Skip to main content

ପୁଲୱାମା ଆକ୍ରମଣରେ ଏହାର ଭୂମିକାକୁ ପାକିସ୍ତାନ ମାନିବା ପରବର୍ତ୍ତୀ ରାଜନୈତିକ କମ୍ପନ


29 ଅକ୍ଟୋବର 2020 ରେ, ପାକିସ୍ତାନ ପୂର୍ବତନ ବାଚସ୍ପତି ଆୟାଜ ସାଦିକ୍ କହିଛନ୍ତି ଯେ ଇମ୍ରାନ ଖାନ ସରକାର ଭାରତୀୟ ଆକ୍ରମଣର ଆଶଙ୍କା କରି ବନ୍ଦୀ ହୋଇଥିବା ଭାରତୀୟ ବାୟୁସେନା ଅଧିକାରୀ ଅଭିନନ୍ଦଙ୍କୁ (1 ମାର୍ଚ୍ଚ 2019 ରେ) ମୁକ୍ତ କରିଥିଲେ ।

ଏହାପୂର୍ବରୁ, ବିରୋଧୀଦଳର ନେତାଙ୍କ ସହ ଏକ ବୈଠକରେ ପାକ୍ ସେନା ମୁଖ୍ୟ ଜେନରାଲ ବାଜୱା, କପାଳରୁ ଝାଳ ବାହାରୁଥିବା ଓ ଗୋଡ ଥରୁଥିବା ଅବସ୍ଥାରେ ଶାହା ମହମୁଦ କୁରେଶି ସରକାରଙ୍କ ନିଷ୍ପତ୍ତିକୁ ବିରୋଧ ନକରିବାକୁ ଏବଂ ଅଭିନନ୍ଦନଙ୍କୁ ଛାଡ଼ିବାକୁ ବିରୋଧୀ ଦଳଗୁଡ଼ିକୁ କହିଥିଲେ ।

ଆୟାଜ ଜଣେ ବରିଷ୍ଠ ରାଜନେତା ଏବଂ ତାଙ୍କ କଥାର ଗୁରୁତ୍ବ ରହିଥାଏ । ତେବେ, ସରକାର ବିରୋଧ କରୁଥିବା ମୁଖ୍ୟ ବିରୋଧୀ ଦଳର ଜଣେ ସଦସ୍ୟ ଭାବରେ ତାଙ୍କର ଲକ୍ଷ୍ୟ ସରକାରଙ୍କୁ ଅପମାନିତ କରିବା ଏବଂ ଆଂଶିକ ଭାବରେ ସେନାକୁ ଖରାପ ଦେଖାଇବା ପାଇଁ ଉଦ୍ଦିଷ୍ଟ ଥିଲା । ଆଗକୁ ବଢ଼ୁଥିବା ରାଜନୈତିକ ସଙ୍କଟର ଏହା ଏକ ଲକ୍ଷଣ ।

ଆୟାଜଙ୍କ ବକ୍ତବ୍ୟ ପାକ୍ ସେନାକୁ ଅଡୁଆରେ ପକାଇଛି । ପାକ୍ ଫେଡେରାଲ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମନ୍ତ୍ରୀ ଫୱାଦ୍ ଚୌଧୁରୀ ତାଙ୍କ ସରକାରଙ୍କ ଉଦ୍ଦେଶ୍ୟ ଏବଂ ଭାରତର ସଫଳତା ପ୍ରଦର୍ଶନ ଚାପରେ ଦାବି କରିଛନ୍ତି ଯେ ଦୁଇଟି ଭାରତୀୟ ବିମାନକୁ ତଳକୁ ଖସାଇବା ଏବଂ ପାଇଲଟ୍ ବନ୍ଧକ ରଖିବା ବ୍ୟତୀତ କୁଖ୍ୟାତ ପୁଲୱାମା ଆକ୍ରମଣର ଆୟୋଜନ କରିବା ଥିଲା ଇମ୍ରାନଙ୍କ ନୀତିର ଏକ ପ୍ରମୁଖ ସଫଳତା ।

