Skip to main content

ରାଜନୈତିକ ଅବରୋଧ ଦିଗରେ ପାକିସ୍ତାନ

ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ୍ ସେଣ୍ଟର (ଏନସିଓସି) ତରଫରୁ ସାରା ଦେଶରେ ରାଜନୈତିକ ସମାବେଶ ଉପରେ ପ୍ରତିବନ୍ଧକ ଘୋଷଣା କରି ଏହାକୁ କରୋନୋଭାଇରସର ଦ୍ୱିତୀୟ ତରଙ୍ଗ ବିସ୍ତାର ପାଇଁ ଏକ ଆବଶ୍ୟକତା ବୋଲି କହିଥିଲେ। ଇସଲାମାବାଦ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ କରୋନୋଭାଇରସ୍ ସଙ୍କଟ ସମୟରେ କୋଭିଡ -19 ଉପରେ ଏନସିଓସି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ବାଧ୍ୟତାମୂଳକ ଏବଂ ଏହାର ନିଷ୍ପତ୍ତି ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

ତେବେ, ଏହି ନିଷେଧାଦେଶର ପ୍ରକୃତ କାରଣ ହେଉଛି '11 ବିରୋଧୀ ଦଳ, ପିପୁଲ୍ସ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ) ସଂଘର୍ଷ ଦ୍ଵାରା ଯୋଜନା କରାଯାଇଥିବା ପ୍ରମୁଖ ଶକ୍ତି ପ୍ରଦର୍ଶନକୁ ରୋକିବା ଑ ପିଡିଏମ ପକ୍ଷରୁ କୁହାଯାଇଛି ଯେ ସରକାର କରୋନା ଆଳରେ ବିରୋଧୀ ଦଳର ବିରୋଧକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ସରକାର ନେଇଥିଲେ ମଧ୍ୟ ନିଷେଧାଦେଶକୁ ଖଣ୍ଡନ କରି ପିଡିଏମ୍ ଖାଇବର ପାଖ୍ଟନଖୱା ପ୍ରଦେଶର ମାନସେରା ଠାରେ ଏକ ବିଶାଳ ସମାବେଶ ଆୟୋଜନ କରିବ ପେଶୱାର ପ୍ରଶାସନ ଏହି ରାଲି କରିବାକୁ ଅନୁମତି ଦେବାକୁ ମନା କରିଦେଇଥିଲେ ମଧ୍ୟ ବିରୋଧୀ ପିଟିଆଇ ପେଶୱାରରେ ଆଉ ଏକ ସମାବେଶ କରିବାକୁ ପ୍ରସ୍ତୁତ ହେଉଛି। ପିଡିଏମ ମଧ୍ୟ 26 ନଭେମ୍ବରରେ ଲାର୍କାନା, 30 ନଭେମ୍ବରରେ ମୁଲତାନ ଏବଂ 13 ଡିସେମ୍ବର 2020 ରେ ଲାହୋରରେ ଏକ ରାଲି କରିବ।

ସେପ୍ଟେମ୍ବରରେ ବିରୋଧି ମେଣ୍ଟ ଆରମ୍ଭ ହେବା ପରଠାରୁ ପିଡିଏମ ପାକିସ୍ତାନରେ ଏକ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି ଏବଂ ସରକାର ବିରୋଧୀ ସମାବେଶ ଦ୍ଵାରା ସରକାରଙ୍କୁ ନାକେଦମ କରି ସାରିଲାଣି। ତେଣେ ନୱାଜ ସରିଫ କହିଛନ୍ତି ରାଜନୈତିକ କାର୍ଯ୍ୟରେ ହସ୍ତକ୍ଷେପ କରି ଦେଶର ସେନା ମୁଖ୍ୟ ଜେନେରାଲ କାମର ବାଜୱା ଦେଶକୁ ଲଜ୍ଜିତ କରିଛନ୍ତି ଏବଂ ରାଜନୈତିକ ନେତାମାନେ ପାର୍ଲାମେଣ୍ଟରେ ଆଲୋଚନା କରିବା ଉଚିତ, ନିଜର ସମସ୍ୟାକୁ ନେଇ ସେନା ବାହିନୀ ନିକଟରେ ଛିଡା ହେବା ଉଚିତ ନୁହେଁ । ମାରିଆମ୍ ନୱାଜ୍ ସେନାବାହିନୀର ଲାଲ୍ ରେଖା ଅତିକ୍ରମ କରି କ୍ୱାଟା ରାଲିରେ ବାଲୁଚିସ୍ତାନରେ ନିଖୋଜ ବ୍ୟକ୍ତିଙ୍କ ପ୍ରସଙ୍ଗ ଉଠାଇ ପାକିସ୍ତାନରେ ମୁଖା ଖୋଲି ଦେଇଛନ୍ତି।

