Skip to main content

ପ୍ୟାରିସରେ G-7 ସମ୍ମିଳନୀକୁ ଭାରତ ଆମନ୍ତ୍ରିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ବ୍ୟାରିଜ ଠାରେ ଚଳିତ ବର୍ଷ ଅଗଷ୍ଟ 24 ରୁ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା 45 ତମ G-7 ସମ୍ମିଳନୀରେ ଯୋଗ ଦେବେ | ଅଷ୍ଟ୍ରେଲିଆ, ଚିଲି ଏବଂ ଦକ୍ଷିଣ ଆଫ୍ରିକା ସମେତ ଭାରତକୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଏକ ‘ସ୍ଵତନ୍ତ୍ର ଆମନ୍ତ୍ରିତ’ ଅତିଥି ଭାବେ ଆମନ୍ତ୍ରଣ କରିଛନ୍ତି | ସମଗ୍ର ବିଶ୍ବରେ ଉତ୍ପନ୍ନ ବିଭିନ୍ନ ସମସ୍ଯା ଏବଂ ଚ୍ୟାଲେଞ୍ଜ ଗୁଡିକର ସମୁଖୀନ ଓ ସମାଧାନ ଉପରେ ବିଶ୍ଵ ନେତୃବୃନ୍ଦଙ୍କ ଦ୍ଵାରା G-7 ସମ୍ମିଳନୀରେ ବିସ୍ତୃତ ଆଲୋଚନା ହୋଇଥାଏ |

ଭାରତ ଏକ ବୃହତ ରାଜନୈତିକ ଏବଂ ଅର୍ଥନୈତିକ ରାଷ୍ଟ୍ର ଭାବେ ଉଲ୍ଲେଖନୀୟ ପ୍ରଗତି କରୁଥିବା ବିଷୟକୁ ଏହି ଆମନ୍ତ୍ରଣ ସ୍ବୀକୃତି ପ୍ରଦାନ କରିଛି | ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ସହଭାଗୀତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ମଧ୍ୟରେ ତାଳମେଳ ଓ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଥିବା ମଧ୍ୟ ଏହା ଦର୍ଶାଇଛି |

ସମ୍ମିଳନୀରେ ଅଂଶ ଗ୍ରହଣ କରିବାକୁ ଆମନ୍ତ୍ରଣ ଦେଇ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ, ସାର୍ବଭୌମିକତା ଏବଂ ପରିବେଶକୁ ସୁରକ୍ଷା ପ୍ରଦାନ କରିବାରେ ଭାରତର ପ୍ରମୁଖ ଭୂମିକାକୁ ଆଲୋକପାତ କରିଛନ୍ତି | 2015 ମସିହାରେ ପ୍ୟାରିସରେ ଅନୁଷ୍ଠିତ COP21 ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍କାଳୀନ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାନସୁଆ ଓଲାନ୍ଦଙ୍କ ସହିତ ମିଳିତ ଭାବେ ଆନ୍ତର୍ଜାତୀୟ ସୌର ମେଣ୍ଟ (ISA)ର ଶୁଭାରମ୍ଭ କରିଥିଲେ | ଭାରତୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି, ସେଣ୍ଟ ପିଟର୍ସବର୍ଗରେ ଆନ୍ତର୍ଜାତୀୟ ଅର୍ଥନୈତିକ ଫୋରମ ବୈଠକରେ ଯୋଗ ଦେବାପରେ ସିଧାସଳଖ ପ୍ୟାରିସ ଯାଇ 2017 ମସିହା ଜୁନ ମାସରେ ଶ୍ରୀ ମାକ୍ରନ ନିର୍ବାଚିତ ହୋଇଥିବାରୁ ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଥିଲେ | ପ୍ୟାରିସ ଜଳବାୟୁ ରାଜିନାମାରୁ ଆମେରିକା ଓହରିଯିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫଙ୍କ ଘୋଷଣାର ଅଳ୍ପ କିଛି ଦିନ ପରେ ଏହା ଘଟିଥିଲା | ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପ୍ୟାରିସ ରାଜିନାମାକୁ ପାଳନ କରିବାରେ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି | 2018 ମସିହା ମାର୍ଚ୍ଚ ମାସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ, ଏହି ପଦକ୍ଷେପକୁ ପ୍ରୋତ୍ସାହନ ଦେବା ସକାଶେ ଆନ୍ତର୍ଜାତୀୟ ସୌର ମେଣ୍ଟ (ISA)ର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା |

