ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ତାଙ୍କ ମାଳଦ୍ୱୀପ ପ୍ରତିପକ୍ଷ ଅବଦୁଲ ଗଫୁର ମହମ୍ମଦଙ୍କ ନିମନ୍ତ୍ରଣ କ୍ରମେ ମାଳଦ୍ୱୀପ ଗସ୍ତ କରିଥିଲେ | ସେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା ଏବଂ ଚଳିତ ବର୍ଷ ମାର୍ଚ୍ଚରେ କରୋନା ଭାଇରସ ଆରମ୍ଭ ହେବା ପରେ ଦୁଇ ଦେଶ ମଧ୍ୟରେ ପ୍ରଥମ ଉଚ୍ଚ ସ୍ତରୀୟ କଥାବାର୍ତ୍ତା ହୋଇଥିଲା। ଏହି ଗସ୍ତ ସମୟରେ ବୈଦେଶିକ ସଚିବ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କ ସହ ସାକ୍ଷାତ କରିବା ସହିତ ମାଳଦ୍ଵିପର ବୈଦେଶିକ ବ୍ୟାପାରମନ୍ତ୍ରୀ, ପ୍ରତିରକ୍ଷା, ଅର୍ଥ, ଅର୍ଥନୈତିକ ବିକାଶ, ଯୋଜନା, ଗୃହ ବିଭାଗ, ପର୍ଯ୍ୟଟନ, ଯୁବ ଏବଂ କ୍ରୀଡା ମନ୍ତ୍ରୀ ତଥା ସଂସଦର ବାଚସ୍ପତି ମହମ୍ମଦ ନାସିଦଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ଏହି ଗସ୍ତ ସମୟରେ ଦୁଇ ଦେଶ ଦ୍ୱାରା କ୍ରୀଡା ଏବଂ ଯୁବ ବ୍ୟାପାରରେ ସହଯୋଗ, ହାଇ ଇମ୍ପାକ୍ଟ ସମ୍ପ୍ରଦାୟ ବିକାଶ ପ୍ରକଳ୍ପ ଏବଂ ଗ୍ରେଟର ମାଲେ ସଂଯୋଗୀକରଣ ପ୍ରକଳ୍ପ ପାଇଁ 100 ନିୟୁତ ଆମେରିକୀୟ ଡଲାର ଅନୁଦାନ ଉପରେ ଏକ ସ୍ମାରକପତ୍ର ସ୍ବାକ୍ଷରିତ ହୋଇଛି | ଭାରତୀୟ ବୈଦେଶିକ ସଚିବଙ୍କ ଗସ୍ତ ସମୟରେ ସମଗ୍ର ଦେଶର 67ଟି ଚିଲ୍ଡ୍ରେନସ ପାର୍କ ଲାଗି ଉପକରଣ ହସ୍ତାନ୍ତର କରାଯାଇଥିଲା । ଶ୍ରୀ ଶ୍ରୀଙ୍ଗଲା ମଧ୍ୟ ଭାରତୀୟ ବିକାଶ ସହାୟତା ଅଧୀନରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ତଥା ଡିସେମ୍ବର 2019 ରେ ଅନୁଷ୍ଠିତ ଷଷ୍ଠ ଯୁଗ୍ମ ଆୟୋଗ ବୈଠକରେ ହୋଇଥିବା ନିଷ୍ପତ୍ତି ଗୁଡିକର ପ୍ରଗତି ଉପରେ ସମୀକ୍ଷା କରିଛନ୍ତି | ଶ୍ରୀ ଇବ୍ରାହିମ ସୋଲିହ 2018 ନଭେମ୍ବରରେ କ୍ଷମତାକୁ ଆସିବା ପରେ ଦ୍ୱିପାକ୍ଷିକ ସମ୍ପର୍କ କିପରି ଆହୁରି ସୁଦୃଢ ହେବାରେ ଲାଗିଛି ସେ ନେଇ ମଧ୍ୟ ସମୀକ୍ଷା କରିଛନ୍ତି ।
ଅର୍ଥନୈତିକ, ବିକାଶ ଏବଂ ଭିତ୍ତିଭୂମି ନିର୍ମାଣ, ସୁରକ୍ଷା ଏବଂ ପ୍ରତିରକ୍ଷା, ସାମୁଦ୍ରିକ, କ୍ରୀଡା, ଶିକ୍ଷା, ସ୍ୱାସ୍ଥ୍ୟ ଇତ୍ୟାଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗରେ ଗତ ଦୁଇ ବର୍ଷ ମଧ୍ୟରେ ବହୁବିଧ ପ୍ରଗତି ଘଟିଛି । ଗ୍ରେଟର ମାଲେ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଭାରତ 1.4 ବିଲିୟନ ଆମେରିକୀୟ ଡ଼ଲାରର ଏକ ଆର୍ଥିକ ପ୍ୟାକେଜ ଏବଂ ଅତିରିକ୍ତ 500 ନିୟୁତ ଆମେରିକୀୟ ଡଲାର ଘୋଷଣା କରିଛି । ଭାରତ ଅନୁଦାନ ପ୍ରାପ୍ତ ଅଧିକାଂଶ ପ୍ରକଳ୍ପ କାର୍ଯ୍ୟକାରୀ ହୋଇସାରିଛି କିମ୍ବା କାର୍ଯ୍ୟକାରୀ ହେବା ପ୍ରକ୍ରିୟାରେ ଥିବାରୁ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଛନ୍ତି । କୋଭିଡ -19 ଯୋଗୁଁ ଉଭା ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ଦୁଇ ଦେଶ ମଧ୍ୟରେ ଯେଉଁ ସହଯୋଗ ହେଉଛି ତାହା ଦୁଇ ଦେଶ ମଧ୍ୟରେ ପ୍ରତିବଦ୍ଧ ସହଭାଗୀତାର ଅନ୍ୟ ଏକ ଉଦାହରଣ | କୋଭିଡ -19ର ମୁକାବିଲା ପାଇଁ ଭାରତ ପଡୋଶୀ ରାଷ୍ଟ୍ର ମଧ୍ୟରେ ମାଳଦ୍ଵିପକୁ ସର୍ବପ୍ରଥମେ ଓ ସବୁଠୁ ଅଧିକ ସହାୟତାପ୍ରଦାନ କରିଥିଲା | ମାଳଦ୍ୱୀପକୁ ଭାରତର 250 ମିଲିୟନ ଆମେରିକୀୟ ଡଲାରର ସହାୟତା, ଲକଡାଉନ ସମୟରେ ମାଳଦ୍ଵୀପ ରୋଗୀଙ୍କୁ ଭାରତରେ ଚିକିତ୍ସା ସୁବିଧା ପ୍ରଦାନର ଅନୁମତି ଏବଂ ଦୁଇ ଦେଶ ମଧ୍ୟରେ ‘ଏୟାର ବବଲ୍’ ବ୍ୟବସ୍ଥା ଚୁକ୍ତି ଉଲ୍ଲେଖନୀୟ ଅଟେ ।
ଏହା ଉଲ୍ଲେଖ ଯୋଗ୍ୟ ଯେ ମାଳଦ୍ୱୀପ, 1965 ମସିହାରେ ସ୍ଵାଧୀନତା ହାସଲ କରିବା ପରଠାରୁ, ଭାରତ ଏହି ଦେଶ ସହ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇଆସୁଛି। 1988 ମସିହାରେ ଏକ ଗାଦିଚ୍ୟୁତ କରିବାର ପ୍ରଚେଷ୍ଟାକୁ ରୋକିବା ପାଇଁ ମାଳଦ୍ୱୀପକୁ ଭାରତ ଉଚିତ ସମୟରେ ସାହାଯ୍ୟ କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଘନୀଭୂତ ହୋଇଯାଇଥିଲା । ଦେଶରେ ଗୋଟିଏ ରାଜନୈତିକ ବ୍ୟବସ୍ଥାରୁ ବହୁ ରାଜନୈତିକ ବ୍ୟବସ୍ଥାର ପରିବର୍ତ୍ତନ ଏବଂ 2008 ରେ ବହୁ ଦଳୀୟ ବ୍ୟବସ୍ଥା ଅଧୀନରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ପାରସ୍ପରିକ ବୁଝାମଣା ଜାରି ରହିଥିଲା। ତେବେ 2013 ରେ ରାଷ୍ଟ୍ରପତି ମହମ୍ମଦ ୱାହିଦ ହାସନଙ୍କ ଅଧୀନରେ ଏବଂ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନଙ୍କ କାର୍ଯ୍ୟକାଳ ସମୟରେ ଭାରତ-ମାଳଦ୍ୱୀପ ସମ୍ପର୍କ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା।
