Skip to main content

ଆମେରିକା ରାଷ୍ଟ୍ରପତି ନିର୍ବାଚନ 2020 ଏବଂ ଭବିଷ୍ୟତର ଭାରତ ଆମେରିକା ସଂପର୍କ

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳର ସରକାରୀ ଘୋଷଣା ଆଉ କିଛି ସପ୍ତାହ ଲାଗିବ, ଭୋଟ୍ ଗଣନାରୁ ଯାହା ଜଣାପଡୁଛି ଯେ ଜୋ ବିଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ।

3 ନଭେମ୍ବର 2020 ରେ ଅନୁଷ୍ଠିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହ୍ଵାଇଟ ହାଉସକୁ ଯିବା ଦୌଡର ଇତିହାସରେ ସବୁଠାରୁ ବିବାଦୀୟ ନିର୍ବାଚନ ହୋଇଛି। ଯେହେତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ଏକ ମହାଶକ୍ତି ଭାବରେ ଉଭା ହେଲା, ବିଶ୍ୱ କ୍ୟାଲେଣ୍ଡରର ପ୍ରତ୍ୟେକ ଚତୁର୍ଥ ବର୍ଷରେ ନଭେମ୍ବର ମାସରେ ହେବାକୁ ଥିବା ଆମେରିକା ନିର୍ବାଚନ ଏପରି ଏକ ଘଟଣା ହୋଇଗଲାଣି ଯାହା କେବଳ ଆମେରିକୀୟ ଲୋକଙ୍କୁ ନୁହେଁ ସମଗ୍ର ବିଶ୍ୱକୁ ମଧ୍ୟ ଅପେକ୍ଷା ରହୁଛି |

ଅବଶ୍ୟ, 2020 ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଏକ ପାର୍ଥକ୍ୟ ସୃଷ୍ଟି କରୁଛି | ଏହି ନିର୍ବାଚନ ଏକ ଭୟଙ୍କର କୋଭିଡ-19 ମହାମାରୀ ମଧ୍ୟରେ ହୋଇଥିଲା ଯେଉଁଥିରେ ଆମେରିକା ସର୍ବାଧିକ ସଂକ୍ରମିତ ଦେଶ ଥିଲା ଓବଂ ବିଶ୍ଵର ସର୍ବାଧିକ ମୃତ୍ୟୁ ଏହିଠାରେ ଘଟିଥିଲା। ଗୋଟିଏ ଧାରଣା ଜନ୍ମି ଥିଲା ଯେ କରୋନା ଭାଇରସ୍ ଭୟରେ ନିର୍ବାଚନ ସମୟରେ ଅନେକ ଆମେରିକୀୟ ମତଦାନ କରିବେ ନାହିଁ। କିନ୍ତୁ ସେମିତି ନହୋଇ ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଆମେରିକୀୟ ଭୋଟରଙ୍କ ମତଦାନ ରେକର୍ଡ ସର୍ବାଧିକ ଥିଲା! ସମଗ୍ର ବିଶ୍ୱରେ ଏବଂ ଯୁକ୍ତରାଷ୍ଟ୍ରରେ ମଧ୍ୟ ସାଧାରଣ ଧାରଣା ଥିଲା ଯେ ନିର୍ବାଚନରେ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ପୁଣି ପ୍ରତ୍ୟାବର୍ତ୍ତନ କରିବେ କିନ୍ତୁ ସେପରି ହେବାର ଦେଖାଯାଉ ନାହିଁ |

ବହୁ ସଂଖ୍ୟକ ଲୋକ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭୋଟ୍ ଦେଇଥିବା ସତ୍ଵେ ମଧ୍ୟ କରାଯାଇଥିବା ସର୍ବେକ୍ଷଣ ଭୁଲ ସାବ୍ୟସ୍ତ ହେବାକୁ ଯାଉଛି । 2016 ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟର ପୂର୍ବାନୁମାନ କରିବାରେ ପୋଲଷ୍ଟରମାନେ ବିଫଳ ହୋଇଥିଲେ। ଏଥର ସେମାନେ ପୂର୍ବାନୁମାନ କରିବାରେ ବିଫଳ ହୋଇଥିଲେ ଯେ ଆମେରିକାର ପ୍ରାୟ ଅଧା ଚୟନକର୍ତ୍ତା ଆମେରିକାର ରାଷ୍ଟ୍ରପତିଙ୍କୁ ଭୋଟ୍ ଦେବେ!

ତୀବ୍ର ଅର୍ଥନୈତିକ ସଙ୍କଟ, ଉଚ୍ଚ ବେକାରୀ ହାର, ସ୍ଵାସ୍ଥ୍ୟ ଭିତ୍ତିଭୂମି ଅଭାବ, ଜାତିଗତ ଭେଦଭାବ ତଥା ପୋଲିସର ଅତ୍ୟାଚାର ବିରୁଦ୍ଧରେ ଦେଶବ୍ୟାପୀ ବିରୋଧ ଟ୍ରମ୍ପଙ୍କୁ ଭୋଟ୍ ଦେବାକୁ ଉତ୍ସାହିତ କରି ନଥିଲା ଏବଂ ଜୋ ବିଡେନଙ୍କ ସପକ୍ଷରେ ଜନମତ ସୃଷ୍ଟି ହୋଇଥିଲା ।

