Skip to main content

ଆଞ୍ଚଳିକ ଅଖଣ୍ତତାକୁ ସମ୍ମାନ ଦେବା ପାଇଁ ଏସ୍‌ସିଓ ରାଷ୍ଟ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ଆଠ ସଦସ୍ୟ ବିଶିଷ୍ଟ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ର ଭର୍ଚୁଆଲ୍ ସମ୍ମିଳନୀ ରୁଷର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସମଗ୍ର ବିଶ୍ୱରେ ଲୋକଙ୍କ ସ୍ୱାସ୍ଥ୍ୟ ତଥା ସାମାଜିକ-ଅର୍ଥନୈତିକ ଅବସ୍ଥା ଉପରେ କରୋନାର ଅପ୍ରତ୍ୟାଶିତ ପ୍ରଭାବର ପୃଷ୍ଠଭୂମିରେ ଏହି ବୈଠକ ଅନୁଷ୍ଠିତ ହେଇଥିଲା । ଆରମ୍ଭ ହେବା ଦିନଠାରୁ ଏସ୍‌ସିଓନିଜକୁ ବିଶ୍ୱଶୃଙ୍ଖଳାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଭାବରେ ପ୍ରତିଷ୍ଠିତ କରିପାରିଛି ଏବଂ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଏହି ଅଞ୍ଚଳର ବିକାଶକୁ ସୁଗମ କରିବାରେ ସ୍ବତନ୍ତ୍ର ଭୂମିକା ନିର୍ବାହ କରୁଛି ।

ସାଂଘାଇ ସହଯୋଗ ସଂଗଠନର ଭର୍ଚୁଆଲ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସଂଗଠନର ଦକ୍ଷ ନେତୃତ୍ୱ ପାଇଁ ତଥା କୋଭିଡ -19 ମହାମାରୀ ଦ୍ବାରା ସୃଷ୍ଟ ଆହ୍ବାନ ତଥା ପ୍ରତିବନ୍ଧକ ସତ୍ତ୍ବେ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସଦସ୍ୟ ଦେଶଗୁଡ଼ିକୁ ପରସ୍ପରର ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ସାଂଘାଇ ସହଯୋଗ ସଂଗଠନ ଦେଶଗୁଡ଼ିକ ଭାରତ ସହ ଘନିଷ୍ଠ ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କ ବଜାୟ ରଖନ୍ତି ସେତେବେଳେ ଏହି ସଂଯୋଗକୁ ଗଭୀର କରିବାକୁ ଭାରତ ବିଶ୍ୱାସ କରେ । ପରସ୍ପରର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ପାଇଁ ମୂଳ ନୀତିଗୁଡିକ ସହିତ ଆଗକୁ ଯିବା ଆବଶ୍ୟକ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସାଂଘାଇ ସହଯୋଗ ସଂଗଠନର ଚାର୍ଟର୍, ଅନ୍ୟାନ୍ୟ ବିଷୟ ମଧ୍ୟରେ, ସାର୍ବଭୌମତ୍ୱ, ସ୍ବାଧୀନତା, ରାଜ୍ୟଗୁଡିକର ଆଞ୍ଚଳିକ ଅଖଣ୍ଡତା ଏବଂ ରାଜ୍ୟ ସୀମା​ରେ ଅହିଂସା, ଆକ୍ରୋଶହୀନତା ଏବଂ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ଉପରେ ଗୁରୁତ୍ୱାରୋପ କରିଛି । ମେ ମଧ୍ୟଭାଗରୁ ଭାରତ-ଚୀନ୍ ସୀମାରେ ଥିବା ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲରେ ଭାରତ ଏବଂ ଚୀନ୍ ସୈନ୍ୟବାହିନୀ ମଧ୍ୟରେ ଚାଲିଥିବା ଷ୍ଟାଣ୍ଡ-ଅଫ୍ ପୃଷ୍ଠଭୂମିରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଖୋଲାଖୋଲି ନିଜର ବାର୍ତ୍ତା ସ୍ପଷ୍ଟ କରିଛନ୍ତି । ଦୁଇ ଦେଶ ବର୍ତ୍ତମାନ ସମସ୍ୟାବହୁଳ ଅବସ୍ଥା ଦେଇ ଗତି କରୁଛନ୍ତି । ଦୁଇ ଦେଶ ସୀମାରେ ସାମରିକ ଷ୍ଟାଣ୍ଡ-ଅଫ୍‌ର ଶାନ୍ତିପୂର୍ଣ୍ଣ ସମାଧାନ, ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଉତ୍ତମ ପାରସ୍ପରିକ ବିଶ୍ୱାସ ଏବଂ ବନ୍ଧୁତ୍ୱର ପ୍ରଶଂସନୀୟ ଲକ୍ଷ୍ୟକୁ ବହୁଗୁଣିତ କରିବ ।