ଦୁଇ ମୁଖ୍ୟ ବିରୋଧୀ ଦଳ, ପିଏମଏଲ-ଏନ ଏବଂ ପିପିପି ମଧ୍ୟରେ ମନମାଳିନ୍ୟ ଅଛି ଏବଂ ପିଡିଏମ ସହିତ ସମ୍ପର୍କ ଭାଙ୍ଗିପାରେ ବୋଲି ଗୁଜବ ପ୍ରଚାର କରି ପିଟିଆଇ ସରକାର ଅନେକ ଚେଷ୍ଟା କରିଛନ୍ତି। ମନସେରା ରାଲିରେ ମରିୟମ ନୱାଜ କହିଛନ୍ତି ଯେ ପିଡିଏମ ଏହି ସଂଗ୍ରାମ ଜାରିରଖିବ ଏବଂ ନୱାଜ ସରିଫ ପାକିସ୍ତାନକୁ ଫେରି ଚତୁର୍ଥ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ। ।

ଏହି ସମୟରେ ଇମ୍ରାନ ଖାନ ସରକାର ସୀମା ପାର ସନ୍ତ୍ରାସବାଦକୁ ପ୍ରୋତ୍ସାହିତ କରିବାରେ ଲାଗିଛନ୍ତି। ବେଆଇନ ଘୋଷିତ ଜୈଶ-ଇ-ମହମ୍ମଦ (ଜେଏମ) ଆତଙ୍କବାଦୀ ସଂଗଠନ ଦ୍ୱାରା ନାଗ୍ରୋଟା, ଜାମ୍ମୁ କାଶ୍ମୀରରେ ଏକ "ପୁଲୱାମା" ପ୍ରକାର ଆକ୍ରମଣକୁ ଭାରତୀୟ ସୁରକ୍ଷା ବାହିନୀ ପଣ୍ତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ଚାରି ଜଣ ପାକିସ୍ତାନୀ ଜେଏମ୍ ସନ୍ତ୍ରାସବାଦୀଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ନିର୍ମିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନର ଆକ୍ରମଣ ଉଦ୍ୟମରେ ଏକ ଦୃଢ ପ୍ରତିବାଦ କରାଯାଇଥିଲା, ଯାହାକୁ କେବଳ ଭାରତୀୟ ସୁରକ୍ଷା ବାହିନୀର ସଚେତନତା ଦ୍ୱାରା ରୋକାଯାଇ ପାରିଥିଲା। ଏହା ଦାବି କରାଯାଇଥିଲା ଯେ ପାକିସ୍ତାନ ଏହାର ଅଞ୍ଚଳରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ତଥା ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ କରିବାରୁ ଓହରୁ ଏବଂ ଆତଙ୍କବାଦୀ ସଂଗଠନ ଦ୍ୱାରା ପରିଚାଳିତ ଆତଙ୍କବାଦ ଭିତ୍ତିଭୂମିକୁ ନଷ୍ଟ କରୁ।

ଏକ ଦୁର୍ବଳ ଅର୍ଥନୀତି ମାଧ୍ୟମରେ ପାକିସ୍ତାନ ସଂଘର୍ଷ କରୁଛି ଏବଂ ଏହା ଉପରେ ସାଧାରଣ ସାମଗ୍ରୀର ମୂଲ୍ୟ ମୁଦ୍ରାସ୍ଫୀତି ସହିତ ସାଧାରଣ ଲୋକେ ରାସ୍ତାକୁ ଓହ୍ଲାଇଥିବା ବେଳେ ସଂଯୋଗ ବଶତଃ ପିଡିଏମ ମଧ୍ୟ ବିରୋଧ ପ୍ରଦର୍ଶନ କରୁଛି। ଘରୋଇ ସମସ୍ୟାର ସମାଧାନ ଖୋଜିବା ଏବଂ ସେହି ସମୟରେ ସୀମା ପାର୍ଶ୍ୱରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଉତ୍ସାହିତ କରିବା ପରିବର୍ତ୍ତେ ପିଟିଆଇ ସରକାର ବିରୋଧୀଦଳର ନେତାଙ୍କ ସହ ଲଢିବାରେ ବ୍ୟସ୍ତ ଅଛି। ପିଡିଏମ୍ ଏହାର ନିର୍ଦ୍ଧାରିତ ରାଲିରେ ଆଗେଇବାକୁ ପ୍ରସ୍ତୁତ ହେଉଛି ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇସ୍ତଫା ଦାବିରେ ଆସନ୍ତା ବର୍ଷ ଜାନୁଆରୀରେ ଇସଲାମାବାଦରେ ଏକ ଦୀର୍ଘ ପଦଯାତ୍ରା ଆହ୍ଵାନ କରିସାରିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଏକ ରାଜନୈତିକ ଅବରୋଧ ଆଡକୁ ଗତି କରୁଛି। ଦେଶରେ କରୋନା ମାମଲା ମଧ୍ୟ ବୃଦ୍ଧି ପାଉଛି। ଅବରୋଧକୁ ଭାଙ୍ଗିବା ପାଇଁ ସାମରିକ ପ୍ରତିଷ୍ଠାନ କିପରି ପ୍ରତିକ୍ରିୟା ଦେଖାଉଛି ତାହା ଦେଖିବାକୁ ବାକି ରହିଲା। ପାକ୍ ସେନା ଦେଶର ରାଜନୀତିରେ ହସ୍ତକ୍ଷେପ ନକରିବାକୁ ଦେଇଥିବା ପ୍ରତିଶ୍ରୁତି ଭଙ୍ଗ କରିବ କି? ଏହି ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ|



ଆଲେଖ୍ୟ: ଡକ୍ଟର ଜୈନାବ ଅଖତର

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...