Skip to main content

ପାକିସ୍ତାନର  “ଡୋଜିଅର୍ ରଣନୀତି”କୁ ପ୍ରତ୍ୟାଖ୍ୟାନ କରିଛି ଭାରତ  

ଗତ ସପ୍ତାହରେ ପାକିସ୍ତାନ ଭାରତ ବିରୋଧରେ ଅନେକ ହାସ୍ୟାସ୍ପଦ ଅଭିଯୋଗ ଆଣିଥିଲା। ଇସଲାମାବାଦର ମିଥ୍ୟା ପ୍ରଳାପକୁ କେହିହେଲେ ବିଶ୍ଵାସ କରିନାହାନ୍ତି | ବିଭିନ୍ନ ଅଭିଯୋଗ ନେଇ ତଥାକଥିତ “ଡୋଜିଅର୍” ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଏବଂ ଆନ୍ତଃ ସେବା ଜନସମ୍ପର୍କ ବିଭାଗର ମହାନିର୍ଦ୍ଦେଶକ ବାବର ଇଫ୍ଟିଖରଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଭାରତ, ଆଫଗାନିସ୍ତାନରୁ ପାକିସ୍ତାନକୁ “ଆତଙ୍କବାଦୀ” ପଠାଇବାର କାର୍ଯ୍ୟରେ ଲିପ୍ତ ରହିଛି ଓ ପାକିସ୍ତାନକୁ ଏହାର “ଅକାଟ୍ୟ ପ୍ରମାଣ” ମିଳିଛି । ପାକିସ୍ତାନ ଏହା ମଧ୍ୟ ବୃଥା ଚେଷ୍ଟା କରିଛି ଯେ ଭାରତ ନିଜକୁ ଆତଙ୍କବାଦର ଶିକାର ବୋଲି କହିବୁଲୁଛି । ଏହାର ସ୍ପଷ୍ଟ ଅର୍ଥ ହେଲା ନିଜେ ଦୋଷୀ ହୋଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା |

ବିଗତ ଚାରି ଦଶନ୍ଧି ଧରି ପାକିସ୍ତାନର ଏହି କାର୍ଯ୍ୟକଳାପ ବିଶ୍ୱ ପାଇଁ ଉଦବେଗର କାରଣ ପାଲଟିଛି ! ଫଳସ୍ୱରୂପ, କିଛି ବର୍ଷ ପୂର୍ବରୁ ଆମେରିକା ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କରିଦେଇଥିଲା, ଆତଙ୍କବାଦ ପାଣ୍ଠି ଯୋଗାଣ ଉପରେ ବିଶ୍ୱସ୍ତରୀୟ ତଦାରଖକାରୀ ଆର୍ଥିକ କ୍ରିୟାନ୍ଵୟନ ଟାସ୍କ ଫୋର୍ସ ଗତ 2 ବର୍ଷ ଧରି ଇସଲାମାବାଦକୁ 'ଗ୍ରେ ତାଲିକାରେ' ରଖିଛି ଏବଂ ପାକିସ୍ତାନ ଅର୍ଥ ହେରଫେର ଓ ଆତଙ୍କବାଦୀ ଅର୍ଥ ଯୋଗାଣ ରୋକିବା ଲାଗି କୌଣସି ନିୟମ ଅନୁପାଳନ କରିନାହିଁ ବୋଲି ଦର୍ଶାଇ ଏହାର ସର୍ବଶେଷ ବୈଠକରେ କୌଣସି କୋହଳ ଦେବାକୁ ମନା କରିଦେଇଛି | 

ବୈଦେଶିକ ମନ୍ତ୍ରୀ ଡଃ ଜୟଶଙ୍କର ହାଇଦ୍ରାବାଦରେ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ ଠାରେ ଆୟୋଜିତ 'ଡେକାନ୍ ଡାଏଲଗ୍'ରେ ଏକ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରି ଏନେଇ କଡା ପ୍ରତିକ୍ରିୟା ପ୍ରକାଶ କରି ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରର ଏକ ଉଦାହରଣ ବୋଲି କହିଛନ୍ତି। ସେ କହିଛନ୍ତି ବିଶ୍ଵ ଧୀରେ ଧୀରେ ଆନ୍ତର୍ଜାତୀୟ ଆତଙ୍କବାଦର କାର୍ଯ୍ୟକଳାପ ବିଷୟରେ ଅବଗତ ହେଉଛି | ସେ କହିଛନ୍ତି ଯେ ଭାରତ ଏହାର ନିରନ୍ତର ଉଦ୍ୟମ ମାଧ୍ୟମରେ ଆତଙ୍କବାଦ ଅର୍ଥ ଯୋଗାଣ, ଉଗ୍ରବାଦ ଏବଂ ସାଇବର ନିଯୁକ୍ତି କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ଲୋକଲୋଚନକୁ ଆଣିଛି।