ଏସ୍‌ସିଓ ପରି ବହୁପକ୍ଷୀୟ ଫୋରମରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉଠାଇବାକୁ ପାକିସ୍ତାନର ପ୍ରୟାସକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏସ୍‌ସିଓ ଏଜେଣ୍ଡାରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଆଣିବା ଦୁର୍ଭାଗ୍ୟଜନକ ଯେଉଥିପାଇଁ ବାରମ୍ବାର ଚେଷ୍ଟା କରାଯାଉଛି ଏବଂ ଯାହା ସହଯୋଗ ସଂଗଠନ ଚାର୍ଟର୍ ଓ ଏହାରୀ ଆଭିମୁଖ୍ୟକୁ ଉଲ୍ଲଂଘନ କରୁଛି । ମନେପକାଇ ଦିଆଯାଇପାରେ ଯେ ଗତ ବର୍ଷ ବିସ୍‌କେକ୍‌ ଏସସିଓ ଶିଖର ସମ୍ମିଳନୀରେ ଶ୍ରୀ ମୋଦୀ ଚୀନ୍ ରାଷ୍ଟ୍ରପତି ସିଙ୍କୁ କହିଥିଲେ ଯେ ସେ ପାକିସ୍ତାନ ସହ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଉଛି ; କିନ୍ତୁ ତାଙ୍କର ଉଦ୍ୟମ ବିଫଳ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନକୁ ଆତଙ୍କବାଦ ମୁକ୍ତ ପରିବେଶ ସୃଷ୍ଟି କରିବା ଆବଶ୍ୟକ । ବାସ୍ତବରେ ଆତଙ୍କବାଦ ଜନିତ ବିପଦକୁ ମୁକାବିଲା କରିବା ସଂଗଠନର ଏକ ପ୍ରମୁଖ ଉଦ୍ଦେଶ୍ୟ ହେବା ବାଞ୍ଛନୀୟ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କରୋନା ମହାମାରୀ ସମୟରେ ଭାରତର ଫାର୍ମା ଶିଳ୍ପ 150 ରୁ ଅଧିକ ଦେଶକୁ ଅତ୍ୟାବଶ୍ୟକ ଔଷଧ ଯୋଗାଉଛି । ସେ 2021 ମସିହାରେ ଏସ୍‌ସିଓର 20 ତମ ବାର୍ଷିକୀକୁ ‘ସଂସ୍କୃତିର ଏସ୍‌ସିଓ ବର୍ଷ’ ଭାବରେ ପାଳନ କରିବା ପାଇଁ ଭାରତର ଆଗ୍ରହ ଜଣାଇଥିଲେ ଏବଂ ଭାରତର ଜାତୀୟ ସଂଗ୍ରହାଳୟ ଦ୍ୱାରା ଆୟୋଜିତ ହେବାକୁ ଥିବା ‘ବୌଦ୍ଧ ଐତିହ୍ୟ’ ଉପରେ ପ୍ରଥମ ଏସ୍‌ସିଓ ପ୍ରଦର୍ଶନୀ ଆୟୋଜନ କରିବା ପାଇଁ ଭାରତର ନିଜସ୍ୱ ପଦକ୍ଷେପ ଓ ଭାରତରେ ଏସ୍‌ସିଓ ଖାଦ୍ୟ ମହୋତ୍ସବ ଏବଂ ଦଶଟି ଆଞ୍ଚଳିକ ସାହିତ୍ୟ କୃତିକୁ ରୁଷୀୟ ଓ ଚାଇନିଜ ଅନୁବାଦ କରାଇବା ବିଷୟରେ କହିଥିଲେ । ମହାମାରୀର ସାମାଜିକ ତଥା ଆର୍ଥିକ ପ୍ରଭାବରେ ପୀଡିତ ବିଶ୍ବର ଆଶା ପୂରଣ କରିବା ପାଇଁ ସଂସ୍କାରିତ ବହୁପକ୍ଷୀୟତାର ମହତ୍ତ୍ୱ ଉପରେ ଶ୍ରୀ ମୋଦୀ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।