ରାଷ୍ଟ୍ରପତି ସୋଲିହଙ୍କ ଅଧୀନରେ ଥିବା ପ୍ରଶାସନ ତାଙ୍କର ‘ଭାରତ-ପ୍ରଥମ ନୀତି’ ପ୍ରତି ପ୍ରତିବଦ୍ଧ ଥିବାରୁ ଭାରତର ‘ପଡ଼ୋଶୀ ପ୍ରଥମ’ ନୀତିରେ ମାଳଦ୍ୱୀପ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ନିଶ୍ଚିତ କରିବାକୁ ଭାରତ ସବୁ ମନ୍ତେ ପ୍ରୟାସ କରିଛି । 2019 ପରଠାରୁ ମାଳଦ୍ୱୀପ ସହ ଭାରତର ରୀତିମତ ଯୋଗାଯୋଗ ଚୀନକୁ ପ୍ରତିରୋଧ କରିବା ପାଇଁ ନୁହେଁ, ବରଂ ଦକ୍ଷିଣ ଏସିଆର ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ ।
ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗକୁ ସୋଲିହ ପ୍ରଶାସନ ଉପେକ୍ଷା କରିଛି । ମାଳଦ୍ୱୀପରେ କିଛି ଲୋକ ଭାରତ ବିରୋଧୀ ଭାବନା ପ୍ରଚାରିତ କରୁଥିଲେ ମଧ୍ୟ ଭାରତ ଅନୁଦାନ ପ୍ରାପ୍ତ ପ୍ରକଳ୍ପ ଗୁଡିକ ସ୍ୱଚ୍ଛ ଏବଂ ମାଳଦ୍ୱୀପ ସରକାର ଏବଂ ଲୋକଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ ପାଇଁ ପରିକଳ୍ପନା କରାଯାଇଥିବାରୁ ମାଳଦ୍ୱୀପବାସୀଙ୍କ ମଧ୍ୟରେ ବ୍ୟାପକ ସନ୍ତୋଷ ରହିଛି। ମାଳଦ୍ୱୀପକୁ ଭାରତୀୟ ସହାୟତା ଭାରତ ମହାସାଗରରେ କେବଳ ନିର୍ଭରଶୀଳତା ସୃଷ୍ଟି କରିବା ପାଇଁ ନୁହେଁ, ବରଂ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ନିର୍ଭରଶୀଳତା ଉପରେ ଆଧାର କରି ବନ୍ଧୁତ୍ୱକୁ ପ୍ରୋତ୍ସାହିତ କରିବା। ଏହି ପ୍ରତିବଦ୍ଧତାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି ମାଳଦ୍ୱୀପ ସହାୟତାରେ ଦୁଇ ଦେଶ ଏବଂ ସାମୁଦ୍ରିକ ବିମାନ ମଧ୍ୟରେ ଭାରତ ଦ୍ଵାରା ଏକ ଫେରି ସେବା ଆରମ୍ଭ ହେବା |
ଦ୍ୱିପାକ୍ଷିକ ଯୋଗଦାନ ବ୍ୟତୀତ ଭାରତ ବହୁପକ୍ଷୀୟ ମଞ୍ଚରେ ମାଳଦ୍ୱୀପକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧତା ପ୍ରକଟ କରିଛି । 2021 ମସିହାରେ ଜାତିସଂଘ ସାଧାରଣ ସଭାର 76 ତମ ଅଧିବେଶନର ଅଧ୍ୟକ୍ଷତା ପଦ ପାଇଁ ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସହିଦଙ୍କ ପ୍ରାର୍ଥୀତ୍ଵକୁ ଭାରତ ସମର୍ଥନ ଜଣାଇଛି । ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଉଭୟ ସରକାର ପ୍ରତିବଦ୍ଧ ଥିବାରୁ ଭାରତ-ମାଳଦ୍ୱୀପ ସମ୍ପର୍କର ଭବିଷ୍ୟତ ଆହୁରି ଉଜ୍ଵଳ ହେବାପରି ପ୍ରତୀୟମାନ ହେଉଛି । ତେଣୁ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଥିବା ପ୍ରକଳ୍ପ ଗୁଡିକର ସୂଚାରୁ ରୂପେ କାର୍ଯ୍ୟାନ୍ୱୟନ ପାଇଁ ସର୍ବୋଚ୍ଚ ସ୍ତରରେ ନିରନ୍ତର ଯୋଗାଯୋଗ ବାଞ୍ଛନୀୟ ଅଟେ |
ଆଲେଖ୍ୟ : ଡଃ ଗୁଲବୀନ ସୁଲତାନା, ଭାରତୀୟ ମହାସାଗର ଅଞ୍ଚଳ ମାମଲାରେ ବିଶ୍ଳେଷକ

Comments
Post a Comment