ଏହା ଜଣେ ମନ୍ତ୍ରୀଙ୍କ ଦ୍ୱାରା ଫ୍ରୁଡିଆନ୍ ସ୍ଲିପ୍ ଥିଲା, ଯିଏ ଆତଙ୍କବାଦକୁ ଏକ ଉପକରଣ ଭାବରେ ବ୍ୟବହାର କରିବାର ପାକିସ୍ତାନୀ ରଣନୀତିକୁ ସ୍ୱୀକାର କରିଥିଲା । ଫଳରେ ଭାରତୀୟ ଗଣମାଧ୍ୟମରେ ଏହି ଦୁଇଟି ବିବୃତ୍ତି ବ୍ୟାପକ ଭାବରେ ପ୍ରକାଶ ପାଇଥିଲା । ପାକିସ୍ତାନ ସାଧାରଣତଃ ଏହି ଅଞ୍ଚଳରେ ଏବଂ ବିଶେଷ ଭାବରେ ଭାରତରେ ଆତଙ୍କବାଦର ଏକ ପୃଷ୍ଠପୋଷକ ଭାବରେ କାର୍ଯ୍ୟ କରିଆସୁଛି ।

ଏହାର ସ୍ପଷ୍ଟୀକରଣରେ, ଗୋଟିଏ ଦିନ ପରେ ଆୟାଜ ସରକାରଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ଏବଂ କହିଥିଲେ ଯେ ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବାଧ୍ୟତାମୂଳକ ବୋଲି ବିରୋଧୀଙ୍କୁ ଜଣାଇ ନାହିଁ ।

ଫାୱାଦ୍ ମଧ୍ୟ ତାଙ୍କ ବିବୃତ୍ତିକୁ ଅସଫଳ ଭାବରେ ଠିକ୍‌ ଦର୍ଶାଇବା ପାଇଁ ଚେଷ୍ଟା କରି ସେ କେବଳ ବାଲାକୋଟରେ ଦୁଇ ବିମାନ ତଳକୁ ଖସାଇ ଦିଆଯାଇଥିବା ଏବଂ ପାଇଲଟଙ୍କୁ ବନ୍ଧକ ରଖାଯାଇଥିବା ଉପରେ ପାକିସ୍ତାନର ପ୍ରତିକ୍ରିୟା ବିଷୟରେ କହୁଥିବା ପ୍ରକାଶ କରିଛନ୍ତି । ଭାରତରେ ଆତଙ୍କ ବିସ୍ତାର କରିବାରେ ପାକିସ୍ତାନର ଭୂମିକାକୁ ସେ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି ।

ପରବର୍ତ୍ତୀ ଅବସ୍ଥାରେ, ପାକିସ୍ତାନୀ ସେନା ମୁଖପାତ୍ରଙ୍କ ସ୍ପଷ୍ଟୀକରଣ ଦେଇଛନ୍ତି ଯେ ଅଭିନନ୍ଦନଙ୍କୁ ମୁକ୍ତ କରିବା ନିଷ୍ପତ୍ତି ଏକ ଦାୟିତ୍ବବାନ ଦେଶ ଗ୍ରହଣ କରିଥିବା ପରିପକ୍ୱ ନିଷ୍ପତ୍ତି ଥିଲା କିନ୍ତୁ ମିଡିଆ ସୋ’ରେ କୌଣସି ଆଲୋଚନା କରାଯାଇ ନଥିଲା।