ଜଳବାୟୁ ପରିବର୍ତ୍ତନ, ଉପଯୁକ୍ତ ଜଳବାୟୁ ଏବଂ ସାର୍ବଭୌମିକତା ପ୍ରସଙ୍ଗ ସମେତ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ମାକ୍ରନ ସନ୍ତ୍ରାସବାଦ ପ୍ରସଙ୍ଗ ଉପରେ ମଧ୍ୟ ସମଧରଣର ଗୁରୁତ୍ତ୍ଵ ପ୍ରଦାନ କରିଛନ୍ତି | ଉଭୟ ଭାରତ ଏବଂ ଫ୍ରାନ୍ସ  ସନ୍ତ୍ରାସବାଦୀ କାର୍ଯ୍ୟକଳାପରେ କ୍ଷତିଗ୍ରସ୍ତ ହୋଇଛନ୍ତି | ଉଭୟ ଦେଶ ସନ୍ତ୍ରାସବାଦକୁ ଆଦୌ ବରଦାସ୍ତ ନକରିବା ଏବଂ ସନ୍ତ୍ରାସବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଧାରିତ ନୀତିକୁ ଅନୁସରଣ କରୁଛନ୍ତି | 2019 ଜୁନ 8 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ମାଳଦ୍ଵୀପ ପାର୍ଲାମେଣ୍ଟରେ ତାଙ୍କ ଉଦବୋଧନରେ ସନ୍ତ୍ରାସବାଦ ଉପରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ପାଇଁ ଭାରତର ଆହ୍ଵାନକୁ ଫ୍ରାନ୍ସ ସମର୍ଥନ ଜଣାଇଛି |

