Skip to main content

ପାକିସ୍ତାନର  “ଡୋଜିଅର୍ ରଣନୀତି”କୁ ପ୍ରତ୍ୟାଖ୍ୟାନ କରିଛି ଭାରତ  

ଗତ ସପ୍ତାହରେ ପାକିସ୍ତାନ ଭାରତ ବିରୋଧରେ ଅନେକ ହାସ୍ୟାସ୍ପଦ ଅଭିଯୋଗ ଆଣିଥିଲା। ଇସଲାମାବାଦର ମିଥ୍ୟା ପ୍ରଳାପକୁ କେହିହେଲେ ବିଶ୍ଵାସ କରିନାହାନ୍ତି | ବିଭିନ୍ନ ଅଭିଯୋଗ ନେଇ ତଥାକଥିତ “ଡୋଜିଅର୍” ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଏବଂ ଆନ୍ତଃ ସେବା ଜନସମ୍ପର୍କ ବିଭାଗର ମହାନିର୍ଦ୍ଦେଶକ ବାବର ଇଫ୍ଟିଖରଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଭାରତ, ଆଫଗାନିସ୍ତାନରୁ ପାକିସ୍ତାନକୁ “ଆତଙ୍କବାଦୀ” ପଠାଇବାର କାର୍ଯ୍ୟରେ ଲିପ୍ତ ରହିଛି ଓ ପାକିସ୍ତାନକୁ ଏହାର “ଅକାଟ୍ୟ ପ୍ରମାଣ” ମିଳିଛି । ପାକିସ୍ତାନ ଏହା ମଧ୍ୟ ବୃଥା ଚେଷ୍ଟା କରିଛି ଯେ ଭାରତ ନିଜକୁ ଆତଙ୍କବାଦର ଶିକାର ବୋଲି କହିବୁଲୁଛି । ଏହାର ସ୍ପଷ୍ଟ ଅର୍ଥ ହେଲା ନିଜେ ଦୋଷୀ ହୋଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା |

ବିଗତ ଚାରି ଦଶନ୍ଧି ଧରି ପାକିସ୍ତାନର ଏହି କାର୍ଯ୍ୟକଳାପ ବିଶ୍ୱ ପାଇଁ ଉଦବେଗର କାରଣ ପାଲଟିଛି ! ଫଳସ୍ୱରୂପ, କିଛି ବର୍ଷ ପୂର୍ବରୁ ଆମେରିକା ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କରିଦେଇଥିଲା, ଆତଙ୍କବାଦ ପାଣ୍ଠି ଯୋଗାଣ ଉପରେ ବିଶ୍ୱସ୍ତରୀୟ ତଦାରଖକାରୀ ଆର୍ଥିକ କ୍ରିୟାନ୍ଵୟନ ଟାସ୍କ ଫୋର୍ସ ଗତ 2 ବର୍ଷ ଧରି ଇସଲାମାବାଦକୁ 'ଗ୍ରେ ତାଲିକାରେ' ରଖିଛି ଏବଂ ପାକିସ୍ତାନ ଅର୍ଥ ହେରଫେର ଓ ଆତଙ୍କବାଦୀ ଅର୍ଥ ଯୋଗାଣ ରୋକିବା ଲାଗି କୌଣସି ନିୟମ ଅନୁପାଳନ କରିନାହିଁ ବୋଲି ଦର୍ଶାଇ ଏହାର ସର୍ବଶେଷ ବୈଠକରେ କୌଣସି କୋହଳ ଦେବାକୁ ମନା କରିଦେଇଛି | 

ବୈଦେଶିକ ମନ୍ତ୍ରୀ ଡଃ ଜୟଶଙ୍କର ହାଇଦ୍ରାବାଦରେ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ ଠାରେ ଆୟୋଜିତ 'ଡେକାନ୍ ଡାଏଲଗ୍'ରେ ଏକ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରି ଏନେଇ କଡା ପ୍ରତିକ୍ରିୟା ପ୍ରକାଶ କରି ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରର ଏକ ଉଦାହରଣ ବୋଲି କହିଛନ୍ତି। ସେ କହିଛନ୍ତି ବିଶ୍ଵ ଧୀରେ ଧୀରେ ଆନ୍ତର୍ଜାତୀୟ ଆତଙ୍କବାଦର କାର୍ଯ୍ୟକଳାପ ବିଷୟରେ ଅବଗତ ହେଉଛି | ସେ କହିଛନ୍ତି ଯେ ଭାରତ ଏହାର ନିରନ୍ତର ଉଦ୍ୟମ ମାଧ୍ୟମରେ ଆତଙ୍କବାଦ ଅର୍ଥ ଯୋଗାଣ, ଉଗ୍ରବାଦ ଏବଂ ସାଇବର ନିଯୁକ୍ତି କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ଲୋକଲୋଚନକୁ ଆଣିଛି।

