Skip to main content

ସହରାଞ୍ଚଳରେ ପୁଞ୍ଜି ନିବେଶ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ଵ

କୋଭିଡ -19 ପରବର୍ତି ବିଶ୍ୱରେ ଭାରତ କିଛି ଦେଶ ମଧ୍ୟରେ ରହିବ ଯାହା ଆର୍ଥିକ ଅଭିବୃଦ୍ଧିର ଏକ ଉଜ୍ଜ୍ୱଳ ଉଦାହରଣ ହେବ। ଆସନ୍ତା ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ବିଷୟରେ ଅନେକ ଆଶାବାଦୀ ଆକଳନ କରାଯାଉଛି।

ତୃତୀୟ ବାର୍ଷିକ ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମରେ ନିବେଶକମାନଙ୍କୁ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ ଏହି ଦୃଷ୍ଟିକୋଣରୁ ଦେଖାଯିବା ଆବଶ୍ୟକ। ପ୍ରକୃତରେ, ଏକ ଜୀବନ୍ତ ଗଣତନ୍ତ୍ର, ଏକ ବ୍ୟବସାୟିକ ଅନୁକୂଳ ବାତାବରଣ, ବିଶାଳ ବଜାର ଏବଂ ବ୍ୟବସାୟ-ସମର୍ଥକ ସରକାର ଥିବା ଭାରତ ନିବେଶକାରୀମାନଙ୍କ ପାଇଁ ଏକ ଉପଯୁକ୍ତ ଅବସର |

ଗତିଶୀଳତା, ସହରୀକରଣ କିମ୍ବା ନବସୃଜନ ପ୍ରସଙ୍ଗ କ୍ଷେତ୍ରରେ ନିବେଶକମାନଙ୍କୁ ଭାରତ ରୋମାଞ୍ଚକର ସୁଯୋଗ ପ୍ରଦାନ କରେ | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାରି ରହିଥିବା ମହାମାରୀ ବିଶ୍ଵକୁ ଦର୍ଶାଇଛି ଯେ ସହରଗୁଡିକ ମଧ୍ୟ ଅଭିବୃଦ୍ଧି ବାହକ ଅଟେ। ତଥାପି, କୋଭିଡ୍ -19 ର ନକାରାତ୍ମକତାକୁ ଅଧିକ ଅନୁଧ୍ୟାନ ନକରି, ମହାମାରୀକୁ ଏକ ସୂଯୋଗ ଭାବେ ଗ୍ରହଣ କଲେ ବିକାଶକୁ ପୁନଃ ହାସଲ କରାଯାଇ ପାରିବ |

ନିଃସନ୍ଦେହରେ, କୋଭିଡ୍ -19 ଦ୍ଵାରା ସୃଷ୍ଟି ହୋଇଥିବା ମହାମାରୀ ସମଗ୍ର ବିଶ୍ୱରେ ସମାବେଶ, କ୍ରୀଡା ଏବଂ ମନୋରଞ୍ଜନ କାର୍ଯ୍ୟକଳାପ ତଥା ଶିକ୍ଷା ଉପରେ ବିପଦ ସୃଷ୍ଟି କରିଛି। ଆଜି, ସେମାନେ ପୂର୍ବ-କୋଭିଡ୍ -19 ପରିସ୍ଥିତିରେ ଥିବା ପରି ସମାନ ନୁହଁନ୍ତି | କିନ୍ତୁ ପ୍ରଶ୍ନ ହେଉଛି କିପରି ସବୁକିଛି ପୁନଃ ଆରମ୍ଭ କରିବେ | ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ଥିଲା; ସହରାଞ୍ଚଳ କେନ୍ଦ୍ରଗୁଡ଼ିକୁ ନବୀକରଣ କରି ପୁନଃ ଆରମ୍ଭ କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କୋଭିଡ -19 ପରବର୍ତ୍ତି ବିଶ୍ୱକୁ ପୁନଃ ଆରମ୍ଭର ଆବଶ୍ୟକ ହେବ ଏବଂ ପ୍ରକ୍ରିୟା ଏବଂ ଅଭ୍ୟାସ ପୁନଃ ଉଜ୍ଜିବୀତ ନକରି ଏହା ହୋଇପାରିବ ନାହିଁ ବୋଲି କହି ପ୍ରଧାନମନ୍ତ୍ରୀ ନିବେଶ ପାଇଁ ଭାରତର ସହରାଞ୍ଚଳ, ବିଶେଷକରି ସ୍ମାର୍ଟ ସିଟି ଏବଂ ସହରାଞ୍ଚଳ କେନ୍ଦ୍ରରେ ଅଧିକ ଧ୍ୟାନ ଆକର୍ଷଣ କରିଛନ୍ତି ।

