍ଲୀର ଆନ୍ତରିକତାକୁ ପ୍ରତିପାଦିତ କରୁଛି ।

କରୋନା ମହାମାରୀ ଗୋଟିଏ ଯୋଗାଣ-ଶୃଙ୍ଖଳା ଉପରେ ନିର୍ଭରଶୀଳ ଏହି ଅଞ୍ଚଳର ସାମ୍ପ୍ରତିକ ଅର୍ଥନୈତିକ ବାସ୍ତବତାରେ ଥିବା ଦୁର୍ବଳତାକୁ ପ୍ରକାଶ କରିଛି । ଯୋଗାଣ-ଶୃଙ୍ଖଳାକୁ ବିବିଧ କରିବା ଏବଂ ଏହାର କ୍ଷମତା ବୃଦ୍ଧି କରିବାର ଆବଶ୍ୟକତା ଏସୀୟ ଦେଶଗୁଡିକ ପାଇଁ ଏକ ପ୍ରମୁଖ ପ୍ରାଥମିକତା ଏବଂ ଏହି ଅଞ୍ଚଳର ଦେଶଗୁଡିକରେ କୋଭିଡ ପରବର୍ତ୍ତୀ ଅର୍ଥନୈତିକ ପୁନରୁଦ୍ଧାର ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଭାରତ ଏବଂ ଆସିଆନ ମଧ୍ୟରେ ବାଣିଜ୍ୟ ଏବଂ ବିନିଯୋଗ ପଦକ୍ଷେପକୁ ଆଗେଇ ନେବା ଉଚିତ ଏବଂ ଏହି ପରିପ୍ରେକ୍ଷୀରେ ଏହି ଅଞ୍ଚଳର ଅର୍ଥନୈତିକ ଏକୀକରଣ ଦିଗରେ ଏକ ସମନ୍ୱିତ ନୀତିର ଆବଶ୍ୟକତା ରହିଛି । ଶାନ୍ତି, ପ୍ରଗତି ଏବଂ ସହଯୋଗ ସମୃଦ୍ଧି 2021-2025 ପାଇଁ ଆସିଆନ- ଭାରତ ସହଭାଗୀତା ଉପରେ ଆଗକୁ ବଢ଼ିବାରେ ଏହା ପ୍ରତିଫଳିତ ହୋଇଛି । ଏହି ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ପାଇଁ 2021-2025 ପାଇଁ ଆସିଆନ-ଭାରତ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଯୋଜନା ପ୍ରସ୍ତୁତ କରାଯାଇଥିଲା ଯାହା ରାଜନୈତିକ, ସୁରକ୍ଷା, ସାମୁଦ୍ରିକ, ଅନ୍ତରାଷ୍ଟ୍ରୀୟ ଏବଂ ଆତଙ୍କବାଦ ବିରୋଧୀ, ଆର୍ଥିକ, ଶକ୍ତି, ପରିବହନ, ଖାଦ୍ୟ, କୃଷି, ଜଙ୍ଗଲ, ସୂଚନା ଏବଂ ଯୋଗାଯୋଗ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ ଏବଂ ସଂଯୋଗ କ୍ଷେତ୍ରରେ ବ୍ୟାପକ ସହଯୋଗକୁ ଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । 

ଏହି ସମ୍ମିଳନୀରେ ଭାରତ ଏବଂ ଆସିଆନର ଜାତୀୟ ତଥା ଆଞ୍ଚଳିକ ନୀତି ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ବିଶ୍ବାସ ଜନ୍ମିଛି । ଭାରତ-ପ୍ରଶାନ୍ତ ମହାସାଗରରେ ଆସିଆନ ଆଉଟଲୁକ ଭଳି ପଦକ୍ଷେପକୁ ଏକତ୍ର କରିବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯାହା ସଂଯୋଗ, ସାମୁଦ୍ରିକ ସହଯୋଗ, ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ମାଧ୍ୟମରେ ଅର୍ଥନୈତିକ ଏବଂ ସହଯୋଗର ଅନ୍ୟାନ୍ୟ ସମ୍ଭାବ୍ୟ କ୍ଷେତ୍ର ଭାରତ-ଏସିଆର ସହଯୋଗକୁ ଆଗେଇ ନେବା ଦିଗରେ କାର୍ଯ୍ୟ କରିବ । ଫଳସ୍ୱରୂପ, ଭାରତର ଭାରତ-ପ୍ରଶାନ୍ତ ମହାସାଗରୀୟ ଉଦ୍ୟମ ଏକ ନିରାପଦ ତଥା ସୁରକ୍ଷିତ ସାମୁଦ୍ରିକ ଡୋମେନ୍ ପାଇଁ ଲକ୍ଷ୍ୟ ରଖିଛି, ଯେଉଁଠାରେ ଉଦୀୟମାନ ରଣନୀତିକ ଆହ୍ବାନ କେବଳ ଭାରତ ନୁହେଁ ଆସିଆନ ଦେଶ ପାଇଁ ମଧ୍ୟ ନୂଆ ଆହ୍ବାନ ସୃଷ୍ଟି କରୁଛି । ତେଣୁ ଏକ ସ୍ଥିର ଇଣ୍ଡୋ-ପାସିଫିକ୍ ଅଞ୍ଚଳର ଆବଶ୍ୟକତା ରହିଛି । ଏଥିପାଇଁ ଭାରତ ଏବଂ ଆସିଆନ ଦେଶଗୁଡ଼ିକ ସାଧାରଣ ଆହ୍ବାନର ମୁକାବିଲା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ସହ ଏକ-ନିୟମ ଆଧାରିତ ବ୍ୟବସ୍ଥାରେ ବିଶେଷ ଭାବରେ ଏହି ଅଞ୍ଚଳରେ ସଂଯୋଗ ଏବଂ ସହଯୋଗ ବୃଦ୍ଧି କରିବାର ସୁଯୋଗ ସୃଷ୍ଟି କରିବେ । ମହାମାରୀ ଏହି ଅଞ୍ଚଳର ତ୍ରୁଟିଗୁଡ଼ିକୁ ଦେଖାଇ ଦେଇଥିବାରୁ ଆକ୍ସନ ପ୍ଲାନରେ ଉପଯୁକ୍ତ ଉପାଦାନ ରହିଛି ଯାହା ଭାରତ ଏବଂ ଆସିଆନକୁ ଉଭୟ ଅର୍ଥନୈତିକ, ରାଜନୈତିକ ତଥା ସୁରକ୍ଷା କ୍ଷେତ୍ରରେ ଅଧିକ ସମନ୍ୱିତ ଉପାୟ ନିୟୋଜିତ କରିବା ପାଇଁ ସେମାନଙ୍କର କୌଶଳ ବ୍ୟବହାର କରିବାକୁ ସକ୍ଷମ କରିବ ।

