Skip to main content

ବ୍ରିକ୍ସ ଭର୍ଚୁଆଲ ସମ୍ମିଳନୀ

ଆସନ୍ତା ବର୍ଷ ବ୍ରିକ୍ସ ଏହାର ଘଠନର 15 ବର୍ଷ ପୂରଣ କରିବ | ଏହା ଏତେଟା ସଫଳତା ପାଇନଥିଲେ ମଧ୍ୟ ଏଥିପ୍ରତି ଅଧିକ ଆଶା ପୋଷଣ କରାଯାଇ ପାରେ | ତୃତୀୟ ଥର ପାଇଁ 2021 ମସିହାରେ ଭାରତ ବ୍ରିକ୍ସର ଅଧ୍ୟକ୍ଷ ପଦ ଗ୍ରହଣ କରିବ । ଆନ୍ତର୍ଜାତୀୟ ସଂଗଠନରେ ଭାରତର ସଦସ୍ୟତା , ଗତିବିଧି ଏବଂ ସହଯୋଗ ବିଶ୍ଵ ସ୍ତରରେ ସମ୍ମାନ ଲାଭ କରିଛି । ସ୍ୱାଧୀନତା ପୂର୍ବରୁ ମଧ୍ୟ ଭାରତ ଜାତିସଂଘ ଏବଂ ଅନେକ ବିଶ୍ୱସ୍ତରୀୟ ଅନୁଷ୍ଠାନର ସଦସ୍ୟ ହୋଇଛି । ଆସନ୍ତା ବର୍ଷ ଭାରତ ଅଷ୍ଟମ ଥର ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଯୋଗଦେବା ଏକ ସାଧାରଣ ଘଟଣା ନୁହେଁ; ଏହା ବିଶ୍ଵ ବ୍ୟାପାରରେ ଭାରତର ମହତ୍ଵପୂର୍ଣ୍ଣ ଭୂମିକାର ଏହା ଏକ ପ୍ରମାଣ।

ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀର ବିଷୟବସ୍ତୁ ପ୍ରାୟତଃ ରୁଷ ଦ୍ଵାରା ଆୟୋଜିତ ହୋଇଥିବା, ‘ବିଶ୍ଵର ସ୍ଥିରତା, ଅଂଶୀଦାର ସୁରକ୍ଷା ଏବଂ ଅଭିନବ ଅଭିବୃଦ୍ଧି’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ପ୍ରାସଙ୍ଗିକ ଏବଂ ଦୂରଦୃଷ୍ଟିସମ୍ପନ୍ନ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱ ଶାସନ ପ୍ରତିଷ୍ଠାନଗୁଡ଼ିକର ବିଶ୍ୱସନୀୟତା ଏବଂ କାର୍ଯ୍ୟକାରିତା କିପରି ଧୂମିଳହୋଇଛି। କେବଳ ଜାତିସଂଘ ନୁହେଁ ବିଶ୍ଵ ବାଣିଜ୍ୟ ସଂଗଠନ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପରି ଅନୁଷ୍ଠାନଗୁଡ଼ିକ ଅର୍ଥପୂର୍ଣ୍ଣ ସଂସ୍କାର ଆବଶ୍ୟକ କରେ ଯାହାକୁ ବ୍ରିକ୍ସ ସଦସ୍ୟମାନେ ଏହି ସଂସ୍କାରକୁ ସମର୍ଥନ କରିବେ ବୋଲି ଭାରତୀୟ ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି।

ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଚେତାବନୀ ଦେଇଛନ୍ତି ଯେ “ଯେତେବେଳେ ଆମକୁ ଅଧିକ ଆବଶ୍ୟକ ହୁଏ ସେତେବେଳେ ବହୁପକ୍ଷୀୟତା ବିଭିନ୍ନ ଦିଗରୁ ଆକ୍ରମଣର ଶିକାର ହୁଏ। ଏକପାଖିଆ ପ୍ରତ୍ୟାହାର, ଦେୟ ପ୍ରଦାନ ନକରିବା, ଭର୍ଚୁଆଲ୍ ଭେଟୋ ଏବଂ ଖରାପ ହେବାର ଆଶଙ୍କା ଦ୍ୱାରା ଏହା କ୍ଷୁର୍ଣ୍ଣ ହେଉଛି। ଦ୍ୱିପାକ୍ଷିକ ଏବଂ ପ୍ଲୁରି-ଲାଟେରାଲ୍ ବାଣିଜ୍ୟ ଏବଂ ଅନ୍ୟାନ୍ୟ ଚୁକ୍ତିନାମା ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ କ୍ରମର ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟକୁ କ୍ଷୁର୍ଣ୍ଣ କରୁଛି |