ପାକିସ୍ତାନ ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିବା ପରେ ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହାର ପ୍ରତିକ୍ରିୟାରେ କହିଛି ଯେ ଗତ କିଛି ମାସ ଧରି ଦେଶରେ ଜାରି ରହିଥିବା ଘରୋଇ ସମସ୍ୟାରୁ ଜନସାଧାରଣଙ୍କ ଦୃଷ୍ଟି ହଟେଇବା ପାଇଁ ପାକିସ୍ତାନ ଦ୍ଵାରା ଏହା ଏକ ବିବିଧ କୌଶଳ ବୋଲି ବର୍ଣ୍ଣନା କରାଯାଇଛି । ଏହା ମଧ୍ୟ ଉଲ୍ଲେଖ ଯୋଗ୍ୟ ଯେ ପାକିସ୍ଥାନର ବିରୋଧୀ ଦଳ ଇମ୍ରାନ ଖାଁ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏକ ଆନ୍ଦୋଳନ ଆରମ୍ଭ କରିଛି | ଏହି ସରକାର ଲୋକମାନଙ୍କ ଦ୍ୱାରା “ନିର୍ବାଚିତ” ନୁହେଁ! ବରଂ ସେନା ଦ୍ୱାରା ମନୋନୀତ ହୋଇଛି ବୋଲି ବିରୋଧୀ ପକ୍ଷ ଅଭିଯୋଗ ଆଣିଛନ୍ତି |

ପାକିସ୍ତାନ ଦ୍ଵାରା ଭାରତ ବିରୁଦ୍ଧରେ ଅଭିଯୋଗକୁ ଭାରତ ତୀବ୍ର ନିନ୍ଦା କରିଛି ଏବଂ ଏହାର ବିଶ୍ଵସ୍ତରୀୟ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ଲାଗି ଏହାକୁ ତାର ନିରାଶଜନକ ଉଦ୍ୟମ ବୋଲି କହିଛି। ଆଫଗାନିସ୍ତାନ ମଧ୍ୟ ପାକିସ୍ତାନ ବିରୁଦ୍ଧରେ ଏହାର ଦେଶରୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କାବୁଲ ଅନୁମତି ଦେଇଥିବା ନେଇ ପାକିସ୍ତାନର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି।

ପାକିସ୍ତାନ ବର୍ତ୍ତମାନ ଭାରତ ବିରୋଧରେ ଏକ ନୂଆ କାହାଣୀ ସୃଷ୍ଟି କରିବା ଆଶାରେ ଅନ୍ୟ ପଡୋଶୀ ଦେଶରେ ଅପପ୍ରଚାର କରିବାକୁ ଚେଷ୍ଟା କରୁଛି | ଏହାର ମୁକାବିଲା ପାଇଁ ନୂଆଦିଲ୍ଲୀ ମଧ୍ୟ ଏକ କୂଟନୈତିକ ଅଭିଯାନ ଆରମ୍ଭ କରିଛି। ଯଦି ପାକିସ୍ତାନ ଭାବୁଛି ଯେ ଏହାର ଡୋସିଅର୍ ନୀତି କାମିଆବ ହେବ, ତେବେ ଏହା ଦିବା ସ୍ଵପ୍ନ ସ୍ୱରୂପ | ଏହା ଏକ ବୃଥା ପ୍ରଚେଷ୍ଟା ମାତ୍ର | ପାକିସ୍ତାନର ରଣନୀତି ବିଷୟରେ ବିଶ୍ୱ ଅବଗତ ଅଛି।

ବିଗତ କିଛି ସମୟ ହେଲା ପାକିସ୍ତାନର କାର୍ଯ୍ୟକଳାପ ଏବଂ ଅଭିବ୍ୟକ୍ତିରେ ଏକ ସ୍ପଷ୍ଟ ନମୁନା ଦେଖିବାକୁ ମିଳିଛି | ଜାମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖା (ଏଲଓସି ) ରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ପାକିସ୍ତାନ, ଭାରତକୁ ଏକ ଆକ୍ରମଣକାରୀ ଓ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଅଛି ବୋଲି ଭିତ୍ତିହୀନ ଅଭିଯୋଗ କରିବା ହେଉଛି ଏହାର ଏକ ନମୁନା ।

