Skip to main content

ବୈଦେଶିକ ସଚିବଙ୍କ ଗସ୍ତ ଆହୁରି ମଜବୁତ କରିଛି ଭାରତ-ମାଳଦ୍ଵୀପ ସମ୍ପର୍କ

ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ତାଙ୍କ ମାଳଦ୍ୱୀପ ପ୍ରତିପକ୍ଷ ଅବଦୁଲ ଗଫୁର ମହମ୍ମଦଙ୍କ ନିମନ୍ତ୍ରଣ କ୍ରମେ ମାଳଦ୍ୱୀପ ଗସ୍ତ କରିଥିଲେ | ସେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା ଏବଂ ଚଳିତ ବର୍ଷ ମାର୍ଚ୍ଚରେ କରୋନା ଭାଇରସ ଆରମ୍ଭ ହେବା ପରେ ଦୁଇ ଦେଶ ମଧ୍ୟରେ ପ୍ରଥମ ଉଚ୍ଚ ସ୍ତରୀୟ କଥାବାର୍ତ୍ତା ହୋଇଥିଲା। ଏହି ଗସ୍ତ ସମୟରେ ବୈଦେଶିକ ସଚିବ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କ ସହ ସାକ୍ଷାତ କରିବା ସହିତ ମାଳଦ୍ଵିପର ବୈଦେଶିକ ବ୍ୟାପାରମନ୍ତ୍ରୀ, ପ୍ରତିରକ୍ଷା, ଅର୍ଥ, ଅର୍ଥନୈତିକ ବିକାଶ, ଯୋଜନା, ଗୃହ ବିଭାଗ, ପର୍ଯ୍ୟଟନ, ଯୁବ ଏବଂ କ୍ରୀଡା ମନ୍ତ୍ରୀ ତଥା ସଂସଦର ବାଚସ୍ପତି ମହମ୍ମଦ ନାସିଦଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ଏହି ଗସ୍ତ ସମୟରେ ଦୁଇ ଦେଶ ଦ୍ୱାରା କ୍ରୀଡା ଏବଂ ଯୁବ ବ୍ୟାପାରରେ ସହଯୋଗ, ହାଇ ଇମ୍ପାକ୍ଟ ସମ୍ପ୍ରଦାୟ ବିକାଶ ପ୍ରକଳ୍ପ ଏବଂ ଗ୍ରେଟର ମାଲେ ସଂଯୋଗୀକରଣ ପ୍ରକଳ୍ପ ପାଇଁ 100 ନିୟୁତ ଆମେରିକୀୟ ଡଲାର ଅନୁଦାନ ଉପରେ ଏକ ସ୍ମାରକପତ୍ର ସ୍ବାକ୍ଷରିତ ହୋଇଛି | ଭାରତୀୟ ବୈଦେଶିକ ସଚିବଙ୍କ ଗସ୍ତ ସମୟରେ ସମଗ୍ର ଦେଶର 67ଟି ଚିଲ୍ଡ୍ରେନସ ପାର୍କ ଲାଗି ଉପକରଣ ହସ୍ତାନ୍ତର କରାଯାଇଥିଲା । ଶ୍ରୀ ଶ୍ରୀଙ୍ଗଲା ମଧ୍ୟ ଭାରତୀୟ ବିକାଶ ସହାୟତା ଅଧୀନରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ତଥା ଡିସେମ୍ବର 2019 ରେ ଅନୁଷ୍ଠିତ ଷଷ୍ଠ ଯୁଗ୍ମ ଆୟୋଗ ବୈଠକରେ ହୋଇଥିବା ନିଷ୍ପତ୍ତି ଗୁଡିକର ପ୍ରଗତି ଉପରେ ସମୀକ୍ଷା କରିଛନ୍ତି | ଶ୍ରୀ ଇବ୍ରାହିମ ସୋଲିହ 2018 ନଭେମ୍ବରରେ କ୍ଷମତାକୁ ଆସିବା ପରେ ଦ୍ୱିପାକ୍ଷିକ ସମ୍ପର୍କ କିପରି ଆହୁରି ସୁଦୃଢ ହେବାରେ ଲାଗିଛି ସେ ନେଇ ମଧ୍ୟ ସମୀକ୍ଷା କରିଛନ୍ତି ।