ପାକିସ୍ତାନ ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିବା ପରେ ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହାର ପ୍ରତିକ୍ରିୟାରେ କହିଛି ଯେ ଗତ କିଛି ମାସ ଧରି ଦେଶରେ ଜାରି ରହିଥିବା ଘରୋଇ ସମସ୍ୟାରୁ ଜନସାଧାରଣଙ୍କ ଦୃଷ୍ଟି ହଟେଇବା ପାଇଁ ପାକିସ୍ତାନ ଦ୍ଵାରା ଏହା ଏକ ବିବିଧ କୌଶଳ ବୋଲି ବର୍ଣ୍ଣନା କରାଯାଇଛି । ଏହା ମଧ୍ୟ ଉଲ୍ଲେଖ ଯୋଗ୍ୟ ଯେ ପାକିସ୍ଥାନର ବିରୋଧୀ ଦଳ ଇମ୍ରାନ ଖାଁ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏକ ଆନ୍ଦୋଳନ ଆରମ୍ଭ କରିଛି | ଏହି ସରକାର ଲୋକମାନଙ୍କ ଦ୍ୱାରା “ନିର୍ବାଚିତ” ନୁହେଁ! ବରଂ ସେନା ଦ୍ୱାରା ମନୋନୀତ ହୋଇଛି ବୋଲି ବିରୋଧୀ ପକ୍ଷ ଅଭିଯୋଗ ଆଣିଛନ୍ତି |

ପାକିସ୍ତାନ ଦ୍ଵାରା ଭାରତ ବିରୁଦ୍ଧରେ ଅଭିଯୋଗକୁ ଭାରତ ତୀବ୍ର ନିନ୍ଦା କରିଛି ଏବଂ ଏହାର ବିଶ୍ଵସ୍ତରୀୟ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ଲାଗି ଏହାକୁ ତାର ନିରାଶଜନକ ଉଦ୍ୟମ ବୋଲି କହିଛି। ଆଫଗାନିସ୍ତାନ ମଧ୍ୟ ପାକିସ୍ତାନ ବିରୁଦ୍ଧରେ ଏହାର ଦେଶରୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କାବୁଲ ଅନୁମତି ଦେଇଥିବା ନେଇ ପାକିସ୍ତାନର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି।

ପାକିସ୍ତାନ ବର୍ତ୍ତମାନ ଭାରତ ବିରୋଧରେ ଏକ ନୂଆ କାହାଣୀ ସୃଷ୍ଟି କରିବା ଆଶାରେ ଅନ୍ୟ ପଡୋଶୀ ଦେଶରେ ଅପପ୍ରଚାର କରିବାକୁ ଚେଷ୍ଟା କରୁଛି | ଏହାର ମୁକାବିଲା ପାଇଁ ନୂଆଦିଲ୍ଲୀ ମଧ୍ୟ ଏକ କୂଟନୈତିକ ଅଭିଯାନ ଆରମ୍ଭ କରିଛି। ଯଦି ପାକିସ୍ତାନ ଭାବୁଛି ଯେ ଏହାର ଡୋସିଅର୍ ନୀତି କାମିଆବ ହେବ, ତେବେ ଏହା ଦିବା ସ୍ଵପ୍ନ ସ୍ୱରୂପ | ଏହା ଏକ ବୃଥା ପ୍ରଚେଷ୍ଟା ମାତ୍ର | ପାକିସ୍ତାନର ରଣନୀତି ବିଷୟରେ ବିଶ୍ୱ ଅବଗତ ଅଛି।

ବିଗତ କିଛି ସମୟ ହେଲା ପାକିସ୍ତାନର କାର୍ଯ୍ୟକଳାପ ଏବଂ ଅଭିବ୍ୟକ୍ତିରେ ଏକ ସ୍ପଷ୍ଟ ନମୁନା ଦେଖିବାକୁ ମିଳିଛି | ଜାମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖା (ଏଲଓସି ) ରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ପାକିସ୍ତାନ, ଭାରତକୁ ଏକ ଆକ୍ରମଣକାରୀ ଓ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଅଛି ବୋଲି ଭିତ୍ତିହୀନ ଅଭିଯୋଗ କରିବା ହେଉଛି ଏହାର ଏକ ନମୁନା ।