ଆସନ୍ତା ବର୍ଷ ଏସ୍‌ସିଓର ଚେୟାରମ୍ୟାନ୍ ଭାବରେ ଦାୟିତ୍ବ ଗ୍ରହଣ କରିଥିବାରୁ ତାଜିକିସ୍ତାନର ରାଷ୍ଟ୍ରପତି ଇମୋମାଲି ରହମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଭାରତ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛନ୍ତି । ଶ୍ରୀ ମୋଦୀ ଏସ୍‌ସିଓ କାଉନସିଲ୍ ମୁଖ୍ୟଙ୍କ ପରବର୍ତ୍ତୀ ନିୟମିତ ବୈଠକ ଆୟୋଜନ କରିବାକୁ ଭାରତର ପ୍ରସ୍ତୁତି ବିଷୟରେ ଉଲ୍ଲେଖ କରିଛନ୍ତି । ପରିଷଦ ହେଉଛି ଏସ୍‌ସିଓର ସର୍ବୋଚ୍ଚ ସଂସ୍ଥା ଏବଂ ଏହା ପ୍ରାଥମିକତା ନିର୍ଣ୍ଣୟ କରେ ଏବଂ ସଂଗଠନର କାର୍ଯ୍ୟକଳାପର ପ୍ରମୁଖ କ୍ଷେତ୍ରଗୁଡ଼ିକୁ ବ୍ୟାଖ୍ୟା କରେ । ପରିଷଦ ବୈଠକ ଆୟୋଜନ କରିବାକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଏସ୍‌ସିଓକୁ ଉଦ୍ଦେଶ୍ୟ ସାଧନରେ ବାଟ କଢ଼ାଇବା ସହ ଭାରତ ଓ ଅନ୍ୟ ସଦସ୍ୟ-ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବ ।

ଏସ୍‌ସିଓର ସଫଳତା ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏବଂ ପାରସ୍ପରିକ ଆସ୍ଥା ଏବଂ ବିଶ୍ୱାସ ଉପରେ ନିର୍ଭରଶୀଳ । ସଦସ୍ୟ-ରାଷ୍ଟ୍ରଗୁଡିକ ମଧ୍ୟରେ ନିରନ୍ତର ନିରାପତ୍ତା ଦ୍ୱନ୍ଦ୍ୱ ଏବଂ ବିଶ୍ୱାସ ଅଭାବ କେବଳ ସଂଗଠନର ବୃହତ ତଥା ସାମୂହିକ ସ୍ୱାର୍ଥ ଏବଂ ସଦସ୍ୟ-ଦେଶର ନିଜସ୍ବ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବ । ଭାରତର ସମର୍ଥନ ତଥା ଏସ୍‌ସିଓକୁ ପ୍ରସାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗ୍ରହ ଦୁଇ ପଡୋଶୀ ଦେଶ ମଧ୍ୟରେ ରହିଥିବା ସମସ୍ୟା ସମାଧାନର ଆଶା ବଢ଼ାଇଛି ।

ଆଲେଖ୍ୟ : ଡ. ରୂପନାରାୟଣ ଦାସ, ଚୀନ ବ୍ୟାପାର ରଣନୀତିକ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...