ଉଲ୍ଲେଖନୀୟ କଥା ହେଉଛି, ଆସନ୍ତା ବର୍ଷ ଜାନୁଆରୀରୁ ଭାରତ ଏକ ଅସ୍ଥାୟୀ ସଦସ୍ୟ ଭାବରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଦାୟିତ୍ଵ ଗ୍ରହଣ କରୁଛି। ଜାତିସଂଘରେ ନୂଆ ପରିସ୍ଥିତିର ମୁକାବିଲା ପାଇଁ ପାକିସ୍ତାନ ପ୍ରସ୍ତୁତ ହେଉଛି ବୋଲି ଜଣାପଡିଛି । କିନ୍ତୁ ଇସଲାମାବାଦ ଆତଙ୍କବାଦକୁ ରାଷ୍ଟ୍ର ନୀତିର ଏକ ଆୟୁଧ ଭାବରେ ବ୍ୟବହାର କରି ବିଶ୍ୱ ଆତଙ୍କବାଦର ଏକ ପେଣ୍ଠସ୍ଥଳୀ ପାଲଟିଥିବା ବିଷୟରେ ବିଶ୍ୱ ଦୃଷ୍ଟିକୋଣକୁ ପ୍ରଭାବିତ କରିବାକୁ ପାକିସ୍ତାନ ଆଶା ସୁଦ୍ଧା କରିପାରିବ ନାହିଁ।

ଇସଲାମାବାଦ ବୋଧେ ଭୁଲିଯାଉଛି ଯେ ଅଲ-କାଏଦା ଆତଙ୍କବାଦୀ ଓସାମା ବିନ୍ ଲାଦେନକୁ ପାକିସ୍ତାନର ଆବଟ୍ଟାବାଦ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଠାବ କରାଯାଇଥିଲା ଯେଉଁଠାରେ ସେ ଅତିକମରେ 5 ବର୍ଷ ଧରି ଲୁଚି ରହିଥିଲା । ଏଥିସହ ପାକିସ୍ତାନର ମନ୍ତ୍ରୀ ଫୱାଦ ଚୌଧୁରୀ ଦେଶର ନେସନାଲ ଏସେମ୍ବ୍ଲିରେ ସମ୍ପ୍ରତ୍ତି ସ୍ୱୀକାର କରିଛନ୍ତି ଯେ ଗତ ବର୍ଷ କାଶ୍ମୀରର ପୁଲୱାମାଠାରେ ଭାରତୀୟ ନିରାପତ୍ତା ବାହିନୀ ଉପରେ କରାଯାଇଥିବା ଆକ୍ରମଣ ଇମ୍ରାନ ଖାଁ ସରକାରଙ୍କ ଏକ ପ୍ରମୁଖ ଉପଲବ୍ଧି | ଏହି ଆକ୍ରମଣରେ 42 ଜଣ ଭାରତୀୟ ନିରାପତ୍ତା କର୍ମଚାରୀ ପ୍ରାଣ ହରାଇଥିଲେ। 

ଏହି ଘଟଣା ଗୁଡିକ ପାକିସ୍ତାନକୁ ଏକ ନିରୀହ ଦେଶ ଭାବେ କହି ବୁଲିବାର ସବୁ ଦ୍ୱାର ବନ୍ଦ କରିସାରିଛି। ଅନ୍ତର୍ଜାତୀୟ ସମୁଦାୟକୁ ଘଣ୍ଟ ଘୋଡ଼ାଇବା ପାଇଁ ଶସ୍ତା କୌଶଳ ପ୍ରୟୋଗ କରିବା ପରିବର୍ତ୍ତେ ପାକିସ୍ତାନ ନିଜ ମାଟିରେ ଆତଙ୍କବାଦର ମୂଳପୋଛ କରିବା ଉପରେ ଧ୍ୟାନ ଦେଲେ ହିଁ ଏହାର ହିତସାଧନ ହେବ |

ଆଲେଖ୍ୟ : ଅଶୋକ ହାଣ୍ଡୁ , ରାଜନୈତିକ ଭାଷ୍ୟକାର

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...