ଉଲ୍ଲେଖନୀୟ କଥା ହେଉଛି, ଆସନ୍ତା ବର୍ଷ ଜାନୁଆରୀରୁ ଭାରତ ଏକ ଅସ୍ଥାୟୀ ସଦସ୍ୟ ଭାବରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଦାୟିତ୍ଵ ଗ୍ରହଣ କରୁଛି। ଜାତିସଂଘରେ ନୂଆ ପରିସ୍ଥିତିର ମୁକାବିଲା ପାଇଁ ପାକିସ୍ତାନ ପ୍ରସ୍ତୁତ ହେଉଛି ବୋଲି ଜଣାପଡିଛି । କିନ୍ତୁ ଇସଲାମାବାଦ ଆତଙ୍କବାଦକୁ ରାଷ୍ଟ୍ର ନୀତିର ଏକ ଆୟୁଧ ଭାବରେ ବ୍ୟବହାର କରି ବିଶ୍ୱ ଆତଙ୍କବାଦର ଏକ ପେଣ୍ଠସ୍ଥଳୀ ପାଲଟିଥିବା ବିଷୟରେ ବିଶ୍ୱ ଦୃଷ୍ଟିକୋଣକୁ ପ୍ରଭାବିତ କରିବାକୁ ପାକିସ୍ତାନ ଆଶା ସୁଦ୍ଧା କରିପାରିବ ନାହିଁ।

ଇସଲାମାବାଦ ବୋଧେ ଭୁଲିଯାଉଛି ଯେ ଅଲ-କାଏଦା ଆତଙ୍କବାଦୀ ଓସାମା ବିନ୍ ଲାଦେନକୁ ପାକିସ୍ତାନର ଆବଟ୍ଟାବାଦ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଠାବ କରାଯାଇଥିଲା ଯେଉଁଠାରେ ସେ ଅତିକମରେ 5 ବର୍ଷ ଧରି ଲୁଚି ରହିଥିଲା । ଏଥିସହ ପାକିସ୍ତାନର ମନ୍ତ୍ରୀ ଫୱାଦ ଚୌଧୁରୀ ଦେଶର ନେସନାଲ ଏସେମ୍ବ୍ଲିରେ ସମ୍ପ୍ରତ୍ତି ସ୍ୱୀକାର କରିଛନ୍ତି ଯେ ଗତ ବର୍ଷ କାଶ୍ମୀରର ପୁଲୱାମାଠାରେ ଭାରତୀୟ ନିରାପତ୍ତା ବାହିନୀ ଉପରେ କରାଯାଇଥିବା ଆକ୍ରମଣ ଇମ୍ରାନ ଖାଁ ସରକାରଙ୍କ ଏକ ପ୍ରମୁଖ ଉପଲବ୍ଧି | ଏହି ଆକ୍ରମଣରେ 42 ଜଣ ଭାରତୀୟ ନିରାପତ୍ତା କର୍ମଚାରୀ ପ୍ରାଣ ହରାଇଥିଲେ। 

ଏହି ଘଟଣା ଗୁଡିକ ପାକିସ୍ତାନକୁ ଏକ ନିରୀହ ଦେଶ ଭାବେ କହି ବୁଲିବାର ସବୁ ଦ୍ୱାର ବନ୍ଦ କରିସାରିଛି। ଅନ୍ତର୍ଜାତୀୟ ସମୁଦାୟକୁ ଘଣ୍ଟ ଘୋଡ଼ାଇବା ପାଇଁ ଶସ୍ତା କୌଶଳ ପ୍ରୟୋଗ କରିବା ପରିବର୍ତ୍ତେ ପାକିସ୍ତାନ ନିଜ ମାଟିରେ ଆତଙ୍କବାଦର ମୂଳପୋଛ କରିବା ଉପରେ ଧ୍ୟାନ ଦେଲେ ହିଁ ଏହାର ହିତସାଧନ ହେବ |

ଆଲେଖ୍ୟ : ଅଶୋକ ହାଣ୍ଡୁ , ରାଜନୈତିକ ଭାଷ୍ୟକାର

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...