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବଢୁଥିବା ସନ୍ତ୍ରାସବାଦ ପ୍ରତି ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଏହିପରି ଘୃଣ୍ୟ କାର୍ଯ୍ୟର ଅପରାଧୀଙ୍କୁ ଦଣ୍ତ ଦିଆଯିବା ଆବଶ୍ୟକ ବୋଲି କହିଥିଲେ। ବ୍ରିକ୍ସ ସନ୍ତ୍ରାସବାଦ ବିରୋଧୀ ରଣନୀତି ଚୂଡାନ୍ତ ହୋଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ବ୍ରିକ୍ସରେ ଭାରତର ଅଧ୍ୟକ୍ଷତା ଅଧୀନରେ ଏହାକୁ ଆଗକୁ ନେବାକୁ ପ୍ରତିଶୃତି ଦେଇଛନ୍ତି।

ଆନ୍ତଃ- ବ୍ରିକ୍ସ ବାଣିଜ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଅର୍ଥନୈତିକ ପୁନରୁଦ୍ଧାରରେ ବ୍ରିକ୍ସ ଆନ୍ତଃ- ବ୍ୟାଙ୍କ ସହଯୋଗ କୌଶଳର ପ୍ରମୁଖ ଭୂମିକା ରହିଛି। ଭାରତର ଟିକା ଉତ୍ପାଦନ କ୍ଷମତା ବିଷୟରେ ସେ କହିଛନ୍ତି ଯେ ଏକ ଆତ୍ମନିର୍ଭରଶୀଳ ତଥା ସ୍ଥିର ଭାରତ ଏକ ଶକ୍ତି ଗୁଣକ ହୋଇପାରେ।

ଅନେକ ଆଶା ସହିତ ବ୍ରିକ୍ସ ଗଠନ ହୋଇଥିଲା ​​| ବ୍ରିକ୍ସ ଆଶା ସୃଷ୍ଟି କରିଛି ଯେ ସଦସ୍ୟ ରାଷ୍ଟ୍ରମାନେ ସାଧାରଣ ଉଦ୍ଦେଶ୍ୟ ଏବଂ ବିଶ୍ଵ ସ୍ତରୀୟ ପ୍ରସଙ୍ଗରେ ବ୍ୟାପକ ଭାବରେ ଏକତ୍ରିତ ହେବେ। 

ବ୍ରିକ୍ସ ନିଜକୁ ପୁନଃ ପ୍ରତିଷ୍ଠିତ କରିବାକୁ ପଡିବ | ଅସନ୍ତୋଷର ସମାଧାନ ପାଇଁ ଉପାୟ ଖୋଜିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ଯାହା ଏହି ମଞ୍ଚ, ସମସ୍ତ ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ ବହୁ ମୂଲ୍ୟ କୁହାଯାଇ ପାରେ | ଆନ୍ତଃ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ ଯଦିଓ ବୃଦ୍ଧି ପାଇଛି କିନ୍ତୁ ଏହା ଚାଇନାକୁ ଅପରପକ୍ଷେ ଲାଭ କରିଛି | ବ୍ରିକ୍ସକୁ ଅଭିନବ କରିବା ଆବଶ୍ୟକ | ଆଇନଷ୍ଟାଇନଙ୍କ ଭାଷାରେ “ତୁମେ ସମାନ ସ୍ତରରେ ଏକ ସମସ୍ୟାର ସମାଧାନ କରିପାରିବ ନାହିଁ ଯାହା ସୃଷ୍ଟି ହୋଇଛି, ତୁମକୁ ଏହାଠାରୁ ପରବର୍ତ୍ତୀ ସ୍ତରକୁ ଯିବାକୁ ପଡିବ।”


ଆଲେଖ୍ୟ: ଡକ୍ଟର ଆଶ ନାରାୟଣ ରାୟ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...