ସାତ ଜଣ ସଦସ୍ୟଙ୍କ ଗୋଷ୍ଠୀ କିମ୍ବା G-7 ଗୋଷ୍ଠୀ ସାତୋଟି ସର୍ବବୃହତ, ଉନ୍ନତ ଅର୍ଥନୀତି ରାଷ୍ଟ୍ରକୁ ନେଇ ଗଠିତ ହୋଇଛି | ବିଶ୍ଵର ମୋଟ ସମ୍ପଦ (317 ଟ୍ରିଲିୟନ ଡଲାର)ର ଶତକଡା 58 ଭାଗ, ବିଶ୍ଵ GDPର ଶତକଡା 46 ଭାଗରୁ ଅଧିକ ଏବଂ PPPର ଶତକଡା 32 ଭାଗ ଥିବା ସାତୋଟି ଦେଶ G-7 ଗୋଷ୍ଠୀରେ ସାମିଲ ଅଛନ୍ତି | କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକା ଏହି ଗୋଷ୍ଠୀରେ ଅଛନ୍ତି | G-7 ସମ୍ମିଳନୀରେ ୟୁରୋପୀୟ ସଂଘର ପ୍ରତିନିଧି ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି | 1975 ମସିହାରେ ଫ୍ରାନ୍ସ ଏହି ଗୋଷ୍ଠୀକୁ G-6 ଗୋଷ୍ଠୀ ଭାବେ ଆରମ୍ଭ କରିଥିଲା ଏବଂ କାନାଡା ଏଥିରେ ସାମିଲ ହେବାପରେ ଏହା G-7 ଗୋଷ୍ଠୀରେ ପରିବର୍ତ୍ତନ ହୋଇଥିଲା | 1997 ମସିହାରେ ରୁଷକୁ ଏଥିରେ ସାମିଲ ହେବାକୁ ଆମନ୍ତ୍ରିତ କରାଯାଇ ଏହାକୁ G-8 କରଯାଇଥିଲା ତେବେ 2014 ମସିହାରେ ରୁଷର କ୍ରୀମିଆର ସମ୍ମିଳନ ପରେ ଗୋଷ୍ଠୀରୁ ବାଦ ପଡିଥିଲା |
ଏହି ଗୋଷ୍ଠୀ ଆରମ୍ଭ ହେବାପରଠାରୁ, ଏହା ଆନ୍ତର୍ଜାତୀୟ ସ୍ତରରେ ଅର୍ଥନୈତିକ ଏବଂ ଆର୍ଥିକ ବିକାଶ ଓ ଏ ସମ୍ପର୍କିତ ଘଟଣାବଳୀ ଉପରେ ଆଲୋଚନା କରିଆସୁଛି ଏବଂ ବିଶ୍ଵ ସ୍ତରରେ ବାଣିଜ୍ୟ ଓ ଅର୍ଥନୀତିର ବିକାଶ ପାଇଁ ଅନେକ ନିଷ୍ପତି ଗ୍ରହଣ କରୁଛି | ଅର୍ଥନୈତିକ, ନିରାପତ୍ତା ଏବଂ ଶକ୍ତି ସଙ୍କ୍ରାନ୍ତିୟ ନୀତି ଗୁଡିକର ସହଯୋଗ ସ୍ଥାପନ ପାଇଁ ନିରନ୍ତର କାର୍ଯ୍ୟ ସମ୍ପାଦନ କରିବାରେ G-7 ହେଉଛି ଏକ ଗୁରୁତ୍ତ୍ୱପୂର୍ଣ୍ଣ ଗୋଷ୍ଠୀ | ତେବେ 1999 ମସିହାରେ G-20 ର ସ୍ଥାପନ ପରେ ଏହାର ପ୍ରାସଙ୍ଗିକତା ଉପରେ ପ୍ରଶ୍ନବାଚ ଉତଥାପନ ହୋଇଛି | ପ୍ରାରମ୍ଭିକ ଭାବେ G-20 ର ବର୍ଷକୁ ଦୁଇଟି ବୈଠକ ଅନୁଷ୍ଠିତ ହେଉଥିବାବେଳେ ବର୍ତ୍ତମାନ ବର୍ଷକୁ ଗୋଟିଏ ବୈଠକ ଅନୁଷ୍ଠିତ ହେଉଛି | ଭାରତ ନିୟମିତ ଭାବେ ଏବଂ ସକ୍ରିୟ ଭାବେ ଏହି ବୈଠକରେ ଯୋଗଦାନ କରିଆସୁଛି | ଜାପାନର ଓସାକାରେ 2019 ଜୁନ ମାସ 28 ଓ 29 ତାରିଖରେ ଅନୁଷ୍ଠିତ ହେବାକୁ ଥିବା G-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ |

ଭାରତୀୟ ପ୍ରଧାନମନ୍ତ୍ରୀ, G-7 ଶୀଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପରେ ଫ୍ରାନ୍ସକୁ ଦ୍ଵିପକ୍ଷୀୟ ଗସ୍ତରେ ଯିବାର କାର୍ଯ୍ୟସୂଚୀ ରହିଛି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର  G-7 ଶୀଖର ସମ୍ମିଳନୀରେ ଅଂଶ ଗ୍ରହଣ, ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ ତଥା ପାଶ୍ଚାତ୍ୟ ସୀମାରେ ସନ୍ତ୍ରାସବାଦର ମୂଳୋତ୍ପାଟନ, ବିଶ୍ଵ ପରିବେଶ ସୁରକ୍ଷା ଏବଂ ସ୍ଵଚ୍ଛ ଓ ସନ୍ତୁଳିତ ବହୁମୂଖୀ ବାଣିଜ୍ୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଭାରତର ପଦକ୍ଷେପକୁ ଆହୁରି ପ୍ରୋତ୍ସାହିତ କରିବ |


ମୂଳ ଲେଖା : ଅଶୋକ ସଜ୍ଜନହାର, ପୂର୍ବତନ ଭାରତୀୟ କୂଟନୀତିଜ୍ଞ

ଅନୁବାଦ     : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...