ଗଣନା ଶେଷ ହେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ନିଜର ବିଜୟ ଘୋଷଣା କରିଥିଲେ ​​| ରିପବ୍ଲିକାନ୍ ପାର୍ଟିର ଅନେକ ରାଜନୈତିକ ନେତା ତୁରନ୍ତ ଟ୍ରମ୍ପଙ୍କ ସ୍ଥିତିରୁ ନିଜକୁ ଦୂରେଇ ରଖିଥିଲେ। ଅଧିକନ୍ତୁ, ରାଷ୍ଟ୍ରପତି ଟ୍ରମ୍ପଙ୍କ ବାଲାଟ ଠକେଇ ଏବଂ ଭୋଟ୍ ଗଣନାରେ ତ୍ରୁଟି ଥିବା ଅଭିଯୋଗ ପାଇଁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଗଣନା ବନ୍ଦ କରିବା, ପରବର୍ତ୍ତୀ ଭୋଟ୍ ରୋକିବା କିମ୍ବା ମେଲ-ଇନ୍ ବାଲାଟ୍ ଗଣନା ବିରୁଦ୍ଧରେ ଟ୍ରମ୍ପ ସମର୍ଥକମାନଙ୍କ ଦ୍ଵାରା 40 ରୁ ଅଧିକ ବିଭିନ୍ନ ରାଜ୍ୟରେ ଶହ ଶହ ମାମଲା ପଞ୍ଜିକୃତ ହୋଇଥିଲା।

କିନ୍ତୁ ଆମେରିକାର ସମ୍ବିଧାନ ଭୋଟର ଆଇନଗତ ଗଣନାକୁ ରୋକିବା ପାଇଁ କାହାକୁ କ୍ଷମତାପନ୍ନ କରି ନାହିଁ। ଫଳସ୍ୱରୂପ ରାଜ୍ୟଗୁଡିକରେ ଗଣନା ଜାରି ରହିଲା ଏବଂ ଧୀରେ ଧୀରେ ଏହା ଦର୍ଶାଉଛି ଯେ ଜୋ ବିଡେନ ହ୍ଵାଇଟ ହାଉସରେ ପ୍ରବେଶ କରିବାକୁ 270 ନିର୍ବାଚନୀ ଭୋଟର ଆବଶ୍ୟକ ମ୍ୟାଜିକ୍ ସଂଖ୍ୟା ହାସଲ କରିପାରିବେ।

ଭବିଷ୍ୟତରେ ବିଡେନ ପ୍ରଶାସନ ଅଧୀନରେ ଭାରତ-ଆମେରିକା ସମ୍ପର୍କ ପାଇଁ କ’ଣ ଅଛି? ସର୍ବପ୍ରଥମେ, ଜୋ ବିଡେନ ଭାରତ ପାଇଁ ଏକ ଜଣାଶୁଣା ରାଜନୈତିକ ବ୍ୟକ୍ତିତ୍ୱ | ସେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଆମେରିକାର ସିନେଟରେ ଥିଲେ ଏବଂ ସିନେଟର ବୈଦେଶିକ ସମ୍ପର୍କ କମିଟିରେ ମଧ୍ୟ ପ୍ରଭାବଶାଳୀ କାର୍ଯ୍ୟ କରିଥିଲେ। ଓବାମା ପ୍ରଶାସନ ସମୟରେ ସେ ଆମେରିକାର ଉପରାଷ୍ଟ୍ରପତି ଭାବରେ ଆଠ ବର୍ଷ କାର୍ଯ୍ୟ କରିଥିଲେ। ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତ୍ୟନ୍ତ ଆନ୍ତରିକତା, ସହଯୋଗ ଏବଂ ଫଳପ୍ରଦ ସମ୍ପର୍କ ରହିଛି।

ତେଣୁ ବିଡେନ୍ ପ୍ରଶାସନ ସମୟରେ ଆମେରିକା ସହିତ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ଭାରତୀୟ କୂଟନୀତି ସହଜରେ ଫଳପ୍ରଦ ହୋଇପାରିବ | ଯେତେବେଳେ ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ହୋଇଥିଲେ ସେତେବେଳେ ଭାରତର ସନ୍ଦେହ ଥିଲା ଯେ ସେ ଦୁଇ ଦେଶର ସଂପର୍କକୁ ତାଙ୍କ ପୂର୍ବବର୍ତ୍ତି ରାଷ୍ଟ୍ରପତି ଜର୍ଜ ବୁଶଙ୍କ ପରି ବୃଦ୍ଦି କରିବେ ନା ନାହିଁ।

ପରିସ୍ଥିତି ଏପରି ହେଲା ଯେ ଭାରତ-ଆମେରିକା ସମ୍ପର୍କ ଅଧିକ ଦୃଢହୋଇଗଲା । ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେଲେ, ସେ ଏସିଆକୁ ଗୁରୁତ୍ଵ ଦେଇ ନାମକରଣ କଲେ - “ଇଣ୍ଡୋ-ପାସିଫିକ୍ ଷ୍ଟ୍ରାଟେଜୀ” | 

ଆମେରିକା ପାଇଁ ଚୀନ୍ ମୁଖ୍ୟ ରଣନୀତିକ ଆହ୍ଵାନ ହୋଇ ରହିବ। ଆମେରିକା ପାଇଁ ପାକିସ୍ତାନ ଚିରାଚରିତ ମୁଣ୍ଡବ୍ୟଥା ଭଳି ମନେହୁଏ। ଏହିପରି ଭାବରେ ବିଡେନ ପ୍ରଶାସନ ସମୟରେ ଭାରତ-ଆମେରିକା ସମ୍ପର୍କ ଅପରିବର୍ତ୍ତିତ ରହିବ | ଭାରତ ସହିତ ଘନିଷ୍ଠ ସମ୍ପର୍କ ପାଇଁ ଦ୍ୱିପାକ୍ଷିକ ଆମେରିକାର ସମର୍ଥନ ନିଶ୍ଚିତ ଭାବରେ ଆଗକୁ ବଢିବ |

ଆଲେଖ୍ୟ: ପ୍ରଫେସର ଚିନ୍ତାମଣୀ ପାଣିଗ୍ରାହୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...