ଭାରତ-ଆସିଆନ ଶିଖର ସମ୍ମିଳନୀରେ ଆସିଆନ ଦେଶ ଏବଂ ଏହାର ଉଦ୍ୟମରେ ଏହି ଅଞ୍ଚଳର କେନ୍ଦ୍ରୀୟତାକୁ ନେଇ ଭାରତର ଇଚ୍ଛା ପ୍ରକାଶ ପାଇଛି । ଭାରତର ରଣନୀତିକ ଆଗ୍ରହ ହେଉଛି ଆସିଆନ ଅଞ୍ଚଳକୁ ବିଶେଷ କରି ଦକ୍ଷିଣ ଚୀନ୍ ସାଗରରେ ସ୍ଥିର ଏବଂ ନିରାପଦ ରଖିବା । ଏହା ଆସିଆନ ସହିତ ଇଣ୍ଡୋ-ପାସିଫିକ୍ ମହାସାଗର ଉଦ୍ୟମ ମାଧ୍ୟମରେ ଯୋଗଦାନ ଆବଶ୍ୟକ କରିବ । ଆସିଆନ ନୀତିଗୁଡିକର ଲକ୍ଷ୍ୟ ସହ ଭାରତୀୟ ନୀତିର ସାମଞ୍ଜସ୍ୟ ରହିବା ଗୁରୁତ୍ୱପୂର୍ଣ୍ଣ । ବିସ୍ତୃତ ସହଯୋଗୀ ଯୋଗଦାନ ଦେଶ ପାଇଁ ଉଭୟ ଅର୍ଥନୈତିକ ଏବଂ ସାମୁଦ୍ରିକ ନିରାପତ୍ତାକୁ ସକ୍ଷମ କରିବ ଏବଂ ନିୟମ-ଆଧାରିତ ବ୍ୟବସ୍ଥା ଏବଂ ଏକ ମୁକ୍ତ ଇଣ୍ଡୋ-ପାସିଫିକ୍ ପ୍ରସଙ୍ଗ ଉପରେ ଆଲୋଚନା ଓ ଏକ ସାଧାରଣ ବୁଝାମଣା କ୍ଷେତ୍ର ପ୍ରସ୍ତୁତ କରିବ ।

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଭାରତର ଦୃଷ୍ଟିକୋଣ ରାଜନୈତିକ, ଅର୍ଥନୈତିକ ଏବଂ ସୁରକ୍ଷା କ୍ଷେତ୍ରରେ ବହୁଦିଗରୁ ଜଡ଼ିତ ହେବାର ବହୁମୁଖୀ ସମ୍ଭାବନା ରହିଛି । ସହଭାଗିତାରେ ସମୃଦ୍ଧି କେବଳ ଗୋଟିଏ ଫମ୍ପା ଶବ୍ଦ ନୁହେଁ; ମାତ୍ର ଉପଯୁକ୍ତ ନୀତିଗତ ପଦକ୍ଷେପ ଏବଂ ରାଜନୈତିକ ଇଚ୍ଛାଶକ୍ତି ଦ୍ୱାରା ଦୃଢ଼ତର ହୋଇଛି । ତେଣୁ ଆସିଆନ-ଭାରତ ଭର୍ଚୁଆଲ୍ ସମ୍ମିଳନୀରେ ବିଶ୍ବ ପ୍ରତି ଭାରତର ପ୍ରତିବଦ୍ଧତା ଏବଂ ଏହି ଅଞ୍ଚଳ ପାଇଁ ଅଧିକ ସମନ୍ୱିତ ନୀତି ଆଣିବାରେ ନୂଆଦିଲ୍ଲୀର ପ୍ରୟାସ ପ୍ରତିଫଳିତ ହୋଇଛି ।

୧୭ତମ ଆସିଆନ-ଭାରତ ଶିଖର ସମ୍ମିଳନୀ`

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...