ସେ ମତ ରଖିଥିଲେ ଯେ କୋଭିଡ -19 ସରକାରମାନଙ୍କୁ ସହରଗୁଡ଼ିକୁ ଲୋକମାନଙ୍କ ପାଇଁ ଅଧିକ ଜୀବନ୍ତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସୁଯୋଗ ଦେଇଛି। ସେ କହିଛନ୍ତି, ସେ ଭବିଷ୍ୟତରେ ଅନଲାଇନରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସପିଂର ଏକ ପ୍ରମୁଖ ଅଂଶ ହୋଇପାରେ | କିନ୍ତୁ ଏଥି ସହିତ ସେ ଏକ ଭାରତ ଚାହୁଁଛନ୍ତି ଯେଉଁଠାରେ ସହରାଞ୍ଚଳଗୁଡ଼ିକରେ ସହରର ସୁବିଧା ସହିତ ଗୋଟିଏ ଗାଁର ଆତ୍ମା ରହିଥିବ ​​| ଏହିପରି ଇଚ୍ଛା ଉପସ୍ଥାପନ କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମ୍ଭାବ୍ୟ ନିବେଶକମାନଙ୍କୁ ଭାରତର ସହରାଞ୍ଚଳର ସୁଯୋଗ ବିଷୟରେ ସଚେତନ କରିବା, ଯେଉଁଠାରେ ଗତ କିଛି ବର୍ଷ ମଧ୍ୟରେ ବିକାଶମୂଳକ ଦୃଶ୍ୟ ବଦଳିଛି |

27 ଟି ସହରରେ ଡିଜିଟାଲ୍ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ସୁଲଭ ଗୃହ, ରିଏଲ୍ ଇଷ୍ଟେଟ୍ (ରେଗୁଲେସନ୍) ଆକ୍ଟ ଏବଂ ମେଟ୍ରୋ ରେଳ ଭାରତର ସହରୀ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିଛି | 2022 ସୁଦ୍ଧା ଦେଶରେ ମେଟ୍ରୋ ରେଳ ପାଇଁ ବର୍ତ୍ତମାନ ପାଖାପାଖି 1000-କିମି ନିର୍ମାଣ କରିବାକୁ ଏକ ଲକ୍ଷ୍ୟ ଅଛି | ଏହିପରି ପଦକ୍ଷେପ ଗ୍ରହଣ କରି ଭାରତ ସହରାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ସହରକୁ ଆଧୁନିକ, ସ୍ୱଚ୍ଛ, ବ୍ୟବସ୍ଥିତ ଏବଂ ଆକର୍ଷଣୀୟ କରିବ।

ଦୁଇଟି ପର୍ଯ୍ୟାୟ ପ୍ରକ୍ରିୟା ମାଧ୍ୟମରେ ମନୋନୀତ 100 ସ୍ମାର୍ଟ ସିଟି କ୍ଷେତ୍ରରେ ଏହି ପ୍ରୟୋଗ କରାଯାଇଛି | ଏଥିରେ ଏକ ଦେଶବ୍ୟାପୀ ପ୍ରତିଯୋଗିତା ଜଡିତ ଥିଲା | ନିବେଶକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସ୍ମାର୍ଟ ସିଟିଗୁଡିକ ପ୍ରାୟ 2 ଲକ୍ଷ କୋଟି କିମ୍ବା 30 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି। ଏହା ବ୍ୟତୀତ 1,40,000 କୋଟି କିମ୍ବା 20 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ପ୍ରକଳ୍ପ ସମାପ୍ତ ହୋଇଛି କିମ୍ବା ଶେଷ ହେବାକୁ ଯାଉଛି। ସ୍ମାର୍ଟ ସିଟି ପ୍ରକଳ୍ପର କାର୍ଯ୍ୟର ବିସ୍ତୃତ ଚିତ୍ର ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ମୋଦୀ ଏକ ଦୃଢ ବାର୍ତ୍ତା ଦେଇଛନ୍ତି ଯେ ସହରୀକରଣ କ୍ଷେତ୍ରରେ ଭାରତକୁ ନୂତନ ଉଚ୍ଚତାକୁ ନେବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ।

ଗରୀବଙ୍କ ପାଇଁ ଘର ନିର୍ମାଣ, ଉନ୍ନତ ଭିତ୍ତିଭୂମି ବିକାଶ, ଜନସାଧାରଣ ପରିବହନକୁ ବୃଦ୍ଧି କରିବା ଏବଂ ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଭଳି କାର୍ଯ୍ୟକ୍ରମ ଚାଲିଛି। ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, 2030 ସୁଦ୍ଧା ଦେଶକୁ ପ୍ରତିବର୍ଷ 800 ନିୟୁତ ବର୍ଗ ମିଟର ପର୍ଯ୍ୟନ୍ତ ବିକାଶ କରିବାକୁ ପଡ଼ିବ ଯେଉଁଠାରେ ଲୋକମାନେ ବାସ କରିବେ ବୋଲି ଆଶା କରାଯାଉଛି।

ଆଲେଖ୍ୟ: ଶଙ୍କର କୁମାର

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...