ଅର୍ଥନୈତିକ, ବିକାଶ ଏବଂ ଭିତ୍ତିଭୂମି ନିର୍ମାଣ, ସୁରକ୍ଷା ଏବଂ ପ୍ରତିରକ୍ଷା, ସାମୁଦ୍ରିକ, କ୍ରୀଡା, ଶିକ୍ଷା, ସ୍ୱାସ୍ଥ୍ୟ ଇତ୍ୟାଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗରେ ଗତ ଦୁଇ ବର୍ଷ ମଧ୍ୟରେ ବହୁବିଧ ପ୍ରଗତି ଘଟିଛି । ଗ୍ରେଟର ମାଲେ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଭାରତ 1.4 ବିଲିୟନ ଆମେରିକୀୟ ଡ଼ଲାରର ଏକ ଆର୍ଥିକ ପ୍ୟାକେଜ ଏବଂ ଅତିରିକ୍ତ 500 ନିୟୁତ ଆମେରିକୀୟ ଡଲାର ଘୋଷଣା କରିଛି । ଭାରତ ଅନୁଦାନ ପ୍ରାପ୍ତ ଅଧିକାଂଶ ପ୍ରକଳ୍ପ କାର୍ଯ୍ୟକାରୀ ହୋଇସାରିଛି କିମ୍ବା କାର୍ଯ୍ୟକାରୀ ହେବା ପ୍ରକ୍ରିୟାରେ ଥିବାରୁ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଛନ୍ତି । କୋଭିଡ -19 ଯୋଗୁଁ ଉଭା ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ଦୁଇ ଦେଶ ମଧ୍ୟରେ ଯେଉଁ ସହଯୋଗ ହେଉଛି ତାହା ଦୁଇ ଦେଶ ମଧ୍ୟରେ ପ୍ରତିବଦ୍ଧ ସହଭାଗୀତାର ଅନ୍ୟ ଏକ ଉଦାହରଣ | କୋଭିଡ -19ର ମୁକାବିଲା ପାଇଁ ଭାରତ ପଡୋଶୀ ରାଷ୍ଟ୍ର ମଧ୍ୟରେ ମାଳଦ୍ଵିପକୁ ସର୍ବପ୍ରଥମେ ଓ ସବୁଠୁ ଅଧିକ ସହାୟତାପ୍ରଦାନ କରିଥିଲା | ମାଳଦ୍ୱୀପକୁ ଭାରତର 250 ମିଲିୟନ ଆମେରିକୀୟ ଡଲାରର ସହାୟତା, ଲକଡାଉନ ସମୟରେ ମାଳଦ୍ଵୀପ ରୋଗୀଙ୍କୁ ଭାରତରେ ଚିକିତ୍ସା ସୁବିଧା ପ୍ରଦାନର ଅନୁମତି ଏବଂ ଦୁଇ ଦେଶ ମଧ୍ୟରେ ‘ଏୟାର ବବଲ୍’ ବ୍ୟବସ୍ଥା ଚୁକ୍ତି ଉଲ୍ଲେଖନୀୟ ଅଟେ ।

ଏହା ଉଲ୍ଲେଖ ଯୋଗ୍ୟ ଯେ ମାଳଦ୍ୱୀପ, 1965 ମସିହାରେ ସ୍ଵାଧୀନତା ହାସଲ କରିବା ପରଠାରୁ, ଭାରତ ଏହି ଦେଶ ସହ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇଆସୁଛି। 1988 ମସିହାରେ ଏକ ଗାଦିଚ୍ୟୁତ କରିବାର ପ୍ରଚେଷ୍ଟାକୁ ରୋକିବା ପାଇଁ ମାଳଦ୍ୱୀପକୁ ଭାରତ ଉଚିତ ସମୟରେ ସାହାଯ୍ୟ କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଘନୀଭୂତ ହୋଇଯାଇଥିଲା । ଦେଶରେ ଗୋଟିଏ ରାଜନୈତିକ ବ୍ୟବସ୍ଥାରୁ ବହୁ ରାଜନୈତିକ ବ୍ୟବସ୍ଥାର ପରିବର୍ତ୍ତନ ଏବଂ 2008 ରେ ବହୁ ଦଳୀୟ ବ୍ୟବସ୍ଥା ଅଧୀନରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ପାରସ୍ପରିକ ବୁଝାମଣା ଜାରି ରହିଥିଲା। ତେବେ 2013 ରେ ରାଷ୍ଟ୍ରପତି ମହମ୍ମଦ ୱାହିଦ ହାସନଙ୍କ ଅଧୀନରେ ଏବଂ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନଙ୍କ କାର୍ଯ୍ୟକାଳ ସମୟରେ ଭାରତ-ମାଳଦ୍ୱୀପ ସମ୍ପର୍କ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା।