ପାକିସ୍ତାନୀ ଗଣମାଧ୍ୟମରେ ଏସବୁର କଭରେଜ୍ ଅଧିକ ଆକର୍ଷଣୀୟ ଥିଲା । ଟକ୍ ସୋ’ରେ ଆୟାଜଙ୍କୁ ଦୁଷ୍ମନ (ଭାରତ)କୁ ସଫଳତା ପ୍ରମାଣ କରିବାର ସୁଯୋଗ ପ୍ରଦାନ କରିଥିବାରୁ ନିନ୍ଦା କରାଯାଇଥିଲା । ପାକିସ୍ତାନୀ ଜାତୀୟତାର ଏକ ବୈଶିଷ୍ଟ୍ୟ ଭାବରେ ଭାରତ ବିରୋଧୀ ଭାବନାକୁ ସମର୍ଥନ କରି ଅନେକ ଆଙ୍କର ଅଭନନ୍ଦନଙ୍କୁ ମୁକ୍ତ କରିବା ପାଇଁ ପାକିସ୍ତାନର ନିଷ୍ପତ୍ତିର ଖରାପ ଚିତ୍ରଣ ପାଇଁ ଆୟାଜଙ୍କୁ ଦାୟୀ କରୁଥିବାର ଦେଖାଯାଇଥିଲା । ଅବଶ୍ୟ, ଫୱାଦଙ୍କ ବିବୃତ୍ତି ସେତେଟା ପ୍ରସାରିତ ହୋଇନଥିଲା, ଯଦିଓ କିଛି ଚ୍ୟାନେଲର ସମୀକ୍ଷକ ଏହାକୁ ଦାୟିତ୍ବହୀନ ଏବଂ ଦୁର୍ଭାଗ୍ୟଜନକ ମନେ କରିଥିଲେ ।

ପାକିସ୍ତାନ ତୀବ୍ର ରାଜନୈତିକ ପ୍ରକ୍ରିୟା ଦେଇ ଗତି କରୁଛି । ସରକାର ଏହାର ଲୋକପ୍ରିୟତା ହରାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏକ ବିଭାଜିତ ଥିବା ବିରୋଧୀ ଆଜି ବି ଅଧିକ ପ୍ରତିଶ୍ରୁତି ଦେଇ ପଛକୁ ଫେରିବାର ସୁଯୋଗ ଖୋଜୁଛି । ଇମ୍ରାନ ସରକାରଙ୍କୁ ସମର୍ଥନ କରୁଥିବା ସେନା ବିରୋଧୀ ଦଳର ଏକ ସ୍ବତନ୍ତ୍ର ବିଭାଗ ଦ୍ୱାରା ରାଜନୀତିରେ ହସ୍ତକ୍ଷେପ କରିଥିବାରୁ ଏହାକୁ ଖୋଲାଖୋଲି ସମାଲୋଚନା କରାଯାଉଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ସେନା ଦ୍ୱାରା ମଧ୍ୟସ୍ଥ ହୋଇଥିବା ଶକ୍ତି-ସନ୍ତୁଳନ ଚାପରେ ରହିଛି । ଆର୍ଥିକ ପରିସ୍ଥିତି ପୁନରୁଦ୍ଧାରର କୌଣସି ସଙ୍କେତ ମିଳୁନାହିଁ । ପାକିସ୍ତାନର ଲୋକମାନେ ଇମ୍ରାନଙ୍କ ଉପରେ ବିଶ୍ୱାସ ହରାଇଛନ୍ତି । ଯଦି ଗଣମାଧ୍ୟମ ଆଲୋଚନା କୌଣସି ସୂଚକ, ତେବେ ଅନେକ ଆଙ୍କର ଏବଂ ସମୀକ୍ଷକ ତାଙ୍କ ପ୍ରତି ସହାନୁଭୂତି ଦେଖାଉଛନ୍ତି । ଆଜି ପଞ୍ଜାବରେ ନିର୍ବାଚନ ହେବାକୁ ଯାଉଥିଲେ ନୱାଜ ସରିଫଙ୍କ ଦଳ ମତଦାନ ଜିତିବ ବୋଲି ଆଲୋଚକ କହୁଛନ୍ତି ।

ଦେଶରେ ପରିବର୍ତ୍ତିତ ରାଜନୈତିକ ମନୋଭାବ ବିଷୟରେ ସେନା ଅବଗତ ରହି ସବୁ ପକ୍ଷରୁ ଚେଷ୍ଟା କରୁଛି ବୋଲି ଶୁଣିବାକୁ ମିଳୁଛି । ଅଧିକାଂଶ ରାଜନୈତିକ ଦଳ ସହାନୁଭୂତି ପାଇ ଏକ ନୂତନ ରାଜନୈତିକ ସନ୍ତୁଳନ ପୁନର୍ଗଠନ ପାଇଁ ଏହାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ସ୍କ୍ରିପ୍ଟ: ଅଶୋକ ବେହୁରିଆ, ସିନିୟର ଫେଲୋ, MP-IDSA

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...