Skip to main content

ଭାରତ ଏବଂ ଇଟାଲୀ ସମ୍ପର୍କ​ରେ ସମ୍ଭାବନାର ନବଦିଗନ୍ତ



ୟୁରୋପୀୟ ଦେଶମାନଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନ କରିବା ହେଉଛି ଭାରତର ବୈଦେଶିକ ନୀତିର ଲକ୍ଷ୍ୟ ଯାହାକି ଫଳପ୍ରଦ ହୋଇଛି । ନିକଟ ଅତୀତରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡେନମାର୍କ, ଫିନଲ୍ୟାଣ୍ଡ ଏବଂ ଫ୍ରାନ୍ସ ପରି ଅନେକ ୟୁରୋପୀୟ ଦେଶ ସହିତ ଦ୍ୱିପାକ୍ଷିକ ସମ୍ମିଳନୀ କରିଛନ୍ତି ଯାହାକି ବିଶ୍ବ ପୃଷ୍ଠଭୂମିରେ ୟୁରୋପୀୟ ଶକ୍ତି ସହିତ ଭାରତର ଯୋଗଦାନକୁ ପରିବ୍ୟାପ୍ତ କରିବାରେ ସାହାଯ୍ୟ କରିଛି ଯେଉଁ କ୍ଷେତ୍ରରେ ଏକ ସମତୁଲ ସମ୍ପର୍କର ଆବଶ୍ୟକତା ରହିଛି । 6 ନଭେମ୍ବର 2020 ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ଇଟାଲୀୟ ପ୍ରତିପକ୍ଷ ପ୍ରଫେସର ଜିଉସେପ୍ କଣ୍ଟେଙ୍କ ମଧ୍ୟରେ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ଇଟାଲୀ ନେତାଙ୍କ ସହ ଭର୍ଚୁଆଲ୍ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ୍ -19 ମହାମାରୀର ମୁକାବିଲା ପାଇଁ ଇଟାଲୀର ଉଦ୍ୟମକୁ ପ୍ରଶଂସା କରିଛନ୍ତି ଏବଂ ଆଶ୍ୱାସନା ଦେଇଛନ୍ତି ଯେ ଏହି ରୋଗର ମୁକାବିଲା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ । ଏହାର ପ୍ରତିକୂଳ ପରିଣାମର ମୁକାବିଲା ପାଇଁ ମଧ୍ୟ ଆଲୋଚନା କରାଯାଇଛି । ମହାମାରୀ ସମସ୍ତ ସମ୍ପୃକ୍ତ ଡୋମେନରେ କୋଭିଡ -19 ର ପ୍ରଭାବ ଏବଂ ପ୍ରତିକ୍ରିୟାକୁ ସମାଧାନ କରିବା ପାଇଁ ନେତାମାନେ G20 ର ନିଜ ନିଜ ଦେଶ ପାଇଁ ବିକାଶ ଭିତ୍ତିକ ବିଶ୍ୱସ୍ତରୀୟ ଏଜେଣ୍ଡା ଉପରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସମ୍ମିଳନୀରେ ପୁଞ୍ଜି ବିନିଯୋଗ, ବୈଜ୍ଞାନିକ ଏବଂ ବୈଷୟିକ ସହଯୋଗ, ଶକ୍ତି, ପ୍ଲାଷ୍ଟିକ ପୁନଃବ୍ୟବହାର, ମତ୍ସ୍ୟଜୀବୀ, ଜାହାଜ ନିର୍ମାଣ, ଡିଜାଇନ୍, ପୁନରୁଦ୍ଧାର ଏବଂ ସ୍ମାରକୀ ସଂରକ୍ଷଣ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ 15 ଟି ଏମଓୟୁ / ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।

କୌତୁହଳର ବିଷୟ, ଶିଖର ସମ୍ମିଳନୀ ପରେ ପ୍ରକାଶିତ ମିଳିତ ବିବୃତ୍ତି ଏବଂ ଯୋଜନା 2020-2024 ରେ ଉଭୟ ପକ୍ଷ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ବସ୍ତରୀୟ ବ୍ୟବସ୍ଥା ଆଧାରିତ ଏକ ମୁକ୍ତ ଏବଂ ନିରପେକ୍ଷ ନିୟମ ଥାଇ ଆନ୍ତର୍ଜାତୀୟ ମାନକ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଠାରେ ମନେ ରଖିବାକୁ ହେବ ଯେ ଫ୍ରାନ୍ସ ଏବଂ ଜର୍ମାନୀ ନିକଟରେ ଭାରତ-ପ୍ରଶାନ୍ତ ମହାସାଗରରେ ସହଯୋଗକୁ ନେଇ ସେମାନଙ୍କର ବ୍ୟକ୍ତିଗତ ରଣନୀତି ସହିତ ଆଗକୁ ଆସିଛନ୍ତି ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଆଞ୍ଚଳିକ ଏକତାର ଲକ୍ଷ୍ୟ ନେଇ ସହଯୋଗ କରିବାକୁ ଇଟାଲୀର ଆଗ୍ରହ ଭାରତ ପାଇଁ ୟୁରୋପୀୟ ଦେଶମାନଙ୍କ ସହ ସମ୍ପର୍କ ବଢ଼ାଇବା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି ।

ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଭାରତ ଏବଂ ଇଟାଲୀ ପ୍ରତିରକ୍ଷା, ଆତଙ୍କବାଦ ଏବଂ ସୁରକ୍ଷା, ବହୁପକ୍ଷୀୟତା, ଛାତ୍ର ବିନିମୟ, ସଂସ୍କୃତି ମହୋତ୍ସବ, ପର୍ଯ୍ୟଟନ ଏବଂ ଲୋକମାନଙ୍କ ମଧ୍ୟରେ ସଂଯୋଗ ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଯୋଗଦାନକୁ ଆହୁରି ବିସ୍ତୃତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମିଳିତ ପ୍ରତିରକ୍ଷା କମିଟି ଏବଂ ସାମରିକ ସହଯୋଗ ଗୋଷ୍ଠୀ ମାଧ୍ୟମରେ ଆଲୋଚନାକୁ ତ୍ୱରାନ୍ୱିତ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ କଣ୍ଟେ ଅଧିକ ଦ୍ୱିପାକ୍ଷିକ ସହଯୋଗ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ, ସହ-ବିକାଶ ଏବଂ ସହ-ଉତ୍ପାଦନର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି । ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ପକ୍ଷ ବହୁପକ୍ଷୀୟ ଫୋରମରେ ବିଶେଷ ଭାବରେ ଜି -20 ଏବଂ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (UNFCCC) ଏବଂ ଏହାର ପ୍ୟାରିସ୍ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବାକୁ ସହମତ ହୋଇଛନ୍ତି । ଅନୁମୋଦନ ପ୍ରକ୍ରିୟା ଶେଷ ହେବା ମାତ୍ରେ ଅନ୍ତର୍ଜାତୀୟ ସୌର ଆଲାଇନ୍ସରେ ଯୋଗଦେବା ପାଇଁ ଇଟାଲୀର ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି ।

ସବୁ ସ୍ତରରେ ରାଜନୈତିକ ଆଦାନପ୍ରଦାନ ଏବଂ ନୀତି ସମନ୍ୱୟର ସ୍ଥିର ଅଭିବୃଦ୍ଧିରେ ସନ୍ତୋଷ ବ୍ୟକ୍ତ କରିବାବେଳେ ଉଭୟ ପକ୍ଷ ସେମାନଙ୍କର ଅର୍ଥନୈତିକ ସହଯୋଗର ସ୍ତର ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି । 2019 ରେ ଦ୍ୱିପାକ୍ଷିକ ବାଣିଜ୍ୟର ପରିମାଣ ମାତ୍ର 9.52 ବିଲିୟନ ୟୁରୋ ଥିଲା, ଯଦିଓ ପ୍ରାୟ 600 ଟି ବଡ ଇଟାଲୀ କମ୍ପାନୀ ଫ୍ୟାଶନ୍ ଏବଂ ବସ୍ତ୍ର, ବୟନ ଯନ୍ତ୍ର, ଅଟୋମୋବାଇଲ୍ ଉପାଦାନ, ଭିତ୍ତିଭୂମି, ରାସାୟନିକ ପଦାର୍ଥ, ଶକ୍ତି, ମିଷ୍ଟାନ୍ନ ଏବଂ ବୀମା ପରି ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିଛନ୍ତି । ଏହି ଭର୍ଚୁଆଲ୍ ଶିଖର ସମ୍ମିଳନୀର ଏକ ପ୍ରମୁଖ ସକରାତ୍ମକ ବିଷୟ ହେଉଛି ଯେ ଭାରତ ସହିତ ଅଧିକ ମହତ୍ତ୍ବପୂର୍ଣ୍ଣ ଏବଂ ଅର୍ଥପୂର୍ଣ୍ଣ ଅର୍ଥନୈତିକ ସହଭାଗୀତା ପାଇଁ ଇଟାଲୀ ଏହାର ଯୋଗାଣ ଶୃଙ୍ଖଳା ଏବଂ ପୁଞ୍ଜି ବିନିଯୋଗକୁ ହବୁମୁଖୀ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ବାସ୍ତବରେ, ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗ ଦ୍ବାରା ଯୋଗାଣ ଶୃଙ୍ଖଳାର ବିବିଧକରଣ ଉପରେ ଧ୍ୟାନ ଦିଆଯାଇଥିଲା, ଯାହାକି ବର୍ତ୍ତମାନ ସମୟ​‌େ​‌ର କୋଭିଡ ସଂକ୍ରମିତ ବିଶ୍ବର ଆବଶ୍ୟକତା । ଏହି ପରିପ୍ରେକ୍ଷୀରେ, ଦ୍ୱିପାକ୍ଷିକ ନିବେଶକୁ ବୃଦ୍ଧି କରିବାରେ ସକ୍ଷମ ଅଭିନବ ଆର୍ଥିକ ଯୋଜନାକୁ ପ୍ରୋତ୍ସାହିତ କରିବାକୁ ଦୁଇ ନେତା ସହମତ ହୋଇଛନ୍ତି ।

ଭାରତ ଏବଂ ୟୁରୋପୀୟ ୟୁନିଅନର ପାରସ୍ପରିକ ଲାଭଦାୟକ ଭାରତ-ଇୟୁ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଚୁକ୍ତିନାମା ପାଇଁ ପୁଣି ଥରେ ଆରମ୍ଭ ହେବା ଦିଗରେ ଭାରତ ଏବଂ ୟୁରୋପୀୟ ୟୁନିଅନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବାବେଳେ ଭାରତ ଏବଂ ଇଟାଲୀର ନେତାମାନେ 2020-2025 ଅବଧି ପାଇଁ ଦ୍ୱିପାକ୍ଷିକ ସହଭାଗିତାର ନିଅମ ପ୍ରଣୟନ କରି ପ୍ରାଥମିକତା ଭିତ୍ତିରେ ରଣନୀତିକ ଲକ୍ଷ୍ୟ ସ୍ଥିର କରିବା ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ।

ଆଲେଖ୍ୟ : ଡ. ସଙ୍ଘମିତ୍ରା ଶର୍ମା, ରଣନୀତି ବିଶ୍ଳେଷିକା, ୟୁରୋପୀୟ ବ୍ୟାପାର

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...