ରାଷ୍ଟ୍ରପତି ସୋଲିହଙ୍କ ଅଧୀନରେ ଥିବା ପ୍ରଶାସନ ତାଙ୍କର ‘ଭାରତ-ପ୍ରଥମ ନୀତି’ ପ୍ରତି ପ୍ରତିବଦ୍ଧ ଥିବାରୁ ଭାରତର ‘ପଡ଼ୋଶୀ ପ୍ରଥମ’ ନୀତିରେ ମାଳଦ୍ୱୀପ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ନିଶ୍ଚିତ କରିବାକୁ ଭାରତ ସବୁ ମନ୍ତେ ପ୍ରୟାସ କରିଛି । 2019 ପରଠାରୁ ମାଳଦ୍ୱୀପ ସହ ଭାରତର ରୀତିମତ ଯୋଗାଯୋଗ ଚୀନକୁ ପ୍ରତିରୋଧ କରିବା ପାଇଁ ନୁହେଁ, ବରଂ ଦକ୍ଷିଣ ଏସିଆର ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ ।

ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗକୁ ସୋଲିହ ପ୍ରଶାସନ ଉପେକ୍ଷା କରିଛି । ମାଳଦ୍ୱୀପରେ କିଛି ଲୋକ ଭାରତ ବିରୋଧୀ ଭାବନା ପ୍ରଚାରିତ କରୁଥିଲେ ମଧ୍ୟ ଭାରତ ଅନୁଦାନ ପ୍ରାପ୍ତ ପ୍ରକଳ୍ପ ଗୁଡିକ ସ୍ୱଚ୍ଛ ଏବଂ ମାଳଦ୍ୱୀପ ସରକାର ଏବଂ ଲୋକଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ ପାଇଁ ପରିକଳ୍ପନା କରାଯାଇଥିବାରୁ ମାଳଦ୍ୱୀପବାସୀଙ୍କ ମଧ୍ୟରେ ବ୍ୟାପକ ସନ୍ତୋଷ ରହିଛି। ମାଳଦ୍ୱୀପକୁ ଭାରତୀୟ ସହାୟତା ଭାରତ ମହାସାଗରରେ କେବଳ ନିର୍ଭରଶୀଳତା ସୃଷ୍ଟି କରିବା ପାଇଁ ନୁହେଁ, ବରଂ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ନିର୍ଭରଶୀଳତା ଉପରେ ଆଧାର କରି ବନ୍ଧୁତ୍ୱକୁ ପ୍ରୋତ୍ସାହିତ କରିବା। ଏହି ପ୍ରତିବଦ୍ଧତାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି ମାଳଦ୍ୱୀପ ସହାୟତାରେ ଦୁଇ ଦେଶ ଏବଂ ସାମୁଦ୍ରିକ ବିମାନ ମଧ୍ୟରେ ଭାରତ ଦ୍ଵାରା ଏକ ଫେରି ସେବା ଆରମ୍ଭ ହେବା |

ଦ୍ୱିପାକ୍ଷିକ ଯୋଗଦାନ ବ୍ୟତୀତ ଭାରତ ବହୁପକ୍ଷୀୟ ମଞ୍ଚରେ ମାଳଦ୍ୱୀପକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧତା ପ୍ରକଟ କରିଛି । 2021 ମସିହାରେ ଜାତିସଂଘ ସାଧାରଣ ସଭାର 76 ତମ ଅଧିବେଶନର ଅଧ୍ୟକ୍ଷତା ପଦ ପାଇଁ ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସହିଦଙ୍କ ପ୍ରାର୍ଥୀତ୍ଵକୁ ଭାରତ ସମର୍ଥନ ଜଣାଇଛି । ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଉଭୟ ସରକାର ପ୍ରତିବଦ୍ଧ ଥିବାରୁ ଭାରତ-ମାଳଦ୍ୱୀପ ସମ୍ପର୍କର ଭବିଷ୍ୟତ ଆହୁରି ଉଜ୍ଵଳ ହେବାପରି ପ୍ରତୀୟମାନ ହେଉଛି । ତେଣୁ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଥିବା ପ୍ରକଳ୍ପ ଗୁଡିକର ସୂଚାରୁ ରୂପେ କାର୍ଯ୍ୟାନ୍ୱୟନ ପାଇଁ ସର୍ବୋଚ୍ଚ ସ୍ତରରେ ନିରନ୍ତର ଯୋଗାଯୋଗ ବାଞ୍ଛନୀୟ ଅଟେ |

ଆଲେଖ୍ୟ : ଡଃ ଗୁଲବୀନ ସୁଲତାନା, ଭାରତୀୟ ମହାସାଗର ଅଞ୍ଚଳ ମାମଲାରେ ବିଶ୍ଳେଷକ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...